ଡାଇବେଟିସ୍‌ ସମସ୍ୟାର ଆୟୁର୍ବେଦ ଚିକିତ୍ସା…

ପରିବର୍ତ୍ତିତ ଜୀବନ ଶୈଳୀରେ ଖାଦ୍ୟପେୟରେ ଅସୁବିଧା ଯୋଗୁ କେତେକଙ୍କଠାରେ ଡାଇବେଟିସ୍‌ ସମସ୍ୟା ଦେଖାଦେଇଥାଏ। ଶରୀରରେ ରକ୍ତ ଶର୍କରା ମାତ୍ରା ଖାଲିପେଟରେ ଶତକଡା଼ ୧୦୦ ମିଲିଗ୍ରାମରୁ କମ ଓ ଖାଇବାର ୨ ଘଣ୍ଟା ପରେ ଶତକଡା଼ ୧୪୦ ମିଲିଗ୍ରାମରୁ କମ ରହିଲେ ଡାଇବେଟିସ୍‌ ହୋଇ ନାହିଁ ବୋଲି ଧରାଯାଇଥାଏ। ଅପରପକ୍ଷରେ ରକ୍ତ ଶର୍କରା ମାତ୍ରା ବୃଦ୍ଧିପାଇ ଖାଲି ପେଟରେ ୧୨୬ ମିଲିଗ୍ରାମ ଓ ଖାଇବାର ଦୁଇଘଣ୍ଟା ପରେ ୨୦୦ ମିଲିଗ୍ରାମରୁ ଅଧିକ ହେଲେ ଡାଇବେଟିସ ହୋଇଛି ବୋଲି କୁହାଯାଏ । ରକ୍ତ ଶର୍କରା ଶତକଡା ୧୮୦ ମିଲିଗ୍ରାମରୁ ଅଧିକ ହେଲେ ପରିସ୍ରାରେ ମଧ୍ୟ ଶର୍କରା ଆସିଥାଏ ବୋଲି ଚିକିତ୍ସକ କହିଥାନ୍ତି। ଡାଇବେଟିସ ସମସ୍ୟା ସହିତ ଉଚ୍ଚ ରକ୍ତଚାପ, ହୃଦ ସମସ୍ୟା, ସ୍ନାୟୁ ସମସ୍ୟା, ସ୍ମୃତିହାସ ସମସ୍ୟା, ଯୌନଶକ୍ତି ହ୍ରାସ, ସଂକ୍ରମଣ ସମସ୍ୟା, ଚର୍ମ ସମସ୍ୟା ପରି ବହୁ ସମସ୍ୟା ଦେଖାଦେଇଥାଏ। ପରିବାରରେ ବାପା,ମା ,ନିକଟ ସମ୍ପର୍କୀୟ ଲୋକଙ୍କର ମଧୁମେହ ଥିଲେ ଏହା ପିଲାମାନଙ୍କ ହୋଇଥାଏ। ୩୫ ବର୍ଷରୁ ଉର୍ଦ୍ଧ୍ୱ ବୟସର ବ୍ୟକ୍ତିଙ୍କୁ ଏହି ରୋଗ ହେବାର ଆଶଙ୍କା ଅଧିକ ଥାଏ। ଡାଇବେଟିସ୍‌ ହେଲେ ଅଧିକ ଶୋଷ, ଅଧିକ ଥର ପରିସ୍ରା ଲାଗିବା, ଓଜନ କମିଯିବା, ଅଧିକ ଭୋକ, ଅଧିକ ଥକା, ଦୁର୍ବଳ ଲାଗିବା, ଆଖିକୁ ଝାପସା ଦିଶିବା, ଯୌନାଙ୍ଗରେ ଘା’ ହେବା, ଯୌନଶକ୍ତି କମିଯିବା, ଗୋଡ଼ ଝିମ ଝିମ ହେବା, ଦୀର୍ଘଦିନ ଧରି ଘା’ ନ ଶୁଖିବା, ଗୁପ୍ତାଙ୍ଗ ପ୍ରବାହ, ଧଳାସ୍ରାବ, କୁଣ୍ଡାଇ ହେବା, କାଛୁ, ଯାଦୁ, ଚର୍ମ ସଂକ୍ରମଣ, କୁଣ୍ଡିଆ ପ୍ରଭୃତି ବାରମ୍ବାର ହେବା ଆଦି ଡାଇବେଟିସ୍‌ ସମସ୍ୟାର ମୁଖ୍ୟ ଲକ୍ଷଣ।

ଏହାର ଚିକିତ୍ସା ସହଜରେ ଆୟୁର୍ବେଦ ଦ୍ୱାରା ମଧ୍ୟ କରାଯାଇପାରିଥାଏ। ଆୟୁର୍ବେଦ ଅନୁସାରେ, ଡାଇବେଟିସ୍‌ ବାତ, ପିତ୍ତ ଓ କଫ ମଧ୍ୟରେ ସନ୍ତୁଳନ ଅଭାବରୁ ହୁଏ । ଏହାର ପ୍ରଭାବ କମ କରିବା ପାଇଁ ଦୈନିକ ପରିଶ୍ରମ ଓ ବ୍ୟାୟାମ କରିିବା ଆବଶ୍ୟକ । ଏହି ସମସ୍ୟାର ଆୟୁର୍ବେଦିକ ଚିକିତ୍ସାରେ ଚକ୍ଷୁ ଓ ପାଦର ଯତ୍ନ ଉପରେ ଅଧିକ ଗୁରୁତ୍ୱାରୋପ କରାଯାଇଥାଏ। ଖାଦ୍ୟରେ ଭାତ, ଆଳୁ, ଚିନି ଛାଡ଼ିଦେବାକୁ କୁହାଯାଏ ଏବଂ କଲରା, ନିମ୍ବ, ବେଲ, ଜାମୁକୋଳି ଏତ୍ୟାଦି ପିତା ଓ କଷା ଖାଦ୍ୟ ନିୟମିତ ଖାଇବା ଆବଶ୍ୟକ । ଆୟୁର୍ବେଦରେ ଡାଇବେଟିସ୍‌ ପାଇଁ ମେଥି, ହଳଦୀ ଆଦିକୁ ଚୁନା କରି ଖାଇବା, ଦାରୁ ହରିଦ୍ରା ଚୁନା, ତୁଳସୀ ପତ୍ର ପାଣି ଆଦି ପିଇବାକୁ ପରାମର୍ଶ ଦିଆଯାଇଥାଏ। ା ସେହିପରି ସୂର୍ଯ୍ୟ ନମସ୍କାର, ମତ୍ସ୍ୟନ୍ଦ୍ରାସନ, ହଳାସନ, ମଣ୍ଡୁକାସନ, ଭୁଜଗାସନ ଆଦି ଡାଇବେଟିସ୍‌ ସମସ୍ୟା ଦୂର ପାଇଁ ଉପକାରୀ । ତମ୍ବା ପାତ୍ରରେ ଏକ କପ ପାଣି ରାତିରେ ରଖି ସକାଳୁ ପିଇଲେ ମଧ୍ୟ ସୁଫଳ ମିଳେ ବୋଲି ଆୟୁର୍ବେଦିକ୍‌ ଡାକ୍ତର କହିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଖରାଦିନେ ଗର୍ଭବତୀ ମହିଳା ଏମିତି ନିଅନ୍ତୁ ଯତ୍ନ

ଖରାଦିନେ ଗର୍ଭବତୀ ମହିଳାଙ୍କୁ ଅଧିକ ସତର୍କ ରହିବାକୁ ହେବ। ଏହି ଦିନେ ଗ୍ରୀଷ୍ମତାପରୁ ରକ୍ଷାପାଇବା ପାଇଁ ଜାଣିରଖନ୍ତୁ କିଛି ଉପାୟ। ଖରାଦିନେ ପ୍ରଚୁର ପାଣି ତ...

ସିଙ୍ଗଲ୍‌ ଚାଇଲ୍ଡ ଥିଲେ.. ଏମିତି ନିଅନ୍ତୁ ଯତ୍ନ

ଆଜିକାଲି ଅନେକଙ୍କର ପସନ୍ଦ ସିଙ୍ଗଲ ଚାଇଲ୍ଡ। କ୍ୟାରିୟର ପାଇଁ ହେଉ ବା ଆର୍ଥିକ ଚାପ ଅବା ଲାଳନପାଳନର ଅସୁବିଧା ଯୋଗୁ ସେମାନେ ଏମିତି ପସନ୍ଦ ବାଛି...

ଅବସାଦ ଦୂର ପାଇଁ ଆପଣାନ୍ତୁ ଏହି ଟିପ୍ସ

ଶରୀରକୁ ସୁସ୍ଥ ଓ ମଜଭୁତ ରଖିବାରେ ଉତ୍ତମ ଖାଦ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। ଆମେ କେତେ ରୋଗମୁକ୍ତ ଓ ସୁସ୍ଥ ଜୀବନ ବିତାଉଛେ, ତାହା ଅନେକାଂଶରେ ନିର୍ଭର...

ପାଣି ପିଅନ୍ତୁ କି ନ ପିଅନ୍ତୁ ଘରେ ରଖନ୍ତୁ ସୁରେଇ, ଆଣିବ ସୌଭାଗ୍ୟ…

ଖରାଦିନେ ମାଠିଆ ହେଉ ଅଥବା ସୁରେଇର ପାଣି ପିଇବାକୁ ଯେମିତି ଥଣ୍ଡା ଲାଗେ ସେମିତି ସ୍ବାସ୍ଥ୍ୟପ୍ରଦ ବି ହୋଇଥାଏ। ସେଥିପାଇଁ ପୂର୍ବେ ଘରେ ଘରେ ମାଠିଆ,...

ବାସ୍ତୁ ଅନୁଯାୟୀ ଘରର ମୁଖ୍ୟ ପ୍ରବେଶ ଦ୍ୱାର କିପରି ହେବା ଦରକାର…ଜାଣନ୍ତୁ

ଘରର ଭିତର ପାର୍ଶ୍ୱ କେତେ ସୁନ୍ଦର ଓ ସୁବ୍ୟବସ୍ଥିତ; ତାହାର ଅନୁମାନ ଘରର ମୁଖ୍ୟ ପ୍ରବେଶ ଦ୍ୱାରକୁ ଦେଖିଲେ ହିଁ ଜଣାପଡିଯାଏ। ତେଣୁ ଘରର ମୁଖ୍ୟ...

ଶରୀର ପାଇଁ ଉପକାରୀ ଜିରା: ଏମିତି କରନ୍ତୁ ସେବନ

ଆମେ ସାଧାରଣତଃ ଅଧିକାଂଶ ଖାଦ୍ୟ ପ୍ରସ୍ତୁତ କରିବା ବେଳେ ଜିରା ବ୍ୟବହାର କରିଥାଉ। ଏହାର ସୁଗନ୍ଧ କେବଳ ଭଲ ନୁହେଁ ବରଂ ଏଥିରେ ଭରି ରହିଥିବା...

କେମିତି ହେବେ ଆଦର୍ଶ ଅଭିଭାବକ: ଜାଣନ୍ତୁ ଟିପ୍ସ

ପିଲାଙ୍କ ପ୍ରଥମ ଗୁରୁ ହେଉଛନ୍ତି ଅଭିଭାବକ। ସେମାନଙ୍କ ଉତ୍ତମ ଭବିଷ୍ୟତ ଗଢ଼ିବାରେ ଅଭିଭାବକଙ୍କର ହିଁ ଥାଏ ଗୁରୁତ୍ୱପୂର୍ଣ୍ଣ ଭୂମିକା। କାରଣ ପିଲାମାନେ ସର୍ବଦା ଅନୁକରଣ ପ୍ରିୟ।...

ଅତ୍ୟଧିକ ମିଠାଜାତୀୟ ଖାଦ୍ୟ ଖାଉଥିଲେ…

ମନଲୋଭା ଖାଦ୍ୟ ମଧ୍ୟରୁ ମିଠା ଅନ୍ୟତମ। ଏହାର ସ୍ବାଦ ହୁଏତ ମିଠା ହୋଇପାରେ, ହେଲେ ଏହାର ପରିମାଣ ଅଧିକ ହେଲେ ତାହା ଆମ ସ୍ମରଣ ଶକ୍ତିକୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri