Posted inଖେଳ

କୋହଲିଙ୍କ ମୁଣ୍ଡରୁ ମୁକୁଟ ଛଡାଇ ନେଲେ ଏହି ପାକିସ୍ତାନ ବ୍ୟାଟ୍ସମ୍ୟାନ୍

ଇସଲମାବାଦ,୧୪।୪: ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ ପଛରେ ପକାଇ ପାକିସ୍ତାନ ଅଧିନାୟକ ବାବର ଆଜାମ ବିଶ୍ୱର ଏକ ନମ୍ବର ଏକଦିବସୀୟ ବ୍ୟାଟ୍ସମ୍ୟାନ ହୋଇଛନ୍ତି। ୨୬ ବର୍ଷ ବୟସ୍କ ବାବର ୧୨୫୮ ଦିନ ପରେ ବିରାଟ କୋହଲିଙ୍କ ମୁଣ୍ଡରୁ ମୁକୁଟ ଛଡାନେଇଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷରେ ଶେଷ ହୋଇଥିବା ସିରିଜରେ ବାବର ଚମତ୍କାର ପ୍ରଦର୍ଶନ କରିଥିଲେ। ବୁଧବାର ଆଇସିସି ଦ୍ୱାରା ପ୍ରକାଶିତ ସର୍ବଶେଷ ର଼୍ୟାଙ୍କିଙ୍ଗରେ ସେ ୮୬୫ ପଏଣ୍ଟ ପାଇଛନ୍ତି। କୋହଲିଙ୍କ ଅପେକ୍ଷା ସେ ୮ ପଏଣ୍ଟ ଅଧିକ ଅଛି। ବିରାଟ କୋହଲି ଦ୍ୱିତୀୟ ସ୍ଥାନକୁ ଖସି ଆସିଥିବାବେଳେ ଟିମ ଇଣ୍ଡିଆର ଉପ-ଅଧିନାୟକ ରୋହିତ ଶର୍ମା ତୃତୀୟ ସ୍ଥାନରେ ଅଛନ୍ତି। ବାବର ଆଜାମ ଚତୁର୍ଥ ପାକିସ୍ତାନୀ କ୍ରିକେଟର୍‌ ଭାବେ ବିଶ୍ୱର ଏକ ନମ୍ବର ବ୍ୟାଟ୍ସମ୍ୟାନ ହୋଇଛନ୍ତି। ତାଙ୍କ ପୂର୍ବରୁ କେବଳ ଜାହିର ଅବ୍ବାସ (୧୯୮୩୮୪), ଜାଭେଦ ମିଆନ୍ଦାଦ (୧୯୮୮୮୯) ଏବଂ ମହମ୍ମଦ ୟୁସୁଫ ଏହି ସ୍ଥାନରେ ପହଞ୍ଚିଛନ୍ତି। ୨୦୧୦ ଏବଂ ୨୦୧୨ ଅଣ୍ଡର -୧୯ ବିଶ୍ୱକପର ଅଂଶବିଶେଷ ଥିବା ବାବର ୨୦୧୫ ପାକିସ୍ତାନୀ ଏକଦିବସୀୟ ଦଳରେ ଡେବ୍ୟୁ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

‘ମାରାଥନ ମ୍ୟାନ୍‌’ ବିବେକାନନ୍ଦ

ଜଣେ ଆଥଲେଟ୍‌ ଅଫୁରନ୍ତ ସହନଶକ୍ତିର ବିନିଯୋଗ ସହିତ ନିରନ୍ତର ଅଭ୍ୟାସ ଦ୍ୱାରା ହିଁ ମାରାଥନ ଦୌଡ଼ ଭଳି ଅତି କଷ୍ଟସାଧ୍ୟ ଇଭେଣ୍ଟରେ ସଫଳ ହୋଇଥାଏ। ଏହିପରି...

ହାରିସ ଦିଲ୍ଲୀ କ୍ୟାପିଟାଲ୍ସର ବୋଲିଂ କୋଚ୍‌

ଦୁବାଇ, ୨୬।୮(ପି.ଟି.)- ପୂର୍ବତନ ଅଷ୍ଟ୍ରେଲିଆ ପେସ୍‌ ବୋଲର ର଼୍ୟାନ ହାରିସ ଆଗାମୀ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପାଇଁ ଦିଲ୍ଲୀ କ୍ୟାପିଟାଲ ଦଳର ବୋଲିଂ କୋଚ୍‌...

ସିନ୍ଧୁ କ୍ୱାର୍ଟରଫାଇନାଲରେ

ଜାକର୍ତ୍ତା, ୧୮ା୭ (ପି.ଟି.)- ଭାରତର ଟପ୍‌ ମହିଳା ବ୍ୟାଡ୍‌ମିଣ୍ଟନ ଖେଳାଳି ପି. ଭି. ସିନ୍ଧୁ ଏଠାରେ ଚାଲିଥିବା ଇଣ୍ଡୋନେସିଆନ ଓପନ୍‌ ମହିଳା ସିଙ୍ଗଲ୍ସ ପ୍ରତିଯୋଗିତାର କ୍ୱାର୍ଟରଫାଇନାଲରେ...

ଶ୍ରୀଲଙ୍କା ବିପକ୍ଷ ଟି୨୦ ସିରିଜ ଜିତିଲା ଇଂଲଣ୍ଡ

କାର୍ଡିଫ, ୨୬ା୬ (ଏପି)-ବର୍ଷାରେ ପ୍ରଭାବିତ ଦ୍ୱିତୀୟ ଅନ୍ତର୍ଜାତୀୟ ଟି୨୦ କ୍ରିକେଟ ମ୍ୟାଚରେ ଇଂଲଣ୍ଡ ୫ ଉଇକେଟରେ ଶ୍ରୀଲଙ୍କାକୁ ପରାସ୍ତ କରିଛି। ଏଥିସହିତ ଦଳ ୨-୦ରେ ଅଗ୍ରଣୀ...

ନିଆରା ରେକର୍ଡ ହାସଲ କଲା ଭାରତୀୟ ଦଳ

ଚେନ୍ନାଇ,୧୪।୨: ଭାରତ ଏବଂ ଇଲଂଣ୍ଡ ମଧ୍ୟରେ ଚାଲିଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଟିମ ଇଣ୍ଡିଆ ୩୨୯ ରନ ସଂଗ୍ରହ କରିଥିଲା। ଏହି ମ୍ୟାଚ୍‌ ଟିମ...

ଫିଚର ଫର୍ମୁଲା-୩ ରେସ୍‌ ଜିତିଲେ ଦାରୁବାଲା

ଲି କ୍ୟସ୍‌ଲେଟ୍‌ (ଫ୍ରାନ୍ସ), ୨୨ା୬ (ପି.ଟି.): ଭାରତର ଭବିଷ୍ୟତ ଫର୍ମୁଲା-୧ ଡ୍ରାଇଭର ବୋଲି କୁହାଯାଉଥିବା ଜେହାନ ଦାରୁବାଲା ଏଫ୍‌ଆଇଏ ଫର୍ମୁଲା-୩ ଚାମ୍ପିୟନଶିପ୍‌ରେ ଦ୍ୱିତୀୟ ଥର ଟାଇଟଲ...

ଟ୍ରାକ୍‌ରୁ ଦୂରେଇ ଗଲେ ଉସେନ ବୋଲ୍ଟଙ୍କୁ ହରାଇଥିବା ଧାବକ

ଲସ୍‌ ଏଞ୍ଜେଲସ୍‌,୧୧।୨: ଆମେରିକାର କିମ୍ବଦନ୍ତୀ ଧାବକ ଜଷ୍ଟିନ ଗାଟଲିନ ଗୁରୁବାର ଆଥ୍‌ଲେଟିକ୍ସରୁ ସନ୍ନ୍ୟାନ ଘୋଷଣା କରିଛନ୍ତି। ୨୦୧୭ ବିଶ୍ୱ ଚାମ୍ପିୟନ୍‌ଶିପ୍‌ରେ ସେ କିମ୍ବଦନ୍ତୀ ଧାବକ ଉସେନ...

ଏବେ ସ୍ତ୍ରୀଙ୍କ ପାଇଁ ମୋ ମୁଣ୍ଡ ଖାଇବାର ସମୟ ଆସିଛି: କାହିଁକି ଏମିତି କହିଥିଲେ ଧୋନୀ

ପୂର୍ବତନ ଭାରତୀୟ ଅଧିନାୟକ ଏମଏସ ଧୋନୀ ସୋସିଆଲ ମିଡିଆରେ କମ ସକ୍ରିୟ ଅଛନ୍ତି। ସେ ମଧ୍ୟ ଲାଇମଲାଇଟଠାରୁ ଦୂରରେ ରହିବାକୁ ପସନ୍ଦ କରନ୍ତି ନିଜ ସୋସିଆଲ...

Advertisement
Archives

Model This Week