ବଚପନ୍‌ କା ପ୍ୟାର ଗୀତ ରିଲିଜ୍‌: ବାଦଶାହଙ୍କ ସହ ଦେଖିବାକୁ ମିଳିଲା ସହଦେବଙ୍କ ସ୍ବାଗ୍‌

ମୁମ୍ବାଇ: ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ‘ବଚପନ କା ପ୍ୟାର’ ଗୀତର ପପୁଲାରିଟି ଏବେ ଆକାଶ ଛୁଇଁଛି। ଯାହାକୁ ଦେଖିଲେ ଏହି ଗୀତ ଗୁଣୁଗୁଣଉଥିବାର ଦେଖିବାକୁ ମିଳେ। ସମସ୍ତଙ୍କ ମୁହଁରେ ଗୋଟିଏ ଗୀତ, ‘ବଚପନ କା ପ୍ୟାର’। ଛତିଶଗଡ଼ର ସହଦେବ ଡିରଡୋଙ୍କ ସ୍ବରରେ ଭାଇରାଲ ହୋଇଥିବା ଏହି ଗୀତ ଏବେ ବେଶ୍‌ ଲୋକପ୍ରିୟ ହୋଇପାରିଥିବା ବେଳେ ଏହାକୁ ଶୁଣିଲେ ଯେକେହିବି ଝୁମିବାକୁ ଲାଗିବେ। ଇତିମଧ୍ୟରେ ଲୋକପ୍ରିୟ ରାପର ଗାୟକ ବାଦଶାହ ସହଦେବଙ୍କ ମିଳିତ ସହଯୋଗରେ ଏହି ଗୀତକୁ ନିଜ ଷ୍ଟାଇଲ୍‌ରେ ପୁନଃନିର୍ମାଣ କରିଛନ୍ତି। ବୁଧବାର ଏହି ଗୀତ ରିଲିଜ୍‌ ହୋଇଛି। ୧୦ବର୍ଷ ବୟସରେ ଇଣ୍ଟରନେଟ ସେନସେସନ୍‌ ପାଲଟିଥିବା ସହଦେବ ବାଦଶାହଙ୍କ ସହ ଏହି ଗୀତ ଗାଇଛନ୍ତି। ବାଦଶାହ ଓ ସହଦେବଙ୍କ ବ୍ୟତୀତ ରିକୋ ଏବଂ ଆସ୍ଥା ଗିଲ ଏହି ଗୀତରେ ସ୍ବର ଦେଇଛନ୍ତି। ବାଦଶାହଙ୍କ ଗୀତ ବଚପନ କା ପ୍ୟାର ରିଲିଜ ହେବା ମାତ୍ରେ ହିଁ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ଗୀତଟି ରିଲିଜ ହେବାର କିଛି ଘଣ୍ଟା ମଧ୍ୟରେ ହିଁ ଏହାକୁ ୪ଲକ୍ଷରୁ ଅଧିକ ଲୋକ ଦେଖିସାରିଲେଣି। ଏହି ଗୀତରେ ସହଦେବ କୁଲ୍‌ ଏବଂ ଡାସିଂ ଲୁକ୍‌ରେ ନଗର ଆସିଛନ୍ତି। ଏଥିରେ ସେ କୌଣସି ରକ୍‌ଷ୍ଟାରଠାରୁ କମ୍‌ ଅଭିନୟ କରିନାହାନ୍ତି। ବଚପନ କା ପ୍ୟାର ଗୀତରେ ସହଦେବ ତାଙ୍କର ଭାଇରାଲ ଲାଇନ୍‌ ମଧ୍ୟ ଗାଇଥିବା ଜଣାପଡ଼ିଛି। ଏହି ଗୀତର ଗୀତିକାର ରାପର ବାଦଶାହ ହୋଇଥିବା ବେଳେ ହିତେନ ସଙ୍ଗୀତ ନିର୍ଦ୍ଦେଶକ ଭାର ତୁଳାଇଛନ୍ତି। ଏହି ଗୀତର ବିଶେଷତଃ ହେଲା ଏଥିରେ ସହଦେବଙ୍କ ଏକ ସୁନ୍ଦର ପ୍ରେମ କାହାଣୀକୁ ପ୍ରଦର୍ଶିତ କରାଯାଇଛି। ବାଦଶାହଙ୍କ ଏହି ଭର୍ସନକୁ ଲୋକମାନେ ବେଶ୍‌ ପସନ୍ଦ କରିଛନ୍ତି। ଏଥିସହ ପ୍ରଶଂସକ ତାଙ୍କର ପ୍ରଶଂସା କରି କହିଛନ୍ତି, ବାଦଶାହ ସହଦେବଙ୍କୁ ଭବିଷ୍ୟତକୁ ସୁରକ୍ଷିତ କରିଦେଇଛନ୍ତି। ସୂଚନାଯୋଗ୍ୟ, ଛତିଶଗଡ଼ ସୁକମାରେ ରହୁଥିବା ସହଦେବ ଡିରଡୋ ସପ୍ତମ ଶ୍ରେଣୀରେ ପଢ଼ନ୍ତି। ତାଙ୍କ ପରିବାର ଚାଷ କାର୍ଯ୍ୟ କରନ୍ତି। ତେବେ ଶିକ୍ଷକଙ୍କ ଡିମାଣ୍ଡରେ ଗାଇଥିବା ଏହି ଗୀତ ସେବେଠାରୁ ଲୋକପ୍ରିୟ ହେବା ସହ ଭାଇରାଲ ହୋଇଥିଲା। ନିକଟରେ ସହଦେବ ଇଣ୍ଡିଆନ ଆଇଡଲ-୧୨ରେ ବି ପହଞ୍ଚିଥିବା ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ଛାତ୍ରୀଛାତ୍ରଙ୍କୁ ଜଳଖିଆ ପରଷିଲେ, ନିଜେ ବି ଖାଇଲେ ସିଏମ ବିଜୟ; ଭିଡିଓ ଭାଇରାଲ

ଚେନ୍ନାଇ,୨୨।୯: ତାମିଲନାଡୁ ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ ମଙ୍ଗଳବାର (ସେପ୍ଟେମ୍ବର ୨୨) ସ୍କୁଲ ଛାତ୍ରୀଛାତ୍ରଙ୍କ ପାଇଁ ଜଳଖିଆ ଯୋଜନାର ସମ୍ପ୍ରସାରଣ ଆରମ୍ଭ କରିଛନ୍ତି। ଏହି ଅବସରରେ ସେ…

ମନ୍ତ୍ରୀଙ୍କୁ ବନ୍ଧୁକ ଦେଖାଇ କରିନେଲେ ଅପହରଣ: ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ

ଇସଲାମାବାଦ/ପେଶାୱାର,୨୨।୯: ଆତଙ୍କବାଦକୁ ପ୍ରଶ୍ରୟ ଦେଉଥିବା ପାକିସ୍ତାନରେ ଏବେ ଆଇନଶୃଙ୍ଖଳା ପରିସ୍ଥିତି ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡ଼ିଛି। ନିଜ ଦେଶର ନିର୍ବାଚିତ ଜନପ୍ରତିନିଧି ଏବଂ ମନ୍ତ୍ରୀମାନେ ମଧ୍ୟ ଏବେ ସୁରକ୍ଷିତ…

ବୁଢ଼ା ବୟସରେ ପ୍ରେମ, ପରେ ପ୍ରେମିକଙ୍କୁ ହତ୍ୟା କରି ଜାଳିଦେଲେ ୭୦ ବର୍ଷୀୟା! DNA ଟେଷ୍ଟ ଖୋଲିଲା ରହସ୍ୟ

ମୁମ୍ବାଇ,୨୨।୯: ମହାରାଷ୍ଟ୍ରର ସୋଲାପୁର ଜିଲାପଣ୍ଢରପୁରରୁ ଏକ ଚାଞ୍ଚଲ୍ୟକର ହତ୍ୟା ଘଟଣା ସାମ୍ନାକୁ ଆସିଛି। ୭୦ ବର୍ଷ ବୟସରେ ପ୍ରେମ ସମ୍ପର୍କକୁ ନେଇ ନିଜ ପ୍ରେମିକଙ୍କୁ ହତ୍ୟା କରିବା…

୩୮୦ କୋଟିର ଗଡ଼ବଡ଼ ଅଭିଯୋଗ ଆଣିଲା CJP , ତଦନ୍ତ ଦାବି: ଓଡ଼ିଶା ସରକାର ଛାନିଆ!

