ଦାରିଙ୍ଗବାଡ଼ି ଓଡିଶା ଆଦର୍ଶ ବିଦ୍ୟାଳୟରେ ପୋଲିସ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ: ୧୮ କୃତି ଛାତ୍ରଛାତ୍ରୀ ପୁରସ୍କୃତ

ଦାରିଙ୍ଗବାଡି, ୧୨।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ସ୍ଥିତ ଓଡିଶା ଆଦର୍ଶ ବିଦ୍ୟାଳୟ ପରିସରରେ ଜିଲା ପୋଲିସ ପକ୍ଷରୁ ଏସପି ରମେନ୍ଦ୍ର ପ୍ରସାଦ ଏବଂ ବାଲିଗୁଡା ଏସଡିପିଓ ଶୁଭମ ଭୋସଲେଙ୍କ ନିର୍ଦ୍ଦେଶକ୍ରମେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ନିଶାମୁକ୍ତ ଅଞ୍ଚଳ ଗଠନ, ପକ୍ସୋ (POCSO) ଆଇନ ଏବଂ ସାଇବର ନିରାପତ୍ତା ସମ୍ପର୍କରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଯିବା ସହ ଏନେଇ ବିଭିନ୍ନ ପ୍ରତିଯୋଗିତା ମଧ୍ୟ ଅନୁଷ୍ଠିତ ହୋଇଥିଲା।

ଏହି ଅବସରରେ ଷଷ୍ଠରୁ ଦ୍ୱାଦଶ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ନେଇ ଚିତ୍ରାଙ୍କନ ଓ ବକ୍ତୃତା ପ୍ରତିଯୋଗିତା କରାଯାଇଥିଲା। ଏଥିରେ ୭୩ ଜଣ ଛାତ୍ରୀଛାତ୍ର ଚିତ୍ରାଙ୍କନ ଏବଂ ୫୫ ଜଣ ବକ୍ତୃତା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ ୧୮ ଜଣ କୃତିତ୍ୱ ଅର୍ଜନ କରିଥିବା ବେଳେ ସମସ୍ତ କୃତି ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହ ପୁରସ୍କୃତ କରାଯାଇଥିଲା।

ଦାରିଙ୍ଗବାଡ଼ି ଆଇଆଇସି ସଂଗ୍ରାମ କେଶରୀ ଜେନା ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଉପରୋକ୍ତ ତିନୋଟି ଗୁରୁତ୍ୱପୂର୍ଣ୍ଣ ବିଷୟରେ ବିସ୍ତୃତ ଭାବେ ବୁଝାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏଏସଆଇ ଅର୍ଜୁନ ଶବର, ବିଦ୍ୟାଳୟର ଅଧ୍ୟକ୍ଷ ଜଗନ୍ନାଥ ମହାରଣା, ରଜତ ବିକ୍ରମ ପ୍ରଧାନ, ସାରଦା ପ୍ରସାଦ ଦାସ, ଏବଂ ସିଆରସିସି ବଳଭଦ୍ର ମଲିକଙ୍କ ସମେତ ବିଦ୍ୟାଳୟର ସମସ୍ତ ଶିକ୍ଷକଶିକ୍ଷୟତ୍ରୀ ମଞ୍ଚାସୀନ ରହି ଛାତ୍ରଛାତ୍ରୀଙ୍କୁ ସଚେତନ କରାଇଥିଲେ।

ବିଦ୍ୟାଳୟରେ ଏପରି ସଚେତନତା କାର୍ଯ୍ୟକ୍ରମ ପ୍ରଥମ ଥର ପାଇଁ ଅନୁଷ୍ଠିତ ହୋଇଥିବାରୁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବେଶ୍ ଆଗ୍ରହ ପରିଲକ୍ଷିତ ହୋଇଥିଲା। ଆଗାମୀ ଦିନରେ ପ୍ରତି ମାସରେ ଥାଏ ଏପରି ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରିବାକୁ ପ୍ରୟାସ କରାଯିବ ବୋଲି ବିଦ୍ୟାଳୟର ଅଧ୍ୟକ୍ଷ ଜଗନ୍ନାଥ ମହାରଣା ପ୍ରକାଶ କରିଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଭବାନୀପାଟଣାରେ ଚୋରି ସାମଗ୍ରୀ ଜବତ: ନାବାଳକ ଗିରଫ

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଭବାନୀପାଟଣା ଟାଉନ ଥାନା ପୋଲିସ ଚୋରି ସାମଗ୍ରୀ ସହ ଜଣେ ନାବାଳକଙ୍କୁ କାବୁ କରିଛି। ତାଙ୍କ ନିକଟରୁ ବିଭିନ୍ନ ସୁନାଗହଣା, ନଗଦ…

ପୋଡ଼ାମାରି ବନ ବିଭାଗ ପକ୍ଷରୁ ବିଶ୍ଵ ହସ୍ତୀ ଦିବସ ପାଳିତ: ହାତୀ ସୁରକ୍ଷା ପାଇଁ ସଚେତନତା ସଭା

ଦିଗପହଣ୍ଡି,୧୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଦ୍ମପୁର ଗ୍ରାମବାସୀ ଏବଂ ସ୍କୁଲ ଛାତ୍ରଛାତ୍ରୀମାନଙ୍କୁ ନେଇ ଚନ୍ଦ୍ରଗିରି ରେଞ୍ଜ ପୋଡ଼ାମାରି ବନ ବିଭାଗ ପକ୍ଷରୁ ବିଶ୍ଵ…

ତ୍ରିରଙ୍ଗା ଆମ ଦେଶର ଗର୍ବ ଓ ଏକତାର ପ୍ରତୀକ: ହାଟଡିହୀରେ ଭାଜପାର ‘ହରଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ

ହାଟଡିହୀ,୧୨।୮(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହାଟଡିହୀ ବ୍ଲକ ଶାଳଣିଆଁ ମଣ୍ଡଳ ଭାଜପା ପକ୍ଷରୁ ବୁଧବାର ‘ହରଘର ତ୍ରିରଙ୍ଗା’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ…

ସାନଖେମୁଣ୍ଡିରେ ଧାନମଣ୍ଡି ପଞ୍ଜୀକରଣର ନୂଆ ନିୟମ କୋହଳ କରିବାକୁ ଦାବି: ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ…

ଦିଗପହଣ୍ଡି,୧୨।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ଅଞ୍ଚଳରେ ଚଳିତ ବର୍ଷ ଧାନମଣ୍ଡିରେ ନାମ ପଞ୍ଜୀକରଣ ପାଇଁ ସରକାରଙ୍କ ଆଣିଥିବା ନୂତନ ନିୟମକୁ କୋହଳ କରାଯିବା ନେଇ…

ପାଟଣାରେ ଭାଜପା ପକ୍ଷରୁ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା, ସାମିଲ ହେଲେ ବିଧାୟକଙ୍କ ସହ…

ପାଟଣା,୧୨।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମଣ୍ଡଳ ଭାଜପା ପକ୍ଷରୁ ବୁଧବାର ଏକ ବିଶାଳ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ମୁଖ୍ୟାଳୟ ପ୍ରାଚୀନ ଆନନ୍ଦେଶ୍ୱର…

ଭିଜିଲାନ୍ସ ଜାଲରେ ବ୍ରହ୍ମପୁର CDAO, ୧୫ ହଜାର ଲାଞ୍ଚ ନେଇ ଧରାପଡ଼ିଲେ

ବ୍ରହ୍ମପୁର,୧୨ା୮: ଭିଜିଲାନ୍ସ ଜାଲରେ ବ୍ରହ୍ମପୁର ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ବ୍ୟୋମକେଶ ମିଶ୍ର । ୧୫,୦୦୦ ଟଙ୍କା ଲାଞ୍ଚ ନେଉଥିବା ବେଳେ ଧରିଲା ଭିଜିଲାନ୍ସ ବିଭାଗ…

ବରଗଡ଼ ଓକିଲ ସଂଘ ସଭାପତିଙ୍କୁ ଆକ୍ରମଣ ଘଟଣା: ଜିଲାପାଳ ଓ ଏସପିଙ୍କୁ ଭେଟିଲା ଅଲ୍ ଓଡିଶା ଲୟର୍ସ ଆସୋସିଏସନ୍

ବରଗଡ଼,୧୨।୮(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ଓକିଲ ସଂଘ ସଭାପତି ଭୀଷ୍ମଦେବ ସରାଫଙ୍କ ପ୍ରତି ଗତ ୬ ତାରିଖରେ ହୋଇଥିବା ଆକ୍ରମଣ ଘଟଣାର ତ୍ୱରିତ ତଦନ୍ତ ଏବଂ ଆଇନଜୀବୀମାନଙ୍କୁ…

ରୋଷେଇ କରୁଥିବା ବେଳେ ଗ୍ୟାସ ଲିକ୍ ହୋଇ ଘର ଜଳିଗଲା, ଅଳ୍ପକେ ବର୍ତ୍ତିଲେ…

ଭବାନୀପାଟଣା,୧୨।୮(ଉତ୍ତମ କୁମାର ଦାଶ)-କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ନୂଆଗୁଡା ଗ୍ରାମରୁ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗ୍ରାମର ହୀରା ବିଶି ନାମକ ଜଣେ ବିଧବା ମହିଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri