ଶୋଭା ପାଇବ ଅଯୋଧ୍ୟା ରାମ ମନ୍ଦିର

ଭୁବନେଶ୍ୱର,୨୭।୯(ବ୍ୟୁରୋ):ରାଜଧାନୀର ଭୁବନେଶ୍ୱରରେ ମା’ ଜଗତ୍‌ଜନନୀଙ୍କ ଆଗମନ ପାଇଁ ପ୍ରସ୍ତୁତି ଏକ ପ୍ରକାର ଶେଷ ହେବାକୁ ବସିଲାଣି। ସଜେଇ ହେଲାଣି ପୂଜା ମଣ୍ଡପ। ମା’ଙ୍କ କରୁଣା ଓ ଭକ୍ତମାନଙ୍କ ଶ୍ରଦ୍ଧା ବଳରେ ଅନ୍ୟବର୍ଷ ଭଳି ଏ ବର୍ଷ ଯଥାଶକ୍ତି ଦଶହରା ଉତ୍ସବ ପାଳନ କରିବାକୁ ପ୍ରୟାସ କରିଛି ଶହୀଦନଗର ଦୁର୍ଗାପୂଜା ସମିିତି। ଉତ୍ସବକୁ ମନମୁଗ୍ଧ କରିବା ପାଇଁ ମା’ଙ୍କ ରୁପା ମେଢ, ସୁନା ମୁକୁଟ ସହ ସୁନ୍ଦର ତୋରଣ ମଧ୍ୟ କରାଯାଉଛି। ଚଳିତ ବର୍ଷ ଶୋଭା ପାଇବ ଅଯୋଧ୍ୟାର ରାମ ମନ୍ଦିର। ତୋରଣର ଉଚ୍ଚତା ୮୫ଫୁଟ ଥିବା ବେଳେ ଓସାର ୧୧୦ଫୁଟ ରହିବ। କୋଲକାତାରୁ କାରିଗରମାନେ ଆସି ମୂର୍ତ୍ତି ଓ ତୋରଣ ନିର୍ମାଣ କରୁଛନ୍ତି। ସବୁ ବର୍ଷ ପରି ଏଥର ମଧ୍ୟ କ୍ରୀଡ଼ା କ୍ଷେତ୍ରରେ ଓଡ଼ିଶାରେ ସଫଳତା ହାସଲ କରିଥିବା କ୍ରୀଡ଼ବିତ୍‌ଙ୍କୁ ମହାସମପ୍ତମୀରୁ ବିଜୟାଦଶମୀ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସମ୍ବର୍ଦ୍ଧିତ କରାଯିବ। ଚଳିତ ବର୍ଷ ଆନ୍ତର୍ଜାତିକ ବାସ୍କେଟ୍‌ ବଲ ଖେଳାଳି ସେକ୍‌ ଫଏଜ୍‌, ଜାତୀୟ ଫୁଟବଲ ମହିଳା ତାରକା ପୂର୍ଣ୍ଣିମା ମଲ୍ଲିକ, ଜାତୀୟ ରଗବି ତାରକା ସାହାନାୱାଜ୍‌ ଅହମ୍ମଦ, ଲନ ଟେନିସ୍‌ ମହିଳା ତାରକା ଆହାନା (୧୨ବର୍ଷରୁ କମ୍‌)ଙ୍କୁ ସମ୍ବର୍ଦ୍ଧିତ କରାଯିବ ବୋଲି ସୋମବାର ସମିତି ପକ୍ଷରୁ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି। ଏହି ସମ୍ମିଳନୀରେ ସଭାପତି ହେମନ୍ତ କୁମାର ପରିଡ଼ା, ସମ୍ପାଦକ ସଚ୍ଚିନନ୍ଦନ ନାୟକ, କର୍ପୋରେଟର ରାଜକିଶୋର ଦାସ, ବରିଷ୍ଠ ଉପଦେଷ୍ଟା ମନୋରଞ୍ଜନ ଦାସ , ଉପ ସଭାପତି ସରୋଜ କୁମାର ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମୋ କଲେଜ ଅଭିଯାନ ଲାଗି ସରକାରଙ୍କ ପ୍ରସ୍ତୁତି

ଭୁବନେଶ୍ୱର,୨୬।୨(ବ୍ୟୁରୋ): ରାଜ୍ୟର ଉଚ୍ଚ ଶିକ୍ଷାନୁଷ୍ଠାନଗୁଡ଼ିକର ବିକାଶ ଦିଗରେ ପୁରାତନ ଛାତ୍ରୀଛାତ୍ରଙ୍କ ମହତ୍ତ୍ବପୂର୍ଣ୍ଣ ଭୂମିକା ରହିଛି। ସେମାନଙ୍କୁ ତାଙ୍କ ଶିକ୍ଷାନୁଷ୍ଠାନ ସହିତ ଯୋଡ଼ିବା ଦିଗରେ ମୁଖ୍ୟମନ୍ତ୍ରୀ ନବୀନ...

ଡାବୁଗାଁରେ ‘ଲୁଣ ମିଳିବ ନାହିଁ’ ଗୁଜବ: ଅସାଧୁ ବ୍ୟବସାୟୀ ମାଲାମାଲ; ଚିନ୍ତାରେ ଖାଉଟି

ଡାବୁଗାଁ,୧୩।୫(ଡି.ଏନ୍‌.ଏ.): କରୋନାକୁ ରୋକିବା ନିମନ୍ତେ ସାରା ରାଜ୍ୟରେ ଲକ୍‌ଡାଉନ୍‌ ସ୍ଥିତି ଜାରି ରହିଛି। ତେବେ ଏହାର ସୁଯୋଗ ନେଇ କେତେକ ଅସାଧୁ ବ୍ୟବସାୟୀ ଅହେତୁକ ମାତ୍ରାରେ...

ଓସ୍କାର ବିଜେତାଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୩ା୩(ବ୍ୟୁରୋ): ୯୫ ତମ ଓସ୍କାର ପୁରସ୍କାରରେ ଶ୍ରେଷ୍ଠ ଡକ୍ୟୁମେଣ୍ଟାରୀ ଶର୍ଟ ଫିଲ୍ମ ଭାବେ ‘ ଦ ଏଲିଫ୍ୟାଣ୍ଟ ହ୍ବିସ୍‌ପର୍ସ’ ସମ୍ମାନଜନକ ଓସ୍କାର ପୁରସ୍କାର ଜିତିଛି। ଏନେଇ...

ଆଉ ୨ ଦିନ ଅସମ୍ଭାଳ ଶୀତ: ୨୧ରୁ ପୁଣି ବର୍ଷା

ଭୁବନେଶ୍ୱର,୧୯।୧(ବ୍ୟୁରୋ): ଶୀତରେ ଥରୁଛି ଓଡ଼ିଶା । ରାଜ୍ୟରେ ରାତି ତାପମାତ୍ରାରେ ଆଗାମୀ ୨ ଦିନ ଯାଏ ବିଶେଷ ପରିବର୍ତ୍ତନ ହେବାର ସମ୍ଭାବନା ନାହିଁ। ମାତ୍ର ପରବର୍ତ୍ତୀ...

ରାଜଧାନୀରେ ବଳବତ୍ତର ରହିବ ଲକ୍‌ଡାଉନ୍‌ କଟକଣା: ବିଏମ୍‌ସି

ଭୁବନେଶ୍ୱର,୨୬।୪(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ପକ୍ଷରୁ ନିୟମ କୋହଳ ହୋଇଥିଲେ ହେଁ ରାଜ୍ୟର ବିଭିନ୍ନ ସ୍ଥାନରେ ଲକ୍‌ଡାଉନ୍‌ କଟକଣା ବଳବତ୍ତର ରହିଛି। ଏହି କ୍ରମରେ ଭୁବନେଶ୍ୱରରେ କଟକଣା...

ରାଜ୍ୟପାଳଙ୍କୁ ଭେଟିଲେ ଧର୍ମେନ୍ଦ୍ର

ଭୁବନେଶ୍ୱର, ୨୭।୧୧(ବ୍ୟୁରୋ)-କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବୁଧବାର ରାଜଭବନରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ସାକ୍ଷାତ୍‌ କରିଛନ୍ତି। ଏଥିସହ ରାଜ୍ୟପାଳଙ୍କ ସହଧର୍ମିଣୀ ସୁଶୀଳା ଦେବୀଙ୍କ ପରଲୋକରେ ଗଭୀର...

ଓଡ଼ିଶାରେ ସଫଳ ହେଲା ପ୍ଲାଜମା ଥେରାପି

ଭୁବନେଶ୍ୱର,୧୯।୭(ବ୍ୟୁରୋ): ରାଜ୍ୟରେ ଗୁରୁତର କରୋନା ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ପ୍ଲାଜମା ଥେରାପି ସଫଳ ହୋଇଛି। ୬ ଜଣ ଗୁରୁତର ରୋଗୀଙ୍କ ମଧ୍ୟରୁ ଯେଉଁମାନେ ବର୍ତ୍ତମାନ ପ୍ଲାଜମା...

ଫେବୃୟାରୀ ରାତିରେ ରହିବ ହାଲୁକା ଥଣ୍ଡା

ଭୁବନେଶ୍ୱର,୧୫ା୨(ବ୍ୟୁରୋ): ଚଳିତ ମାସ ଆରାମଦାୟକ ରହିବ। ରାତିରେ ହାଲୁକା ଥଣ୍ଡା ଅନୁଭୂତ ହେବା ବେଳେ ଦିନରେ ସାମାନ୍ୟ ଗରମ ହେବ। ଦିନର ସର୍ବୋଚ୍ଚ ତାପମାତ୍ରା ୩୦ରୁ...

Advertisement
Archives

Model This Week