କରୋନା ମୁକାବିଲା ପାଇଁ ୫୨ କ୍ଲଷ୍ଟର ସଙ୍ଗରୋଧ କେନ୍ଦ୍ର

ଢେଙ୍କାନାଳ ଅଫିସ, ୨୫।୭ – ଢେଙ୍କାନାଳ ଜିଲାରେ କରୋନା ମୁକାବିଲା ସକରାତ୍ମକ ରହିଛି। ପ୍ରତିଟି ଜୀବନ ମୂଲ୍ୟବାନ ହୋଇଥିବାରୁ କୌଣସି କ୍ଷେତ୍ରରେ ଅବହେଳା କରାଯାଉନାହିଁ। ସିଂହଭାଗ ପ୍ରବାସୀ କ୍ୱାରାଣ୍ଟାଇନ୍‌ ଅବଧି ପୂରଣ କରି ଘରକୁ ଫେରିଲେଣି। ପୂର୍ବରୁ ଜିଲାର ୮ ବ୍ଲକ ଅଧୀନ ୨୧୨ ପଞ୍ଚାୟତରେ ହୋଇଥିବା ୩୭୨ ସଙ୍ଗରୋଧ କେନ୍ଦ୍ର ବନ୍ଦ କରାଯାଇଛି। ଏବେ ୫୨ କ୍ଲଷ୍ଟର ସଙ୍ଗରୋଧ କେନ୍ଦ୍ର ମାଧ୍ୟମରେ କରୋନା ମୁକାବିଲାକୁ ଗୁରୁତ୍ୱ ଦିଆଯାଉଥିବା ଜିଲାପାଳ ଭୂମେଶ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି।
କରୋନା ପ୍ରାଦୁର୍ଭାବ ସମୟରେ ରାଜ୍ୟ ତଥା ଜିଲା ବାହାରୁ ଢେଙ୍କାନାଳକୁ ୧୨,୦୬୫ ପ୍ରବାସୀ ଆସିଥିଲେ। ସେମାନଙ୍କ ମଧ୍ୟରୁ ୧୧,୩୯୮ ଜଣଙ୍କ ସ୍ବାବ୍‌ ପରୀକ୍ଷା କରାଯାଇଛି। ୧୫୦ଜଣଙ୍କ ରିପୋର୍ଟ ପଜିଟିଭ୍‌ ଆସିବା ପରେ ସମସ୍ତଙ୍କୁ ଚିକିତ୍ସା ପାଇଁ କୋଭିଡ୍‌ ହସ୍ପିଟାଲକୁ ପଠାଯାଇଥିଲା। ଆକ୍ରାନ୍ତଙ୍କ ମଧ୍ୟରୁ ୧୦୦ଜଣ ସୁସ୍ଥ ହୋଇସାରିଛନ୍ତି। ଅସ୍ଥାୟୀ ସ୍ବାସ୍ଥ୍ୟ କେନ୍ଦ୍ର (ଟିଏମ୍‌ସି)ରେ ରହିବା ପରେ ସୁସ୍ଥ ଏବଂ ପ୍ରବାସୀଙ୍କୁ ମିଶାଇ ମୋଟ ୧୧,୬୫୯ ଜଣ ଘରକୁ ଫେରିଯାଇଛନ୍ତି। ସଂକ୍ରମିତ ରୋଗୀଙ୍କୁ ଆବଶ୍ୟକ ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ଜିଲା କୋଭିଡ୍‌ ହେଲଥ୍‌ ସେଣ୍ଟରକୁ ଜିଲା କୋଭିଡ୍‌ ହସ୍ପିଟାଲରେ ପରିଣତ କରାଯାଇଛି। ୨୫୦ ଶଯ୍ୟାବିଶିଷ୍ଟ ଏହି ସ୍ବାସ୍ଥ୍ୟକେନ୍ଦ୍ରରେ ୬ ଶଯ୍ୟାରେ ଆଇସିୟୁ ସୁବିଧା ଉପଲବ୍ଧ। ଏଠାରେ ୪ଜଣ ବିଶେଷଜ୍ଞ ଡାକ୍ତର ଓ ୪ ଜଣ ଏମ୍‌ବିବିଏସ୍‌, ୯ଜଣ ଆୟୁଷ ଡାକ୍ତର ସେବା ଯୋଗାଉଛନ୍ତି। ସେମାନଙ୍କୁ ସହାୟତା କରିବାକୁ ୩୧ଜଣ ଷ୍ଟାଫନର୍ସ ଏବଂ ୫ଜଣ ଫାର୍ମାସିଷ୍ଟ ଅଛନ୍ତି। ସେହିପରି ସଦର ବ୍ଲକ ଗୋବିନ୍ଦପୁରଠାରେ ନିଶାଦ୍ରୀ ସ୍ବେଚ୍ଛାସେବୀ ଅନୁଷ୍ଠାନର ଗୃହରେ ୨୦୦ ଶଯ୍ୟା ବିଶିଷ୍ଟ ଅନ୍ୟ ଏକ କୋଭିଡ୍‌ କେୟାର ସେଣ୍ଟର ଖୋଲାଯାଇଛି।
ଏ ସଂକ୍ରାନ୍ତରେ ଅଧିକ ସୂଚନା ଦେଇ ଜିଲାପାଳ କୁହନ୍ତି, ଏଣିକି ପ୍ରତି ପଞ୍ଚାୟତରେ ୫ରୁ ୧୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ କେୟାର ହୋମ୍‌ ପ୍ରତିଷ୍ଠା ହେବ। ଥଣ୍ଡା, ଜ୍ୱର, କାଶ ଆଦି ଲକ୍ଷଣ ଦେଖାଦେଲେ ରୋଗୀଙ୍କୁ କୋଭିଡ୍‌ କେୟାର ହୋମ୍‌ରେ ରଖି ଚିକିତ୍ସା କରାଯିବ। ସେଠାରୁ ହିଁ ସେମାନଙ୍କ ସ୍ବାବ୍‌ ପରୀକ୍ଷା ପାଇଁ ପଠାଯିବ। ରିପୋର୍ଟ ପଜିଟିଭ୍‌ ଆସିଲେ କୋଭିଡ୍‌ ହସ୍ପିଟାଲକୁ ପଠାଯିବ। ଜିଲା କୋଭିଡ୍‌ ହସ୍ପିଟାଲକୁ ଆସୁଥିବା ରୋଗୀଙ୍କୁ ଉଚ୍ଚ ଗୁଣବତ୍ତାଯୁକ୍ତ ଖାଦ୍ୟ ପାନୀୟ ଦିଆଯାଉଥିବା ଜିଲାପାଳ ସୂଚନା ଦେଇଛନ୍ତି ା


