Posted inଜାତୀୟ

ରାମ ଜନ୍ମଭୂମିକୁ ବୋମାରେ ଉଡ଼ାଇଦେବାକୁ ଧମକ

ଅଯୋଧ୍ୟା,୨।୨: ଉତ୍ତରପ୍ରଦେଶ ଅଯୋଧ୍ୟାର ରାମ ଜନ୍ମଭୂମିକୁ ବୋମାରେ ଉଡ଼ାଇଦେବାକୁ ମିଳିଛ ଧମକ। ରାମ ଜନ୍ମଭୂମିର ୟୋଲୋ ଜୋନ ଅଞ୍ଚଳ ସ୍ଥିତ ରାମଲାଲା ସଦନରେ ରହୁଥିବା ମନୋଜ କୁମାରଙ୍କ ମୋବାଇଲକୁ ଏହି ଫୋନ୍‌ କଲ୍‌ ଆସିଥିଲା। ଏଥିରେ ଜଣେ ଅଜ୍ଞାତ ଯୁବକ ଫୋନ କରି ମନୋଜଙ୍କୁ ଏହି ଧମକ ଦେଇଥିଲେ। ଉକ୍ତ ଧମକ ସକାଳ ସାଢ଼େ ୫ଟାରେ ଆସିଥିଲା। ସକାଳ ୧୦ଟା ସୁଦ୍ଧା ରାମ ଜନ୍ମଭମିକୁ ଉଡ଼ାଇ ଦେବେ ବୋଲି ଧମକ ଦେଇଥିବା ବ୍ୟକ୍ତି କହିଥିଲେ। ଏହାପରେ ମନୋଜଙ୍କ ସୂଚନା ଅନୁଯାୟୀ ଥାନା ପ୍ରଭାରୀ ଏକ ଏଫ୍‌ଆଇଆର ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ଏହି ମାମଲାକୁ ନେଇ ଥାନା ରାମ ଜନ୍ମଭୂମିର ପ୍ରଭାରୀ ସଞ୍ଜୀବ କୁମାର କହିଛନ୍ତି, ଗୁରୁବାର ମନୋଜ କୁମାରଙ୍କୁ ଜଣେ ଅଜ୍ଞାତ ଫୋନ୍‌ ଆସିଥିଲା। ବର୍ତ୍ତମାନ ମନୋଜ ପ୍ରୟାଗରାଜ ମାଘ ମେଳାରେ ଅଛନ୍ତି। ତାଙ୍କୁ ସକାଳ ୬ଟାରେ ଫୋନରେ ଏହି ଧମକ ମିଳିଥିଲା। କେବଳ ଏତିକି ନୁହେଁ, ଅଜ୍ଞାତ ଯୁବକ ଜଣଙ୍କ ଦିଲ୍ଲୀର ବୋଲି ମନୋଜଙ୍କୁ କହି ସକାଳ ୧୦ଟାରେ ରାମ ଜନ୍ମଭୂମିକୁ ବୋମାରେ ଉଡାଇଦେବେ ବୋଲି କହିଥିଲେ। ଏହି ମାମଲାର ସୂଚନା ମିଳିବା ପରେ ପୋଲିସ ସତର୍କ ହେବା ସହ ଯାଞ୍ଚ ଅଭିଯାନକୁ ଜୋରଦାର କରିଛି। ଏଥିସହ ଯେଉଁ ନମ୍ବରରୁ ଫୋନ୍‌ କଲ୍‌ ଆସିଥିଲା ତା’କୁ ମଧ୍ୟ ଯାଞ୍ଚ କରାଯାଉଛି। ଏତଦ୍‌ ବ୍ୟତୀତ କ୍ୟାମ୍ପସ ପରିସରରେ ନିୟୋଜିତ ସୁରକ୍ଷା କର୍ମୀଙ୍କୁ ସତର୍କ କରାଯାଇଥିବା ସଞ୍ଜୀବ କୁମାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପାହାଡିଆ ରାସ୍ତାରେ ଜୀବନ: ପଡିଯାଇ ବାହାରିପଡିଲା ଛାତ୍ରଙ୍କ ଅନ୍ତନଳୀ

ମୋହନା,୨୧ା୮(ମନ୍ମଥ ମିଶ୍ର): ଗଞ୍ଜାମ ଓ ଗଜପତି ଜିଲା ସୀମାନ୍ତରେ ରହିଛି ଧରାକୋଟ ବ୍ଲକର ତାନାର୍ଜିପଲ୍ଲୀ ଗାଁ। ବିଦ୍ୟାଳୟକୁ ବାଲିପଦର ଗ୍ରାମକୁ ୫ କି.ମି. ଛାତ୍ରୀଛାତ୍ରଙ୍କୁ ପାହାଡିଆ, ପଥୁରିଆ…

ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଶୁଭସ୍ଥମ୍ଭ ସ୍ଥାପନ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ମୁଜାଗଡ଼ ଗ୍ରାମର ପୁରାତନ ତଥା ୨୫ ବର୍ଷର ତୁମ୍ଭେଶ୍ୱର ଗଣେଶ ପୂଜା କମିଟି ପକ୍ଷରୁ ଆସନ୍ତା…

ଆନ୍ଧ୍ରପ୍ରଦେଶରୁ ୫ ବନ୍ଧକ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ

ପାରଳାଖେମୁଣ୍ଡି/ମୋହନା,୨୧ା୮(ଗିରିଧାରୀ ପରିଚ୍ଛା/ମନ୍ମଥ ମିଶ୍ର): ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇ ଜଣେ ମାଲିକଙ୍କ ନିକଟରେ ବନ୍ଧକ ଥିବା ୫ ଜଣ ଶ୍ରମିକଙ୍କୁ ଗଜପତି ଜିଲା ପୋଲିସ ଉଦ୍ଧାର କରି…

ହକି ବିଶ୍ୱକପ୍‌ରେ ଦେଖିବାକୁ ମିଳିବ ହାଇଭୋଲଟେଜ୍‌ ମ୍ୟାଚ୍‌, ଭାରତ-ନେଦରଲାଣ୍ଡ୍ସ ମ୍ୟାଚ୍‌

ଆମଷ୍ଟେଲଭିନ୍‌,୨୧ା: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ ଦ୍ୱିତୀୟ ରାଉଣ୍ଡରେ ଭାରତ ଶନିବାର ଏହାର ପ୍ରଥମ ମ୍ୟାଚ୍‌ ନେଦରଲାଣ୍ଡ୍ସ ବିପକ୍ଷରେ ଖେଳିବ। ସେମିଫାଇନାଲରେ ପ୍ରବେଶ ପାଇଁ ଏହି…

କିଏ ସେ ଅଭିନେତ୍ରୀ, ଯାହାଙ୍କୁ ୬୨ ବର୍ଷ ବୟସରେ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରୁଛନ୍ତି ଗୋବିନ୍ଦା? ସ୍ତ୍ରୀଙ୍କ ଖୁଲାସା ପରେ…

ମୁମ୍ବାଇ: ଆଜିକାଲି ନିଜର କର୍ମ ଜୀବନକୁ ନେଇ କମ୍‌ ବରଂ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚାରେ ରହୁଛନ୍ତି ବଲିଉଡ ସୁପରଷ୍ଟାର ଗୋବିନ୍ଦା। ୬୨ ବର୍ଷ ବୟସରେ…

ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌, ଭାରତ ପାଇଁ ପଦକ ପକ୍କାକଲେ ତ୍ରିସା-ଗାୟତ୍ରୀ

ନୂଆଦିଲ୍ଲୀ, ୨୧ା୮: ଭାରତର ତ୍ରିସା ଜୋଲି ଓ ଗାୟତ୍ରୀ ଗୋପିଚାନ୍ଦ ବ୍ୟାଡ୍‌ମିଣ୍ଟନ ବିଶ୍ୱ ଚାମ୍ପିୟନଶିପ୍‌ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିବା ସହ ପଦକ ପକ୍କା କରିଛନ୍ତି।…

କ୍ଷେତମୁଣ୍ଡଳି ରାସ୍ତାରେ ୨ କଲରାପତରିଆ ବାଘ ଛୁଆ: ଘୁମୁସର ଉତ୍ତର ବନଖଣ୍ଡରେ ବଢ଼ୁଛି ବନ୍ୟପ୍ରାଣୀଙ୍କ ଚଳପ୍ରଚଳ

ଭଞ୍ଜନଗର, ୨୧।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଘୁମୁସର ଉତ୍ତର ବନଖଣ୍ଡ ଅନ୍ତର୍ଗତ କ୍ଷେତମୁଣ୍ଡଳି-ତିରିକୁପା ରାସ୍ତାରେ ଶୁକ୍ରବାର ସନ୍ଧ୍ୟାରେ ଦୁଇଟି କଲରାପତରିଆ ବାଘ ଛୁଆ ରାସ୍ତା…

ଧରିତ୍ରୀ ପ୍ରଭାବ: ବାପାଙ୍କ ଦଶାହ କାର୍ଯ୍ୟପାଇଁ  ଝିଅପୁଅ ଗାଁ ଲୋକଙ୍କୁ ଭିକ୍ଷା ମାଗିବା ଘଟଣା, ଅସହାୟ ପରିବାରଙ୍କୁ ମିଳିଲା …

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୌଡ଼ଗାଁ ନୂଆସାହିର ଗୋବିନ୍ଦ ମହାରଣା(୪୯)ଙ୍କ ୧୫ ତାରିଖ ବିଳମ୍ବିତ ରାତିରେ ଆକସ୍ମିକ ମୃତ୍ୟୁ ଘଟିଥିଲା। ଗୋବିନ୍ଦଙ୍କ ମୃତ୍ୟୁପରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri