Posted inଖେଳ

ବିଶ୍ୱରେକର୍ଡ କଲେ ପାକିସ୍ତାନ ବ୍ୟାଟ୍ସମ୍ୟାନ୍‌

କରାଚି,୧୭।୩: ଅଷ୍ଟ୍ରେଲିଆ ବିପକ୍ଷ କରାଚି ଟେଷ୍ଟରେ ପାକିସ୍ତାନ ଅଧିନାୟକ ବାବର ଆଜାମ ଚମତ୍କାର ପ୍ରଦର୍ଶନ କରିଛନ୍ତି। ୫୦୬ ରନର ଲକ୍ଷ୍ୟର ଜବାବରେ ପାକିସ୍ତାନ ଦଳ ଚତୁର୍ଥ ଇନିଂସରେ ଏକ ସମୟରେ ୨୧ ରନରେ ୨ ଉଇକେଟ ହରାଇଥିଲା। ଏହା ପରେ ବାବର ପାକିସ୍ତାନର ବିଜୟ ଆଶା ବଢାଇଥିଲେ। ଯଦିଓ ପାକିସ୍ତାନ ବିଜୟ ହାସଲ କରିପାରିଲା ନାହିଁ, କିନ୍ତୁ ପରାଜୟକୁ ଏଡାଇବାରେ ସଫଳ ହୋଇଥିଲା। ପାକିସ୍ତାନୀ ଅଧିନାୟକ ଅଷ୍ଟ୍ରେଲିଆ ସମ୍ମୁଖରେ ଏକ ପଥର ଭଳି ଛିଡ଼ା ହୋଇଥିଲେ ଏବଂ ଚତୁର୍ଥ ଇନିଂସରେ ୧୯୬ ରନର ଏକ ବିରାଟ ଇନିଂସ ଖେଳିଥିଲେ।
ବାବର ମାତ୍ର ୪ ରନ ପାଇଁ ଦ୍ୱିଶତକ ହାସଲ କରିବାରୁ ବଞ୍ଚିତ ହୋଇଥିଲେ। କିନ୍ତୁ ଏକ ବିରାଟ ଇନିଂସ ଜରିଆରେ ସେ ବିଶ୍ୱ ରେକର୍ଡ ସୃଷ୍ଟି କରିଥିଲେ। ବାବର ବିରାଟ କୋହଲି, ରିକି ପଣ୍ଟିଙ୍ଗଙ୍କ ପରି ଭେଟେରାନ ମାନଙ୍କୁ ପଛରେ ପାକାଇଥିଲେ। ସେ ଟେଷ୍ଟ ମ୍ୟାଚର ଚତୁର୍ଥ ଇନିଂସରେ ସର୍ବାଧିକ ରନ ସଂଗ୍ରହ କରିବାରେ ଦୁନିଆର ପ୍ରଥମ ଅଧିନାୟକ ହୋଇପାରିଛନ୍ତି।
ଏହାପୂର୍ବରୁ ଏହି ରେକର୍ଡ ଇଂଲଣ୍ଡର ମାଇକେଲ ଆର୍ଥଟନଙ୍କ ନାମରେ ଥିଲା, ଯିଏ ୧୯୯୫ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଅପରାଜିତ ୧୮୫ ରନ କରିଥିଲେ। ଏହି ତାଲିକାରେ ମାଇକେଲଙ୍କ ପରେ ବେଭାନ କଙ୍ଗଡନ, ଡନ ବ୍ରାଡମ୍ୟାନ, ରିକି ପଣ୍ଟିଂ, ଗ୍ରାମ ସ୍ମିଥ, ବ୍ରାଏନ ଲାରା, ବିରାଟ କୋହଲିଙ୍କ ପରି ଭେଟେରାନମାନେ ମଧ୍ୟ ସାମିଲ ଅଛନ୍ତି। ବାବର ସମସ୍ତଙ୍କୁ ପଛରେ ପକାଇ ଦେଇଛନ୍ତି। କୋହଲି ୨୦୧୪ରେ ଅଷ୍ଟ୍ରେଲିଆ ବିପକ୍ଷରେ ଅଧିନାୟକ ଭାବରେ ଚତୁର୍ଥ ଇନିଂସରେ ୧୪୧ ରନ ସଂଗ୍ରହ କରିଥିଲେ।
ଏହା ବ୍ୟତୀତ ବାବର ଆଜାମ ମଧ୍ୟ ଚତୁର୍ଥ ଇନିଂସରେ ସର୍ବାଧିକ ରନ ସଂଗ୍ରହ କରିଥିବା ପାକିସ୍ତାନର ପ୍ରଥମ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ବାବର ୟୁନିସ ଖାନଙ୍କୁ ପଛରେ ପକାଇଛନ୍ତି। ୨୦୧୫ ରେ ଶ୍ରୀଲଙ୍କା ବିପକ୍ଷ ଚତୁର୍ଥ ଇନିଂସରେ ୟୁନିସ ଅପରାଜିତ ୧୭୧ ରନ ସଂଗ୍ରହ କରିଥିଲେ। ଚତୁର୍ଥ ଇନିଂସରେ ୪୦୦ରୁ ଅଧିକ ବଲ ଖେଳିଥିବା ପାକିସ୍ତାନର ପ୍ରଥମ ବ୍ୟାଟ୍ସମ୍ୟାନ ହୋଇପାରିଛନ୍ତି ବାବର।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଉଇକେଟ ନେବା ପରେ ବି ସେଲିବ୍ରେଟ୍‌ କରନ୍ତି ନାହିଁ ସୁନୀଲ ନରେନ୍‌, ପଛରେ ରହିଛି ଏଭଳି କାରଣ…

ନୂଆଦିଲ୍ଲୀ,୧୦।୫: କୌଣସି ବୋଲର ପାଇଁ ଉଇକେଟ ନେବା ସବୁଠାରୁ ବଡ଼ ମୂହୁର୍ତ୍ତ ହୋଇଥାଏ। ଏହାକୁ ନେଇ ସେ ନିଜର ଖୁସିକୁ ସେଲିବ୍ରେଶନ ମାଧ୍ୟମରେ ପରିପ୍ରକାଶ କରିଥାଏ।...

ଏହା ଲଜ୍ଜାଜନକ କଥା; ରାଗରେ ଏଭଳି କହିଦେଲେ ଶାମି…

ନୂଆଦିଲ୍ଲୀ,୧୦।୫: ହାଇଦ୍ରାବାଦ ବିପକ୍ଷରେ ଖେଳାଯାଇଥିବା ମ୍ୟାଚ୍‌ରେ କେଏଲ୍‌ ରାହୁଲଙ୍କ ଉପରେ ବର୍ଷିଥିଲେ ଲକ୍ଷ୍ନୌ ମାଲିକ। ଏହାର ଭିଡିଓ ଭାଇରାଲ ହେବା ପରେ ପ୍ରଶଂସକ ରାହୁଲଙ୍କ ସମର୍ଥନରେ...

ରାହୁଲ-ଗୋଏଙ୍କା ବିବାଦ ପରେ ଲକ୍ଷ୍ନୌ ଟିମ୍‌ରେ ହେବ ବଡ଼ ପରିବର୍ତ୍ତନ, ଏହି ଖେଳାଳି ହେବେ ଅଧିନାୟକ !

ନୂଆଦିଲ୍ଲୀ,୧୦।୫: ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ବୁଧବାର ଶୋଚନୀୟ ପରାଜୟ ପରେ ଆଇପିଏଲ୍‌ ପ୍ଲେ ଅଫ୍‌ ଦୌଡ଼ରୁ ପ୍ରାୟତଃ ବାହାର ହୋଇଛି ଲକ୍ଷ୍ନୌ ସୁପର ଜିଆଣ୍ଟସ। ଏହାକୁ...

ଆଇପିଏଲ୍‌ର ୧୦ ଟିମ୍‌ର ମାଲିକ କିଏ ଜାଣନ୍ତି

ଏବେ ଆଇପିଏଲ ଚାଲିଛି। ଏବେ ଏହି ମହାସମର ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆଉ ମାତ୍ର ୨ ସପ୍ତାହ ମଧ୍ୟରେ ଚଳିତବର୍ଷର ବିଜେତା କିଏ ଜଣାପଡିବ। ତେବେ...

ଏହି ସର୍ତ୍ତରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କଣ୍ଟ୍ରାକ୍ଟ ଦେଇଛି ବିସିସିଆଇ, ଖୁଲାସା କଲେ ଜୟ ଶାହା

ମୁମ୍ବାଇ,୧୦।୫: ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କୁ କାହିଁକି ବିସିସିଆଇ ସେଣ୍ଟ୍ରାଲ କଣ୍ଟ୍ରାକ୍ଟ ପଦାନ କଲା, ଏହାର ଖୁଲାସା କରିଛନ୍ତି ଜୟ ଶାହା। ବୁଧବାର...

ଆଇପିଏଲ୍‌ରୁ ବିଦା ହେଲେ ଏହି ୨ ଦଳ: ପ୍ଲେ ଅଫ୍‌ ଆଶା ଜୀବନ୍ତ ରଖିଛି ଆରସିବି

ନୂଆଦିଲ୍ଲୀ,୧୦।୫: ଆଇପିଏଲ ୨୦୨୪ର ୫୮ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ପଞ୍ଜାବ କିଙ୍ଗସକୁ ୬୦ ରନରେ ପରାସ୍ତ କରିଛି। ଏହି ପରାଜୟ ସହିତ ପଞ୍ଜାବ ଦଳ...

ଆଖି ପିଛୁଳାକେ ଏମିତି କାମ କରିଦେଲେ କୋହଲି: ଭାଇରାଲ ହେଉଛି ଭିଡିଓ

ଧର୍ମଶାଳା,୧୦।୫: ଧର୍ମଶାଳାରେ ଖେଳାଯାଇଥିବା ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୬୦ ରନ୍‌ରେ ପଞ୍ଜାବ କିଙ୍ଗ୍ସକୁ ପରାସ୍ତ କରିଛି। ପ୍ରଥମେ ବ୍ୟାଟିଂ କରି ଆରସିବି ୨୪୧ ରନ...

ଯେସାକୁ ତେସା କରିଦେଖାଇଲେ କୋହଲି

ନୂଆଦିଲ୍ଲୀ,୧୦।୫: ଆଇପିଏଲ ୨୦୨୪ର ୫୮ତମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ ପଞ୍ଜାବ କିଙ୍ଗ୍ସ ମଧ୍ୟରେ ଖେଳାଯାଇଥିଲ। ବେଙ୍ଗାଲୁରୁ ପଞ୍ଜାବ ବିପକ୍ଷରେ ଅତି ସହଜରେ ଏବଂ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri