ବାତ ବ୍ୟାଧିର ଆୟୁର୍ବେଦୀୟ ଚିକିତ୍ସା

ମାନବ ଶରୀର ତ୍ରିଦୋଷ (ବାତ, ପିତ୍ତ, କଫ)ର ବିକୃତି କାରଣରୁ ବ୍ୟାଧି ଉତ୍ପନ୍ନ ହୋଇ ବାତ ବିକୃତି କାରଣରୁ ପକ୍ଷାଘାତ (ପାରାଲିସିସ୍‌), ଆମବାତ (ରିଭମାଟିଡ୍‌ ଆର୍ଥ୍ରାଇଟିସ୍‌), ଆଣ୍ଠୁଗଣ୍ଠିବାତ (ଜଏଣ୍ଟପେନ୍‌), ଅପସ୍ମାର (ଏପିଲେପ୍‌ସି), କଟିଗ୍ରହ (ଲୁମ୍ବାର ସ୍ପଣ୍ଡିଲିସିସ୍‌), ଗ୍ରୀବାଗ୍ରହ (ସର୍‌ଭାଇକାଲ ସ୍ପଣ୍ଡିଲିସିସ୍‌), ଗୃଧ୍ରସୀ (ସାଇଟିକା), ହନୁଗ୍ରହ (ଫେସିଆଲ୍‌ ପାରାଲିସିସ୍‌) ଆଦି ରୋଗ ହେବାର ଦେଖାଯାଇଥାଏ।
ଏହି ରୋଗରେ ରୋଗୀ କାର୍ଯ୍ୟକ୍ଷମ ନ ହେବା କାରଣରୁ ତାଙ୍କୁ ସେବାର ଆବଶ୍ୟକତା ରହିଥାଏ। ଯଦି ଉତ୍ତମ ସେବା ଶୁଶୂଷା ନ ମିଳେ ତେବେ ସେ ଆରୋଗ୍ୟ ହେବା କଷ୍ଟକର ହୋଇପଡ଼େ। ଏଥିପାଇଁ ଉତ୍ତମ ଚରିତ୍ର ସମ୍ପନ୍ନ, ରାଗ ଦ୍ୱେଷ ରହିତ ସୁଖ ଭାବାପନ୍ନ ପରିଚାରିକା, ସେବିକା ଏବଂ ପରିବାର ସଦସ୍ୟ ଆନ୍ତରିକତାର ଆବଶ୍ୟକତା ରହିଛି। ତା’ ସହ ରୋଗୀକୁ ଉତ୍ତମ ବ୍ୟବହାର ପ୍ରଦର୍ଶନ କରି ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ ସେବା କଲେ ରୋଗୀ ଶୀଘ୍ର ଆରୋଗ୍ୟ ହୋଇପାରିବ।
ଏହି ରୋଗଗୁଡ଼ିକରେ ରୋଗୀକୁ ପ୍ରଥମେ ସ୍ନେହନ, ସ୍ବେଦନ ଓ ବିରେଚନ ଦେଇ ସଂଶୋଧନ ଚିକିତ୍ସା କରିବା ଉଚିତ। ବାତ ଦୋଷକୁ ସାମ୍ୟାବସ୍ଥାରେ ଆଣିବା ପାଇଁ ରୋଗ ଅନୁଯାୟୀ ବାତନାଶକ ତୈଳରେ ଅଭ୍ୟଙ୍ଗ/ ମାଲିସ୍‌ କରିବା ଉଚିତ। ଏହି ତୈଳକୁ ଏକ ଷ୍ଟିଲ୍‌ ପାତ୍ରରେ ନିଆଁରେ ଉଷୁମ କରି ମାଲିସ କଲେ ଆଶୁ ଫଳ ମିଳେ। ତତ୍‌ ସଙ୍ଗେ ସଙ୍ଗେ ଆକ୍ରାନ୍ତ ଅଙ୍ଗକୁ ସ୍ବେଦନ ବା ବାମ୍ଫ ଦିଆଯାଏ।
ରୋଗୀକୁ ତୈଳାଭ୍ୟଙ୍ଗ ପରେ ଗୋଟିଏ ଖଟ ବା ଟେବୁଲ ଉପରେ ଶୁଆଇ ବା ବସାଇ ଦିଆଯାଏ। ତା’ପରେ ଏକ ମୁଖ ଘୋଡ଼ଣି ଥିବା ହାଣ୍ଡି ବା ବଡ଼ ପ୍ରେସର କୁକୁର୍‌ରେ ବାତନାଶକ ଦ୍ରବ୍ୟ ବଳା, ରାସ୍ନା, ଶାଳପର୍ଣ୍ଣି, ପୃଷ୍ଣପର୍ଣ୍ଣି, ବୃହତୀ, କଣ୍ଟକାରୀ, ଗୋକ୍ଷୁରା, ବିଲ୍ବ, ଶୈନାକ (ଅଗ୍ନିମନ୍ଥ), ପାଟଳି, ଗମ୍ଭାରୀ ଇତ୍ୟାଦି ଦ୍ରବ୍ୟକୁ ଦରକୁଟା କରି ୪ଗୁଣ ପାଣିରେ ସିଝା ଯାଇଥାଏ। ତା’ ପରେ ସେହି ବାମ୍ଫକୁ ଏକ ପାଇପ୍‌ ସାହାଯ୍ୟରେ ଆଣି ପୂର୍ବରୁ ତୈଳାଭ୍ୟଙ୍ଗ ହୋଇଥିବା ଆକ୍ରାନ୍ତ ସ୍ଥାନରେ ଛଡ଼ାଯାଏ। ବର୍ତ୍ତମାନ ପଞ୍ଚକର୍ମ ଚିକିତ୍ସା କେନ୍ଦ୍ରରେ ଏହା ସହଜରେ ଉପଲବ୍ଧ ହେଉଅଛି। ଏଥିସହ ରୋଗୀର ବଳାବଳକୁ ଦେଖି ପ୍ରତି ତିନି ଦିନରେ ଥରେ ବିରେଚନା ପାଇଁ ଔଷଧ ବା ଏନିମା ଦିଆଯାଏ।
ରୋଗୀକୁ ଦୈନିକ ଉଷୁମ ଜଳରେ ସ୍ନାନ କରାଯାଇଥାଏ। ରୋଗୀକୁ ସକାଳେ ଓ ସାରେ ସେବିକା ଓ ଘରଲୋକଙ୍କ ଉପସ୍ଥିତିରେ ଶାରୀରିକ ବ୍ୟାୟାମ କରାଇବେ। ଯଦି ସକ୍ଷମ ହୁଏ ଯୋଗାସନ କରିବା ଉଚିତ। ପକ୍ଷାଘାତ ରୋଗୀର ରକ୍ତଚାପ ଦୈନିକ ସକାଳେ ମାପିବା ଉଚିତ। ମଧୁମେହ ଥିଲେ ଔଷଧ ଠିକ୍‌ ମାତ୍ରାରେ ନିୟମିତ ସେବନ କରିବେ। ବିଭିନ୍ନ ବାତବ୍ୟାଧି ପାଇଁ ସ୍ବତନ୍ତ୍ର ସେକର ଆବଶ୍ୟକତା ରହିଅଛି। ଯେପରି ପକ୍ଷାଘାତ ପାଇଁ ବିରିପୋଟଳି ସେକ, ଗୃଧ୍ରସୀ ପାଇଁ ବାଲୁକା ସେକ, ଆମବାତ ପାଇଁ ଯୁଆଣୀ ସୈନ୍ଧବ ଲୁଣ ସେକ, ଗଣ୍ଠିବାତ ପାଇଁ ବେଗୁନିଆ ସୈନ୍ଧବ ଲୁଣ ସେକ ଦେଲେ ଆଶୁଫଳ ମିଳେ। ସେହିପରି ରୋଗୀକୁ ସ୍ବଣ୍ଣାଦି ଭସ୍ମ ଔଷଧ ସହ ବିଭିନ୍ନ ରସ ଓ କ୍ୱାଥର ଅନୁପାନ ଦେଲେ ଉତ୍ତମ ଫଳ ମିଳେ। ସେହିପରି ପକ୍ଷାଘାତରେ ସଜନା ଛାଲି ରସ, ଅଶ୍ୱଗନ୍ଧା କ୍ୱାଥ ସହ, ଗଣ୍ଠିବାତରେ ବେଗୁନିଆ ପତ୍ର ସହ ସ୍ବରସ, ଗନ୍ଧାଳି ପତ୍ର ଓ ରାସ୍ମା ରସ ସହ ଦିଆଯାଇଥାଏ।
ଏଥିସହ ପକ୍ଷାଘାତ ରୋଗୀ ବୃହତବାତ ଚିନ୍ତାମଣି ଇଞ୍ଜେକଶନ୍‌ ଦିନେ ଛାଡ଼ି ଦିନେ, ଗଣ୍ଠିବାତ ପାଇଁ ବାତ ଗଞ୍ଜନ (ଉପାଦାନ ରସୁଣ, ଅଶ୍ୱଗନ୍ଧା) କୋଚିଲା, ରାସ୍ମା ଇତ୍ୟାଦି ଇଞ୍ଜେକଶନ୍‌ ବ୍ୟବସ୍ଥା ରହିଅଛି। ମାତ୍ର ଓଡ଼ିଶାରେ ବର୍ତ୍ତମାନ ଏହାର ବ୍ୟବହାର ଅନୁମତି ନ ଥିବାରୁ ନିଷିଦ୍ଧ ରହିଅଛି।
ରୋଗୀର ପଥ୍ୟାପଥ୍ୟ ଉପରେ ମଧ୍ୟ ଧ୍ୟାନ ଦେବା ଉଚିତ। ରୋଗୀକୁ ଦୈତାଳୁ ପୋଇଶାଗ, ଭେଣ୍ଡି, ସାରୁ, ବିରିପିଠା, ସମୁଦ୍ର ମାଛ, ନୂଆ ଚାଉଳରେ ଭାତ ଖାଇବା ଉଚିତ। ଏହିପରି ଚିକିତ୍ସାର ବିଭିନ୍ନ ମାର୍ଗକୁ ଅବଲୋକନ କରି କେବଳ ଡାକ୍ତର ଲେଖିଦେଇଥିବା ଔଷଧ ସେବନ କଲେ ରୋଗୀ ସୁସ୍ଥ ହୋଇଯିବ ଏହା ଭାବିବା ଭୁଲ ଅଟେ। ଯେପରି ଏକ ଛିଦ୍ର ଥିବା ମାଠିଆରେ ଜଳପୂର୍ଣ୍ଣ କଲେ କିଛି ସମୟପରେ ମାଠିଆଟି ଜଳଶୂନ୍ୟ ହୋଇଯାଏ। ସେହିପରି ଦୋଷକୁ ସମ୍ଭାବ୍ୟବସ୍ଥାକୁ ଆଣିବା ପାଇଁ ଶରୀରରେ ସଂଶୋଧନ, ସଂଶମନ ଚିକିତ୍ସା ସହ ହିତ ଆହାର ବିହାର ପଥ୍ୟାପଥ୍ୟ ନିୟମ ପାଳନ କଲେ, ଠିକ୍‌ ଔଷଧ ସେବନ କଲେ ରୋଗୀ ସଂପୂର୍ଣ୍ଣ ଆରୋଗ୍ୟ ହୋଇପାରିବ। ଏଥିପାଇଁ ସେବିକା ଓ ଆତ୍ମୀୟ ସ୍ବଜନଙ୍କ ଆତ୍ମୀୟତା ସହ ସେବା ଶୁଶ୍ରୁଷାର ଆବଶ୍ୟକତା ରହିଅଛି। ଏଥିପ୍ରତି ଦୃଷ୍ଟି ନ ଦେଇ କେବଳ ରୋଗୀକୁ ଔଷଧ ସେବନ କରାଇଦେଲେ କଣାଥିବା ମାଠିଆ ସଦୃଶ ଚିକିତ୍ସା ବିଫଳ ହେବ।
– ଆନନ୍ଦ ବଜାର ବେତନଟୀ, ମୟୂରଭଞ୍ଜ
ମୋ: ୯୮୭୧୩୭୪୩୮୫


Enter your email to get our daily news in your inbox.

All Right Reserved By Dharitri.Com

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

ଈଶ୍ୱର କଣିକାର ଆବିଷ୍କାରକ

ପଦାର୍ଥ ବିଜ୍ଞାନର ଏକ ଗୁରୁତ୍ୱପୂର୍ଣ୍ଣ ଆବିଷ୍କାର କରି ଖ୍ୟାତି ଲାଭ କରିଥିବା ପିଟର ହିଗ୍‌ସ ଚଳିତ ବର୍ଷ ଏପ୍ରିଲ ୮ ତାରିଖରେ ପରଲୋକ ଗମନ କରିଛନ୍ତି।...

ଥର୍ମୋମିଟର, ବାରୋମିଟର ଓ ଡାଲ୍‌ଟନ

କଡ଼େଇରେ ପାଣି ରଖି କଡ଼େଇ ତଳେ ନିଆଁ ଜାଳିଲେ ପାଣି ଗରମ ହୁଏ। କାରଣ ନିଆଁରୁ ବାହାରୁଥିବା ତାପ ଦ୍ୱାରା କଡ଼େଇ ଗରମ ହୁଏ। କଡ଼େଇ...

ଖରାଦିନେ ସ୍କିନ୍‌ ଆଲର୍ଜିର ଘରୋଇ ଚିକିତ୍ସା

ଖରାଦିନେ ଝାଳ ବୋହିବା ସହ କେତେକଙ୍କଠାରେ ବିଭିନ୍ନ ପ୍ରକାର ସ୍କିନ୍‌ ଆଲର୍ଜି ସମସ୍ୟା ଦେଖାଯାଇଥାଏ। କାହାର ଘିମିରି ବାହାରେ ତ କାହା ଶରୀରରେ ନାଲି ନାଲି...

ଘରେ ସୁଖସମୃଦ୍ଧି ବୃଦ୍ଧି ପାଇଁ ବାସ୍ତୁ ଉପାୟ, ଆପଣାଇଲେ…

ବାସ୍ତୁଶାସ୍ତ୍ର ଅନୁଯାୟୀ, ଏମିତି କିଛି ବିଶେଷ ଉପାୟ ରହିଛି; ଯାହାକୁ ଆପଣାଇଲେ ଘରେ ସୁଖସମୃଦ୍ଧି ବୃଦ୍ଧି ହେବା ସହ ସମ୍ପର୍କରେ ନିବିଡ଼ତା ଆସିଥାଏ। ତା’ସହିତ ଅନେକ...

ଇଲେକ୍ଟ୍ରିକ୍‌ ସମାଗ୍ରୀ ଚକ୍‌ଚକ୍‌ କରିବାକୁ ଚାହୁଁଥିଲେ…ଆପଣାନ୍ତୁ ଏହି ଉପାୟ

ଇଲେକ୍ଟ୍ରି ସାମଗ୍ରୀ ସଫା କରିବା ସମୟରେ କେତେକ ବିଷୟ ପ୍ରତି ସ୍ବତନ୍ତ୍ର ଭାବରେ ଦୃଷ୍ଟି ଦେବାକୁ ପଡ଼ିଥାଏ। ଏହି ସମୟରେ ନିମ୍ନଲିଖିତ ଟିପ୍ସ ଆପଣେଇ ପାରନ୍ତି…...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri