Posted inଜାତୀୟ

ଖୁବ୍‌ଶୀଘ୍ର ଆୟୁଷ ଭିଜା

ଗାନ୍ଧୀନଗର, ୨୧ା୪: ପାରମ୍ପରିକ ଔଷଧ ଏବଂ ଆୟୁଷ ଉତ୍ପାଦଗୁଡ଼ିକ ମାଧ୍ୟମରେ ଚିକିତ୍ସା ପଦ୍ଧତିକୁ ବିଶ୍ୱସ୍ତରରେ ପହଞ୍ଚାଇବା ନିମନ୍ତେ କେନ୍ଦ୍ର ସରକାର ଆୟୁଷ ଭିଜା ଆଣିବେ। ଏହା ଦ୍ୱାରା ପାରମ୍ପରିକ ଚିକିତ୍ସା ପଦ୍ଧତିର ଲାଭ ଉଠାଇବା ବିଦେଶୀ ନାଗରିକଙ୍କ ପାଇଁ ସହଜ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବୁଧବାର କହିଛନ୍ତି। ଗୁଜରାଟର ଗାନ୍ଧୀନଗରସ୍ଥିତ ମହାତ୍ମା ମନ୍ଦିରଠାରେ ଆୟୋଜିତ ଗ୍ଲୋବାଲ ଆୟୁଷ ଇନ୍‌ଭେଷ୍ଟମେଣ୍ଟ ଆଣ୍ଡ୍‌ ଇନୋଭେଶନ ସମିଟ୍‌-୨୦୨୨ରେ ପ୍ରଧାନମନ୍ତ୍ରୀ ମୋଦି ଏହି ଘୋଷଣା କରିଛନ୍ତି।
ଚିକିତ୍ସା ଟୁରିଜମ୍‌କୁ ପ୍ରୋତ୍ସାହିତ କରିବା ଦିଗରେ କେନ୍ଦ୍ରର ସ୍ବତନ୍ତ୍ର ଯୋଜନା ରହିଛି। ଔଷଧୀୟ ଚାରାରୋପଣ କରିଥିବା ଚାଷୀଙ୍କୁ ସଂଯୋଗ କରିବା ପାଇଁ ଏକ ଡିଜିଟାଲ ପୋର୍ଟାଲ ଖୋଲାଯିବା ସହ ଅନ୍ୟ ଟେକ୍ନୋଲୋଜି ସଂଲଗ୍ନ ରହିବ ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶ କରିଛନ୍ତି। କୋଭିଡ୍‌-୧୯ ମହାମାରୀବେଳେ ଲୋକେ ବହୁଳ ମାତ୍ରାରେ ଆୟୁର୍ବେଦିକ୍‌ ପଦ୍ଧତିରେ ସ୍ବାସ୍ଥ୍ୟର ଯତ୍ନ ନେଇଥିଲେ। ତେଣୁ ଆୟୁଷ କ୍ଷେତ୍ରରେ ବିନିଯୋଗ ଓ ନୂତନତ୍ୱର ଅସୀମ ସମ୍ଭାବନା ରହିଛି। ଏହି ସେକ୍ଟରରେ ଯଥାସମ୍ଭବ ବିନିଯୋଗ କରିବାର ସମୟ ଉପନୀତ ବୋଲି ମୋଦି କହିଛନ୍ତି। ଏହି ଅବସରରେ ବିଶ୍ୱ ସ୍ବାସ୍ଥ୍ୟ ସଙ୍ଗଠନ (ଡବ୍ଲ୍ୟୁଏଚ୍‌ଓ) ମୁଖ୍ୟ ଟେଡ୍ରୋସ୍‌ ଅଧନୋମ୍‌ ଘେବ୍ରେୟସ୍‌, ମରିସସ୍‌ ପ୍ରଧାନମନ୍ତ୍ରୀ ପ୍ରବୀନ୍ଦ କୁମାର ଜଗନ୍ନାଥ, କେନ୍ଦ୍ର ଆୟୁଷ ମନ୍ତ୍ରୀ ସର୍ବାନନ୍ଦ ସୋନୋଓ୍ବାଲ ଏବଂ ଗୁଜରାଟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଗୁଜରାଟର ଜାମ୍‌ନଗରଠାରେ ମଙ୍ଗଳବାର ଡବ୍ଲ୍ୟୁଏଚ୍‌ଓ ମୁଖ୍ୟଙ୍କ ଉପସ୍ଥିତିରେ ଗ୍ଲୋବାଲ ସେଣ୍ଟର ଫର୍‌ ଟ୍ରାଡିସନାଲ ମେଡିସିନ୍‌ (ଜିସିଟିଏମ୍‌)ର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କାଗଜର ରଙ୍ଗରୁ ଜଣାପଡ଼ିବ କରୋନା ସଂକ୍ରମଣ: ଡିସିଜିଆଇ ମଞ୍ଜୁରୀ

ନୂଆଦିଲ୍ଲୀ, ୨୦।୯: କରୋନା ସଂକ୍ରମଣ ହୋଇଛି କି ନାହିଁ ଏବେ ସହଜରେ କେଇ ମିନିଟ ମଧ୍ୟରେ ଜଣାପଡ଼ିଯିବ। କାଗଜ ରଙ୍ଗରୁ କରୋନା ସଂକ୍ରମଣ ସମ୍ପର୍କରେ ଜଣାପଡୁଥିବା...

ମୋଦି ସରକାର ଏତେ ଦୁର୍ବଳ ବୋଲି ମୁଁ ଜାଣି ନ ଥିଲି: ଚିଦାମ୍ବରମ…

ନୂଆଦିଲ୍ଲୀ,୧୮।୨ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସମାଲୋଚନା କରୁଥିବା ଆମେରିକୀୟ ବିଲିୟନେୟାର ଜର୍ଜ ସୋରେସଙ୍କ ଉପରେ କଂଗ୍ରେସର ବରିଷ୍ଠ ନେତା ପି ଚିଦାମ୍ବରମ ମଧ୍ୟ ନିଜର...

ଏଠାରେ ବିନା ଶୁଣ୍ଢରେ ପୂଜା ପାଆନ୍ତି ଗଣେଶ

ଭାରତ ବର୍ଷରେ ପ୍ରଭୁ ଗଣେଶଙ୍କ ବହୁ ମନ୍ଦିର ରହିଛି। ପ୍ରତ୍ୟେକ ମନ୍ଦିରର କିଛି ନା କିଛି ବିଶେଷତ୍ୱ ରହିଛି। ତେବେ ଶୁଣ୍ଢ ଭଗବାନ ଗଜାନନଙ୍କ ପରିଚୟ...

ଦୈନିକ ମୃତ୍ୟୁ ସଂଖ୍ୟା ସଂକ୍ରମଣରେ ବ୍ରେକ୍‌…

ନୂଆଦିଲ୍ଲୀ, ୨୩।୫ : ଦେଶରେ କରୋନା ମହାମାରୀ ସଂକ୍ରମଣ ପୁଣି ଫେରିବାରେ ଲାଗିଛି। ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ସଂଖ୍ୟା ଦିନେ କମିଲେ ପୁଣି ବଢୁଛି।...

ହିଂସା ପାଇଁ ପରସ୍ପରକୁ ଦାୟୀ କଲେ ଭାଜପା- ଟିଏମ୍‌ସି

କୋଲକାତା,୧୧।୪: ପଶ୍ଚିମବଙ୍ଗ କୁଚବିହାର ହିଂସାକୁ ନେଇ ଭାଜପା- ଟିଏମ୍‌ସି ମୁହାଁମୁହିଁ। ଯବାନଙ୍କ ଗୁଳିରେ ୪ ଜଣଙ୍କ ମୃତ୍ୟୁକୁ ଟିଏମ୍‌ସି ସୁପ୍ରିମୋ ମମତା ବାନାର୍ଜୀ ନରସଂହାର ବୋଲି...

ଗାଜିପୁର ସୀମାରେ ବାରିକେଡ ଦେଖି ହରସିମରତ କହିଲେ ପାକିସ୍ତାନ ସୀମାରେ ବି ଦେଖିନାହିଁ ଏମିତି ସୁରକ୍ଷା

ନୂଆଦିଲ୍ଲୀ,୪ ।୨: ଦିଲ୍ଲୀର ଗାଜିପୁର ସୀମା ପୁଣି ଚର୍ଚ୍ଚାରେ । ଗୁରୁବାର ସେଠାରେ କେତେଜଣ ବିରୋଧିଦଳ ନେତା ପହଞ୍ଚିଥିଲେ । ଏମାନଙ୍କ ମଧ୍ୟରେ ୮ ରାଜନୈତିକ...

ପ୍ରତି ଲିଟର ପିଛା ୨ଟଙ୍କା ବଢ଼ିଲା ଅମୁଲ ଦୁଗ୍ଧର ଦାମ୍‌

ନୂଆଦିଲ୍ଲୀ,୩୦।୬: କରୋନା କାଳରେ ମହଙ୍ଗା ମାଡ଼ ଜନତାଙ୍କୁ ଚିନ୍ତାରେ ପକାଇଦେଇଛି। ଦେଶରେ ଖାଦ୍ୟ ସାମଗ୍ରୀଠାରୁ ଆରମ୍ଭ କରି ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଇଛି।...

ଦେଶ ଚାଲିବ‘ଜନ୍‌ କି ବାତ୍‌’ରେ ନୁହେଁ ‘ମନ୍‌ କି ବାତ୍‌’ରେ : ଉଦ୍ଧବ

ମୁମ୍ବାଇ,୧୧।୨: ଦିଲ୍ଲୀ ବିଧାନସଭା ନିର୍ବାଚନ ଫଳାଫଳ ଉପରେ ସାରା ଦେଶର ନଜର ଥିବା ବେଳେ ପୁଣିଥରେ ବିଜୟ ଦ୍ୱାରରେ ଠିଆ ହୋଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା...

Advertisement
Archives

Model This Week