ଭୁବନେଶ୍ୱର,୨୨।୯: ଓଡ଼ିଶାର ସ୍କୁଲ ପାଠ୍ୟପୁସ୍ତକରେ ତ୍ରୁଟି ଓ ଛପା-ବଣ୍ଟନକୁ ନେଇ ବିବାଦ ମଧ୍ୟରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି କକରୋଚ ଜନତା ପାର୍ଟି (CJP)। ଦଳର ସହ-ସଂଯୋଜକ…

ଭୋ ଭୋ ହୋଇ କାନ୍ଦିଲେ ଭାଜପା ମନ୍ତ୍ରୀ: ବିଜୟ ସତ୍ତ୍ୱେ…

ଅଲୱର,୨୨।୯: ରାଜସ୍ଥାନର ଅଲୱର ନଗର ନିଗମରେ ଭାଜପାର ବିଜୟ ପରେ ଭାବବିହ୍ବଳ ହୋଇପଡ଼ିଛନ୍ତି ରାଜ୍ୟ କ୍ୟାବିନେଟ ମନ୍ତ୍ରୀ ସଞ୍ଜୟ ଶର୍ମା। ଅଲୱର ନଗର ନିଗମର ଦାୟିତ୍ୱ ତାଙ୍କୁ…

କମାଲ୍‌ କଲେ ୧୩ ବର୍ଷୀୟା ବାଳିକା: ଏସିଆନ ଗେମ୍ସରେ ୨ ସ୍ବର୍ଣ୍ଣ ସହ ମହାରେକର୍ଡ

ନୂଆଦିଲ୍ଲୀ,୨୨।୯: ଯେଉଁ ବୟସରେ ଅଧିକାଂଶ ପିଲା ପାଠପଢ଼ା ଓ ଖେଳର ମୌଳିକ ଅଭ୍ୟାସରେ ବ୍ୟସ୍ତ ରହନ୍ତି, ସେହି ବୟସରେ ଚାଇନାର ୧୩ ବର୍ଷୀୟା ସନ୍ତରଣକାରୀ ୟୁ ଜିଦି…

ଆଗାମୀ ୩ ମାସ ଏହି ରାଶିଙ୍କ ଭାଗ୍ୟରେ ଲାଗିବ ଲଟେରୀ! ମିଳିବ ମନଚାହାଁ ସଫଳତା, ଚାକିରିରେ ପଦୋନ୍ନତି, ବ୍ୟବସାୟରେ ଟଙ୍କା ହିିଁ ଟଙ୍କା

ଭୁବନେଶ୍ୱର: ୨୦୨୬ ବର୍ଷ ଶେଷ ଆଡ଼କୁ ଗତି କରୁଥିବା ବେଳେ ଆଗାମୀ ତିନି ମାସ ଧାର୍ମିକ ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ଏହି…

ଆସିଲା ନୂଆ ସିମ୍ କାର୍ଡ ନିୟମ; ନିଜ ସିମ୍‌ ଅନ୍ୟକୁ ଦେଲେ ଏତିକି ବର୍ଷ ଜେଲ୍‌

ନୂଆଦିଲ୍ଲୀ,୨୨।୯: ସିମ୍ କାର୍ଡକୁ ନେଇ ନୂଆ ନିୟମ ଆସିଛି । ଜଣେ ବ୍ୟକ୍ତିଙ୍କ ନାଁରେ ଚାଲୁଥିବା ସିମ୍‌ରୁ ଯଦି ସାଇବର ଠକେଇ କିମ୍ବା ଅନ୍ୟ କୌଣସି ବେଆଇନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?