Posted inଜାତୀୟ

ଟ୍ରମ୍ପ ସନାତନ ଧର୍ମର ସମର୍ଥକ, ଭାରତକୁ ବହୁତ ଭଲ ପାଆନ୍ତି: ବାବା ରାମଦେବ

ନୂଆଦିଲ୍ଲୀ,୮।୧୧: ରାଷ୍ଟ୍ରପତି ଭାବେ ଡୋନାଲ୍ଡ ଟ୍ରମ୍ପ ନିର୍ବାଚିତ ହେବା ପରେ କେତେକ ଦେଶରେ ଅସନ୍ତୋଷ ବୃଦ୍ଧି ପାଇଥିବାବେଳେ କେତେକ ଦେଶ ଖୁସି ବ୍ୟକ୍ତ କରୁଛନ୍ତି। ଟ୍ରମ୍ପଙ୍କ କ୍ଷମତାକୁ ଫେରିବାକୁ ଭାରତ ସ୍ବାଗତ କରିଛି। ଯୋଗ ଗୁରୁ ବାବା ରାମଦେବ ଟ୍ରମ୍ପଙ୍କୁ ତାଙ୍କ ନିିର୍ବାଚନରେ ବିଜୟ ପାଇଁ ଅଭିନନ୍ଦନ ଜଣାଇ କହିଛନ୍ତି, ଟ୍ରମ୍ପ ଭାରତକୁ ବହୁତ ଭଲ ପାଆନ୍ତି। ସେ ସନାତନ ଧର୍ମର ସମର୍ଥକ ଅଟନ୍ତି। ଟ୍ରମ୍ପଙ୍କ ‘ଆମେରିକା ଫାଷ୍ଟ’ ନୀତିକୁ ପ୍ରଶଂସା କରି ସେ କହିଛନ୍ତି ଯେ ଜାତୀୟତା ଉପରେ ଆଧାରିତ ଏହି ଆଦର୍ଶ ଭାରତର ଆଦର୍ଶ ସହିତ ସମ୍ପୂର୍ଣ୍ଣ ମେଳ ଖାଉଛି। ଟ୍ରମ୍ପଙ୍କ ବିଜୟ ଭାରତ ଏବଂ ଆମେରିକା ମଧ୍ୟରେ ଏକ ନୂତନ ଯୁଗର ଆରମ୍ଭକୁ ଚିହ୍ନିତ କରିଛି ବୋଲି ସେ କହିଛନ୍ତି।

ଗଣମାଧ୍ୟମକୁ ରାମଦେବ କହିଛନ୍ତି ଯେ ଟ୍ରମ୍ପଙ୍କ ପାଇଁ ଜାତୀୟତା ସର୍ବାର୍ଗେ। ଯେପରି ଆମେ ଭାରତରେ ଜାତୀୟତାକୁ ପ୍ରାଧାନ୍ୟ ଦେଉଛୁ, ଟ୍ରମ୍ପଙ୍କ ଆଦର୍ଶରେ ମଧ୍ୟ ଆମେରିକା ପ୍ରଥମ ସ୍ଥାନ ଅଧିକାର କରିଛି। ରାମଦେବ ଆହୁରି କହିଛନ୍ତି ଯେ ଯିଏ ନିଜ ଦେଶକୁ ପ୍ରଥମେ ରଖେ ସେ ହିଁ ଅଗ୍ରଗତି କରେ ଏବଂ ଇତିହାସରେ ନିଜର ସ୍ଥାନ ସୃଷ୍ଟି କରେ।

ଏହାଛଡ଼ା ରାମଦେବ କହିଛନ୍ତି ଯେ ଭାରତୀୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟ୍ରମ୍ପଙ୍କୁ ତାଙ୍କ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି। ଟ୍ରମ୍ପଙ୍କ ପ୍ରଥମ କାର୍ଯ୍ୟକାଳ ମଧ୍ୟରେ ଭାରତ-ଆମେରିକା ସମ୍ପର୍କର ସକରାତ୍ମକ ଅଗ୍ରଗତିକୁ ଲକ୍ଷ୍ୟ କରି ସେ ସେପ୍ଟେମ୍ବର ୨୦୧୯ ରେ ହ୍ୟୁଷ୍ଟନରେ ହାଓଡି ମୋଦୀ ଇଭେଣ୍ଟ ଏବଂ ଫେବୃଆରୀରେ ଅହମ୍ମଦାବାଦରେ ନମସ୍ତେ ଟ୍ରମ୍ପ ଘଟଣାକୁ ମନେ ପକାଇଥିଲେ। ଭବିଷ୍ୟତରେ ଉଭୟ ଦେଶ ବିଶ୍ୱ ଶାନ୍ତି ଏବଂ ସ୍ଥିରତା ପାଇଁ ମିଳିତ ଭାବେ କାର୍ଯ୍ୟ କରିବେ ବୋଲି ସେ ଆତ୍ମବିଶ୍ୱାସ ପ୍ରକାଶ କରିଛନ୍ତି। ଭବିଷ୍ୟତରେ ଟେକ୍ନୋଲୋଜି, ପ୍ରତିରକ୍ଷା, ଶକ୍ତି, ମହାକାଶ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଦ୍ୱିପାକ୍ଷିକ ସମ୍ପର୍କକୁ ମଜବୁତ କରିବାକୁ ଭାରତ ଏବଂ ଆମେରିକା ପ୍ରତିବଦ୍ଧ।

ସୂଚନାଯୋଗ୍ୟ, ଚଳିତ ନିର୍ବାଚନରେ ଟ୍ରମ୍ପ ଆମେରିକାର ରାଷ୍ଟ୍ରପତି ହେବା ପାଇଁ ଆବଶ୍ୟକ ୨୭୦ରୁ ଅଧିକ ଭୋଟ ପାଇଛନ୍ତି। ଟ୍ରମ୍ପ ପୂର୍ବରୁ ୨୦୧୬ ରୁ ୨୦୨୦ ପର୍ଯ୍ୟନ୍ତ ଆମେରିକାର ରାଷ୍ଟ୍ରପତି ଭାବରେ କାର୍ଯ୍ୟ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?