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ଆକ୍ରମଣରେ ଜଣେ ଗୁରୁତର, ଗୋଟିଏ ଘର ଭାଙ୍ଗିଲେ

ଝୁମ୍ପୁରା, ୨୭।୧୦ (ଡି.ଏନ.ଏ.): ଝୁମ୍ପୁରା ବ୍ଲକ ଅନ୍ତର୍ଗତ ମଲଦା ଓ ବସନ୍ତପୁର ପଞ୍ଚାୟତରେ ୨ଦିନ ହେଲା ହାତୀପଲ ଆତଙ୍କ ଖେଳାଇ ଚାଲିଛନ୍ତି। ଧାନ ପାଚି ଆସୁଥିବା...

ମାପଚୁପ ହେଲା ମଙ୍ଗୁ ମଠ: ଉଚ୍ଛେଦ ଛଡ଼ାଇ ନେଇଛି ଖୁସି, ଫିକା ପଡ଼ିଲା ସୁନିଆ

ପୁରୀ ଅଫିସ, ୧୧-୯:ଶ୍ରୀମନ୍ଦିର ସୁରକ୍ଷା ଏବଂ ପୁରୀର ବିକାଶ ପାଇଁ ଚାଲିଛି ଉଚ୍ଛେଦ ଅଭିଯାନ। ପ୍ରାଥମିକ ପର୍ଯ୍ୟାୟରେ ବିପଦସଙ୍କୁଳ ମଠ ଭଙ୍ଗାଯାଉଛି। ଇତିମଧ୍ୟରେ ୨ଟି ପୁରାତନ...

