ପ୍ରଶଂସକଙ୍କ ହୃଦୟ ଜିତିଲେ ଅକ୍ଷୟ

ବଲିଉଡର ଖିଲାଡି ଅକ୍ଷୟ କୁମାରଙ୍କ ବହୁପ୍ରତୀକ୍ଷିତ ଫିଲ୍ମ ‘ବଚ୍ଚନ ପାଣ୍ଡେ’ ଟ୍ରେଲର ରିଲିଜ ହୋଇଛି। ଫିଲ୍ମରେ ପ୍ରଥମ ଥର ଅକ୍ଷୟଙ୍କୁ ଏକ ଭୟଙ୍କର ଭୂମିକାରେ ଦେଖିବାକୁ ମିଳିଛି। ଏହି ଫିଲ୍ମର ନିର୍ମାତା ସାଜିଦ ନାଡିଆୱାଲାଙ୍କ ଜନ୍ମଦିନ ଅବସରରେ ଟ୍ରେଲର ରିଲିଜ ହୋଇଛି। ବଚ୍ଚନ ପାଣ୍ଡେ ଟ୍ରେଲରକୁ ତାଙ୍କ ସୋସିଆଲ ମିଡିଆରେ ଶେୟାର କରି ଅକ୍ଷୟ କୁମାର ଲେଖିଛନ୍ତି, ଧୁମ୍‌ ଧଡାକା, ରଙ୍ଗ୍‌ ପଟାଖା, ଆଓ ବନା ଲୋ ଟୋଲି। ଇସ୍‌ ବାର #BachchhanPaandey ଲା ରହେ ହେଁ ହୋଲି ପେ ଗୋଲି..। ଟ୍ରେଲରକୁ ଦର୍ଶକ ବହୁତ୍‌ ପ୍ରଶଂସା କରିଛନ୍ତି। ଅକ୍ଷୟ ଦମ୍‌ଦାର୍‌ ଅଭିନୟ ଦ୍ୱାରା ପ୍ରଶଂସକଙ୍କ ହୃଦୟ ଜିତିଛନ୍ତି। ଟ୍ରେଲର ରିଲିଜ ହେବାର କିଛି ଘଣ୍ଟା ପୂର୍ବରୁ ଅକ୍ଷୟ ଫିଲ୍ମର ପୋଷ୍ଟର ଶେୟାର କରିଥିଲେ। ପୋଷ୍ଟରରେ ଖିଲାଡି କୁମାର ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କ ରୋମାଣ୍ଟିକ୍‌ ଲୁକ୍‌ରେ ସହ ନଜର ଆସିଛନ୍ତି। ଏହି ଫିଲ୍ମରେ ଅରଶଦ ୱାର୍ସି, ଜ୍ୟାକଲିନ ଫର୍ଣ୍ଣାଣ୍ଡିଜ ଏବଂ କ୍ରିତି ସାନନ ପ୍ରମୁଖ ଭୂମିକାରେ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ରଟି ଏହି ହୋଲି ପ୍ରେକ୍ଷାଳୟରେ ନକ କରିବ।
ଅକ୍ଷୟ କୁମାର ଫିଲ୍ମରେ ଗୁଣ୍ଡା ଭୂମିକାରେ ଅଭିନୟ କରୁଛନ୍ତି। କ୍ରିତି ଜଣେ ଫିଲ୍ମ ନିର୍ମାତା, ଯିଏ ବଚ୍ଚନ ପାଣ୍ଡେଙ୍କ ଉପରେ ଏକ ଫିଲ୍ମ କରିବାକୁ ଚାହୁଁଛନ୍ତି। ତେଣୁ ସେ ବନ୍ଧୁ ଅର୍ଶଦ ୱାର୍ସିଙ୍କୁ ସାହାଯ୍ୟ ମାଗନ୍ତି। ଗୁଣ୍ଡା ଉପରେ ଏକ ପିଲ୍ମ ନିର୍ମାଣ କରିବାକୁ ଅର୍ଶଦ ତାଙ୍କୁ ବାରଣ କରିଛନ୍ତି। ଏହାକୁ ନେଇ ଫିଲ୍ମର ପୃଷ୍ଠଭୂମି ପ୍ରସ୍ତୁତ ହୋଇଛି। ଟ୍ରେଲରରେ ଅକ୍ଷୟଙ୍କ ସଂଳାପ ‘ମୁଝେ ଭାଇ ନେହଁି ଗଡଫାଦର ବୋଲତେ ହେଁ’ ଏବେ ଲୋକପ୍ରିୟ ହେବାରେ ଲାଗିଛି।

 


Enter your email to get our daily news in your inbox.

All Right Reserved By Dharitri.Com

ଏହି ହିରୋଇନ୍‌ଙ୍କ ସହ ଖେଳିଲେ ଭାଙ୍ଗିଯିବ ପରିବାର, ଯନ୍ତ୍ରଣା ବାଣ୍ଟିଲେ ଅଭିନେତ୍ରୀ

ପିଲାମାନଙ୍କର ଲାଳନପାଳନ ପାଇଁ ଉଭୟ ମାତାପିତାଙ୍କ ଆବଶ୍ୟକ, ମାତ୍ର ଅନେକ ପିଲା ଏହି ସୁଖରୁ ବଞ୍ଚିତ ହୋଇଥାନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ଅଭିନେତ୍ରୀ ରେଣୁକା...

ଫଟୋ ଶେୟାର କରି ପିତାଙ୍କୁ ମନେ ପକାଇଲେ ଅମିର

ମୁମ୍ବାଇ: ଆଗାମୀ ଫିଲ୍ମ ‘ଲାଲ୍‌ ସିଂହ ଚଢ଼ା’କୁ ନେଇ ଅମିର ଆଜିକାଲି ବହୁ ବ୍ୟସ୍ତ ରହୁଛନ୍ତି। ଏବେ ଏଥିରୁ କିଛି ସମୟ ବାହାର କରି ସୋସିଆଲ...

ପ୍ରଥମ ଥର ସ୍କ୍ରିନ୍‌ ଶେୟାର କରିବେ କ୍ରିତି-ଶାହିଦ୍‌

ବଲିଉଡ୍‌ ଅଭିନେତା ଶାହିଦ୍‌ କପୁର ଏବଂ କ୍ରିତି ସାନନଙ୍କୁ କଏ ବା ନ ଜାଣେ। ଦୁହେଁ ଦର୍ଶକଙ୍କୁ ଅନେକ ଫିଲ୍ମ ଭେଟି ଦେଇଛନ୍ତି। ହେଲେ ଏବେ...

ପବନରେ ଉଡି ଷ୍ଟଣ୍ଟ କଲେ ଟାଇଗର ଶ୍ରଫ୍‌

ମୁମ୍ବାଇ : ବଲିଉଡ ଅଭିନେତା ଟାଇଗର୍‌ ଶ୍ରଫ ନିଜର ଅଭିନୟରେ ସମସ୍ତଙ୍କ ପାଖରେ ନିଜର ପରିଚୟ ସ୍‌ୃଷ୍ଟି କରିପାରିଛନ୍ତି। ତାଙ୍କର ଷ୍ଟଣ୍ଟ ପାଇଁ ମଧ୍ୟ ବେଶ...

ରୋଷେଇ ଶିଖୁଛନ୍ତି ସୋନାକ୍ଷୀ

ବସିବାଠାରୁ କାଶିବା ଭଲ। ଦେଖୁନାହାନ୍ତି, ସେ ସାଇନ୍‌ କରିଥିବା ଫିଲ୍ମର ଶୁଟିଂ ଆରମ୍ଭ ହୋଇନାହିଁ। ତେଣୁ ଘରେ ବସି ରହିବା ଅପେକ୍ଷା ସେ ଗୋଟିଏ କାମରେ...

ଜୟପୁରରେ ଫିଲ୍ମ ‘ପାନିପତ’କୁ ବିରୋଧ

ଜୟପୁର,୯।୧୨: ବଡ଼ ପରଦାରେ ଫିଲ୍ମ ‘ପାନିପତ’ ରିଲିଜ୍‌ ହୋଇଛି। ରିଲିଜ୍‌ ପରେ ବି ଏହାକୁ ବିଭିନ୍ନ ସ୍ଥାନରେ ବିରୋଧ କରାଯାଉଛି। ରାଜସ୍ଥାନର ଜୟପୁର ଓ ଉତ୍ତରପ୍ରଦେଶର...

ପିତାଙ୍କୁ ଚାମ୍ପିୟନ୍‌ କହିଲେ ଦୀପିକା

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କ ପିତା ତଥା ପୂର୍ବତନ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳି ପ୍ରକାଶ ପାଦୁକୋନ ଆଜି ୬୫ ବର୍ଷରେ ପଦାର୍ପଣ କରିଛନ୍ତି। ଜନ୍ମଦିନରେ ପିତାଙ୍କ...

ଝିଅ ଜନ୍ମ ହେବା ପୂର୍ବରୁ ସ୍ବାମୀଙ୍କୁ ଏମିତି ପ୍ରତିଶ୍ରୁତି ଦେଇଥିଲେ ଲାରା, ୧୦ ବର୍ଷ ପରେ ବି ମାନୁଛନ୍ତି

ବଲିଉଡ ସେଲିବ୍ରିଟିଙ୍କ ମଧ୍ୟରେ ବିବାହ ଅଧିକ ଦିନ ତିଷ୍ଠି ରହିବା ସହଜ କଥା ନୁହେଁ। ଏଠାରେ ପ୍ରତିଦିନ ଦମ୍ପତିଙ୍କ ବ୍ରେକଅପ ଖବର ପଦାକୁ ଆସେ। ଏଭଳି...

Advertisement
Archives

Model This Week