ଆୟୁଷ୍ମାନ୍‌ ଭବ

ସେଦିନ ଜାପାନର ଏକ ଶାନ୍ତ, ସୁନ୍ଦର ଗଁା ‘ଓଗିମି’ର ସୂର୍ଯ୍ୟୋଦୟ ଅନ୍ୟ ଦିନଗୁଡ଼ିକ ଅପେକ୍ଷା ଟିକିଏ ଅଧିକ ମନୋରମ ଥିଲା। ଗଁା ରାସ୍ତାକଡ଼ରେ ଫୁଟିଥିବା ଫୁଲଗୁଡ଼ିକ ପବନରେ ହଲି ହଲି ୧୦୨ ବର୍ଷୀୟ ବୃଦ୍ଧା ଆଜେଜିଙ୍କୁ ସ୍ବାଗତ କରୁଥିବା ପରି ମନେହେଉଥିଲା। ଭାରତରୁ ଆସିଥିବା ଜଣେ ଯୁବ ସାମ୍ବାଦିକ ଆଜେଜିଙ୍କୁ ଭେଟିବା ପାଇଁ ଉତ୍ସୁକ ଥିଲେ। ସେ ଦେଖିଲେ, ଆଜେଜି ଛୋଟ ବଗିଚାରେ କୋଦାଳ ଧରି ମାଟି ହାଣୁଛନ୍ତି, ଆଉ ମୁହଁରେ ଅଛି ନିଷ୍କପଟ ମିଠା ହସ।
ସାମ୍ବାଦିକ ଜଣକ ପଚାରିଲେ- ଏ ବୟସରେ ଆପଣ ଏତେ ଫୂର୍ତ୍ତି ଅଛନ୍ତି କିପରି? ଶହେ ବର୍ଷରୁ ଅଧିକ ବଞ୍ଚତ୍ବା ଏବଂ ଏତେ ଖୁସିରେ ରହିବାର ରହସ୍ୟ କ’ଣ? ଆପଣଙ୍କୁ କେବେ ଏକାକୀପଣ କିମ୍ବା ବାର୍ଦ୍ଧକ୍ୟର ଭୟ ଘାରେ ନାହିଁ? ଆଜେଜି ହସିଦେଇ କୋଦାଳଟିକୁ ତଳେ ରଖିଦେଲେ। ଗୋଟିଏ କପ୍‌ ଗରମ ଗ୍ରୀନ୍‌ ଟି ଯୁବ ସାମ୍ବାଦିକ ଆଡ଼କୁ ବଢ଼ାଇଦେଇ କହିଲେ, ଦୀର୍ଘାୟୁ ହେବା କୌଣସି ପଶାପାଲିର ଖେଳ ନୁହେଁ। ଏହା କେବଳ ଶ୍ୱାସପ୍ରଶ୍ୱାସର ଗଣନା ନୁହେଁ। ଯେଉଁ ଜୀବନରେ ଶାନ୍ତି, ସନ୍ତୋଷ ଏବଂ ଈଶ୍ୱରୀୟ ପ୍ରେମର ପ୍ରବାହ ଥାଏ, ସେହି ଦୀର୍ଘାୟୁ ମାନବ ସଭ୍ୟତା ଓ ଆତ୍ମା ପାଇଁ ପ୍ରକୃତ ବରଦାନ। ଜୀବନର ଦୈର୍ଘ୍ୟ ଯେତିକି ମହତ୍ତ୍ୱପୂର୍ଣ୍ଣ, ତା’ର ଗଭୀରତା ତା’ଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ। ଏହା ଆମ ଜୀବନଶୈଳୀ। ମୁଁ ପ୍ରତିଦିନ ସକାଳେ ‘ଇକିଗାଇ’ (ଜୀବନର ଲକ୍ଷ୍ୟ) ନେଇ ନିଦରୁ ଉଠେ। ମୋ ବଗିଚାର ଗଛଗୁଡ଼ିକ ମୋତେ ପ୍ରତୀକ୍ଷା କରିଥାନ୍ତି। ଆମେ କେବେ ଏକାକୀ ନୋହୁ- ସା ହେଲେ ଗଁାର ସବୁ ବୟସ୍କ ‘ମୋଆଇ’ (ସାମାଜିକ ସୁରକ୍ଷା ଓ ବନ୍ଧୁତାର ଏକ ଗୋଷ୍ଠୀ) ଏକାଠି ହୁଅନ୍ତି, ଜଣେ ଅନ୍ୟଜଣଙ୍କର ସୁଖଦୁଃଖ ବୁଝନ୍ତି। ଆଉ ସବୁଠାରୁ ବଡ଼ କଥା, ଆମ ଦେଶ ବାର୍ଦ୍ଧକ୍ୟକୁ ବୋଝ ନୁହେଁ, ବରଂ ଏକ ସମ୍ପଦ ଭାବେ ଗ୍ରହଣ କରେ। ଆମ ସ୍ବାସ୍ଥ୍ୟ ଓ ସମ୍ମାନର ଯତ୍ନ ସରକାର ଓ ସମାଜ ମିଳିମିଶି ନିଅନ୍ତି।
ଜାପାନର ସ୍ବାସ୍ଥ୍ୟ ଓ କଲ୍ୟାଣ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ, ସେପ୍ଟେମ୍ବର ୧ ତାରିଖ ସୁଦ୍ଧା ଦେଶରେ ଶତାୟୁ ବ୍ୟକ୍ତିଙ୍କ ସଂଖ୍ୟା ବୃଦ୍ଧି ପାଇ ୧,୦୭,୬୭୭ରେ ପହଞ୍ଚତ୍ଛି। ଲଗାତାର ୫୬ତମ ବର୍ଷ ପାଇଁ ରେକର୍ଡ ସ୍ତରରେ ପହଞ୍ଚତ୍ଥିବା ଏହି ସଂଖ୍ୟାରୁ ଏହା ସ୍ପଷ୍ଟ ଯେ, ଦୀର୍ଘ ଜୀବନର ସମ୍ପର୍କ କେବଳ ଆଧୁନିକ ଡାକ୍ତରଖାନା ସହିତ ନୁହେଁ, ବରଂ ଏକ ସଚେତନ ଓ ସମ୍ବେଦନଶୀଳ ସମାଜ ସହିତ ରହିଛି। ଏହି ପରିସଂଖ୍ୟାନ ପଛରେ ଥିବା ସାମାଜିକ ଗୁରୁତ୍ୱ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ। ସମୁଦାୟ ଶତାୟୁ ଜନସଂଖ୍ୟାରେ ପ୍ରାୟ ୮୮% ମହିଳା ରହିବା ଏକ ଦର୍ପଣ ଓ ଶିକ୍ଷା।
ଭାରତ ଏବେ ବିଶ୍ୱର ସବୁଠାରୁ ଯୁବ ଦେଶ ଭାବେ ଗଣିତ, କିନ୍ତୁ ଆଗାମୀ କିଛି ଦଶନ୍ଧି ମଧ୍ୟରେ ଏଠାରେ ମଧ୍ୟ ବୟସ୍କଙ୍କ ସଂଖ୍ୟା ବୃଦ୍ଧି ପାଇବ। ପ୍ରଶ୍ନ ଉଠୁଛି- ଆମର ସାମାଜିକ ଓ ଭିତ୍ତିଭୂମି ବ୍ୟବସ୍ଥା ଆଗାମୀ ପରିବର୍ତ୍ତନ ପାଇଁ ପ୍ରସ୍ତୁତ ଅଛି କି? ଭାରତରେ ଆଜି ବି ବୟସ୍କଙ୍କ ପାଇଁ ପେନ୍‌ସନ, ଗୁଣାତ୍ମକ ସ୍ବାସ୍ଥ୍ୟସେବା ଏବଂ ସାମାଜିକ ସୁରକ୍ଷା ଅତ୍ୟନ୍ତ ସୀମିତ ସ୍ତରରେ ରହିଛି। ଯୌଥ ପରିବାର ଭାଙ୍ଗିବା ଏବଂ ଏକାକୀ ଜୀବନଯାପନର ବୃଦ୍ଧି ପାଉଥିବା ଚଳଣି ବରିଷ୍ଠ ନାଗରିକଙ୍କ ମାନସିକ ଓ ଶାରୀରିକ ଆହ୍ବାନକୁ ଆହୁରି ବଢ଼ାଇ ଦେଇଛି। ଯଦି ଭାରତକୁ ଆପଣାର ବୃଦ୍ଧି ପାଉଥିବା ବରିଷ୍ଠ ଜନସଂଖ୍ୟାକୁ ଏକ ସୁସ୍ଥ ଓ ସମ୍ମାନଜନକ ଜୀବନ ଦେବାକୁ ହୁଏ, ତେବେ କେବଳ ସ୍ବାସ୍ଥ୍ୟ ସୁବିଧା ମଧ୍ୟରେ ସୀମିତ ରହିଲେ ହେବନାହିଁ। ଆମକୁ ବରିଷ୍ଠ ନାଗରିକ-ଅନୁକୂଳ ନୀତି ପ୍ରଣୟନ କରିବାକୁ ହେବ, ପ୍ରାଥମିକ ସ୍ବାସ୍ଥ୍ୟସେବାକୁ ସୁଦୃଢ଼ କରିବାକୁ ହେବ ଏବଂ ସମାଜରେ ସେମାନେ ଯେପରି ଏକାକୀପଣ ଅନୁଭବ ନ କରନ୍ତି, ସେପରି ଏକ ସୁସ୍ଥ ପରିବେଶ ସୃଷ୍ଟି କରିବାକୁ ହେବ।
ଦୀର୍ଘାୟୁ ହେବା କେବଳ ବୟସର ଗୋଟିଏ ବଡ଼ ସଂଖ୍ୟା ଛୁଇଁବା ନୁହେଁ, ବରଂ ପ୍ରତିଟି ମୁହୂର୍ତ୍ତକୁ ସୁସ୍ଥ, ସକ୍ରିୟ ଓ ସମ୍ମାନର ସହ ଜିଇବାର ନାମ। ଭାରତୀୟ ସଂସ୍କୃତିରେ ‘ଦୀର୍ଘାୟୁ ହୁଅ’ ବା ‘ଆୟୁଷ୍ମାନ୍‌ ଭବ’ ବୋଲି ଆଶୀର୍ବାଦ ଦେବାର ପରମ୍ପରା ରହିଛି। କିନ୍ତୁ ଏହି ଆଶୀର୍ବାଦକୁ ବାସ୍ତବତାରେ ରୂପାନ୍ତରିତ କରିବାକୁ ହେଲେ ଆମକୁ ଜାପାନ ଭଳି ‘ଇକିଗାଇ’ର ଉଦ୍ଦେଶ୍ୟପୂର୍ଣ୍ଣ ଜୀବନଧାରା, ‘ମୋଆଇ’ ଭଳି ସାମାଜିକ ଗୋଷ୍ଠୀଗତ ସୁରକ୍ଷା ଏବଂ ସମ୍ବେଦନଶୀଳ ସରକାରୀ ନୀତିର ସମନ୍ବୟ ରଖିବାକୁ ହେବ। ବରିଷ୍ଠ ନାଗରିକମାନେ ଅନୁଭୂତିର ବିଶାଳ ଭଣ୍ଡାର। ଆଜି ଯଦି ସେମାନଙ୍କ ସ୍ବାସ୍ଥ୍ୟ, ସାମାଜିକ ସୁରକ୍ଷା ଓ ମାନସିକ ସନ୍ତୋଷ ପାଇଁ ସୁଦୃଢ଼ ଭିତ୍ତିଭୂମି ପ୍ରସ୍ତୁତ ନ କରିବା, ତେବେ ଆଗାମୀ କାଲିର ବାର୍ଦ୍ଧକ୍ୟ ଆମ ପାଇଁ ଅଭିଶାପ ପାଲଟିଯିବ। ଭାରତ ନିଜର ଆଗାମୀ ବରିଷ୍ଠ ପିଢ଼ି ପାଇଁ ଏକ ସୁରକ୍ଷିତ, ସମ୍ମାନଜନକ ଓ ଆନନ୍ଦଦାୟକ ପରିବେଶ ଗଢ଼ିତୋଳୁ।

ପ୍ରଣତି ଆଚାର୍ଯ୍ୟ ମିଶ୍ର
ନୟାଗଡ଼
ମୋ: ୯୪୩୭୬୪୨୯୪୭


Enter your email to get our daily news in your inbox.

All Right Reserved By Dharitri.Com

ବିପର୍ଯ୍ୟୟ ପୀଡ଼ିତଙ୍କ ସେବା

ବିପର୍ଯ୍ୟୟ କେବେ ଆସିବ, କେଉଁଠି ଆସିବ ଏବଂ କେତେ ଜୀବନକୁ ପ୍ରଭାବିତ କରିବ, ତାହା କେହି ଜାଣିନାହାନ୍ତି। ବନ୍ୟାର ପ୍ରଖର ସ୍ରୋତ, ବାତ୍ୟାର ତାଣ୍ଡବ, ଭୂସ୍ଖଳନ, ଅଗ୍ନିକାଣ୍ଡ…

ଲୁଲାଙ୍କ ବିଜୟ, ଟ୍ରମ୍ପ୍‌ଙ୍କୁ ଝଟକା

ବ୍ରାଜିଲର ରାଷ୍ଟ୍ରପତି ନିର୍ବାଚନରେ ଲୁଇଜ୍‌ ଇନାସିଓ ଲୁଲା ଦା ସିଲ୍‌ଭାଙ୍କ ବିଜୟ ଘଟିଛି। ଏହିି ବିଜୟ ଯୋଗୁ ପଶ୍ଚିମ ଗୋଲାର୍ଦ୍ଧର ଦେଶଗୁଡ଼ିକ ପାଇଁ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ…

ଏଇ ଭାରତରେ

୨୦୧୫ରେ ମୁମ୍ବାଇର ଦାଦାରାଓ ବିଲ୍‌ହୋରେଙ୍କ ଦୁଇପୁଅ ରାସ୍ତା ଦୁର୍ଘଟଣାର ସମ୍ମୁଖୀନ ହୋଇଥିଲେ। ସେଥିରେ ବଡ଼ପୁଅର ମୃତ୍ୟୁ ହୋଇଥିଲା ଏବଂ ସାନ ବଞ୍ଚତ୍ୟାଇଥିଲେ। ବର୍ଷା ଯୋଗୁ ଖାଲଖମାରେ ପାଣି…

ବିଜ୍ଞାନର ଅନିୟନ୍ତ୍ରିତ ପ୍ରୟୋଗ

ମଣିଷର ବିକାଶ ଯାତ୍ରା ଦ୍ରୁତଗତିରେ ବଢ଼ିଚାଲିଛି। ବିକାଶ ଯାତ୍ରାରେ ନିଜକୁ ସାମିଲ କରି ମଣିଷର ଅହଂକାର ନିଶ୍ଚିତରୂପେ ଧୀରେ ଧୀରେ ଉଗ୍ର ହେବା ସ୍ବାଭାବିକ। ବିଜ୍ଞାନକୁ ଅସ୍ତ୍ର…

ଇଣ୍ଡୋ-ପ୍ୟାସିଫିକ୍‌ ଓ ଭାରତ

ଭାରତ ମହାସାଗରରୁ ପଶ୍ଚିମ ପ୍ରଶାନ୍ତମହାସାଗର (ପ୍ୟାସିଫିକ୍‌) ପର୍ଯ୍ୟନ୍ତ ବିସ୍ତୃତ ଇଣ୍ଡୋ-ପ୍ୟାସିଫିକ୍‌ ଅଞ୍ଚଳ ସମୁଦ୍ରପଥ, ଯୋଗାଣ ଶୃଙ୍ଖଳ, ସାମୁଦ୍ରିକ ଅର୍ଥନୀତି ଓ ନିୟମଭିତ୍ତିକ ଅନ୍ତର୍ଜାତୀୟ ବ୍ୟବସ୍ଥାର ପ୍ରମୁଖ ପ୍ରସଙ୍ଗ…

ଭକ୍ତିଭାବରେ ଅନେକ କୃଷ୍ଣ

ଭାରତରେ କେବଳ ଜଣେ କୃଷ୍ଣ ନାହାନ୍ତି, ଅନେକ କୃଷ୍ଣ ଅଛନ୍ତି। ପ୍ରତ୍ୟେକ ଅଞ୍ଚଳ, ଭାଷା, ସାମାଜିକ ବର୍ଗ ଓ ଐତିହାସିକ ସମୟର ଦୃଷ୍ଟିକୋଣ କୃଷ୍ଣଙ୍କ ସ୍ବରୂପ ଓ…

ଏଇ ଭାରତରେ

ନାଗାଲାଣ୍ଡ କୋହିମା ଜିଲାର ବିଶ୍ୱେମାର୍‌ ଗଁାରେ ଥିବା କେ. ଖେଲ୍‌. ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ମଧ୍ୟାହ୍ନଭୋଜନ ପାଇଁ ଆବଶ୍ୟକ ହେଉଥିବା ପନିପରିବା ଚିନ୍ତାରୁ ପୂରା ମୁକ୍ତ…

ଶିକ୍ଷା ବିନା ବିକାଶ ଅସମ୍ଭବ

ଶିକ୍ଷା ହେଉଛି ରାଷ୍ଟ୍ରର ମେରୁଦଣ୍ଡ। ସେଥିପାଇଁ ଯେଉଁ ରାଷ୍ଟ୍ରର ଶିକ୍ଷା ବ୍ୟବସ୍ଥା ଯେତେ ସୁଦୃଢ଼ ସେହି ରାଷ୍ଟ୍ର ସେତେ ବିକଶିତ। ଓଡ଼ିଶାରେ ଦୀର୍ଘ ୨୪ ବର୍ଷ ପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?