୧୦ ଦିନରେ ଗଲାଣି ୪ ଜୀବନ

ସୋରଡା,୩୧ା୧୦(ଡି.ଏନ୍‌.ଏ.): ସୋରଡ଼ା ଥାନା ଅଞ୍ଚଳରେ ଦ୍ରୁତ ଗାଡିଚାଳନା ସମସ୍ୟା ସୃଷ୍ଟି କରୁଛି। ନାବାଳକ ତଥା ଅନଭିଜ୍ଞମାନେ ଦ୍ରୁତ ଗତିରେ ବାଇକ୍‌ ଚଲାଉଥିବାରୁ ଦୁର୍ଘଟଣା ବଢ଼ୁଛି। ବିଶେଷକରି...

ଓଲଟିଲା ବ୍ୟାଣ୍ଡପାର୍ଟି ଗାଡ଼ି: ଜଣେ ମୃତ

ଜୁନାଗଡ଼,୩୦।୪(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବଣ୍ଡାକୁଟ୍ରା ଛକ ନିକଟରେ ଶନିବାର ଭୋରରେ ବିବାହ ପ୍ରୋସେସନ ସାରି ଫେରୁଥିବା ବେଳେ ଏକ ବ୍ୟାଣ୍ଡପାର୍ଟି ଗାଡି ଦୁର୍ଘଟଣାଗ୍ରସ୍ତ...

୨୦ ପରିବାରର ଆତ୍ମାହୁତି ଚେତାବନୀ

କୁଜଙ୍ଗ, ୯।୭ (ଡି.ଏନ୍‌.ଏ.): କୁଜଙ୍ଗ ବ୍ଲକର ଚଟୁଆ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ପରିସର ଜମିକୁ ନେଇ ବିବାଦ ଦେଖାଦେଇଛି। ନିକଟସ୍ଥ ବଳରାମପୁର ଗ୍ରାମର ୨୦ଟି...

ସମସ୍ୟା ଘେରରେ କାଶୀନଗର ଏନ୍‌ଏସି

କାଶୀନଗର,୨୨ା୧୧: ଗଜପତି ଜିଲାର ଏକମାତ୍ର ଏନଏସି କାଶୀନଗର ସମସ୍ୟା ଘେରରେ ରହିଛି। ବେଶେଷକରି ଡମ୍ପିଂୟାର୍ଡ ସମସ୍ୟାର ସମାଧାନ ହୋଇପାରୁନଥିବା ଯୋଗୁ ଜନ ଅସନ୍ତୋଷ ବଢିବାରେ ଲାଗିଛି।...

ଆମ୍ବପାଳ ଗ୍ରାମରେ ଅଗ୍ନିକାଣ୍ଡ: ୩ ବଖରା ସହ ଜଳିଗଲେ ବୃଦ୍ଧା

ବଇଣ୍ଡା,୧ା୬(ଡି.ଏନ.ଏ.)-ଅନୁଗୋଳ ଜିଲା କିଶୋରନଗର ବ୍ଲକ ଆମ୍ବପାଳ ଗ୍ରାମରେ ସୋମବାର ପୂର୍ବାହ୍ନରେ ନିଆଁରେ ପୋଡ଼ି ହୋଇ ପୁଞ୍ଜେଇ ପ୍ରଧାନ(୯୦)ଙ୍କ ମୃତ୍ୟୁ ଘଟିଛି। ଏଥିସହ ତାଙ୍କର ୩ ବଖରା...

ଜାପାନିଜ ଏନସେଫାଲାଇଟିସ୍‌ ଟିକାକରଣରେ ଅବ୍ୟବସ୍ଥା: ଜଣେ ଶିଶୁଙ୍କୁ ୪ ଦିନରେ ୨ଥର ଟିକା

ଜଗତ୍‌ସିଂହପୁର ଅଫିସ, ୨୩ା୧୧: ୧ରୁ ୧୫ ବର୍ଷର ଶିଶୁଙ୍କୁ କ୍ୟୁଲେକ୍ସ ମସା କାମୁଡାରେ ସୃଷ୍ଟ ମାରାତ୍ମକ ସଂକ୍ରମଣ ରୋଗରୁ ମୁକ୍ତି ପାଇଁ ଜାପାନିଜ ଏନସେଫାଲାଇଟିସ୍‌ ଟିକା...

Advertisement
Archives

Model This Week