Posted inଜାତୀୟ

ଉତ୍ତରକାଶୀରେ ହିମସ୍ଖଳନ: ପ୍ରଶିକ୍ଷକଙ୍କ ମୃତଦେହ ଉଦ୍ଧାର, ୩୨ ଜଣଙ୍କ ସନ୍ଧାନ ଜାରି, ପ୍ରତିରକ୍ଷାମନ୍ତ୍ରୀଙ୍କ ସହାୟତା ଲୋଡିଲେ ମୁଖ୍ୟମନ୍ତ୍ରୀ…

ଡେରାଡୁନ,୪।୧୦ : ଉତ୍ତରାଖଣ୍ଡର ଉତ୍ତରକାଶୀ ଜିଲାର ଡୋକ୍ରାନି ବମାକ ଗ୍ଳାସିୟରରେ ମଙ୍ଗଳବାର ହିମସ୍ଖଳନ ଘଟିଛି। ସୂଚନାନୁସାରେ, ନେହେରୁ ପର୍ବତାରୋହଣ ପ୍ରତିଷ୍ଠାନ (ଏନଆଇଏମ)ର ୩୪ ଜଣ ପର୍ବତାରୋହୀ ଏବଂ ୭ ଜଣ ପ୍ରଶିକ୍ଷକ ସେଠାରେ ଖରାପ ପାଗ ଯୋଗୁ ଫସି ରହିଛନ୍ତି। ଏନଆଇଏମ କଲୋନେଲ ଅଜୟ ବିଷ୍ଟ କହିଛନ୍ତି ଯେ ଏହି ସମୟ ମଧ୍ୟରେ ୯ ଜଣ ପର୍ବତାରୋହୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସେଥି ମଧ୍ୟରେ ଜଣେ ପ୍ରଶିକ୍ଷକଙ୍କ ମୃତଦେହ ରହିଛି। ଏଥିସହିତ ୨୩ ଜଣ ପର୍ବତାରୋହୀ ନିଖୋଜ ଅଛନ୍ତି। ଡିଏମ ଅଭିଷେକ ରୁହେଲା କହିଛନ୍ତି ଯେ ଖରାପ ପାଗ ଯୋଗୁଁ ଉଦ୍ଧାର କାର୍ଯ୍ୟ ବନ୍ଦ ହୋଇଯାଇଛି। ପାଗ ଭଲ ହେଲେ ପୁନର୍ବାର ଉଦ୍ଧାର କାର୍ଯ୍ୟ ଆରମ୍ଭ ହେବ।

ଡିଜି ଏସଡିଆରଏଫ ରିଦ୍ଧିମ ଅଗ୍ରୱାଲ କହିଛନ୍ତି ଯେ ସରକାର ବାୟୁସେନା ସହିତ ଯୋଗାଯୋଗ କରିଛନ୍ତି। ତିନୋଟି ହେଲିକପ୍ଟର ସମଗ୍ର ଅଞ୍ଚଳର ଏକ ରେକି କରି ଅନ୍ୟମାନଙ୍କ ସନ୍ଧାନ କରିବେ। ଏସଡିଆରଏଫ କମାଣ୍ଡାଣ୍ଟ ମାଣିକାନ୍ତ ମିଶ୍ର କହିଛନ୍ତି ଯେ ଏସଡିଆରଏଫର ପାଞ୍ଚଟି ଟିମ ସାହସ୍ତ୍ରଧାରା ହେଲିପ୍ୟାଡରୁ ଯାତ୍ରା ଆରମ୍ଭ କରିଛନ୍ତି। ତିନୋଟି ଦଳକୁ ରିଜର୍ଭରେ ରଖାଯାଇଛି। ଆବଶ୍ୟକ ହେଲେ ଏହି ଦଳଗୁଡିକ ମଧ୍ୟ ପଠାଯିବ ।

ନେହେରୁ ପର୍ବତାରୋହୀ ପ୍ରତିଷ୍ଠାନର ମୌଳିକ ଏବଂ ଉନ୍ନତ ପ୍ରଶିକ୍ଷଣ ୨୨ ସେପ୍ଟେମ୍ବରରୁ ଡୋକ୍ରାନି ବମାକ ଗ୍ଲାସିଅରର ଦ୍ରୌପଦୀ ଦାଣ୍ଡା -୨ପାହାଡରେ ଚାଲିଥିଲା। ଯେଉଁଥିରେ ମୌଳିକ ତାଲିମ ପାଇଁ ୯୭ ପ୍ରଶିକ୍ଷାର୍ଥୀ, ୨୪ ପ୍ରଶିକ୍ଷକ ଏବଂ ନିମର ଜଣେ ଅଧିକାରୀଙ୍କ ସମେତ ସମୁଦାୟ ୧୨୨ ଜଣ ବ୍ୟକ୍ତି ସାମିଲ ହୋଇଥିଲେ । ଅପରପକ୍ଷରେ ଉନ୍ନତ ପାଠ୍ୟକ୍ରମରେ ୪୪ ଜଣ ପ୍ରଶିକ୍ଷାର୍ଥୀ ଏବଂ ନଅ ଜଣ ପ୍ରଶିକ୍ଷକଙ୍କ ସମେତ ମୋଟ ୫୩ ଜଣ ଯୋଗ ଦେଇଥିଲେ।

ଜିଲା ବିପର୍ଯ୍ୟୟ ପରିଚାଳନା ଅଧିକାରୀ ଦେବେନ୍ଦ୍ର ପାଟୱାଲ କହିଛନ୍ତି ଯେ ଫସି ରହିଥିବା ଲୋକଙ୍କୁ ଉଦ୍ଧାର କରିବା ପାଇଁ ଏନଆଇଏମ ଦ୍ୱାରା ଉଦ୍ଧାର କାର୍ଯ୍ୟ ଚାଲିଛି। ଘଟଣାସ୍ଥଳରେ ପ୍ରତିଷ୍ଠାନର ଦୁଇଟି ସାଟେଲାଇଟ ଫୋନ ଅଛି। ଉଦ୍ଧାର କାର୍ଯ୍ୟ ପାଇଁ ଏନଆଇଏମର ଅଧିକାରୀଙ୍କ ସହ ନିରନ୍ତର ସମନ୍ବୟ ରକ୍ଷା କରାଯାଉଛି।
୍‌
ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ଟୁଇଟରେ ଏସମ୍ପର୍କରେ ସୂଚନା ଦେଇ ଏହି ପ୍ରସଙ୍ଗରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ସହ କଥା ହୋଇଛନ୍ତି। ସେ ଲେଖିଛନ୍ତି ଯେ ଉଦ୍ଧାର କାର୍ଯ୍ୟକୁ ତ୍ୱରାନ୍ବିତ କରିବା ପାଇଁ ସେନାର ସାହାଯ୍ୟ ନେବାକୁ ଏକ ଅନୁରୋଧ କରାଯାଇଛି। କନ୍ଦ୍ର ସରକାରଙ୍କ ତରଫରୁ ସମସ୍ତ ସାହାଯ୍ୟ କରିବାକୁ ନିର୍ଭର ପ୍ରତିଶ୍ରୁତି ଦିଆ ଯାଇଥିବା ସେ କହିଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ଭାଜପାରେ ସାମିଲ ହେଲେ ଶେଖର ସୁମନ, କହିଲେ ସାଧାରଣ ନାଗରିକ, ହିରାମଣ୍ଡିର ନବାବ ନୁହେଁ

ମୁମ୍ବାଇ,୭।୫: ବଲିଉଡ ଅଭିନେତା ଶେଖର ସୁମନ ଭାରତୀୟ ଜନତା ପାର୍ଟି(ଭାଜପା)ରେ ଯୋଗ ଦେଇଛନ୍ତି। ଦୀର୍ଘ ସମୟ ଧରି ଲାଇମଲାଇଟ ଠାରୁ ଦୂରରେ ରହିବା ପରେ ଶେଖର...

ତିହାର ଜେଲରେ ରହିବେ କେଜରିଓ୍ବାଲ, ପରବର୍ତ୍ତି ଶୁଣାଣି…

ନୂଆଦିଲ୍ଲୀ,୭।୫: ଦିଲ୍ଲୀ ଲିକର ପଲିସି ସହ ଜଡିତ ଏହି ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ମଙ୍ଗଳବାର ଅର୍ଥାତ୍‌ ୭ ମେ’ ୨୦୨୪ ରେ...

ରାହୁଲ ଗାନ୍ଧୀ ନେଲେ ବଡ଼ ନିଷ୍ପତ୍ତି, ବଢିପାରେ ଭାଜପାର ମୁସ୍କିଲ

ନୂଆଦିଲ୍ଲୀ,୭।୫: ଭାରତୀୟ ଜାତୀୟ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ତଥା ଉତ୍ତରପ୍ରଦେଶର ରାଏବରେଲି ଲୋକ ସଭା ନିର୍ବାଚନମଣ୍ଡଳୀରୁ ପ୍ରାର୍ଥୀ ରାହୁଲ ଗାନ୍ଧୀ କନ୍ନୌଜରେ ପ୍ରଚାର କରିବେ। ସମାଜବାଦୀ...

କେଜରିଓ୍ବାଲ ପ୍ରଚାର ନ କଲେ ଆକାଶ ଛିଣ୍ଡି ପଡିବନି

ନୂଆଦିଲ୍ଲୀ,୭।୫: ଦିଲ୍ଲୀର ଏକ୍ସାଇଜ ପଲିସି ଜାଲିଆତି ଅଭିଯୋଗରେ ଜେଲରେ ଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କ ଆବେଦନର ମଙ୍ଗଳବାର ସୁପ୍ରିମକୋର୍ଟରେ ଶୁଣାଣି ହୋଇଛି। ଏହି ସମୟରେ, ତାଙ୍କ...

ଅଜିତ ପାଓ୍ବାରଙ୍କ ଘରେ ପହଞ୍ଚିଲେ ସୁପ୍ରିୟା ସୁଲେ

ବାରାମତି,୭।୫: ଲୋକ ସଭା ନିର୍ବାଚନ ୦୨୪ର ତୃତୀୟ ପର୍ଯ୍ୟାୟରେ ମଙ୍ଗଳବାର ବାରାମତି ଆସନରେ ମଧ୍ୟ ମତଦାନ ଚାଲିଛି। ଏହି ଆସନ ଜାତୀୟ ସ୍ତରରେ ଆଲୋଚନାର ବିଷୟ...

୧୦୦ରୁ ୧୧୦୦ କୋଟି କେମିତି ହେଲା? କେଜ୍‌ରିୱାଲଙ୍କ ଆବେଦନ ଉପରେ ଇଡିକୁ ସୁପ୍ରିମକୋର୍ଟଙ୍କ ପ୍ରଶ୍ନ

ନୂଆଦିଲ୍ଲୀ,୭।୫: ଦିଲ୍ଲୀ ଏକ୍ସାଇଜ ପଲିସି ସହ ଜଡିତ ମନି ଲଣ୍ଡରିଂ ମାମଲାରେ ଗିରଫ ହୋଇଥିବା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ମଙ୍ଗଳବାର ଇଡିକୁ...

ଉତ୍ତରରୁ ଦକ୍ଷିଣ, କ’ଣ ୪୦୦ ପାରର ଗଣିତ, ମୋଦି କହିଲେ ଭିତିରି କଥା

ନୂଆଦିଲ୍ଲୀ,୭।୫: ଏଥର ଭାଜପା ଲୋକ ସଭା ନିର୍ବାଚନ ପାଇଁ ୪୦୦ପ୍ଲସ ସିଟ ସ୍ଲୋଗାନ ଦେଇଛି। ଏହି ସମୟରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ ୨୦୨୪ରେ ଭାଜପାକୁ...

ଏହା ମୋର ଶେଷ ନିର୍ବାଚନ, ଭୋଟିଂ ପରେ ଦିଗବିଜୟ ସିଂଙ୍କ ବଡ ଘୋଷଣା

ନୂଆଦିଲ୍ଲୀ,୭।୫: ଲୋକ ସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟ ପାଇଁ ମତଦାନ ୭ ମେ’ରେ ଜାରି ରହିଛି। ମଙ୍ଗଳବାର ମୋଟ ୯୩ ନିର୍ବାଚନମଣ୍ଡଳୀରେ ମତଦାନ ଚାଲିଛି। ପ୍ରଧାନମନ୍ତ୍ରୀ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri