ବଚପନ୍‌ କା ପ୍ୟାର ଗୀତ ରିଲିଜ୍‌: ବାଦଶାହଙ୍କ ସହ ଦେଖିବାକୁ ମିଳିଲା ସହଦେବଙ୍କ ସ୍ବାଗ୍‌

ମୁମ୍ବାଇ: ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ‘ବଚପନ କା ପ୍ୟାର’ ଗୀତର ପପୁଲାରିଟି ଏବେ ଆକାଶ ଛୁଇଁଛି। ଯାହାକୁ ଦେଖିଲେ ଏହି ଗୀତ ଗୁଣୁଗୁଣଉଥିବାର ଦେଖିବାକୁ ମିଳେ। ସମସ୍ତଙ୍କ ମୁହଁରେ ଗୋଟିଏ ଗୀତ, ‘ବଚପନ କା ପ୍ୟାର’। ଛତିଶଗଡ଼ର ସହଦେବ ଡିରଡୋଙ୍କ ସ୍ବରରେ ଭାଇରାଲ ହୋଇଥିବା ଏହି ଗୀତ ଏବେ ବେଶ୍‌ ଲୋକପ୍ରିୟ ହୋଇପାରିଥିବା ବେଳେ ଏହାକୁ ଶୁଣିଲେ ଯେକେହିବି ଝୁମିବାକୁ ଲାଗିବେ। ଇତିମଧ୍ୟରେ ଲୋକପ୍ରିୟ ରାପର ଗାୟକ ବାଦଶାହ ସହଦେବଙ୍କ ମିଳିତ ସହଯୋଗରେ ଏହି ଗୀତକୁ ନିଜ ଷ୍ଟାଇଲ୍‌ରେ ପୁନଃନିର୍ମାଣ କରିଛନ୍ତି। ବୁଧବାର ଏହି ଗୀତ ରିଲିଜ୍‌ ହୋଇଛି। ୧୦ବର୍ଷ ବୟସରେ ଇଣ୍ଟରନେଟ ସେନସେସନ୍‌ ପାଲଟିଥିବା ସହଦେବ ବାଦଶାହଙ୍କ ସହ ଏହି ଗୀତ ଗାଇଛନ୍ତି। ବାଦଶାହ ଓ ସହଦେବଙ୍କ ବ୍ୟତୀତ ରିକୋ ଏବଂ ଆସ୍ଥା ଗିଲ ଏହି ଗୀତରେ ସ୍ବର ଦେଇଛନ୍ତି। ବାଦଶାହଙ୍କ ଗୀତ ବଚପନ କା ପ୍ୟାର ରିଲିଜ ହେବା ମାତ୍ରେ ହିଁ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଗୀତଟି ରିଲିଜ ହେବାର କିଛି ଘଣ୍ଟା ମଧ୍ୟରେ ହିଁ ଏହାକୁ ୪ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ଏହି ଗୀତରେ ସହଦେବ କୁଲ୍‌ ଏବଂ ଡାସିଂ ଲୁକ୍‌ରେ ନଗର ଆସିଛନ୍ତି। ଏଥିରେ ସେ କୌଣସି ରକ୍‌ଷ୍ଟାରଠାରୁ କମ୍‌ ଅଭିନୟ କରିନାହାନ୍ତି। ବଚପନ କା ପ୍ୟାର ଗୀତରେ ସହଦେବ ତାଙ୍କର ଭାଇରାଲ ଲାଇନ୍‌ ମଧ୍ୟ ଗାଇଥିବା ଜଣାପଡ଼ିଛି। ଏହି ଗୀତର ଗୀତିକାର ରାପର ବାଦଶାହ ହୋଇଥିବା ବେଳେ ହିତେନ ସଙ୍ଗୀତ ନିର୍ଦ୍ଦେଶକ ଭାର ତୁଳାଇଛନ୍ତି। ଏହି ଗୀତର ବିଶେଷତଃ ହେଲା ଏଥିରେ ସହଦେବଙ୍କ ଏକ ସୁନ୍ଦର ପ୍ରେମ କାହାଣୀକୁ ପ୍ରଦର୍ଶିତ କରାଯାଇଛି। ବାଦଶାହଙ୍କ ଏହି ଭର୍ସନକୁ ଲୋକମାନେ ବେଶ୍‌ ପସନ୍ଦ କରିଛନ୍ତି। ଏଥିସହ ପ୍ରଶଂସକ ତାଙ୍କର ପ୍ରଶଂସା କରି କହିଛନ୍ତି, ବାଦଶାହ ସହଦେବଙ୍କୁ ଭବିଷ୍ୟତକୁ ସୁରକ୍ଷିତ କରିଦେଇଛନ୍ତି। ସୂଚନାଯୋଗ୍ୟ, ଛତିଶଗଡ଼ ସୁକମାରେ ରହୁଥିବା ସହଦେବ ଡିରଡୋ ସପ୍ତମ ଶ୍ରେଣୀରେ ପଢ଼ନ୍ତି। ତାଙ୍କ ପରିବାର ଚାଷ କାର୍ଯ୍ୟ କରନ୍ତି। ତେବେ ଶିକ୍ଷକଙ୍କ ଡିମାଣ୍ଡରେ ଗାଇଥିବା ଏହି ଗୀତ ସେବେଠାରୁ ଲୋକପ୍ରିୟ ହେବା ସହ ଭାଇରାଲ ହୋଇଥିଲା। ନିକଟରେ ସହଦେବ ଇଣ୍ଡିଆନ ଆଇଡଲ-୧୨ରେ ବି ପହଞ୍ଚିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ବିରାଟଙ୍କୁ ଜନ୍ମଦିନର ଶୁଭେଚ୍ଛା ଜଣାଇଲେ ଅନୁଷ୍କା, ଭାଇରାଲ ହେଉଛି ପୋଷ୍ଟ

ମୁମ୍ବାଇ: ଭାରତୀୟ କ୍ରିକେଟର ବିରାଟ କୋହଲି ଶନିବାର ଅର୍ଥାତ୍ ୫ ନଭେମ୍ବରରେ ତାଙ୍କର ୩୪ ତମ ଜନ୍ମଦିନ ପାଳନ କରୁଛନ୍ତି । ସମସ୍ତେ ବିରାଟଙ୍କୁ ତାଙ୍କ...

ସୋନୁଙ୍କୁ ମାମୁ ସମ୍ବୋଧନ କରି ଗୁହାରି କଲେ କୁନି କୁନି ଶିଶୁ

ମୁମ୍ବାଇ: ମଧ୍ୟପ୍ରଦେଶ ରିଓ୍ବା ଜିଲାର ଏକ ସ୍କୁଲରେ ପଢୁଥିବା କୁନି କୁନି ପିଲାମାନେ ବଲିଉଡ୍‌ ଅଭିନେତା ସୋନୁ ସୁଦଙ୍କୁ ମାମୁ ବୋଲି ସମ୍ବୋଧନ କରିଛନ୍ତି। ଏହାସହ...

ଧକ୍‌ ଧକ୍‌ ଗର୍ଲ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକାଣୀ: ମୁମ୍ବାଇ ଘରକୁ ଦେଖିଲେ ଆଖି ଯିବ ଲାଖି

ବମ୍ବେ: ଦୀର୍ଘ ତିନି ଦଶକରୁ ଅଧିକ ସମୟ ଧରି ଦର୍ଶକଙ୍କ ହୃଦୟରେ ରାଜ୍‌ କରୁଛନ୍ତି ଧକ୍‌ଧକ୍‌ ଗର୍ଲ ମାଧୁରୀ। ବିବାହ ପରେ ଫିଲ୍ମରେ ସେତେଟା ସକ୍ରିୟ...

ସାବଧାନ ରହିବାକୁ କହିଲେ ସୁଜୈନ୍‌: ଜାଣନ୍ତୁ କାହିଁକି

ବଲିଉଡ୍‌ ଅଭିନେତା ହ୍ରିତିକ୍‌ ରୋଶନଙ୍କ ପୂର୍ବତନ ସ୍ତ୍ରୀ ତଥା ଉଦ୍ୟୋଗୀ ସୁଜୈନ ଖାଁଙ୍କ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟ କିଛି ଦିନ ତଳେ ହ୍ୟାକ୍‌ ହୋଇଯାଇଥିଲା। ସେ ନିଜେ...

ଐଶ୍ୱର୍ଯ୍ୟାଙ୍କ ପ୍ରଶଂସାରେ ଶତମୁଖ

ବଲିଉଡ ଅଭିନେତା ଅଭିଷେକ ବଚ୍ଚନ ସ୍ତ୍ରୀ ତଥା ନୀଳନୟନା ଐଶ୍ୱର୍ଯ୍ୟା ରାୟ ବଚ୍ଚନଙ୍କୁ ପ୍ରଶଂସା କରିବାର କୌଣସି ସୁଯୋଗକୁ ହାତଛଡ଼ା କରନ୍ତି ନାହିଁ। ନିକଟରେ ଅଭିଷେକ...

ମଲାଇକାଙ୍କ କାର୍‌ ଦୁର୍ଘଟଣାଗ୍ରସ୍ତ, ଡାକ୍ତରଖାନାରେ ଭର୍ତ୍ତି ହେଲେ ଅଭିନେତ୍ରୀ

ମୁମ୍ବାଇ: ଦୁର୍ଘଟଣାର ଶିକାର ହୋଇଛନ୍ତି ବଲିଉଡ ଡିଭା ମଲାଇକା ଅରୋରା। ସେ ନିଜ କାର୍‌ରେ ଯାଉଥିବା ବେଳେ ଖୋପୋଲି ଏକ୍ସପ୍ରେସ୍‌ ଓ୍ବେରେ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି।...

ରିଲିଜ୍ ହେଲା ରାଣୀ ମୁଖାର୍ଜୀଙ୍କ ‘ମିସେସ ଚାଟାର୍ଜୀ ଭର୍ସେସ ନରୱେ’ର ଦମଦାର ଟ୍ରେଲର

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ରାଣୀ ମୁଖାର୍ଜୀଙ୍କ ଅପକମିଂ ମୁଭି ‘ମିସେସ ଚାଟାର୍ଜୀ ଭର୍ସେସ ନରୱେ’ର ପ୍ରଥମ ଟ୍ରେଲର ରିଲିଜ୍ ହୋଇଛି । ଟ୍ରେଲର ଖୁବ୍ ଦମଦାର...

ଆମେ କେବେ ବାହା ହେବା?

ମୁମ୍ବାଇ: ଯେବେ ବି-ଟାଉନ୍‌ର ଅବିବାହିତ ଯୋଡ଼ିଙ୍କ ବିଷୟରେ ଚର୍ଚ୍ଚା ହୁଏ, ସେତେବେଳେ ଅଭିନେତା ରଣବୀର କପୁର ଏବଂ କ୍ୟୁଟ୍‌ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ କଥା ପ୍ରଥମେ...

Advertisement
Archives

Model This Week