ବାବୁଙ୍କୁ ବାସିନ୍ଦା ଅଧିକାର

Dillip Cherian

ଜମ୍ମୁ-କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ହେବାର ୧୦ ମାସ ପରେ ସ୍ଥାନୀୟ ପ୍ରଶାସନ ଡୋମିସାଇଲ ସାର୍ଟିଫିକେଟ(ମୂଳ ବାସିନ୍ଦା ପ୍ରମାଣପତ୍ର) ଦେବା ଆରମ୍ଭ କରିଛି। ନୂଆ ନିୟମାନୁସାରେ ସ୍ଥାନୀୟ ଲୋକ ହୋଇ ନ ଥିଲେ ମଧ୍ୟ ଏହି ପ୍ରମାଣପତ୍ର ପାଇପାରିବେ। ବିହାରର ବରିଷ୍ଠ ଆଇଏଏସ୍‌ ଅଧିକାରୀ ନବୀନ କୁମାର ଚୌଧୁରୀ ଏହି କେନ୍ଦ୍ରଶାସିତ ଅଞ୍ଚଳରେ ମୂଳ ବାସିନ୍ଦା ଅଧିକାର ପାଇବାରେ ପ୍ରଥମ ପ୍ରଶାସକ ହୋଇପାରିଛନ୍ତି। ୧୯୯୪ ବ୍ୟାଚ୍‌ର ଜମ୍ମୁ-କଶ୍ମୀର କ୍ୟାଡର୍‌ ଅଧିକାରୀ ଚୌଧୁରୀ ଏବେ ଜମ୍ମୁ-କଶ୍ମୀର କୃଷି ଉତ୍ପାଦନ ବିଭାଗର ପ୍ରମୁୁଖ ସଚିବ ରହିଛନ୍ତି। ନିକଟରେ ଜମ୍ମୁ-କଶ୍ମୀରର ପୂର୍ବତନ ଲ୍ୟୁଟନାଣ୍ଟ ଗଭର୍ନର ଗିରିଶ ଚନ୍ଦ୍ର ମୁର୍ମୁ ଉଭୟ ସ୍ଥାନୀୟ ଓ ଅଣସ୍ଥାନୀୟ ଲୋକମାନଙ୍କୁ ଯଥାଶୀଘ୍ର ବାସିନ୍ଦା ପ୍ରମାଣପତ୍ର ଦେବା ଲାଗି ଅନ୍‌ଲାଇନରେ ଆବେଦନ ପ୍ରକ୍ରିୟା ଆରମ୍ଭ କରିଥିଲେ। ଚଳିତ ବର୍ଷର ପ୍ରାରମ୍ଭରେ ଗୃହ ବ୍ୟାପାର ମନ୍ତ୍ରଣାଳୟ ନିର୍ଦ୍ଦେଶ ଦେଇଥିଲେ ଯେ, ଯିଏ ଜମ୍ମୁ-କଶ୍ମୀରରେ ୧୫ ବର୍ଷ ବାସ କରୁଥିବେ କିମ୍ବା ଜମ୍ମୁ-କଶ୍ମୀରର କୌଣସି ଶିକ୍ଷାନୁଷ୍ଠାନରେ ୭ ବର୍ଷ ପଢିବା ସହ ଦଶମ କିମ୍ବା ଦ୍ୱାଦଶ ପରୀକ୍ଷା ଦେଇଥିବେ ସେମାନଙ୍କୁ ମୂଳ ବାସିନ୍ଦା ପ୍ରମାଣପତ୍ର ଦିଆଯିବ। କେନ୍ଦ୍ରର ଏଭଳି ଅଭିଯାନ ଦ୍ୱାରା କେନ୍ଦ୍ରଶାସିତ ଅଞ୍ଚଳରେ କେନ୍ଦ୍ର ସରକାରଙ୍କ ମନୋଭାବକୁ ନେଇ ଚିନ୍ତା ପ୍ରକଟ କରାଯାଇଛି। ଜମ୍ମୁ-କଶ୍ମୀରର ଜନସାଂଖି୍ୟକ ତଥା ସାଂସ୍କୃତିକ ପରିଚୟ ପରିବର୍ତ୍ତନ କରିବାକୁ ଏହା ଏକ ପ୍ରୟାସ ବୋଲି କେତେକ ମତ ଦେଇଛନ୍ତି। ସୂତ୍ରରୁ ପ୍ରକାଶ ଯେ, କେନ୍ଦ୍ର ନିୟମ ପରିବର୍ତ୍ତନ କରିବା ପରଠାରୁ ୩୦,୦୦୦ରୁ ଊର୍ଦ୍ଧ୍ୱ ଲୋକ ଅନ୍‌ଲାଇନରେ ମୂଳ ବାସିନ୍ଦା ପ୍ରମାଣପତ୍ର ପାଇସାରିଛନ୍ତି।

ଅବସର ଧାରାରେ ବାଛବିଚାର
କୋଭିଡ୍‌ ମହାମାରୀ ରାଜ୍ୟଗୁଡିକୁ ସେମାନଙ୍କ ଅର୍ଥନୀତିକୁ ସୀମିତ କରିବାକୁ ବାଧ୍ୟ କରିଥିବାବେଳେ ତାମିଲନାଡୁ ସରକାର ବରିଷ୍ଠ ଅଧିକାରୀମାନଙ୍କ ପାଇଁ ଅବସରକାଳୀନ ଭତ୍ତା ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଇଏଏସ୍‌ ଅଫିସର୍ସ୍‌ ଆସୋସିଏଶନ ଓ ବରିଷ୍ଠ ପ୍ରଶାସକଙ୍କ ଆବେଦନକୁ ଭିତ୍ତି କରି ସରକାର ଅବସରପ୍ରାପ୍ତ ସମସ୍ତ ମୁଖ୍ୟ ସଚିବ ଓ ଅତିରିକ୍ତ ମୁଖ୍ୟ ସଚିବମାନଙ୍କୁ ମାସକୁ ଅଧିକ ୧୦,୦୦୦ ଟଙ୍କା ଚାକିରିକାଳୀନ ଭତ୍ତା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦୁର୍ବଳ ଅର୍ଥନୀତିରେ ଥିବା ଅନେକ ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା ସ୍ଥଗିତ ରଖିବା ସହ ପେନସନ ଗ୍ରାଣ୍ଟ ଦେବାକୁ ମନା କରିଥିବାବେଳେ ତାମିଲନାଡୁ ସରକାରଙ୍କ ଏଭଳି ପଦକ୍ଷେପ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ଅତ୍ୟଧିକ ପେନ୍‌ସନ ବୋଝର ସମ୍ମୁଖୀନ ନ ହେବା ପାଇଁ ପାଖାପାଖି ଦୁଇମାସ ତଳେ ସରକାର ବାବୁମାନଙ୍କ ଅବସର ବୟସ ୫୮ରୁ ୫୯କୁ ବୃଦ୍ଧି କରିଥିଲେ। ଖୁବ୍‌ ନିକଟରେ, ସରକାର ଅବସର ନେବାକୁ ଯାଉଥିବା ମୁଖ୍ୟ ଶାସନ ସଚିବ କେ.ଶାନମୁଗମଙ୍କ ଚାକିରିକାଳ ମଧ୍ୟ ତିନିମାସ ବୃଦ୍ଧି କରିଛନ୍ତି।
ସୂତ୍ରରୁ ଜଣାପଡିଛି ଯେ ୨୦୧୫ରେ ପଡ଼ୋଶୀ ରାଜ୍ୟ କର୍ନାଟକ ଜାରି କରିଥିବା ସମାନ ଧରଣର ନିର୍ଦ୍ଦେଶକୁ ଭିତ୍ତି କରି ତାମିଲନାଡୁ ସରକାର ଏଭଳି ନିର୍ଦ୍ଦେଶ ଦେଇଛନ୍ତି। ସେତେବେଳେ କର୍ନାଟକ ସରକାର ଅବସର ନେଇଥିତ୍ବା ମଖ୍ୟସଚିବ ଏବଂ ଅତିରିକ୍ତ ସଚିବ ସ୍ତରୀୟ ବାବୁମାନଙ୍କର ପେନ୍‌ସନ ଓ ଅନ୍ୟାନ୍ୟ ସୁବିଧା ଉପରେ ୬,୦୦୦ ଟଙ୍କାର ଚାକିରିକାଳୀନ ଭତ୍ତା ସହ ଟେଲିଫୋନ ଏବଂ ଚିକିତ୍ସା ଭତ୍ତାଦେବାକୁ ଅନୁମତି ଦେଇଥିଲେ।

