ଟ୍ରେନ ରହଣୀ ଦାବିରେ ୧୨ ଘଣ୍ଟିଆ ରେଳ ରୋକ ଆନ୍ଦୋଳନ

ହେମଗିର,୩।୧୦(ଚୈତନ୍ୟ ପଟେଲ୍‌): ସୁନ୍ଦରଗଡ ଜିଲାସ୍ଥିତ ହେମଗିର ରେଳଷ୍ଟେସନରେ ଟ୍ରେନ ରହଣୀ ଦାବିକୁ ନେଇ ମଙ୍ଗଳବାର ରେଲଓ୍ବେ ସଂଗ୍ରାମ ସମିତି ହେମଗିର ତରଫରୁ ସକାଳ ୬ଟାରୁ ସଂନ୍ଧ୍ୟା ୬ଟା ପଯ୍ୟନ୍ତ ୧୨ ଘଣ୍ଟିଆ ରେଳ ରୋକ ଆନ୍ଦୋଳନ କରାଯାଇଛି । ଏହି ଅବସରରେ କନିକାର ଦୋକାନ ବଜାର ବନ୍ଦ ରହିବା ସହିତ ଗାଡି ଚଳାଚଳ ଓ ଟ୍ରକ ଚଳାଚଳ ବନ୍ଦ ରହିଛି। ଟାଟା ଇତବାରି, ଟାଟା ବିଳାସପୁର, ଉତ୍କଳ ଏକ୍ସପ୍ରେସରେ ଗାଡି ରହଣି ପାଇଁ ୩ଦଫା ଦାବିକୁ ନେଇ ଏହି ଆନ୍ଦୋଳନ କରାଯାଇଛି । ଗତ ସେପ୍ଟେମ୍ବର ୪ରେ ଜେନେରାଲ ମ୍ୟାନେଜର ରେଲୱେ ବିଳାସପୁର ଜୋନର ଷ୍ଟେସନ ମାଷ୍ଟରଙ୍କ ଜରିଆରେ ୩ଦଫା ଦାବିପତ୍ର ପ୍ରଦାନ କରାଯାଇଥିଲା। ଅଞ୍ଚଳରେ ଅନେକ ଜଣ ସାଧାରଣ ତଥା ହେମଗିର ବ୍ଲକ, ଲେଫ୍ରିପଡ଼ା ବ୍ଳକ ତଥା ଅନେକ ବ୍ୟବସାୟୀ ସଂଗଠନ ଏହି ଗାଡି ଉପରେ ନିର୍ଭର କରୁୁଥିବା ସହିତ ଅନେକ ଗରିବ ଲୋକ ଜଙ୍ଗଲ ଜାତ ଦ୍ରବ୍ୟ ସଂଗ୍ରହ କରି ଟ୍ରେନ ଯୋଗେ ପଡୋଶୀ ରାଜ୍ୟ ଯାଇ ବିକ୍ରି କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ଟ୍ରେନ ଗୁଡିକ ରହଣି ବନ୍ଦ କରାଯାଇ ଥିବାରୁ ସେହି ଲୋକ ମାନେ ଆଜି ପରିବାର ଚଳାଇବା ପାଇ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ପ୍ରତେକ ଦିନ ହେମଗିର ରେଳଷ୍ଟେସନ ଠାରୁ ହଜାର ହଜାର ଲୋକ ଯିବାଆସିବା କରୁଥିବା ବେଳେ ଟ୍ରେନଗୁଡିକ ରହଣି ବନ୍ଦ କରି ଦେଇଥିବାରୁ ଜନସାଧାରଣ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏହି ଆନ୍ଦୋଳନ ଦ୍ବାରା ଝାରସୁଗୁଡ଼ା ଓ ଛତିଶଗଡସ୍ଥିତ ରାଇଗଡ଼ର ରେଳ ଷ୍ଟେସନରେ ଅନେକ ଟ୍ରେନ ଅଟକି ରହିଥିଲା। ଯାଦ୍ୱାରା ଅନେକ ଯାତ୍ରୀ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ଏହି ଆନ୍ଦୋଳନରେ ଜଲା ପରିଷଦ ଅଧ୍ୟକ୍ଷ କୁନ୍ତି ପ୍ରଧାନ, ପୁର୍ବତନ ଜିଲ୍ଲା ପରିଷଦ ଉପାଦକ୍ଷ କାଶିନାଥ ରାଉତ, ବିଜେଡି ବ୍ଳକ ସଭାପତି ସୁକାନ୍ତ ପତି, ପୁର୍ବତନ ବିଧାୟକ ଯୋଗେଶ କୁମାର ସିଂହ ପ୍ରମୁଖ ଉପସ୍ଥିତ ଥିଲେ । ଏହି ଅବସରରେ ରେଲୱେ ସଂଗ୍ରାମ ସମିତିର ସଭାପତି ଶାନ୍ତ ଧୃଆ, ଉପ ସଭାପତି ଉପେନ୍ଦ୍ର ଭୋଇ, ଆବାହକ ମୁସ୍ତାକ ଅହମ୍ମଦ,କୋଷାଧ୍ୟକ୍ଷ ଅଜୁ ବାଜପେୟୀ, ସଂପାଦକ ମୁରଲୀଧର ପଧାନ,ଅଶୋକ ପଣ୍ଡା ସହିତ ଅଞ୍ଚଳର ହଜାର ହଜାର ଜନ ସାଧାରଣ ଓ ନିର୍ବାଚିତ ପ୍ରତିନିଧିମାନେ ଯୋଗ ଦେଇଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ତାମିଲନାଡୁ ଗ୍ୟାସ୍‌ ଦୁର୍ଘଟଣା: ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁସଂଖ୍ୟା ୧୧ରେ ପହଞ୍ଚିଲା

କେନ୍ଦୁଝର,୨୬ା୬(ନରେଶ ଚନ୍ଦ୍ର ପଟ୍ଟନାୟକ): ତାମିଲନାଡୁ ଆମୋନିଆ ଗ୍ୟାସ୍‌ ଦୁର୍ଘଟଣାରେ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁସଂଖ୍ୟା ୧୧ରେ ପହଞ୍ଚିଛି। ୨୪ ତାରିଖ ଦିନ ସୁବାସି ଜୁଆଙ୍ଗ (୨୪)ଙ୍କର ମୃତ୍ୟୁ ଘଟିଥିବାବେଳେ…

ନିରାଶ ହେଲେ ପ୍ରଶଂସକ, ଖେଳିବେନି ବୈଭବ

ନୂଆଦିଲ୍ଲୀ,୨୬।୬: ଭାରତୀୟ ଟି-୨୦ କ୍ରିକେଟର ‘ଶ୍ରେୟସ ଯୁଗ’ ଆଜିଠାରୁ ଆରମ୍ଭ ହେଉଛି। ଅଧିନାୟକ ଶ୍ରେୟସ ଆୟରଙ୍କ ନେତୃତ୍ୱରେ ଭାରତୀୟ ଦଳ ଆଜି ଆୟର୍ଲାଣ୍ଡର ସାମ୍ନା କରୁଛି। ଏହା…

ଆଫଗାନିସ୍ତାନ ମାଡ଼ରେ ଉଡ଼ିଲା ପାକିସ୍ତାନର ହୋଶ! ଭାରତ ବିରୋଧରେ ଖ୍ବାଜା ଆସିଫ ଆଣିଲେ…

ଇସଲାମାବାଦ,୨୬।୬: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ଆଫଗାନିସ୍ତାନରୁ ହୋଇଥିବା ଡ୍ରୋନ ଆକ୍ରମଣ ପାଇଁ ଭାରତକୁ ଦାୟୀ କରିଛନ୍ତି। ଗତ ସପ୍ତାହରେ, ଆଫଗାନ ତାଲିବାନ ବାହିନୀ ଦୁଇଟି…

ରାସନ କାର୍ଡଧାରୀଙ୍କ ପାଇଁ ବଡ଼ ଖବର: ପ୍ରତି ମେମ୍ବର ପାଇବେ ୭ କେଜି ଶସ୍ୟ; ଆପଣଙ୍କ ପାଇଁ ଲାଭ ନା କ୍ଷତି?

ନୂଆଦିଲ୍ଲୀ,୨୬।୬: ଦେଶର ସବୁଠାରୁ ଗରିବ ପରିବାରଗୁଡ଼ିକୁ ମିଳୁଥିବା ରାସନ ବ୍ୟବସ୍ଥାରେ କେନ୍ଦ୍ର ସରକାର ଏକ ବଡ଼ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଏପର୍ଯ୍ୟନ୍ତ ଅନ୍ତ୍ୟୋଦୟ ଅନ୍ନ ଯୋଜନା (AAY)…

ଟ୍ରକ୍‌ ପଛରେ ପିଟିହେଲା ପିକ୍‌ଅପ୍‌, ୨ ଗୁରୁତର

ଛତ୍ରପୁର,୨୬ା୬(ଦିଲ୍ଲୀପ ସାମଲ): ଛତ୍ରପୁର ଅଗସ୍ତି ନୂଆଗାଁ ଛକ ନିକଟ ଜାତୀୟ ରାଜପଥରେ ଶୁକ୍ରବାର ଟ୍ରକ୍‌ ପଛରେ ଏକ ପିକ୍‌ଅପ୍‌ ପିଟି ହେବାରୁ ୨ ଗୁରୁତର ହୋଇଛନ୍ତି। ଫଳରେ…

ବଜ୍ରପାତରେ ଚାଲିଗଲା ୨ ଜୀବନ

ବୌଦ୍ଧ,୨୬।୬: ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲା ବିଶେଷ କରି ଦକ୍ଷିଣ ଓଡ଼ିଶାରେ ବର୍ଷା ଲାଗି ରହିଛି। ଏପରିକି ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ…

ବଢିବ ସିୟାଙ୍କ ସମସ୍ୟା! କସାବକୁ ମୃତ୍ୟୁଦଣ୍ଡ ଦେଇଥିବା ଓକିଲ ଲଢ଼ିବେ କେତନଙ୍କ ହତ୍ୟା ମାମଲା

ପୁଣେ,୨୬।୬: ପୁଣେର ପ୍ରସିଦ୍ଧ ବ୍ୟବସାୟୀ କେତନ ଅଗ୍ରୱାଲଙ୍କ ସନ୍ଦେହଜନକ ମୃତ୍ୟୁ ମାମଲାରେ ଏକ ବଡ଼ ଘଟଣା ସାମ୍ନାକୁ ଆସିଛି। ଏହି ହାଇପ୍ରୋଫାଇଲ ହତ୍ୟାକାଣ୍ଡକୁ ନେଇ ସାରା ମହାରାଷ୍ଟ୍ରରେ…

ଅନଶନକାରୀଙ୍କ ସହ ଜିଲାପାଳ-ଏସ୍‌ପିଙ୍କ ରୁଦ୍ଧଦ୍ୱାର ବୈଠକ, ଫଳାଫଳ ଉପରେ ସମସ୍ତଙ୍କ ନଜର

ପଟ୍ଟାମୁଣ୍ଡାଇ,୨୬ା୬(କଳ୍ପତରୁ ନାୟକ): ପଟ୍ଟାମୁଣ୍ଡାଇ ଜଳସମ୍ପଦ ବିଭାଗ ଅଳଭା-୨ ଅଧୀନ ୧୬ନଂ କେନାଲ ରାସ୍ତା କାର୍ଯ୍ୟ ପାଇଁ ଆସିଥିବା ଅର୍ଥ ଆଦୌ ବିନିଯୋଗ ନ ହୋଇ ମିଥ୍ୟା ବିଲ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri