ଦୂରସଞ୍ଚାରଠାରୁ ଦୂରରେ

ଅନୁଗୋଳ/ ଢେଙ୍କାନାଳ ଅଫିସ/ଭୁବନେଶ୍ୱର (ବ୍ୟୁରୋ), ୬ା୫: ବର୍ତ୍ତମାନ ସମୟରେ ମଣିଷ ଜୀବନର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ ପାଲଟିଛି ମୋବାଇଲ। ହେଲେ ଚିନ୍ତାର ବିଷୟ, ରାଜ୍ୟରେ ମୋଟ୍‌ ୫୧ ହଜାର ୧୭୬ ଗାଁ ମଧ୍ୟରୁ ୪ ହଜାର ୫୪୯ ଗ୍ରାମରେ ମୋବାଇଲ ନେଟଓ୍ବର୍କ ନାହିଁ। କେବଳ ଅନୁଗୋଳ ଓ ଢେଙ୍କାନାଳ ଜିଲାକୁ ଦେଖିଲେ ଶତାଧିକ ଗ୍ରାମ ଏହି ତାଲିକାରେ ରହିଛି। ଅନୁଗୋଳର ୨୨୫ ପଞ୍ଚାୟତରେ ଥିବା ୧,୮୮୭ ଗାଁ ମଧ୍ୟରୁ ୯୫ ଗ୍ରାମରେ ଆସୁନି ନେଟଓ୍ବର୍କ। ଜିଲା ସଦର ମହକୁମାଠାରୁ ୪୦ କିଲୋମିଟର ଦୂର ସାତକୋଶିଆ ଅଞ୍ଚଳର ୨୫ରୁ ଅଧିକ ଗ୍ରାମର ଅଧିବାସୀ ମୋବାଇଲରେ ଯୋଗାଯୋଗ କରିପାରୁ ନ ଥିବାବେଳେ ଆଠମଲ୍ଲିକ ଓ ପାଲଲହଡ଼ା ଉପଖଣ୍ଡର ୭୦ରୁ ଊର୍ଦ୍ଧ୍ୱ ଗ୍ରାମରେ ଅଚଳ ପଡ଼ିଛି ମୋବାଇଲ। ଫଳରେ ଜରୁରୀ ସମୟରେ ନେଟୱର୍କ ପାଇଁ ଏସବୁ ଗ୍ରାମବାସୀଙ୍କୁ କେତେବେଳେ ଗଛ ତ କେତେବେଳେ ପାହାଡ଼ ଉପରକୁ ଚଢ଼ିବାକୁ ପଡ଼ୁଛି। କିଛି ଗାଁର ନିର୍ଦ୍ଦିଷ୍ଟ ସ୍ଥାନରେ ନେଟୱର୍କ ଆସୁଥିବାରୁ ସେଠାରେ ସ୍ବତନ୍ତ୍ର ଭାବେ ମଞ୍ଚା ବନ୍ଧାଯାଇଛି। ଅନ୍ୟ କିଛି ଗ୍ରାମବାସୀଙ୍କୁ କେଇ କିଲୋମିଟର ଦୂର ପଡ଼ୋଶୀ ଗ୍ରାମକୁ ଏଥିପାଇଁ ଯିବାକୁ ପଡ଼ୁଛି।
ଅନୁଗୋଳ ବ୍ଲକର ପମ୍ପାସର, କରାବିରା, କଟରାଙ୍ଗ, ମଝିପଡ଼ା, ଛୋଟକେଇ, ବାଘମୁଣ୍ଡା, ଟାକରସିଂହା, କୁମୁରି, ଥୁକୁଲି, ସିଟିକୋଇଲି, କନ୍ଧକୋଇଲି, ବାଲିଜେରେଙ୍ଗ, ବେତର ଆଦି ଜଙ୍ଗଲ ଗାଁରେ ମୋବାଇଲ ନେଟଓ୍ବର୍କ ଏଯାଏ ଅପହଞ୍ଚ ରହିଛି। ସେହିଭଳି ଆଠମଲ୍ଲିକ ବ୍ଲକର ବିପ୍ରଡ଼ିହି, ଭଗବାନପୁରରେ ମଧ୍ୟ ସମାନ ସମସ୍ୟା। ପାଲଲହଡ଼ା ବ୍ଲକର ନଗିରା, ମଲଢ଼ିହ, ଜଲ୍ଲାହ, ବାଲିବାହାଳ, ସଲେଇ, ବରୁଣଡ଼ିହ, ହରିପ୍ରଧାନପୁର ଲୋକମାନେ ନେଟୱର୍କ ପାଇବା ପାଇଁ ନାନା ସଂଘର୍ଷ କରୁଛନ୍ତି। ଅନୁଗୋଳର ସୁବର୍ଣ୍ଣ ଅତୀତ କୁହାଯାଉଥିବା କୃଷ୍ଣଚନ୍ଦ୍ରଗଡ଼ରେ ଏକ ବାଉଁଶ ଖୁଣ୍ଟରେ ମୋବାଇଲ ବାନ୍ଧି ଲୋକଙ୍କୁ କଥା ହେବାକୁ ପଡ଼ୁଛି, ତାହା ପୁଣି କେବଳ କି ପ୍ୟାଡ୍‌ ଫୋନ୍‌ ଦ୍ୱାରା। ସେହିପରି ଆଉ କେତୋଟି ଗାଁରେ ଗଛରେ ଫୋନ ଝୁଲାଇ ଲୋକେ ଅନ୍ୟ ସହ ଯୋଗାଯୋଗ କରିପାରୁଥିବା ଦେଖାଯାଉଛି। ସାମାନ୍ୟ ଏପଟସେପଟ ହୋଇଗଲେ ମୋବାଇଲରୁ ନେଟଓ୍ବର୍କ ଚାଲିଯାଉଛି। ଏହି ନେଟଓ୍ବର୍କ ସମସ୍ୟା ଦେଇ ଗତି କରୁଥିବା ଏସବୁ ଗ୍ରାମବାସୀଙ୍କୁ ସରକାରୀ ଯୋଜନାର ପର୍ଯ୍ୟାପ୍ତ ଲାଭ ମିଳିପାରୁ ନାହିଁ। ବାତ୍ୟା, ବନ୍ୟା, ବଜ୍ରପାତ ଓ ଗ୍ରୀଷ୍ମପ୍ରବାହ ବେଳେ ଦିଆଯାଉଥିବା ସତର୍କ ସୂଚନା ଲୋକଙ୍କ ନିକଟରେ ପହଞ୍ଚିପାରୁ ନାହିଁ। ଗାଁ ନିକଟରେ ହାତୀ ଥିଲେ ବନ ବିଭାଗ ପକ୍ଷରୁ ଗ୍ରାମବାସୀଙ୍କୁ ଆଗୁଆ ସୂଚନା ଦିଆଯାଇ ପାରୁନାହିଁ। ଆଧାର ଲିଙ୍କ୍‌ କରାଯାଇପାରୁ ନ ଥିବାରୁ ଡିଲରମାନଙ୍କଠାରୁ ଠିକ୍‌ ଭାବେ ରାଶନ ମିଳିପାରୁ ନାହିଁ। ଅନ୍‌ଲାଇନ୍‌ରେ ଛାତ୍ରୀଛାତ୍ରଙ୍କ କ୍ଲାସ୍‌ ହୋଇପାରୁ ନାହିଁ। ବ୍ୟାଙ୍କ ମିତ୍ର ଓ ଗ୍ରାହକ ସେବା କେନ୍ଦ୍ର ଜରିଆରେ ଟଙ୍କା ନେଣଦେଣ କରାଯାଇପାରୁ ନାହିଁ। ଏପରି କି ପଞ୍ଚାୟତ କାର୍ଯ୍ୟାଳୟକୁ ଇଣ୍ଟରନେଟ୍‌ ସହ ଯୋଡ଼ା ଯାଉଥିଲେ ମଧ୍ୟ ଅନୁଗୋଳ ଜିଲାର ୫ରୁ ୧୦ ପଞ୍ଚାୟତରେ ଅଦ୍ୟାବଧି ଏହି ସେବା ପହଞ୍ଚିପାରି ନାହିଁ। ବେତର ଗ୍ରାମର ହାଡ଼ିବନ୍ଧୁ ବେହେରା କହିଛନ୍ତି, ଆମ୍ବୁଲାନ୍ସ ଆବଶ୍ୟକ ପଡ଼ିଲେ ଗାଁଠାରୁ କିଛି ଦୂର ନେଟୱର୍କ ଆସୁଥିବା ସ୍ଥାନକୁ ଯାଇ ୧୦୮କୁ ଫୋନ କରିବାକୁ ପଡ଼ୁଛି। ଅନୁଗୋଳ ବିଏସ୍‌ଏନ୍‌ଏଲ୍‌ ଏସ୍‌ଡିଓ ପି.କେ. ଦେବତା କହିଛନ୍ତି, ଜିଲାର ସମସ୍ତଙ୍କ ନିକଟରେ କିଭଳି ମୋବାଇଲ ନେଟଓ୍ବର୍କ ପହଞ୍ଚିବ ସେ ନେଇ ସରକାର ତତ୍ପର ରହିଛନ୍ତି। ସ୍ପେଶାଲ ଟାୱାର କରିବାକୁ ଯୋଜନା ରଖାଯାଇଛି। ଜିଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ କହିଛନ୍ତି, ମୋବାଇଲ ନେଟ୍‌ୱର୍କ ଆସୁ ନ ଥିବା ଗ୍ରାମରେ କିପରି ଟାୱାର ବସାଯିବ ସେ ନେଇ ବ୍ୟବସ୍ଥା କରାଯାଉଛି। ଏଥିପାଇଁ ଭାରତ ସଞ୍ଚାର ନିଗମକୁ ଆବଶ୍ୟକ ଜାଗା ଯୋଗାଇ ଦିଆଯାଇଛି। ଢେଙ୍କାନାଳ ବିଏସ୍‌ଏନ୍‌ଏଲ୍‌ ଡିଜିଏମ୍‌ ସଞ୍ଜୟ ଶତପଥୀ କହିଛନ୍ତି, ଢେଙ୍କାନାଳ ଓ ଅନୁଗୋଳ ରାଜସ୍ବ ଜିଲାକୁ ନେଇ ଗଠିତ ବିଏସ୍‌ଏନ୍‌ଏଲ୍‌ ଢେଙ୍କାନାଳ ଡିଭିଜନରେ ୬୩ ହଜାର ମୋବାଇଲ ଫୋନ ଉପଭୋକ୍ତା ରହିଛନ୍ତି। କେନ୍ଦ୍ର ସରକାରଙ୍କ ୪-ଜି ସାଚୁରେଶନ ପ୍ରୋଜେକ୍ଟ ମାଧ୍ୟମରେ ବିଏସ୍‌ଏନ୍‌ଏଲ୍‌ ପକ୍ଷରୁ ପ୍ରଥମ ପର୍ଯ୍ୟାୟରେ ଢେଙ୍କାନାଳ ଜିଲାର ୫, ଅନୁଗୋଳ ଜିଲାର ୪୩ ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଢେଙ୍କାନାଳ ଜିଲାର ୪ ଓ ଅନୁଗୋଳ ଜିଲାର ୨୭ଟି ଗ୍ରାମରେ ମୋବାଇଲ ସେବା ଯୋଗାଇଦେବାକୁ କାର୍ଯ୍ୟ ଆରମ୍ଭ ହୋଇଛି। ଢେଙ୍କାନାଳ ଜିଲାର ୨୧୨ ପଞ୍ଚାୟତ ମଧ୍ୟରୁ ୨୦୪ଟି ପଞ୍ଚାୟତକୁ ବିଏସ୍‌ଏନ୍‌ଏଲ୍‌ ନିଜ ସହଯୋଗୀଙ୍କ ଦ୍ୱାରା ଇଣ୍ଟରନେଟ ସର୍ଭିସ ପ୍ରଦାନ କରିଛି।
ନଭେମ୍ବର ସୁଦ୍ଧା ରାଜ୍ୟରେ ୨,୩୭୯ ଟାଓ୍ବାର ବସାଯିବା ଲକ୍ଷ୍ୟ
ରାଜ୍ୟର ୪,୫୪୯ ଗ୍ରାମରେ ମୋବାଇଲ ନେଟଓ୍ବର୍କ ନ ଥିବା ରାଜ୍ୟ ସରକାର ସ୍ବୀକାର କରିଛନ୍ତି। ୨୦୨୩ ମାର୍ଚ୍ଚ ୧୭ ତାରିଖରେ ରାଜ୍ୟ ସୂଚନା ଓ ପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା ବିଧାନସଭାରେ ତଥ୍ୟ ରଖି କହିଥିଲେ, ମୋବାଇଲ ନେଟଓ୍ବର୍କ ନ ଥିବା ରାଜ୍ୟର ୪,୫୪୯ ଗାଁ ମଧ୍ୟରୁ ଅଧିକାଂଶ ରହିଛି ମାଓବାଦୀ ପ୍ରବଣ ଅଞ୍ଚଳରେ। ତେବେ ଆସନ୍ତା ନଭେମ୍ବର ସୁଦ୍ଧା ରାଜ୍ୟର ୧୦ଟି ଆକାଂକ୍ଷୀ ଜିଲାରେ ୨,୩୭୯ଟି ମୋବାଇଲ ଟାଓ୍ବାର ବସାଯିବାକୁ ଲକ୍ଷ୍ୟ ରଖାଯାଇଛି। ସେଥିରୁ ୧,୬୨୮ଟି ଟାଓ୍ବାର କାର୍ଯ୍ୟ ଜାରି ରହିଛି। ବିଶେଷକରି ଏହି ଆକାଂକ୍ଷୀ ଜିଲା ପ୍ରୋଜେକ୍ଟରେ ୩,୯୩୩ ଗାଁକୁ ୪-ଜି ସୁବିଧା ମିଳିପାରିବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?