ସତ ହେବ କି ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ

ମସ୍କୋ,୨୮।୨:ରୁଷିଆ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧର ପଞ୍ଚମ ଦିନ। ରୁଷିଆ ସେନା ୟୁକ୍ରେନର ସବୁ ଦିଗରୁ ଘେରିବାକୁ ଚେଷ୍ଟା କରୁଛି। ଅନେକ ବିଶେଷଜ୍ଞ ଏହି ଯୁଦ୍ଧକୁ ତୃତୀୟ ବିଶ୍ୱଯୁଦ୍ଧର ଆରମ୍ଭ ବୋଲି ବିଚାର କରୁଛନ୍ତି। ତେବେ ଉଭୟ ଦେଶ ବର୍ତ୍ତମାନ ଧୀରେ ଧୀରେ କଥାବାର୍ତ୍ତା କରିବାକୁ ରାଜି ହୋଇଛନ୍ତି। ଏହି ସମୟରେ, ସୋସିଆଲ ମିଡିଆରେ ବାବା ଭଙ୍ଗାଙ୍କ ଭବିଷ୍ୟବାଣୀ ବିଷୟରେ ଅନେକ ଆଲୋଚନା ହେଉଛି, ଯିଏ ଏହି ଯୁଦ୍ଧର ଦଶନ୍ଧି ପୂର୍ବରୁ ପୂର୍ବାନୁମାନ କରିଥିଲେ।
ବାବା ଭଙ୍ଗା ଭବିଷ୍ୟବାଣୀ କରି କହିଥିଲେ ଯେ ଭବିଷ୍ୟତରେ ରୁଷିଆ ଜଗତର ରାଜା ହେବ ଏବଂ ୟୁରୋପ ଏକ ମରୁଭୂମିରେ ପରିଣତ ହେବ। ବାବା ଭେଙ୍ଗା କହିଥିଲେ, ସବୁକିଛି ବରଫ ପରି ତରଳି ଯିବ। କେବଳ ଗୋଟିଏ ଜିନିଷକୁ କେହି ଛୁଇଁ ପାରିବେ ନାହିଁ – ଭ୍ଲାଡିମିର ପୁଟିନ। ରୁଷିଆକୁ କେହି ଅଟକାଇ ପାରିବେ ନାହିଁ। ରୁଷିଆ ସମସ୍ତଙ୍କୁ ନିଜ ରାସ୍ତାରୁ ହଟାଇବ ଏବଂ ବିଶ୍ୱକୁ ଶାସନ କରିବ।
ବାବା ଭେଙ୍ଗା ବୁଲଗେରିଆର ବାସିନ୍ଦା ଥିଲେ। କୁହାଯାଏ ଯେ ଝଡ଼ରେ ତାଙ୍କର ଦୁଇ ଆଖି ହଜି ଯାଇଥିଲା। ଏହା ପରେ, ସେ ଇଶ୍ୱରଙ୍କଠାରୁ ଏକ ବରଦାନ ପାଇଥିଲେ, ଯେଉଁଥିରେ ସେ ଭବିଷ୍ୟତର ଘଟଣାଗୁଡ଼ିକୁ ଅନୁଭବ କରିପାରନ୍ତି। ୧୯୯୬ରେ, ସେ ସଂସାରରୁ ବିଦାୟ ନେଇଥିଲେ। କିନ୍ତୁ ତାଙ୍କର କିଛି ଭବିଷ୍ୟବାଣୀ ସତ ହେଉଛି। ଆଜି ପର୍ଯ୍ୟନ୍ତ ୯/୧୧ ଆତଙ୍କବାଦୀ ଆକ୍ରମଣ, ବ୍ରେକ୍ସିଟ, ସୋଭିଏତ୍‌ ୟୁନିଅନ ଇତ୍ୟାଦି ବିଷୟରେ ସେ ଯାହା କହିଥିଲେ ତାହା ସବୁ ସତ ହୋଇଥିଲା।
ବାବା ଭେଙ୍ଗା ତାଙ୍କ ଜୀବନରେ ୫୦୭୯ ପର୍ଯ୍ୟନ୍ତ ଅନେକ ଭବିଷ୍ୟବାଣୀ ଦେଇଛନ୍ତି। ସେ ବିଶ୍ୱାସ କରନ୍ତି ଯେ ୫୦୭୯ ପରେ ଦୁନିଆ ଧ୍ୱଂସ ହେବ। ବିଶେଷ କଥା ହେଉଛି ବାବା ଭେଙ୍ଗା ନିଜ ଭବିଷ୍ୟବାଣୀକୁ ନିଜେ ଲେଖି ନାହାଁନ୍ତି। ସେ ଏହାକୁ କେବଳ ତାଙ୍କ ଅନୁଗାମୀମାନଙ୍କୁ କହିଥିଲେ, ଯେଉଁମାନେ ପ୍ରତିବର୍ଷ ଆରମ୍ଭରେ ଏହାକୁ ବିଶ୍ୱକୁ ଆଣିଥା’ନ୍ତି।
ବାବା ଭେଙ୍ଗାଙ୍କ ପୂର୍ବାନୁମାନ ଅନୁଯାୟୀ, ୨୦୨୨ ମସିହାରେ ବନ୍ୟା ଦ୍ୱାରା ଅନେକ ଏସୀୟ ଦେଶ ଏବଂ ଅଷ୍ଟ୍ରେଲିଆ ପ୍ରଭାବିତ ହୋଇପାରନ୍ତି। ଏହା ବ୍ୟତୀତ ୨୦୨୨ ମସିହାରେ ଦୁନିଆରେ ଜଳ ସଙ୍କଟ ଆହୁରି ଗଭୀର ହେବାକୁ ଯାଉଛି, କାରଣ ଅନେକ ନଦୀର ଜଳ ପ୍ରଦୂଷିତ ହେବ। ଏହା ସହିତ ଅନେକ ହ୍ରଦ ଏବଂ ପୋଖରୀ ମଧ୍ୟ ନଷ୍ଟ ହୋଇଯିବ। ୨୦୨୨ରେ ବିଶ୍ୱ ତାପମାତ୍ରା ଯଥେଷ୍ଟ ବୃଦ୍ଧି ପାଇବ। ଯାହା ଭାରତରେ ସର୍ବାଧିକ ପ୍ରଭାବ ପକାଇବ ଏବଂ ମର୍କୁର ୫୦ ଡିଗ୍ରୀ ସେଲସିୟସ ଅତିକ୍ରମ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଆସିଛି କରୋନା, ଆପରାଧୀକ କାର୍ଯ୍ୟ ବନ୍ଦ କର: ଆମେରିକା ପୋଲିସ

ଓ୍ବାଶିଂଟନ,୧୮।୩ : ଆମେରିକାର ୫୦ଟି ରାଜ୍ୟରେ କରୋନା ସଂକ୍ରମଣ ଆତଙ୍କ ସୃଷ୍ଟି କରିଛି। ଏହାକୁ ଦୃଷ୍ଟିରେ ରଖି ଆମେରିକା ପୋଲିସ ପକ୍ଷରୁ ଅପରାଧିଙ୍କୁ ଅପିଲ୍‌ କରାଯାଇଛି...

ଗ୍ଲୋବାଲ୍‌ ଓ୍ବାର୍ମିଂ ଯୋଗୁ ଜନବସତି ମୁହାଁ ହେଲେଣି କୁମ୍ଭୀର

ସିଡ୍‌ନୀ,୨୩।୬: ଗ୍ଲୋବଲ୍‌ ଓ୍ବାର୍ମିଂ ଯୋଗୁ ଏବେ କୁମ୍ଭୀରଙ୍କ ଆକ୍ରମଣ ବୃଦ୍ଧି ପାଇବ ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି। ଧୀରେ ଧୀରେ ଜଳସ୍ତର କମିଯାଉଥିବାରୁ ଓ ଗ୍ରୀଷ୍ମ...

ରାଷ୍ଟ୍ରପତି ନିର୍ବାଚନ ପୂର୍ବରୁ ମୋଦିଙ୍କ ଉଦ୍ଦେଶ୍ୟରେ ଟୁଇଟ କଲେ ଶ୍ରୀଲଙ୍କା ନେତା ସାଜିଥ ପ୍ରେମଦାସା

କଲମ୍ବୋ,୨୦ ।୭: ଶ୍ରୀଲଙ୍କାରେ ୨୦ ଜୁଲାଇ ଅର୍ଥାତ୍ ବୁଧବାର ରାଷ୍ଟ୍ରପତି ପଦ ପାଇଁ ନିର୍ବାଚନ ହେବାକୁ ଯାଉଛି । ନିର୍ବାଚନର ଠିକ୍ ପୂର୍ବରୁ ରାଷ୍ଟ୍ରପତି ପଦ...

ମାନଚିତ୍ର ସଂଶୋଧନ ଆଲୋଚନା ଅଟକିଲା

କାଠମାଣ୍ଡୁ,୨୮ା୫: ନେପାଳ ମାନଚିତ୍ରରେ ପରିବର୍ତ୍ତନ ଲାଗି ବୁଧବାର ପାର୍ଲାମେଣ୍ଟରେ ସମ୍ବିଧାନ ସଂଶୋଧନ ନେଇ ଆଲୋଚନା ହେବାର ଥିଲା। ଏବେ ଆଲୋଚନାରୁ ଏହି ପ୍ରସଙ୍ଗ ବାଦ୍‌ ପଡ଼ିଛି।...

୫୪ ମହଲା କୋଠା ଉପରେ ଲାଣ୍ଡିଂ ସମୟରେ ହେଲିକପ୍ଟର ଦୁର୍ଘଟଣା ଗ୍ରସ୍ତ

ଓ୍ବାଶିଂଟନ,୧୧।୬: ଆମେରିକା ମୈନହଟନଠାରେ ଏକ ୫୪ ମହଲା କୋଠା ଉପରେ ହେଲିକପ୍ଟର ଲାଣ୍ଡିଂ ସମୟରେ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଏଥିରେ ପାଇଲଟଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି।...

ନେଫ୍‌ଟାଲି ଇସ୍ରାଏଲ ପ୍ରଧାନମନ୍ତ୍ରୀ

ଜେରୁଜେଲମ୍‌, ୧୪।୬: ଇସ୍ରାଏଲକୁ ସର୍ବାଧିକ କାଳ ଶାସନ କରିଥିବା ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁଙ୍କ ଯୁଗର ଅବସାନ ହୋଇଛି। ଦୀର୍ଘଦିନ ଧରି ଅଚଳାବସ୍ଥା ଲାଗି ରହିବା ପରେ...

ଜେଲ୍‌ରେ ଶରିଫଙ୍କୁ ମିଳୁନି ଏସି,ଟିଭି ସୁବିଧା: ଇମ୍ରାନ

ଓ୍ବାଶିଂଟନ,୨୨।୭: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ ଏବେ ଆମେରିକା ଗସ୍ତରେ ଅଛନ୍ତି। ସେଠାରେ ସେ ବିଭିନ୍ନ ବିଷୟକୁ ନେଇ ଆଲୋଚନା କରିବା ସମୟରେ କହିଛନ୍ତି, ପାକିସ୍ତାନର...

ବଢୁଛି ବିଶ୍ୱ ତାପନ: କମୁଛି ପେଙ୍ଗୁଇନ୍‌ ସଂଖ୍ୟା

ବୋଷ୍ଟନ୍‌,୧୦।୧୧: ବିଶ୍ୱ ତାପମାନ ଧୀରେଧୀରେ ବଢିବାରେ ଲାଗିଛି। ଏହାର ପ୍ରଭାବରେ ଆଣ୍ଟାର୍କଟିକାରେ ଥିବା ହିମ ପାହାଡ଼ ତରଳିବାରେ ଲାଗିଛି। ଏହା ଯୋଗୁ ଜଳବାୟୁ ପରିବର୍ତ୍ତନ ହେବାରେ...

Advertisement
Archives

Model This Week