ତୁଳସୀ ମୁଣ୍ଡାଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନ

ଭୁବନେଶ୍ୱର,୪।୩ (ବ୍ୟୁରୋ): ସମାଜର ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ମହିଳାଙ୍କୁ ନେଇ ଶୁକ୍ରବାର ସ୍ଥାନୀୟ ଏକ ହୋଟେଲରେ ପରିଚୟ ଫାଉଣ୍ଡେଶନ ପକ୍ଷରୁ ଆର୍ଯ୍ୟ ପୁରସ୍କାର ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକ ଯୋଗଦେଇ କହିଛନ୍ତି, ସମାଜର ମହିଳାଙ୍କ ସଫଳତାକୁ ସ୍ବୀକୃତି ଦେଇ ଅନ୍ୟମାନଙ୍କୁ ଆଗକୁ ବଢ଼ିବାକୁ ଏହି ପ୍ରୟାସ ପ୍ରେରଣା ଦେବ। ଅନ୍ୟତମ ଅତିଥି ଭାବେ ଅଭିନେତା ପ୍ରଶାନ୍ତ ନନ୍ଦ, ମୋ କଲେଜ ଅଧ୍ୟକ୍ଷ ତଥା ଅଭିନେତା ଆକାଶ ଦାସ ନାୟକ, ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ର, ଗୀତିକାର ଦେବଦାସ ଛୋଟରାୟ, ଓଡ଼ିଶୀ ଶିଳ୍ପୀ ଶାଶ୍ୱତ ଯୋଶୀ, ଡ. ଅମ୍ରିତା ପଟ୍ଟଯୋଶୀ, କବି ଫନୀ ମହାନ୍ତି, ବିଜୟଲକ୍ଷ୍ମୀ ପାଟ୍ଟଶାଣୀ ପ୍ରମୁଖ ଉପସ୍ଥିତ ଥିଲେ। ଏହି ଅବସରରେ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କୁ ଜୀବନବ୍ୟାପୀ ସାଧନା ସମ୍ମାନରେ ସମ୍ମାନିତ କରାଯାଇଛି। ଏଥିସହ ମୋଟ ୧୮ଜଣ ମହିଳାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସାମାଜିକ କ୍ଷେତ୍ରରେ ସ୍ନେହା ମିଶ୍ର, ସଙ୍ଗୀତରେ ସୁସ୍ମିତା ଦାସ, ଗଣମାଧ୍ୟମରେ ମୌନିକା ନୈୟାର ପଟ୍ଟନାୟକ, କଳା, ସଂସ୍କୃତି କ୍ଷେତ୍ରରେ ସୁହାଗ ନଳିନୀ ଦାସ ଓ ସରିତା ମିଶ୍ର, ଶିକ୍ଷାରେ ହେନା ମହାପାତ୍ର, ଚିକିତ୍ସା ବିଜ୍ଞାନରେ ସୁସ୍ମିତା ଦାସ, ଷ୍ଟାର୍ଟଅପରେ ଡ.ଲିତା ମହାପାତ୍ର, ସ୍ବତନ୍ତ୍ର ଟ୍ରେଣ୍ଡସେଟର ଭାବେ ପ୍ରିୟଦର୍ଶୀ ଦାସଙ୍କୁ ଆର୍ଯ୍ୟ ପୁରସ୍କାର ପ୍ରଦାନ କରାଯାଇଛି। ସେହିପରି ଉଦ୍ୟୋଗ କ୍ଷେତ୍ରରେ ସୁକୀର୍ତି ପଟ୍ଟନାୟକ ଓ ସୋନି ସାମଲ, ମନୋରଞ୍ଜନ ପାଇଁ ଏଲିନା ସାମନ୍ତରାୟ, ସମାଜକୁ ପ୍ରଭାବିତ କରୁଥିବା ବ୍ୟକ୍ତିତ୍ୱ ଭାବେ ସେଫ ସ୍ମୃତିଶ୍ରୀ ସିଂ, ସାହିତ୍ୟରେ ମୋନାଲିସା ସାହୁ ଓ ବନସ୍ମିତା ପତି, ପରିବେଶ କ୍ଷେତ୍ରରେ ମୋନାଲିସା ପଣ୍ଡା, କ୍ରୀଡ଼ା କ୍ଷେତ୍ରରେ ସୁମିତ୍ରା ନାୟକଙ୍କୁ ପୁରସ୍କୃତ କରାଯାଇଛି। ଡ. ସୁନୀତା ମହାନ୍ତି ପଟ୍ଟନାୟକ ଓ ଡ. ନମିତା ପଟ୍ଟନାୟକଙ୍କୁ ସ୍ବତନ୍ତ୍ର ଭାବେ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଆମ ଗାଁ, ଆମ ପୋଷାକ ଥିମ୍‌ରେ ଶୋ’ ଅନୁଷ୍ଠିତ ହୋଇଥିଲା। କାର୍ଯ୍ୟକ୍ରମ ଆରମ୍ଭରେ ଶାସ୍ତ୍ରୀୟ ନୃତ୍ୟ, ସଙ୍ଗୀତ ପ୍ରଦର୍ଶିତ ହୋଇଥିଲା। ଶେଷରେ ଫାଉଣ୍ଡେଶନର ପ୍ରତିଷ୍ଠାତା ରୋଜାଲିନ ପାଟଶାଣୀ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ୯ ଷ୍ଟେସନରେ ସୁଲଭ ମୂଲ୍ୟରେ ଖାଦ୍ୟ ପ୍ରଦାନ କରିବ ଇଷ୍ଟକୋଷ୍ଟ ରେଲୱେ

ଭୁବନେଶ୍ୱର,୨୪ା୪: କମ୍ ଖର୍ଚ୍ଚରେ ଯାତ୍ରା କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ବଡ଼ ଖବର। ଭାରତୀୟ ରେଳବାଇ ସହିତ ଭାରତୀୟ ରେଳ କ୍ୟାଟରିଂ ଆଣ୍ଡ ଟୁରିଜିମ୍ କର୍ପୋରେସନ୍...

ଦିଗପହଣ୍ଡି ବିଧାନସଭା ପ୍ରାର୍ଥୀ ବଦଳାଇଲା କଂଗ୍ରେସ

ଭୁବନେଶ୍ୱର,୨୪ା୪: ଗଞ୍ଜାମ ଜିଲାର ଦିଗପହଣ୍ଡି ବିଧାନସଭା ଆସନରୁ କଂଗ୍ରେସ ପ୍ରାର୍ଥୀ ଭାବେ ବୁଧବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ନାମାଙ୍କନ ଦାଖଲ କରିଥିବା ଶ୍ରୀଧର ଦେବଙ୍କ ଟିକେଟ...

ମାଓବାଦୀ କ୍ୟାମ୍ପ୍‌ ଧ୍ୱଂସ: ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୪ା୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ସୀମାନ୍ତ ଛତିଶଗଡ଼ ନାରାୟଣପୁର ଜିଲା ପୋଲିସ ଫୋର୍ସ, ଡିଆର୍‌ଜି, ବସ୍ତର ଫାଇଟର୍ସ ଓ ସିଏଏଫ୍‌ର ଯବାନମାନେ ବୁଧବାର ମିଳିତ ତଲାସି ବେଳେ...

ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ମାମଲା ଖାରଜ: ଆବେଦନକାରୀ ଗଣିବେ ୫ ଲକ୍ଷ ଜରିମାନା

କଟକ,୨୪ା୪(କାର୍ତ୍ତିକ ସାହୁ): କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ବିରୋଧରେ ତଥ୍ୟ ଲୁଚାଇବା ଅଭିଯୋଗ ନେଇ ଦାୟର ମାମଲାକୁ ହାଇକୋର୍ଟ ଖାରଜ କରିଛନ୍ତି। ରାଜନୈତିକ ଉଦ୍ଦେଶ୍ୟ ରଖି ମାମଲା...

ଓଡ଼ିଶା ରାଜନୀତିରେ ରାଜପରିବାର: ଜାଣନ୍ତୁ କେଉଁ ଆସନରୁ ଲଢ଼ୁଛନ୍ତି କେଉଁ ରାଜପରିବାର

ଭୁବନେଶ୍ୱର,୨୨ା୪: ଭାରତ ସ୍ୱାଧୀନ ହେବା ପରେ ଦେଶରେ ରାଜତନ୍ତ୍ର ଶେଷ ହୋଇଥିଲା। ଏହାପରେ ରାଜା ପରିବାର ସଦସ୍ୟମାନେ ଗଣତାନ୍ତ୍ରିକ ପ୍ରକ୍ରିୟାରେ ମଧ୍ୟ ଲୋକଙ୍କ ଦ୍ୱାରା ନିର୍ବାଚିତ...

କାଳବୈଶାଖୀର ତାଣ୍ଡବ, ଭାଙ୍ଗିଲା ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ

ପୁରୁଷୋତ୍ତମପୁର,୨୪ା୪(ସୀମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁରରେ ବୁଧବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଛି। ମାତ୍ର ୧୦ ମିନିଟ୍‌ ମଧ୍ୟରେ ସହରକୁ ଛିନ୍‌ଭିନ୍‌ କରିପକାଇଛି। ବିଭିନ୍ନ ସ୍ଥାନରେ...

ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ

ଭୁବନେଶ୍ୱର,୨୪।୪: ବାକିରେ ନେଇ ଖାଇଲେ, ଟଙ୍କା ମାଗିବାରୁ ଦୋକାନରେ ନିଆଁ ଲଗାଇଦେଲେ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ରାଜଧାନୀ ଚନ୍ଦକା ଅଞ୍ଚଳରେ। ଗତକାଲି ରାତିରେ...

ଆସନ୍ତା ୩ ଘଣ୍ଟା ପାଇଁ କାଳବୈଶାଖୀ, ବଜ୍ରପାତ ସୂଚନା

ଭୁବନେଶ୍ୱର,୨୪ା୪: ଦିନ ସାରା ପ୍ରଚଣ୍ଡ ଖରା ଏବଂ ଗୁଳୁଗୁଳିରେ ଲୋକେ ଆଉଟୁପାଉଟୁ ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀ ବର୍ଷା ସାମାନ୍ୟ ଆଶ୍ୱସ୍ତି ଆଣିଛି। ଅପରାହ୍ନ ସାଢ଼େ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri