Posted inଖେଳ

ବିଶ୍ୱରେକର୍ଡ କଲେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌

କରାଚି,୧୭।୩: ଅଷ୍ଟ୍ରେଲିଆ ବିପକ୍ଷ କରାଚି ଟେଷ୍ଟରେ ପାକିସ୍ତାନ ଅଧିନାୟକ ବାବର ଆଜାମ ଚମତ୍କାର ପ୍ରଦର୍ଶନ କରିଛନ୍ତି। ୫୦୬ ରନର ଲକ୍ଷ୍ୟର ଜବାବରେ ପାକିସ୍ତାନ ଦଳ ଚତୁର୍ଥ ଇନିଂସରେ ଏକ ସମୟରେ ୨୧ ରନରେ ୨ ଉଇକେଟ ହରାଇଥିଲା। ଏହା ପରେ ବାବର ପାକିସ୍ତାନର ବିଜୟ ଆଶା ବଢାଇଥିଲେ। ଯଦିଓ ପାକିସ୍ତାନ ବିଜୟ ହାସଲ କରିପାରିଲା ନାହିଁ, କିନ୍ତୁ ପରାଜୟକୁ ଏଡାଇବାରେ ସଫଳ ହୋଇଥିଲା। ପାକିସ୍ତାନୀ ଅଧିନାୟକ ଅଷ୍ଟ୍ରେଲିଆ ସମ୍ମୁଖରେ ଏକ ପଥର ଭଳି ଛିଡ଼ା ହୋଇଥିଲେ ଏବଂ ଚତୁର୍ଥ ଇନିଂସରେ ୧୯୬ ରନର ଏକ ବିରାଟ ଇନିଂସ ଖେଳିଥିଲେ।
ବାବର ମାତ୍ର ୪ ରନ ପାଇଁ ଦ୍ୱିଶତକ ହାସଲ କରିବାରୁ ବଞ୍ଚିତ ହୋଇଥିଲେ। କିନ୍ତୁ ଏକ ବିରାଟ ଇନିଂସ ଜରିଆରେ ସେ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ। ବାବର ବିରାଟ କୋହଲି, ରିକି ପଣ୍ଟିଙ୍ଗଙ୍କ ପରି ଭେଟେରାନ ମାନଙ୍କୁ ପଛରେ ପାକାଇଥିଲେ। ସେ ଟେଷ୍ଟ ମ୍ୟାଚର ଚତୁର୍ଥ ଇନିଂସରେ ସର୍ବାଧିକ ରନ ସଂଗ୍ରହ କରିବାରେ ଦୁନିଆର ପ୍ରଥମ ଅଧିନାୟକ ହୋଇପାରିଛନ୍ତି।
ଏହାପୂର୍ବରୁ ଏହି ରେକର୍ଡ ଇଂଲଣ୍ଡର ମାଇକେଲ ଆର୍ଥଟନଙ୍କ ନାମରେ ଥିଲା, ଯିଏ ୧୯୯୫ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅପରାଜିତ ୧୮୫ ରନ କରିଥିଲେ। ଏହି ତାଲିକାରେ ମାଇକେଲଙ୍କ ପରେ ବେଭାନ କଙ୍ଗଡନ, ଡନ ବ୍ରାଡମ୍ୟାନ, ରିକି ପଣ୍ଟିଂ, ଗ୍ରାମ ସ୍ମିଥ, ବ୍ରାଏନ ଲାରା, ବିରାଟ କୋହଲିଙ୍କ ପରି ଭେଟେରାନମାନେ ମଧ୍ୟ ସାମିଲ ଅଛନ୍ତି। ବାବର ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି। କୋହଲି ୨୦୧୪ରେ ଅଷ୍ଟ୍ରେଲିଆ ବିପକ୍ଷରେ ଅଧିନାୟକ ଭାବରେ ଚତୁର୍ଥ ଇନିଂସରେ ୧୪୧ ରନ ସଂଗ୍ରହ କରିଥିଲେ।
ଏହା ବ୍ୟତୀତ ବାବର ଆଜାମ ମଧ୍ୟ ଚତୁର୍ଥ ଇନିଂସରେ ସର୍ବାଧିକ ରନ ସଂଗ୍ରହ କରିଥିବା ପାକିସ୍ତାନର ପ୍ରଥମ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ବାବର ୟୁନିସ ଖାନଙ୍କୁ ପଛରେ ପକାଇଛନ୍ତି। ୨୦୧୫ ରେ ଶ୍ରୀଲଙ୍କା ବିପକ୍ଷ ଚତୁର୍ଥ ଇନିଂସରେ ୟୁନିସ ଅପରାଜିତ ୧୭୧ ରନ ସଂଗ୍ରହ କରିଥିଲେ। ଚତୁର୍ଥ ଇନିଂସରେ ୪୦୦ରୁ ଅଧିକ ବଲ ଖେଳିଥିବା ପାକିସ୍ତାନର ପ୍ରଥମ ବ୍ୟାଟ୍ସମ୍ୟାନ ହୋଇପାରିଛନ୍ତି ବାବର।


Enter your email to get our daily news in your inbox.

All Right Reserved By Dharitri.Com

ରାଜନଗରରେ ସୁଜାତାଙ୍କ ସନ୍ଦେହଜନକ ମୃତ୍ୟୁ: ଶାଶୂଘର ଲୋକଙ୍କ ବିରୋଧରେ ହତ୍ୟା ଅଭିଯୋଗ, ସ୍ୱାମୀଙ୍କୁ ଅଟକ ରଖିଲା…

ରାଜନଗର,୨୯।୯(ଭାସ୍କର ରାଉତରାୟ): ରାଜନଗର ଥାନା ଅନ୍ତର୍ଗତ ସାନବଡ଼ ଗୋପାଳପୁର ପଞ୍ଚାୟତ ଗୋସିଗାଁର ଇନ୍ଦ୍ରମଣି ରାଉତଙ୍କ ବୋହୂ ସୁଜାତା ପ୍ରଧାନଙ୍କର ସନ୍ଦେହଜନକ ମୃତ୍ୟୁ ଘଟିଛି। ଏହି ଘଟଣାରେ ଶାଶୂଘର…

୫ ରାଶି ଉପରେ କୃପା କରିବେ ଶନି; ଟଙ୍କାରେ ପୁରିଯିବ ଘର, କ୍ୟାରିୟରରେ ମିଳିବ ବଡ଼ ସଫଳତା

ଜ୍ୟୋତିଷ ଶାସ୍ତ୍ରରେ ଶନିଙ୍କୁ କର୍ମଫଳଦାତା ଏବଂ ନ୍ୟାୟର କାରକ ଗ୍ରହ ବୋଲି ବିବେଚନା କରାଯାଏ। ଶନି ପ୍ରତ୍ୟେକ ବ୍ୟକ୍ତିଙ୍କୁ ତାଙ୍କ କର୍ମ ଅନୁସାରେ ଶୁଭ ତଥା ଅଶୁଭ…

ଛାଡ଼ିଲା ବନ୍ୟା, ବଢ଼ିଲା ଚାଷୀଙ୍କ ଦୁର୍ଦ୍ଦଶା

ଭବାନୀପାଟଣା,୨୯ା୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାରେ ଗତ ସପ୍ତାହରେ ହାତୀ ଓ ତେଲ ନଦୀରେ ବନ୍ୟା ଆସିବାରୁ ନଦୀ କୂଳରେ ଥିବା ଶତାଧିକ ଏକର ଧାନଚାଷ ନଷ୍ଟ…

ସିରିଜ୍‌ ବିଜୟ ଲକ୍ଷ୍ୟରେ ଭାରତ, ପୁଣି କୋହଲିଙ୍କ ଉପରେ ପ୍ରଶଂସକଙ୍କ ନଜର

ଗୁଆହାଟୀ,୨୯ା୯: ଭାରତ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ବୁଧବାର ଚଳିତ ଦିନିକିଆ ସିରିଜ୍‌ର ଦ୍ୱିତୀୟ ମ୍ୟାଚ୍‌ ଖେଳାଯିବ। ପ୍ରଥମ ମ୍ୟାଚ୍‌କୁ ବିରାଟ କୋହଲି ଓ ଶୁବମନ ଗିଲ୍‌ଙ୍କ ଶତକ ବଳରେ ଅତି…

ମୋହିତ ଶର୍ମାଙ୍କୁ ମିଳିଲା ସିଏସ୍‌କେର ଗୁରୁଦାୟିତ୍ୱ

ଚେନ୍ନାଇ,୨୯ା୯: ପୂର୍ବତନ ଭାରତୀୟ ପେସର ମୋହିତ ଶର୍ମା ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)ରେ ନୂଆ ବୋଲିଂ କୋଚ୍‌ ଭାବେ ଯୋଗଦେବେ। ୩୮ ବର୍ଷୀୟ ମୋହିତ ସିଏସ୍‌କେ ପାଇଁ…

ବଦଳିବ ଗ୍ରହଙ୍କ ଚାଲ୍: ବୁଧ-ମଙ୍ଗଳଙ୍କ ଯୋଗରୁ ଖୋଲିଯିବ ୪ଟି ରାଶିର ଭାଗ୍ୟ, ହେବେ ମାଲାମାଲ୍!

ଜ୍ୟୋତିଷ ଶାସ୍ତ୍ରରେ ଗ୍ରହମାନଙ୍କର ସ୍ଥିତି ଏବଂ ସେମାନଙ୍କ ମଧ୍ୟରେ ସୃଷ୍ଟି ହେଉଥିବା ସମ୍ପର୍କକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେକରାଯାଏ। ଦୁଇଟି ଗ୍ରହ ପରସ୍ପରଠାରୁ ଏକ ବିଶେଷ କୋଣରେ ଅବସ୍ଥାନ…

ଟ୍ରାଫିକ ଚାଲାଣ ବାକିଥିଲେ କଟିବ ଘର ଲାଇନ୍‌! ସୁପ୍ରିମକୋର୍ଟ କହିଲେ ବଡ଼କଥା

ନୂଆଦିଲ୍ଲୀ,୨୯।୯: ଗାଡ଼ି ଚଳାଉଛନ୍ତି କି? ତେବେ ଆପଣଙ୍କ ପାଇଁ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର। ଟ୍ରାଫିକ୍‌ ନିୟମ ଉଲ୍ଲଂଘନ କରି ଇ-ଚାଲାଣ କଟିବା ପରେ ଦୀର୍ଘଦିନ ଧରି ଜରିମାନା…

PNB ଘୋଟାଲାରେ ବଡ଼ ସଫଳତା! ନୀରବ ମୋଦିଙ୍କ ସହଯୋଗୀ ସନ୍ଦୀପ ମିସ୍ତ୍ରୀଙ୍କୁ UAEରୁ ଅଣାଗଲା ଭାରତ, ଗିରଫ କଲା CBI

ମୁମ୍ବାଇ,୨୯।୯: ନୀରବ ମୋଦିଙ୍କ ସହ ଜଡ଼ିତ ବହୁଚର୍ଚ୍ଚିତ PNB (ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ) ଘୋଟାଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା (CBI)କୁ ମିଳିଛି ବଡ଼ ସଫଳତା। ଏହି ମାମଲାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?