ଡାକ୍ତରରୁ ମୁଖ୍ୟ ସଚିବ
ମଣିପୁର ଜଣେ ଯୋଗ୍ୟ ଡାକ୍ତରଙ୍କୁ ନୂଆ ମୁଖ୍ୟ ଶାସନ ସଚିବ ଭାବେ ପାଇଛି। ଜେ. ସୁରେଶ ବାବୁ ଅବସର ନେବାପରେ ମଣିପୁର କ୍ୟାଡର୍‌ର ବରିଷ୍ଠ ଆଇଏଏସ୍‌ ଅଧିକାରୀ ରାଜେଶ କୁମାରଙ୍କୁ ନୂଆ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଏହା ପୂର୍ବରୁ ସେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ରହିଥିଲେ। ବାବୁ ମଧ୍ୟ ଜଣେ ଡାକ୍ତର ଥିଲେ ଓ ପରେ ସିଭିଲ୍‌ ସର୍ଭ୍ୟାଣ୍ଟ ହୋଇପାରିଥିଲେ। ମୁଖ୍ୟ ଶାସନ ସଚିବ ପଦରେ ମଣିପୁରର ଜଣେ ଯୋଗ୍ୟ ବାସିନ୍ଦାଙ୍କୁ ନିଯୁକ୍ତି ଦେବା ପାଇଁ ରାଜ୍ୟର ବହୁ ଛାତ୍ର ସଂଗଠନ ପକ୍ଷରୁ ଦାବି କରାଯିବା ପରେ କୁମାରଙ୍କୁ ନିଯୁକ୍ତି ଦିଆଯାଇଛି। ହେଲେ ୧୯୮୮ ବ୍ୟାଚର ଆଇଏଏସ୍‌ ଅଧିକାରୀ ଡ.କୁମାର ଏହାର ଅଧିକାରୀ ନୁହନ୍ତି ବୋଲି କଥା ଉଠୁଛି ଓ କୁମାରଙ୍କ ନିଯୁକ୍ତି ଘୋଷଣା କରାଗଲା ପରେ ଏବେ ବହୁ ସଂଗଠନ ଏହି ନିଷ୍ପତ୍ତିର ସମୀକ୍ଷା କରିବାକୁ ଦାବି କରୁଛନ୍ତି। ତେବେ ରାଜ୍ୟ ସରକାର ଏହି ଦାବି ଉପରେ କୌଣସି ଧ୍ୟାନ ଦେଇନାହାନ୍ତି। ଏହାସହ ସରକାର ଦେଇଥିବା ‘ମୂଳ ସମୁଦାୟଙ୍କୁ ଅଧିକାରରୁ ବଞ୍ଚିତ କରାଯାଉଛି’ ମନ୍ତବ୍ୟକୁ କେନ୍ଦ୍ର କରି ଛାତ୍ର ଅଶାନ୍ତି ମଧ୍ୟ ଦେଖାଦେଇଛି। ଛାତ୍ର ସମୁଦାୟର ମାନସିକତାରେ ପହଞ୍ଚିଥିତ୍ବା ଆଘାତକୁ ଦୂର କରିବା ଲାଗି ପ୍ରଥମେ ନୂଆ ମୁଖ୍ୟ ଶାସନ ସଚିବ ଭାବେ ଡ. କୁମାରଙ୍କୁ ଏହାର ଚିକିତ୍ସା କରିବାକୁ ପଡିବ। ପ୍ରଶାସନିକ ଦାୟିତ୍ୱ ଭଲ ଭାବେ ନିର୍ବାହ କରିବା ସହ ଏହା ହିଁ ତାଙ୍କୁ କରିବାକୁ ହେବ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

୯/୧୧ ପରବର୍ତ୍ତୀ ଯୁଦ୍ଧ

ଆଉ ଦିନ କେଇଟା ପରେ ସେପ୍ଟେମ୍ୱର ୧୧ ଆକ୍ରମଣକୁ ୨୫ ବର୍ଷ ହୋଇଯିବ। ଆମେରିକୀୟମାନେ ଶୋକ ପ୍ରକାଶ କରିବେ ଏବଂ ଅନ୍ୟ ଏକ ଯୁଦ୍ଧ ଯୋଗୁ ସେମାନଙ୍କ…

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri