Posted inଖେଳ

ସିଏସ୍‌କେରେ ଯୋଗ ଦେବେ ଆୟୁଷ

ଚେନ୍ନାଇ,୧୩ା୪: ଋତୁରାଜ ଗାଏକ୍ୱାଡଙ୍କ ବଦଳ ଖେଳାଳି ଭାବେ ଆୟୁଷ ମହାତ୍ରେ ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ) ଦଳରେ ଯୋଗ ଦେବେ। ଏଲବୋରେ ଫ୍ରାଚକର ଯୋଗୁ ଗାଏକ୍ୱାଡ ଚଳିତ ଆଇପିଏଲ୍‌ରୁ ବାଦ ପଡ଼ିଛନ୍ତି। ତାଙ୍କ ଅନୁପସ୍ଥିତିରେ ମହେନ୍ଦ୍ର ସିଂ ଧୋନୀ ଦଳର ନେତୃତ୍ୱ ନେଉଛନ୍ତି।

ଗତ ବର୍ଷ ନଭେମ୍ବରରେ ଅନୁଷ୍ଠିତ ମେଗା ଅକ୍ସନରେ ଅନସୋଲ୍ଡ ରହିଥିବା ଯୁବ ମୁମ୍ବାଇ ଓପନରଙ୍କୁ ୩୦ ଲକ୍ଷ ଟଙ୍କାର ବେସ୍‌ ପ୍ରାଇସ୍‌ରେ ଦଳରେ ସାମିଲ କରାଯାଇଛି। ସେ ଆଗାମୀ କିଛି ଦିନ ମଧ୍ୟରେ ଦଳରେ ଯୋଗଦେବେ ବୋଲି ସିଏସ୍‌କେ ମ୍ୟାନେଜମେଣ୍ଟ ପକ୍ଷରୁ କୁହାଯାଇଛି।

ତେବେ ସିଏସ୍‌କେ ନିକଟରେ ଗାଏକ୍ୱାଡଙ୍କ ବଦଳ ଖେଳାଳି ଭାବେ ମହାତ୍ରେଙ୍କ ବ୍ୟତୀତ ଗୁଜରାଟର ଉର୍ଭିଲ ପଟେଲ, କେରଳର ସଲମାନ ନିଜାର ଓ ପୃଥ୍ବୀ ଶ’ଙ୍କ ଭଳି ବିକଳ୍ପ ଥିଲା। ଗତ ବର୍ଷ ଅକ୍ଟୋବରରେ ଫାଷ୍ଟ-କ୍ଲାସ ପଦାର୍ପଣ କରିଥିବା ୧୭ ବର୍ଷୀୟ ମହାତ୍ରେ ଏପର୍ଯ୍ୟନ୍ତ ୯ ମ୍ୟାଚରେ ଦୁଇଟି ଶତକ ଓ ୧ ଅର୍ଦ୍ଧଶତକ ସହ ୫୦୪ ରନ କରିଛନ୍ତି। ସେହିଭଳି ୭ ଲିଷ୍ଟ-ଏ ମ୍ୟାଚରେ ସେ ଦୁଇଟି ଶତକ ସହ ୪୫୮ ରନ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗଞ୍ଜାମ ପୁଲିସରର ସ୍ବତନ୍ତ୍ର ଅଭିଯାନ: ୩୪ ନିଖୋଜ ଶିଶୁ ଉଦ୍ଧାର

ଛତ୍ରପୁର,୨୨।୪(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ପୋଲିସ ଅଧୀନରେ ଚଳିତ ମାସ ୧୫ରୁ ନିଖୋଜ ପିଲାମାନଙ୍କୁ ଖୋଜିବା ଏବଂ ଉଦ୍ଧାର ପାଇଁ ଏକ ସ୍ବତନ୍ତ୍ର ଅଭିଯାନ ଆରମ୍ଭ...

ପ୍ରବଳ ଖରାରେ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ପକ୍ଷରୁ ଦହିପଣା ବଣ୍ଟନ

ଛତ୍ରପୁର,୨୨।୪,(ଦିଲ୍ଲୀପ ସାମଲ) : ଗ୍ରୀଷ୍ମ ପ୍ରବାହ ଯୋଗୁଁ ଚାରିଆଡେ ଜନ ଜୀବନ ଅସ୍ତ ବ୍ୟସ୍ତ ହୋଇପଡିଥିବା ବେଳେ ଗଞ୍ଜାମ ଜିଲାର ସଦର ମହକୁମା ଛତ୍ରପୁର ସହର...

ଅନ୍ୟାୟ, ଅତ୍ୟାଚାର ଅଭିଯୋଗ: ନ୍ୟାୟ ଦାବିରେ ସପରିବାର ଧାରଣା

ବରଗଡ଼,୨୨।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅତାବିରା ଥାନା ଦେବାହାଲ ଗ୍ରାମର ଲିପି ସାହୁଙ୍କ ପରିବାର ଉପରେ କିଛି ଲୋକ ଅନ୍ୟାୟ, ଅତ୍ୟାଚାର କରି ଚାଲିଥିବା ଅଭିଯୋଗ...

ଅତି ସହଜରେ ଘରେ ପ୍ରସ୍ତୁତ କରନ୍ତୁ ମ୍ୟାଙ୍ଗୋ କୁଲ୍‌ଫି; ଜାଣନ୍ତୁ ପ୍ରସ୍ତୁତି ପ୍ରଣାଳୀ…

ଖରାଦିନ ଆସିଲେ ଥଣ୍ଡା ଖାଇବାକୁ ମନ ବଳିଥାଏ। ସେ ଆଇସକ୍ରିମ ହେଉ ଅବା ଲସି ଘରେ ଘରେ ଏହାର ଚାହିଦା ବଢ଼ିଯାଇଥାଏ। ହେଲେ ଆଜିର ସମୟରେ...

IPL ରେ ଏହି ଟିମ ଉପରେ ଆସିଲା Match Fixing ଅଭିଯୋଗ, ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୨୨।୪: ଲକ୍ଷ୍ନୌ ସୁପରଜାଏଣ୍ଟସ ବିପକ୍ଷରେ ଜିତିଥିବା ମ୍ୟାଚ ହାରିବା ପରେ ରାଜସ୍ଥାନ ରୟାଲ୍ସ ଉପରେ Match Fixingର ଅଭିଯୋଗ ଆସିଛି। ଏହି ମ୍ୟାଚରେ ରାଜସ୍ଥାନକୁ ଜିତିବା...

ବିବାହ ବାର୍ଷିକୀରେ ମା’ ହେଲେ ଜ୍ୱାଲା ଗୁଟ୍ଟା: ଖୁସି ହେଲା ଦ୍ୱିଗୁଣିତ

ଚେନ୍ନାଇ,୨୨।୪: ପୂର୍ବତନ ଭାରତୀୟ ବ୍ୟାଡମିଣ୍ଟନ ତାରକା ଜ୍ୱାଲା ଗୁଟ୍ଟା ମା’ ହୋଇଛନ୍ତି। ସେ କନ୍ୟା ସନ୍ତାନ ଜନ୍ମ ଦେଇଛନ୍ତି। ଏହାସହ ଜ୍ୱାଲାଙ୍କ ଖୁସି ଦ୍ୱିଗୁଣିତ ହୋଇଛି।...

ଏମିତି ବି ଆସେ ମୃତ୍ୟୁ! ମା’ ବିଦ୍ୟୁତ ସଂସ୍ପର୍ଶରେ ଆସିବା ଦେଖି ଧାଇଁ ଯାଇଥିଲେ ପୁଅ, ଏକାଠି ଚାଲିଗଲା ଦୁହିଁଙ୍କ ଜୀବନ

ଭବାନୀପାଟଣା,୨୨।୪( ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଏମ୍‌.ରାମପୁର ଥାନା ଅନ୍ତର୍ଗତ ସାଇ ଦଲଙ୍ଗା ଗ୍ରାମ ପଞ୍ଚାୟତର ଟୁର୍ଚି (ଡଙ୍ଗର ପଡ଼ା)ରୁ ମଙ୍ଗଳବାର ସକାଳୁ ଏକ...

ଫସିଗଲେ ବାବା ରାମଦେବ, ଭର୍ତ୍ସନା କଲେ Delhi High Court

ନୂଆଦିଲ୍ଲୀ,୨୨।୪: ଦିଲ୍ଲୀ ହାଇକୋର୍ଟ ହମଦର୍ଦ କମ୍ପାନୀ ଏବଂ ଏହାର ଲୋକପ୍ରିୟ ଉତ୍ପାଦ ରୁହ ଅଫଜା ବିରୁଦ୍ଧରେ ଆପତ୍ତିଜନକ ମନ୍ତବ୍ୟ ପାଇଁ ଯୋଗଗୁରୁ ବାବା ରାମଦେବଙ୍କୁ ଭର୍ତ୍ସନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri