ବାବୁଙ୍କ ପତନ

Dillip Cherian

କେରଳରେ ଧରାପଡ଼ିଥିବା ସୁନା ଚୋରା ଚାଲାଣ ର଼୍ୟାକେଟ୍‌ ଏକ ବଡ଼ ବିବାଦ ସୃଷ୍ଟି କରିଛି ଏବଂ ଜଣେ ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କର ପ୍ରଶାସନିକ ସେବାରେ ଥିବା ଉଜ୍ଜ୍ୱଳ କ୍ୟାରିୟରର ଆକସ୍ମିକ ଅନ୍ତ ଘଟିଛି। ଘଟଣାର କେନ୍ଦ୍ରରେ ଅଛନ୍ତି ମୁଖ୍ୟମନ୍ତ୍ରୀ ପିନାରାୟି ବିଜୟନ୍‌ଙ୍କ ପ୍ରମୁଖ ସଚିବ ତଥା ରାଜ୍ୟ ସୂଚନା ପ୍ରଯୁକ୍ତିବିଦ୍ୟା ସଚିବ ଏମ୍‌. ଶିବଶଙ୍କର। ଏହି ଦୁର୍ନୀତି ପାଇଁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ନିନ୍ଦିତ ହେବା ଆଶଙ୍କାରେ ବିଜୟନ୍‌ ପ୍ରଥମେ ଏହାର ତଦନ୍ତ ଦାବି କରିବା ସହ ତୁରନ୍ତ ଶିବଶଙ୍କରଙ୍କୁ ଉକ୍ତ ଦୁଇଟି ପଦବୀରୁ ହଟାଇ ଦେଇଛନ୍ତି। ଅଭିଯୁକ୍ତ ବାବୁ ଜଣକ ବର୍ତ୍ତମାନ ୩୦ କିଲୋଗ୍ରାମ୍‌ ସୁନା ଚୋରା କାରବାରର ମୁଖ୍ୟ ଅଭିଯୁକ୍ତଙ୍କ ସହ ତାଙ୍କର କିଛି ସମ୍ପର୍କ ଥିଲା କି ନାହିଁ ସେ ନେଇ ଯାଞ୍ଚର ସମ୍ମୁଖୀନ ହେବେ। ସୂଚନାନୁସାରେ ସରକାରରେ ଶିବଶଙ୍କରଙ୍କର ଖୁବ୍‌ ପ୍ରଭାବ ରହିଥିଲା। କେରଳକୁ ପୁଞ୍ଜି ନିବେଶର ଏକ ଆକର୍ଷକ କେନ୍ଦ୍ରରେ ପରିଣତ କରିବା ଲାଗି ତାଙ୍କୁ କ୍ରେଡିଟ୍‌ ଦିଆଯାଉଥିଲା। ଜଣେ ରୋକ୍‌ଠୋକ୍‌ ଓ ସକ୍ରିୟ ବାବୁ ଭାବରେ ଜଣାଶୁଣା ଶିବଶଙ୍କର ସରକାରଙ୍କ କେତେକ ଫ୍ଲାଗ୍‌ଶିପ୍‌ ପ୍ରୋଜେକ୍ଟ ଯଥା ରାଜ୍ୟରେ ହାଇସ୍ପିଡ୍‌ ଇଣ୍ଟର୍‌ନେଟ୍‌ ସଂଯୋଗ ଏବଂ ଷ୍ଟାର୍ଟଅପ୍‌ ମିଶନ୍‌ରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ତେଣୁ ଏପରି ଜଣେ ପ୍ରଭାବଶାଳୀ ବାବୁଙ୍କ ଆକସ୍ମିକ ପତନକୁ ତାଙ୍କ ସହକର୍ମୀମାନେ ସହଜରେ ହଜମ କରିପାରୁ ନାହାନ୍ତି।

ବାବୁଙ୍କୁ ଅସ୍ତ୍ର କରି ରାଜନୈତିକ ଯୁଦ୍ଧ
ସର୍ବଭାରତୀୟ ସେବା ନିୟମକୁ ଉଲ୍ଲଂଘନ କରି ନାଗାଲାଣ୍ଡ ସରକାର ଏହାର ୧୧ଟି ଜିଲାରୁ ୬ଟିରେ ଜିଲା ମାଜିଷ୍ଟ୍ରେଟ୍‌ କିମ୍ବା ଡେପୁଟି କମିଶନର ଭାବେ ଅଣ-ଆଇଏଏସ୍‌ ଅଧିକାରୀଙ୍କୁ ନିଯୁକ୍ତ କରି ନିଜ ପାଇଁ ଏକ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିଛନ୍ତି। ରାଜ୍ୟ ସରକାର କୁଶାସନ ଚଳାଇଛନ୍ତି ବୋଲି କେନ୍ଦ୍ର ସରକାର ସମାଲୋଚନା କରିଛନ୍ତି। ସୂଚନାନୁସାରେ କାର୍ମିକ ଓ ପ୍ରଶିକ୍ଷଣ ବିଭାଗ (ଡିଓପିଟି) ନାଗାଲାଣ୍ଡର ମୁଖ୍ୟ ଶାସନ ସଚିବ ଟେମ୍‌ଜେନ୍‌ ଟୟଙ୍କୁ ଚିଠି ଲେଖି ଏହାର ପ୍ରତିବାଦ କରିଛି ଏବଂ ଏହା ମଧ୍ୟ କହିଛି ଯେ ରାଜ୍ୟ ସରକାର ନିୟମାନୁଯାୟୀ ଉକ୍ତ ପଦଗୁଡ଼ିକରେ ନିଯୁକ୍ତି ଦେବାକୁ ଉପଯୁକ୍ତ ଆଇଏଏସ୍‌ ଅଧିକାରୀଙ୍କ ଅଭାବ ନାହିଁ। କୁହାଯାଉଛି ଯେ, ନଅ ଜଣ କର୍ମରତ ଆଇଏଏସ୍‌ ଅଧିକାରୀଙ୍କୁ ଡେପୁଟି କମିଶନର ବଦଳରେ ଏକ୍ସ-କ୍ୟାଡର କିମ୍ବା ଅଧସ୍ତନ ପଦବୀରେ ଅବସ୍ଥାପିତ କରାଯାଇଛି। ଆଇଏଏସ୍‌ କ୍ୟାଡର ରୁଲ୍‌ର ୯ ନମ୍ବର ନିୟମରେ କୁହାଯାଇଛି ଯେ, କେତେକ ବ୍ୟତିକ୍ରମ ଛଡ଼ା ଜଣେ ଅଣ-ଆଇଏଏସ୍‌ ଅଧିକାରୀଙ୍କ ଦ୍ୱାରା କ୍ୟାଡର ପଦବୀ ପୂରଣ କରାଯାଇପାରିବ ନାହିଁ ଏବଂ ଯଦି କରାଯିବ ତେବେ ତାହା କେବଳ ଏକ ଅସ୍ଥାୟୀ ସମାଧାନ ହେବ, ଯେଉଁଥିପାଇଁ କେନ୍ଦ୍ର ସରକାରଙ୍କ ଅନୁମୋଦନ ନେବା ଜରୁରୀ। କୌତୂହଳର ବିଷୟ, ରାଜ୍ୟପାଳ ଆର୍‌.ଏନ୍‌ ରବି ମଧ୍ୟ ମୁଖ୍ୟମନ୍ତ୍ରୀ ନିଫିଉ ରିଓଙ୍କୁ ଚିଠି ଲେଖି ଜଣାଇଛନ୍ତି ଯେ, କୌଣସି ବଦଳି କରିବାକୁ ହେଲେ ପୂର୍ବରୁ ରାଜ୍ୟପାଳଙ୍କ ଅନୁମୋଦନ ନେବାକୁ ପଡ଼ିବ। ଜଣାପଡ଼ୁଛି ସେତେ ଯେମିତି ବାବୁଙ୍କୁ ଅସ୍ତ୍ର କରି ଏକ ରାଜନୈତିକ ଯୁଦ୍ଧ ଆରମ୍ଭ ହୋଇଯାଇଛି।

ଏଡିବିର ନୂଆ ଉପାଧ୍ୟକ୍ଷ
ଏସିଆନ୍‌ ଡେଭ୍‌ଲପ୍‌ମେଣ୍ଟ ବ୍ୟାଙ୍କ (ଏଡିବି)ର ଉପାଧ୍ୟକ୍ଷ ଭାବେ ନିର୍ବାଚନ କମିଶନର ଅଶୋକ ଲାଭାସାଙ୍କ ନିଯୁକ୍ତି ଅନେକ ବିଷୟକୁ ସ୍ପଷ୍ଟ କରିଛି। ଏପ୍ରିଲ ୨୦୨୧ରେ ମୁଖ୍ୟ ନିର୍ବାଚନ କମିଶନର ସୁନୀଲ ଅରୋଡ଼ାଙ୍କ ଅବସର ପରେ ଲାଭାସା ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର ହୋଇଥାନ୍ତେ। କିନ୍ତୁ ବର୍ତ୍ତମାନ ନୂତନ କାର୍ଯ୍ୟଭାର ଗ୍ରହଣ କରିବାକୁ ତାଙ୍କୁ ପୂର୍ବ ପଦବୀରୁ ଇସ୍ତଫା ଦେବାକୁ ପଡ଼ିବ। ସେ କାର୍ଯ୍ୟକାଳ ପୂରଣ କରିବା ପୂର୍ବରୁ ଅନ୍ୟ ଏକ ନିଯୁକ୍ତି ପାଇବାରେ ପ୍ରଥମ ନିର୍ବାଚନ କମିଶନର ହେବେ। ଅନ୍ୟ ନିର୍ବାଚନ କମିଶନର ସୁଶୀଲ ଚନ୍ଦ୍ର ପରବର୍ତ୍ତୀ ମୁଖ୍ୟ ନିର୍ବାଚନ କମିଶନର ହେବା ପାଇଁ ଆଉ କୌଣସି ପ୍ରତିବନ୍ଧକ ରହିବ ନାହିଁ। ତା’ଛଡ଼ା ସରକାର ଆଉ ଜଣେ ପୂର୍ବତନ ବାବୁଙ୍କୁ ସୁଶୀଲ ଚନ୍ଦ୍ରଙ୍କ ସ୍ଥାନରେ ନିର୍ବାଚନ କମିଶନର ଭାବେ ନିଯୁକ୍ତ କରିବାକୁ ବାଟ ସଫା ହୋଇଯିବ। କୌତୂହଳର ବିଷୟ, ଲାଭାସା ତାଙ୍କ ନୂତନ ନିଯୁକ୍ତି ବିଷୟରେ ଅବଗତ ନ ଥିଲେ, ଯଦିଚ ସଂପୃକ୍ତ ସରକାର ନିଷ୍ପତ୍ତିରେ ସାମିଲ ନ ହେଲେ ଅନେକ ଅନ୍ତର୍ଜାତୀୟ ସଂସ୍ଥା ନିଯୁକ୍ତି ଘୋଷଣା କରନ୍ତି ନାହିଁ। ହରିୟାଣା କ୍ୟାଡର୍‌ର ପୂର୍ବତନ ଆଇଏଏସ୍‌ ଅଧିକାରୀ ଲାଭାସା ଯିଏ କି ଅର୍ଥ, ପରିବେଶ, ଜଙ୍ଗଲ ଏବଂ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ଦାୟିତ୍ୱ ନେଇଥିଲେ, ସେ ନିର୍ବାଚନ କମିଶନର ହେବା ପରେ ସରକାରଙ୍କ ସହ ତିକ୍ତତା ଆରମ୍ଭ ହୋଇଥିଲା। ଗତବର୍ଷ ସାଧାରଣ ନିର୍ବାଚନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହା ଆଚରଣ ବିଧି ଉଲ୍ଲଂଘନ କରିଥିବା ନେଇ ଯେଉଁ ଅଭିଯୋଗ ହୋଇଥିଲା, ସେଥିରେ ନିର୍ବାଚନ ଆୟୋଗ ସେମାନଙ୍କୁ କ୍ଳିନ୍‌ ଚିଟ୍‌ ଦେଇଥିବା ବେଳେ ସେ ଏକାକୀ ଭିନ୍ନମତ ପୋଷଣ କରିଥିଲେ। ଏହାପରେ ଦୁର୍ନୀତି ଅଭିଯୋଗରେ ତାଙ୍କୁ ଏବଂ ତାଙ୍କ ପରିବାରକୁ ଅନେକ ଆୟକର ନୋଟିସର ସାମ୍ନା କରିବାକୁ ପଡିଥିଲା। ନୂତନ ନିଯୁକ୍ତି ସମ୍ଭବତଃ ଲାଭାସାଙ୍କୁ ଅଧିକ ଆଶ୍ୱସ୍ତି ଦେବ। ଆସନ୍ତା ବର୍ଷ କେତେକ ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ନିର୍ବାଚନ ଥିବାରୁ ତା’ ପୂର୍ବରୁ ପୋଲ୍‌ ପ୍ୟାନେଲରୁ ଜଣେ ଭିନ୍ନ ମତବାଲା ବିଦା ହେବା ସରକାରଙ୍କ ପାଇଁ ମଧ୍ୟ ଆଶ୍ୱସ୍ତିକର ହୋଇପାରେ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri