ଏକଦା ଟଙ୍କା ପାଇଁ ଟ୍ରେନ୍‌ରେ ଗାଉଥିଲେ ଗୀତ; ଏବେ କୋଟିରେ ନିଅନ୍ତି ପାଉଣା

ବମ୍ବେ: କଥାରେ ଅଛି ସଫଳତା ପାଇବାର ଗୋଟିଏ ମନ୍ତ୍ର ହେଉଛି କଠିନ ପରିଶ୍ରମ। ଲକ୍ଷ୍ୟ ହାସଲ କରିବାର ନିଷ୍ଠା ମନରେ ଥିଲେ ଜୀବନରେ ସବୁକିଛି ପାଇହେବ। କିଛି ଏଭଳି କାହାଣୀ ବଲିଉଡ୍‌ ଅଭିନେତା ତଥା ଗାୟକ ଆୟୁଷ୍ମାନ ଖୁରାନ୍ନାଙ୍କର। ଏମ୍‌ଟିଭିରେ ପ୍ରସାରିତ ଶୋ’ ‘ରୋଡିଜ୍‌ ୨’ରୁ ସେ ନିଜ କ୍ୟାରିୟର ଆରମ୍ଭ କରିଥିଲେ। ଶୋ’ ଜିତିବା ପରଠାରୁ ସେ ପଛକୁ ଫେରି ଆଉ ଦେଖି ନାହାନ୍ତି।

ଆୟୁଷ୍ମାନ କିନ୍ତୁ ଷ୍ଟ୍ରଗଲ ଦିନରେ ଟ୍ରେନ୍‌ରେ ଗୀତ ଗାଉଥିଲେ। ଲୋକେ ତାଙ୍କୁ ଖୁସିରେ ଟଙ୍କା ଦେଉଥିଲେ। ହେଲେ ଏବେ ସମୟ ବଦଳିବା ସହ ବଦଳିଛି ପରିଚୟ। ଅଭିନେତା ଆଜିକାଲି ଫିଲ୍ମ ପିଛା କୋଟି କୋଟି ଟଙ୍କା ଚାର୍ଜ କରୁଛନ୍ତି। ଗୋଟିଏ ଫିଲ୍ମ ସାଇନ୍‌ କଲେ ଆୟୁଷ୍ମାନ ୧୦ କୋଟି ଟଙ୍କା ଚାର୍ଜ କରନ୍ତି। ଫିଲ୍ମ ବ୍ୟତିତ ବିଜ୍ଞାପନରୁ ମଧ୍ୟ ତାଙ୍କ ରୋଜଗାର କାହିଁରେ କେତେ। ଏଥିଲାଗି ପ୍ରାୟ ୧ କୋଟି ଟଙ୍କା ସେ ଦାବି କରନ୍ତି। ଆୟୁଷ୍ମାନ ଏବେ ୬୭ କୋଟି ସମ୍ପତ୍ତିର ମାଲିକ। ଅଭିନେତାଙ୍କ ପାଖରେ ମୁମ୍ବାଇର ଅନ୍ଧେରୀ ଅଞ୍ଚଳରେ ଭବ୍ୟ ବଙ୍ଗଳା ରହିଛି। ଏହାଛଡ଼ା ଦିଲ୍ଲୀ ଏବଂ ଚଣ୍ଡିଗଡ଼ରେ ତାଙ୍କର ସମ୍ପତ୍ତି ଏବଂ ଦାମୀ କାର୍‌ମାନ ରହିଛି।

ଅଭିନୟ ବିଷୟରେ କଥା ହେଲେ ବଲିଉଡ୍‌ରେ ସେ ନିଜର କ୍ୟାରିୟର ୨୦୧୨ରେ ରିଲିଜ ହୋଇଥିବା ଫିଲ୍ମ ‘ବିକ୍କି ଡୋନର୍‌’ରୁ କରିଥିଲେ। ଏହାପରେ ଅଭିନେତା ‘ନୌଟଙ୍କିସାଲା, ବେବକୁଫିୟାଁ, ହଓ୍ବାଇଜାଦା’ରେ ନଜର ଆସିଥିଲେ। ତିନୋଟିଯାକ ଫିଲ୍ମ ଫ୍ଲପ୍‌ ହୋଇଥିଲା। ଅଭିନେତା ଭୂମି ପେଡନେକରଙ୍କ ସହ ‘ଦମ୍‌ ଲଗାକେ ହେଇସା’ରେ ନଜର ଆସିଥିଲେ। ଏହା ହିଟ୍‌ ହେବା ପରେ ଆୟୁଷ୍ମାନ ‘ଅନ୍ଧାଧୁନ୍‌, ବଧାଇ ହୋ, ଆର୍ଟିକିଲ ୧୫, ଡ୍ରିମ୍‌ ଗର୍ଲ, ଶୁଭ ମଙ୍ଗଳ ସାବଧାନ’ଭଳି ସୁପରହିଟ୍‌ ଫିଲ୍ମରେ କାମ କରିଛନ୍ତି। ଏହା ତାଙ୍କୁ ସଫଳ କଳାକାର ଭାବେ ଖ୍ୟାତି ଦେଇଛି। ଆଜି ଏହି ଅଭିନେତା ନିଜର ୩୮ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ଅବସରରେ ତାଙ୍କ ନିକଟକୁ ଶୁଭେଚ୍ଛାର ସୁଅ ଛୁଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ହୋଟେଲ୍‌ରେ CCTV ବାଧ୍ୟତାମୂଳକ, ୭ ଦିନ ମଧ୍ୟରେ କାର୍ଯ୍ୟକାରୀ ନହେଲେ ଆଇନଗତ କାର୍ଯ୍ୟାନୁଷ୍ଠାନ

ଦାରିଙ୍ଗବାଡି,୧୩।୧୦(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଅସାମାଜିକ କାର୍ଯ୍ୟକଳାପକୁ ରୋକିବା ପାଇଁ କନ୍ଧମାଳ ପୋଲିସ ଏବେ ବଡ଼ ପଦକ୍ଷେପ ନେଇଛି । କନ୍ଧମାଳ ଏସପି…

କ୍ରିକେଟ ଜଗତରେ ଖୁବ ଚର୍ଚ୍ଚା, କାହାକୁ ଭୁଲ ମାଗିଲେ ଆକୃତି? ନିର୍ବନ୍ଧ ଭାଙ୍ଗିବାର ୨୬ ଦିନ ପରେ ପୁଣି ଏକାଠି ହୋଇଛନ୍ତି ଆକୃତି ଅଗ୍ରୱାଲ-ପୃଥ୍ବୀ ଶ’

ନୂଆଦିଲ୍ଲୀ,୧୩।୧୦: ଭାରତୀୟ ଦଳର ଓପନର୍‌ ପୃଥ୍ବୀ ଶ’ଙ୍କ ମଙ୍ଗେତର (fianc଼e) ଆକୃତି ଅଗ୍ରୱାଲ ଗତ ସେପ୍ଟେମ୍ବର ୧୭ରେ ସେମାନଙ୍କ ନିର୍ବନ୍ଧ ଭାଙ୍ଗିଯାଇଥିବା ନେଇ ଘୋଷଣା କରିଥିଲେ। କିନ୍ତୁ…

ବିଶ୍ୱକପ୍‌ ୨୦୨୭ ପୂର୍ବରୁ ଗମ୍ଭୀରଙ୍କୁ କୈଫ୍‌ଙ୍କ ଚେତାବନୀ, ବିରାଟ-ରୋହିତ ନୁହେଁ….

ନୂଆଦିଲ୍ଲୀ,୧୩।୧୦: ଆସନ୍ତା ୨୦୨୭ ଦିନିକିଆ ବିଶ୍ୱକପ୍‌କୁ ନେଇ ଏବେଠାରୁ ପ୍ରସ୍ତୁତି ଆରମ୍ଭ କରିଛି ଟିମ୍‌ ଇଣ୍ଡିଆ। କେଉଁ ଖେଳାଳି ବିଶ୍ୱକପ୍‌ ଦଳରେ ସ୍ଥାନ ପାଇବେ, ତାହାକୁ ନେଇ…

ପନ୍ତଙ୍କ ସ୍ଥାନ ନେବାର ସୁଯୋଗ ପାଇପାରନ୍ତି ଏହି ଖେଳାଳି, ଟି ୨୦ ପରେ ଏବେ ଟେଷ୍ଟ ଟିମରେ…

ନୂଆଦିଲ୍ଲୀ,୧୩।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଆଗାମୀ ଟେଷ୍ଟ ମ୍ୟାଚରେ ଭାରତୀୟ ୱିକେଟ କିପର-ବ୍ୟାଟର ଋଷଭ ପନ୍ତଙ୍କ ଅଂଶଗ୍ରହଣ ତାଙ୍କ ଫିଟନେସ ଉପରେ ନିର୍ଭର କରିବ। ଆହତ ସମସ୍ୟା ଯୋଗୁ…

ମୁଖ୍ୟମନ୍ତ୍ରୀ ବିଜୟଙ୍କୁ ଭେଟିଲେ ରଶ୍ମିକା-ବିଜୟ; ଫଟୋ ଶେୟାର କରି ପ୍ରକାଶ କଲେ ହୃଦୟସ୍ପର୍ଶୀ ଭାବନା

ଚେନ୍ନାଇ,୧୩।୧୦: ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ବିଜୟ ଦେବରକୋଣ୍ଡା ନିକଟରେ ଅଭିନେତ୍ରୀ ରଶ୍ମିକା ମନ୍ଧାନାଙ୍କ ସହ ଅଭିନେତା ତଥା ମୁଖ୍ୟମନ୍ତ୍ରୀ ଥାଲାପତି ବିଜୟଙ୍କୁ ଭେଟିଛନ୍ତି।…

ଆଣ୍ଡାମାନ ସାଗରରେ ସୃଷ୍ଟି ହେବ ଲଘୁଚାପ: ଏହି ଜିଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୩।୧୦(ବନ୍ଦନା ସେଠୀ): ଦକ୍ଷିଣ ଆଣ୍ଡାମାନ ସାଗର ନିକଟବର୍ତ୍ତୀ ଅଞ୍ଚଳରେ ରହିଥିବା ଘୂର୍ଣ୍ଣିବଳୟ ମଙ୍ଗଳବାର ଲଘୁଚାପ ରୂପ ନେବ। ଏହା ଅଧିକ ଘନୀଭୂତ ହେବ କି ନାହିଁ ଏଯାଏ…

ଏସ୍‌ଆଇଆର୍‌ ଜନସାଧାରଣଙ୍କ ଆସ୍ଥାକୁ ସୁଦୃଢ଼ କରିବାର ଅତ୍ୟାବଶ୍ୟକ ପଦକ୍ଷେପ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩।୧୦(ସୁନିତ୍‌ ମିଶ୍ର): ଗଣତନ୍ତ୍ରର ବିଶ୍ୱସନୀୟତା ମୁକ୍ତ ଓ ଅବାଧ ନିର୍ବାଚନ ସହ ପ୍ରତ୍ୟେକ ଯୋଗ୍ୟ ନାଗରିକଙ୍କ ମତଦାନ ଅଧିକାରର ସୁରକ୍ଷା ଉପରେ ନିର୍ଭରକରେ । ଏଥିପାଇଁ ସ୍ବଚ୍ଛ…

ଏଆଇ ଦ୍ୱାରା ପ୍ରଭାବିତ ହେବ ୪୦% ନିଯୁକ୍ତିକ୍ଷେତ୍ର

ବ୍ୟାଙ୍କକ୍‌,୧୩ା୧୦(ରଏଟର୍ସ): ସାମ୍ପ୍ରତିକ ସ୍ଥିତିରେ ଏଆଇ (କୃତ୍ରିମ ବୁଦ୍ଧିମତ୍ତା)କୁ ନେଇ ବୈଶ୍ୱିକ ସ୍ତରରେ ଏକପ୍ରକାର ପ୍ରତିଦ୍ୱନ୍ଦ୍ୱିତା ଚାଲିଛି ା ବାଣିଜ୍ୟ, ବ୍ୟବସାୟଠାରୁ ଆରମ୍ଭ କରି ଭିତ୍ତିଭୂମି ପର୍ଯ୍ୟନ୍ତ ସବୁକ୍ଷେତ୍ରରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?