Posted inଜାତୀୟ

ବାବା ରାମଦେବଙ୍କ ବଡ ନିଷ୍ପତ୍ତି, ରାମ ନବମୀରେ ୧୦୦ ଯୁବତୀ-ଯୁବକଙ୍କୁ କରିବେ ସନ୍ୟାସୀ

ଲକ୍ଷ୍ନୌ,୨୩ ।୩: ଯୋଗ ଗୁରୁ ବାବା ରାମଦେବ ରାମ ନବମୀ ଦିନ ୧୦୦ ଜଣଙ୍କୁ ସନ୍ୟାସ ଦିକ୍ଷା ଦେବେ । ସେଥିପାଇଁ ପତଞ୍ଜଳି ଯୋଗ ପୀଠରେ ବୁଧବାର ନବ ସମ୍ବତ୍ସର ଚୈତ୍ର ନବରାତ୍ରୀ ପର୍ବରେ ଭବ୍ୟ ସନ୍ୟାସ ଦିକ୍ଷା ଆରମ୍ଭ କରାଯାଇଛି । ଏଥିରେ ୪୦ ମହିଳା ଓ ୬୦ ପୁରୁଷ ରାମ ନବମୀରେ ସ୍ୱାମୀ ରାମଦେବଙ୍କଠାରୁ ସନ୍ୟାସ ଦିକ୍ଷା ନେବେ । ଏହାସହ ପ୍ରାୟ ୫୦୦ ମହିଳା ଓ ପୁରୁଷଙ୍କୁ ସ୍ୱାମୀ ରାମଦେବଙ୍କ ନିକଟତମ ଆଚାର୍ଯ୍ୟ ବାଳକୃଷ୍ଣ ବ୍ରହ୍ମାଚର୍ଯ୍ୟ ଦିକ୍ଷା ଦେବେ ।

କାର୍ଯ୍ୟକ୍ରମରେ ରାମଦେବ କହିଛନ୍ତି, ରାମନବମୀ ଦିନ ୪ ବେଦର ମହାପାରାୟଣ ଯଜ୍ଞର ପୂର୍ଣ୍ଣାହୂତି ସହ ରାମ ରାଜ୍ୟର ପ୍ରତିଷ୍ଠା, ହିନ୍ଦୁ ରାଷ୍ଟ୍ରର ଗୌରବ ଓ ସନାତନ ଧର୍ମକୁ ଯୁଗଧର୍ମ ଓ ବିଶ୍ୱଧର୍ମ ଭାବେ ପ୍ରତିଷ୍ଠିତ କରିବାକୁ ଏହି ନବ ସନ୍ୟାସୀ ଆମର ପୂର୍ବଜ ଋଷି-ମୁନୀଙ୍କ ସନ୍ୟାସ ପରମ୍ପରାରେ ଦିକ୍ଷିତ ହେବେ । ସେ କହିଛନ୍ତି, ଏହି ବୈରାଗ୍ୟବାନ ବିଦ୍ୱାନ ଓ ବିଦୁଷୀ ଭାଉଣୀ-ଭାଇ ଅଷ୍ଟାଧ୍ୟାୟୀ ବ୍ୟାକରଣ, ବେଦ, ବେଦାଙ୍ଗ, ଉପନିଷଦରେ ନିଷ୍ଣାତ ହୋଇ ଯୋଗ ଧର୍ମ, ଋଷି ଧର୍ମ, ବେଦଧର୍ମ, ସନାତନ ଧର୍ମର ବିଶ୍ୱବ୍ୟାପୀ ପ୍ରତିଷ୍ଠା ପାଇଁ ସଂକଳ୍ପିତ ହେବେ । ଏହାଦ୍ୱାରା ଭାରତୀୟ ସନାତନ ସଂସ୍କୃତିର ସଂରକ୍ଷଣ ଅଭିଯାନକୁ ଶକ୍ତି ମିଳିବ ।


Enter your email to get our daily news in your inbox.

All Right Reserved By Dharitri.Com

ଗୁମ୍ମା ଘାଟିରେ ଓଲଟିଲା ଟ୍ରଲର: ରାୟଗଡ଼ା-କୋରାପୁଟ ରାସ୍ତା ଜାମ

ରାୟଗଡ଼ା, ୭/୧୦(ସଂକେତ ପାତ୍ର/ଜଗନ୍ନାଥ ଗୌଡ଼): ରାୟଗଡ଼ା ଜିଲା ଗୁମ୍ମା ଘାଟିରେ ଏକ ଟ୍ରଲର ଓଲଟି ପଡ଼ିବାରୁ ରାୟଗଡ଼ା-କୋରାପୁଟ ମୁଖ୍ୟ ରାସ୍ତାରେ ଯାତାୟାତ ଜାମ ହୋଇଛି। ସ୍ଥାନୀୟ ଲୋକଙ୍କ…

ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି ବୋଲର୍‌: ପ୍ରଥମ ଭାରତୀୟ ସ୍ପିନର୍‌ ଭାବେ କଲେ ଏମିତି କାରନାମା

ଲକ୍ଷ୍ନୌ,୭।୧୦: ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଯୁବ ଅଲରାଉଣ୍ଡର ନମନ ଧୀର ବୋଲିଂରେ ଚମତ୍କାର ପ୍ରଦର୍ଶନ କରିଛନ୍ତି। ଆକ୍ରମଣାତ୍ମକ ବ୍ୟାଟିଂ…

ବଡ଼ ଉପଲବ୍ଧି ହାସଲ କଲେ ମୋଦି: ଛୁଟୁଛିୁ ଶୁଭେଚ୍ଛାର ସୁଅ, ଜାଣନ୍ତୁ ପୂରା ରାଜନୈତିକ ଘଟଣା

ନୂଆଦିଲ୍ଲୀ,୭।୧୦: ଭାରତୀୟ ରାଜନୀତିରେ ନରେନ୍ଦ୍ର ମୋଦିଙ୍କ ଶାସନ ଯାତ୍ରାକୁ ୨୫ ବର୍ଷ ପୂରିଛି। ୨୦୦୧ ମସିହା ଅକ୍ଟୋବର ୭ରେ ସେ ଗୁଜରାଟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେଇଥିଲେ।…

ମୋଦିଙ୍କ ୨୫ ବର୍ଷର ସଫଳତାକୁ ପ୍ରଶଂସା: କ୍ୟାବିନେଟ୍‌ରେ ପ୍ରସ୍ତାବ ଗୃହୀତ,ଅଶ୍ୱିନ ବୈଷ୍ଣବ କହିଲେ…

ନୂଆଦିଲ୍ଲୀ,୭ା୧୦(ପି.ଟି.):ଗୁଜରାଟ ମୁଖ୍ୟମନ୍ତ୍ରୀ ଏବଂ ଭାରତର ପ୍ରଧାନମନ୍ତ୍ରୀ ଭାବେ ନରେନ୍ଦ୍ର ମୋଦିଙ୍କ ଗତ ୨୫ ବର୍ଷର ସଫଳତାକୁ ପ୍ରଶଂସାକରି ମଙ୍ଗଳବାର କେନ୍ଦ୍ର କ୍ୟାବିନେଟ୍‌ରେ ପ୍ରସ୍ତାବ ଗୃହୀତ ହୋଇଛି। ଏହି…

ଚୌକା-ଛକା ବର୍ଷା କରି ୪ ବଡ଼ ରେକର୍ଡ ଭାଙ୍ଗିଦେଲେ ଶ୍ରେୟସ ଆୟର

ଲକ୍ଷ୍ନୌ,୭।୧୦: ଶ୍ରେୟସ ଆୟରଙ୍କ ଧୂଆଁଧାର ଶତକ ବଳରେ ୱେଷ୍ଟଇଣ୍ଡିଜ ବିପକ୍ଷ ପ୍ରଥମ ଟି-୨୦ରେ ଭାରତ ୮ ଉଇକେଟରେ ବଡ଼ ବିଜୟ ହାସଲ କରିଛି। ଲକ୍ଷ୍ନୌର ଏକାନା ଷ୍ଟାଡିୟମରେ…

ଅବ୍ୟବସ୍ଥା ମଧ୍ୟରେ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ମିଳୁନି ପାନୀୟଜଳ, ସଫା ହେଉନି ଶୌଚାଳୟ

ଝାରସୁଗୁଡ଼ା, ୭ା୧୦(ଆଶିଷ ରଞ୍ଜନ ଦାଶ):ଶିକ୍ଷାର ମାନବୃଦ୍ଧି ସହ ଭିତ୍ତିଭୂମି ସୁଦୃଢ ପାଇଁ ସରକାର ବହୁ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ତେବେ ପ୍ରଶାସନିକ ଅବହେଳା ଯୋଗୁ ଝାରସୁଗୁଡ଼ା…

ଅଭାବ ଆଗରେ ହାର୍‌ ମାନିଲାନି ସ୍ବପ୍ନ: ଶାଢ଼ି ପିନ୍ଧି ଖାଲିପାଦରେ ୧,୬୦୦ ମିଟର ଦୌଡ଼ିଲେ ମହିଳା

ରାଞ୍ଚି, ୭ା୧୦:ପରିସ୍ଥିତି ଯେତେ ପ୍ରତିକୂଳ ହେଉନା କାହିଁକି ମନରେ ଦୃଢ଼ ଇଚ୍ଛାଶକ୍ତି ଓ ସାହସ ଥିଲେ କୌଣସି ବି ବାଧାବିଘ୍ନ ଆପଣଙ୍କୁ ଲକ୍ଷ୍ୟରେ ପହଞ୍ଚତ୍ବାରୁ ଅଟକାଇ ପାରିବନାହିଁ।…

ଦିଲ୍ଲୀ-ଏନ୍‌ସିଆର୍‌ରେ ଭୂକମ୍ପ ଝଟ୍‌କା: ଭୟରେ ଘରୁ ବାହାରି ଆସିଲେ ଲୋକେ

ନୂଆଦିଲ୍ଲୀ,୬।୧୦: ଦିଲ୍ଲୀ-ଏନ୍‌ସିଆର୍‌ (Delhi-NCR) ସମେତ ଉତ୍ତର ଭାରତର ବିଭିନ୍ନ ଅଞ୍ଛଳରେ ମୃଦୁ ରୁ ମଧ୍ୟମ ଧରଣର ଭୂକମ୍ପ ଝଟ୍‌କା ଅନୁଭୂତ ହୋଇଛି। ରାତି ୧୦ଟା ୨୩ ମିନିଟ୍‌ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?