Posted inଜାତୀୟ

ରାମ ଜନ୍ମଭୂମିକୁ ବୋମାରେ ଉଡ଼ାଇଦେବାକୁ ଧମକ

ଅଯୋଧ୍ୟା,୨।୨: ଉତ୍ତରପ୍ରଦେଶ ଅଯୋଧ୍ୟାର ରାମ ଜନ୍ମଭୂମିକୁ ବୋମାରେ ଉଡ଼ାଇଦେବାକୁ ମିଳିଛ ଧମକ। ରାମ ଜନ୍ମଭୂମିର ୟୋଲୋ ଜୋନ ଅଞ୍ଚଳ ସ୍ଥିତ ରାମଲାଲା ସଦନରେ ରହୁଥିବା ମନୋଜ କୁମାରଙ୍କ ମୋବାଇଲକୁ ଏହି ଫୋନ୍‌ କଲ୍‌ ଆସିଥିଲା। ଏଥିରେ ଜଣେ ଅଜ୍ଞାତ ଯୁବକ ଫୋନ କରି ମନୋଜଙ୍କୁ ଏହି ଧମକ ଦେଇଥିଲେ। ଉକ୍ତ ଧମକ ସକାଳ ସାଢ଼େ ୫ଟାରେ ଆସିଥିଲା। ସକାଳ ୧୦ଟା ସୁଦ୍ଧା ରାମ ଜନ୍ମଭମିକୁ ଉଡ଼ାଇ ଦେବେ ବୋଲି ଧମକ ଦେଇଥିବା ବ୍ୟକ୍ତି କହିଥିଲେ। ଏହାପରେ ମନୋଜଙ୍କ ସୂଚନା ଅନୁଯାୟୀ ଥାନା ପ୍ରଭାରୀ ଏକ ଏଫ୍‌ଆଇଆର ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ଏହି ମାମଲାକୁ ନେଇ ଥାନା ରାମ ଜନ୍ମଭୂମିର ପ୍ରଭାରୀ ସଞ୍ଜୀବ କୁମାର କହିଛନ୍ତି, ଗୁରୁବାର ମନୋଜ କୁମାରଙ୍କୁ ଜଣେ ଅଜ୍ଞାତ ଫୋନ୍‌ ଆସିଥିଲା। ବର୍ତ୍ତମାନ ମନୋଜ ପ୍ରୟାଗରାଜ ମାଘ ମେଳାରେ ଅଛନ୍ତି। ତାଙ୍କୁ ସକାଳ ୬ଟାରେ ଫୋନରେ ଏହି ଧମକ ମିଳିଥିଲା। କେବଳ ଏତିକି ନୁହେଁ, ଅଜ୍ଞାତ ଯୁବକ ଜଣଙ୍କ ଦିଲ୍ଲୀର ବୋଲି ମନୋଜଙ୍କୁ କହି ସକାଳ ୧୦ଟାରେ ରାମ ଜନ୍ମଭୂମିକୁ ବୋମାରେ ଉଡାଇଦେବେ ବୋଲି କହିଥିଲେ। ଏହି ମାମଲାର ସୂଚନା ମିଳିବା ପରେ ପୋଲିସ ସତର୍କ ହେବା ସହ ଯାଞ୍ଚ ଅଭିଯାନକୁ ଜୋରଦାର କରିଛି। ଏଥିସହ ଯେଉଁ ନମ୍ବରରୁ ଫୋନ୍‌ କଲ୍‌ ଆସିଥିଲା ତା’କୁ ମଧ୍ୟ ଯାଞ୍ଚ କରାଯାଉଛି। ଏତଦ୍‌ ବ୍ୟତୀତ କ୍ୟାମ୍ପସ ପରିସରରେ ନିୟୋଜିତ ସୁରକ୍ଷା କର୍ମୀଙ୍କୁ ସତର୍କ କରାଯାଇଥିବା ସଞ୍ଜୀବ କୁମାର କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ଲଢିବେ କଳ୍ପନା

ରାଞ୍ଚି,୨୫।୪: ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ପତ୍ନୀ କଳ୍ପନା ସୋରେନ ନିର୍ବାଚନ ମଇଦାନରେ ପ୍ରବେଶ କରିଛନ୍ତି। ଗାଂଡେୟ ବିଧାନସଭା ଆସନରୁ ଉପ-ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି...

୧୧ ବର୍ଷ ହେବ ଜେଲରେ ବନ୍ଦୀଥିବା ଝିଅକୁ ଭେଟିବାକୁ ଭାରତରୁ ୟେମେନ ପହଞ୍ଚିଲେ ମା’, ହତ୍ୟା ମାମଲାରେ ମିଳିଛି ମୃତ୍ୟୁଦଣ୍ଡ

ନୂଆଦିଲ୍ଲୀ/ସନା,୨୫।୪: ଦୀର୍ଘ ୧୧ ବର୍ଷ ଧରି ୟେମେନ ଜେଲରେ ବନ୍ଦୀ ଥିବା ଝିଅକୁ ଭେଟିବା ପାଇଁ ତାଙ୍କ ମା’ ଭାରତରୁ ୟେମେନ ଆସିଥିଲେ। ଦୁହେଁ ପରସ୍ପରକୁ...

ଆଉ ଏକ ପ୍ରାର୍ଥୀ ତାଲିକା ଜାରି କଲା ବିଏସପି, ରାଏବରେଲିରୁ ଲଢିବେ…

ଲକ୍ଷ୍ନୌ,୨୫।୪: ଉତ୍ତରପ୍ରଦେଶରେ ହେବାକୁ ଥିବା ଲୋକ ସଭା ନିର୍ବାଚନ ପାଇଁ ବହୁଜନ ସମାଜ ପାର୍ଟି (ବିଏସପି) ଗୁରୁବାର ଆଉ ଏକ ପ୍ରାର୍ଥୀ ତାଲିକା ଜାରି କରିଛି।...

ଗୁଗୁଲ ସର୍ଚ୍ଚର ସମସ୍ତ ରେକର୍ଡ ଭାଙ୍ଗିଲା ଉତ୍ତରାଧିକାର ଟ୍ୟାକ୍ସ, ସାମ ପିଟ୍ରୋଡାଙ୍କୁ ବି କରିଛନ୍ତି ଖୁବ ସର୍ଚ୍ଚ

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୫।୪: ବର୍ତ୍ତମାନ, ଭାରତୀୟ ବିଦେଶ କଂଗ୍ରେସ ସଭାପତି ସାମ ପିଟ୍ରୋଡାଙ୍କ ଉତ୍ତରାଧିକାର ଟ୍ୟାକ୍ସ ସମ୍ପର୍କରେ ଦେଇଥିବା ବିବୃତ୍ତି ଉପରେ ରାଜନୀତି ବନ୍ଦ ହେଉନାହିଁ। ଗୁରୁବାର (ଏପ୍ରିଲ...

‘କାନ ଖୋଲି ଶୁଣି ନିଅ, ଯେପର୍ଯ୍ୟନ୍ତ ମୋଦି ବଞ୍ଚିଛନ୍ତି’

ନୂଆଦିଲ୍ଲୀ,୨୫ା୪: ଲୋକ ସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ଭୋଟ୍‌ ଶୁକ୍ରବାର ଉତ୍ତରପ୍ରଦେଶର ୮ଟି ଆସନରେ ଅନୁଷ୍ଠିତ ହେବ। ଏହି ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଂଗ୍ରେସ...

ସମସ୍ତ ମୁସଲମାନଙ୍କୁ ଓବିସି ବର୍ଗରେ ସାମିଲ କରିବାକୁ ନେଇ କର୍ନାଟକ ସରକାରଙ୍କ ବୟାନରେ ସନ୍ତୁଷ୍ଟ ନୁହେଁ ଏନସିବିସି

ବେଙ୍ଗାଲୁରୁ,୨୫।୪: ନ୍ୟାସନାଲ କମିଶନ ଫର ବ୍ୟାକଓ୍ବାର୍ଡ କ୍ଲାସେସ (ଏନସିବିସି) ସଂରକ୍ଷଣ ସୁବିଧା ଯୋଗାଇବା ପାଇଁ କର୍ନାଟକର ସମସ୍ତ ମୁସଲମାନ ସମ୍ପ୍ରଦାୟକୁ ଓବିସି ବର୍ଗରେ ଅନ୍ତର୍ଭୁକ୍ତ କରିବାକୁ...

୨୦୨୪ ହେବାକୁ ଯାଉଛି ବିଶ୍ୱର ସବୁଠାରୁ ମହଙ୍ଗା ଇଲେକ୍ସନ, ୨୦୧୯ ତୁଳନାରେ ଖର୍ଚ୍ଚ ହେଉଛି ୨ ଗୁଣା ଅଧିକ

ନୂଆଦିଲ୍ଲୀ,୨୫।୪: ଲୋକ ସଭା ନିର୍ବାଚନ ୨୦୨୪ ପୂର୍ବ ରେକର୍ଡ ଭାଙ୍ଗିବା ଏବଂ ବିଶ୍ୱର ସବୁଠାରୁ ମହଙ୍ଗା ର୍ନିବାଚନ ଇଭେଣ୍ଟ ହେବାକୁ ଯାଉଛି। ଏନଜିଓ ସେଣ୍ଟର ଫର...

ଏହି ଲୋକ ସଭା ଆସନରେ ସ୍ବାମୀଙ୍କୁ ଟକ୍କର ଦେବେ ସ୍ତ୍ରୀ

ଲକ୍ଷ୍ନୌ,୨୫।୩୪: ଉତ୍ତରପ୍ରଦେଶର ଇଟାୱା ଲୋକ ସଭା ଆସନରେ ପ୍ରତିଯୋଗିତା ରୋଚକ ହୋଇଛି। ବର୍ତ୍ତମାନର ଏମ୍‌ପି ରାମ ଶଙ୍କର କ୍ୟାଥେରିଆଙ୍କ ଉପରେ ଆତ୍ମବିଶ୍ୱାସ ପ୍ରକାଶ କରି ଭାଜପା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri