Posted inଜାତୀୟ

ଗୁଜବରୁ ଦୂରେଇ ରୁହନ୍ତୁ: ବିଧାନସଭା ନିର୍ବାଚନ ଲଢ଼ିବା ନେଇ ଉମାଙ୍କ ଉତ୍ତର…

ଭୋପାଳ,୩।୧୦ : ଭାଜପାର ଫାୟାର ବ୍ରାଣ୍ଡ ନେତ୍ରୀ ତଥା ମଧ୍ୟପ୍ରଦେଶର ପୂର୍ବତନ ସିଏମ ଉମା ଭାରତୀ ନିଜର ଏକ ବିବୃତ୍ତି ସହିତ ଭାରତୀୟ ଜନତା ପାର୍ଟିର ସମସ୍ୟା ବଢ଼ାଇଛନ୍ତି। ନିକଟରେ ମୁଖ୍ୟମନ୍ତ୍ରୀ ଉମା ଭାରତୀ ରାଜ୍ୟ ରାଜନୀତିରେ ଓବିସି ସଂରକ୍ଷଣ ପ୍ରସଙ୍ଗ ଉଠାଇଥିଲେ। ଏହା ସହିତ ରାଜ୍ୟ ରାଜନୀତିରେ ଏକ ନିରନ୍ତର ଆଲୋଚନା ଚାଲିଛି ଉମା ଭାରତୀ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିିବେ। ଏଭଳି ପରିସ୍ଥିତିରେ ଉମା ଭାରତୀ ଏହି ପ୍ରସଙ୍ଗରେ ନୀରବତା ଭାଙ୍ଗି ସୋସିଆଲ ମିଡିଆ ପ୍ଲାଟଫର୍ମରେ ଟୁଇଟ କରିଛନ୍ତି

ଏହି ପ୍ରସଙ୍ଗରେ ଉମା ଭାରତ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ୬ଟି ଟୁଇଟ କରିଛନ୍ତି। ଉମା ଭାରତୀ ତାଙ୍କର ପ୍ରଥମ ଟୁଇଟରେ କହିଛନ୍ତି ମଧ୍ୟପ୍ରଦେଶରେ ବିଧାନସଭା ନିର୍ବାଚନରେ ଆମ ଦଳ କିଛି କେନ୍ଦ୍ର ମନ୍ତ୍ରୀ ଏବଂ ଏମପିଙ୍କୁ ଦାୟିତ୍ୱ ପ୍ରଦାନ କରିଛି। ଏହି ନିଷ୍ପତ୍ତି ପାଇଁ ମୁଁ ଅଭିନନ୍ଦନ ଜଣାଇଛନ୍ତି। ଏହି ସମସ୍ତ ନେତା ନିଜ ନିଜ କ୍ଷେତ୍ରରେ ଏପରି ଲହର ସୃଷ୍ଟି କରିବେ ଯାହା ଦ୍ୱାରା ବିଧାନସଭା ନିର୍ବାଚନରେ ସମଗ୍ର ରାଜ୍ୟ ଉପକୃତ ହେବ। ଦ୍ୱିତୀୟ ଟୁଇଟରେ ସେ କହିଛନ୍ତି ମଧ୍ୟପ୍ରଦେଶର ଏକ ସମ୍ମାନଜନକ ଖବରକାଗଜ ଲେଖିଛି ମୁଁ ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବି। ଏହା ଯୋଗୁ ମୋତେ ବହୁତ ଅସୁବିଧା ଏବଂ ଲଜ୍ଜାଜନକ ପରିସ୍ଥିତିର ସାମ୍ନା କରିବାକୁ ପଡୁଛି। କାରଣ ଏହା ସତ୍ୟ ନୁହେଁ ।

ତୃତୀୟ ଟୁଇଟରେ ସେ ପ୍ରକାଶ କରିଛନ୍ତି ଏହି ଟୁଇଟ ମାଧ୍ୟମରେ ମୁଁ ସମସ୍ତ ଟେଲି ମିଡିଆ ଏବଂ ପ୍ରିଣ୍ଟ ମିଡିଆର ଖବରଦାତାଦାତାମାନଙ୍କୁ ଅନୁରୋଧ କରୁଛି ସେମାନେ ମୋର ବିଧାନସଭା କିମ୍ବା ଲୋକସଭା ନିର୍ବାଚନ ବିଷୟରେ ଚର୍ଚ୍ଚା କରନ୍ତୁ ନାହିଁ। ଆଲୋଚନା କରନ୍ତୁ ନାହିଁ, ପ୍ରଶ୍ନ ପଚାରନ୍ତୁ ନାହିଁ।

ପରବର୍ତ୍ତୀ ଟୱିଟରେ ଉମା ଭାରତୀ କହିଛନ୍ତି, ’ମୁଁ ଜଣେ ସାଧାରଣ ମଣିଷ, ସମସ୍ତଙ୍କୁ ମୋର ଏକମାତ୍ର ଅନୁରୋଧ ହେଉଛି ମୋତେ ଆଶୀର୍ବାଦ କରନ୍ତୁ ଯାହା ଦ୍ୱାରା ମୁଁ ନିଜ ଲକ୍ଷ୍ୟ କ୍ଷେତ୍ରରେ ଆଗେଇ ପାରିବି। ପଞ୍ଚମ ଟୁଇଟରେ ଉମା କହିଛନ୍ତି, ’ମୁଁ ଗତ ବର୍ଷ ବଦ୍ରି-କେଦାର ଏବଂ ହିମାଳୟ ଯାଇ ନ ଥିଲି କାରଣ ମୁଁ ରାଜ୍ୟରେ ମଦ ନିଷେଧ ଅଭିଯାନରେ ଜଡିତ ଥିଲି। ଚଳିତ ବର୍ଷ କାର୍ତ୍ତିକ ମାସରେ ମୁଁ କିଛି ସମୟ ପାଇଁ ହିମାଳୟ ଏବଂ ବଦ୍ରି-କେଦାର ଯିବାକୁ ଚାହୁଁଛି।

ଷଷ୍ଠ ତଥା ଶେଷ ଟୁଇଟରେ ସେ ଲେଖିଛନ୍ତି ବହୁ ରାଜନୈ ତିକ ଦଳ ତଥା ସାମାଜିକ ସେବା ସଂଗଠନ ମହିଳା ସଂରକ୍ଷଣ କ୍ଷେତ୍ରରେ ଓବିସି ସଂରକ୍ଷଣ ପାଇଁ ଚେଷ୍ଟା କରୁଛନ୍ତି, ମୋର ମଧ୍ୟ ଏହି ବିଷୟ ଉପରେ ବିଶ୍ୱାସ ଅଛି ଯାହା ରାଜନୀତି ବାହାରେ।’

 


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

ଇତିହାସ ରଚିଲେ ଭାରତର ସୁନା ଝିଅ, ହକି ଇଣ୍ଡିଆ କଲା ନୋଟ୍ ବର୍ଷା!

ନୂଆଦିଲ୍ଲୀ,୨।୧୦: ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ହକି ଦଳ ଇତିହାସ ସୃଷ୍ଟି କରିଛି। ଫାଇନାଲ୍ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ୍ ଚାଇନାକୁ ୧-୦ ଗୋଲ୍‌ରେ ପରାସ୍ତ କରି ସଲିମା…

ଗୁଜରାଟ ୟୁସିସି ବିଲ୍‌କୁ ରାଷ୍ଟ୍ରପତିଙ୍କ ମିଳିଲା ମଞ୍ଜୁରୀ

ଅହମଦାବାଦ,୨ା୧୦: ଗୁଜରାଟ ସମାନ ନାଗରିକ ସଂହିତା (ୟୁସିସି) ବିଲ୍‌କୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଞ୍ଜୁରୀ ପ୍ରଦାନ କରିଛନ୍ତି। ଫଳରେ ଏହା କାର୍ଯ୍ୟକାରୀ ହେବା ଲାଗି ପଥ ପରିଷ୍କାର…

IND vs WI Playing 11: ତୃତୀୟ ଦିନିକିଆରେ ଅଧିନାୟକ ନେବେ ସାହସିକ ପଦକ୍ଷେପ! Playing 11ରେ ପରିବର୍ତ୍ତନ ନିଶ୍ଚିତ !

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟ ଇଣ୍ଡିଜ ମଧ୍ୟରେ ତୃତୀୟ ଦିନିକିଆ ମ୍ୟାଚ ଶନିବାର, ଅକ୍ଟୋବର ୩ରେ ଖେଳାଯିବ। ନିୟୁ ଚଣ୍ଡିଗଡ଼ସ୍ଥିତ ପିସିଏ (PCA) ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମ…

୪୪ ବର୍ଷ ପରେ ସ୍ବର୍ଣ୍ଣ ପଦକ ଜିତି ଇତିହାସ ସୃଷ୍ଟି କଲା ଭାରତୀୟ ମହିଳା ହକି ଦଳ

ନୂଆଦିଲ୍ଲୀ,୨।୧୦: ଭାରତୀୟ ମହିଳା ହକି ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ଇତିହାସ ସୃଷ୍ଟି କରିଛି। ଫାଇନାଲ ମ୍ୟାଚରେ ଚାଇନାକୁ ୧-୦ ଗୋଲରେ ପରାସ୍ତ କରି ଭାରତୀୟ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?