ପାଣିରେ ଭାସିଗଲା ଅଟୋ

ବ୍ରହ୍ମପୁର ଅଫିସ,୧୫।୧୧: ପାଣିରେ ଭାସି ଯାଉଥିବା ବେଳେ ଅଟୋକୁ ଉଦ୍ଧାର କରାଯାଇଛି। ଏଭଳି ଏକ ଘଟଣା ଦେଖିବାକୁ ରମିଳିଛି ଗଞ୍ଜାମ ଜିଲା ନାରାୟଣପୁର-ହରିପୁର ରାସ୍ତାରେ। ଅଟୋରେ ଜଣେ ମହିଳା ଓ ଦୁଇଜଣ ଶିଶୁ କାଳିପଲ୍ଲୀ ଯିବା ନିମନ୍ତେ ଉକ୍ତ ରାସ୍ତାରେ ଯାଉଥିବା ସମୟରେ ଅଚାନକ ପାଣି ସ୍ରୋତରେ ଅଟୋଟି ଭାସି ଯିବାକୁ ଲାଗିଥିଲା। କିନ୍ତୁ ସେହି ସମୟରେ ଉକ୍ତ ସ୍ଥାନରେ ଥିବା କିଛି ଯୁବକ ସଙ୍ଗେ ସଙ୍ଗେ ପାଣିରୁ ପସି ଅଟୋକୁ ଟାଣି ରାସ୍ତା ପାରି କରାଇଥିଲେ। ଯୁବକମାନଙ୍କ ଯୋଗୁ ଏକ ନିଶ୍ଚିତ ଦୁର୍ଘଟଣାରୁ ଅଟୋ ଡ୍ରାଇଭର ସମେତ ସେଥିରେ ଯାତ୍ରା କରୁଥିବା ୩ ଜଣ ଅଳ୍ପକେ ବର୍ତ୍ତି ଯାଇଥିଲେ। ଏଣୁ ବିଭାଗୀୟ କର୍ତ୍ତୃପକ୍ଷ ତୁରନ୍ତ ଉକ୍ତ ବ୍ରିଜ ନିର୍ମାଣ କାର୍ଯ୍ୟ ସାରିବା ସହ ବ୍ରିଜ କଡରେ ନିର୍ମିତ ହୋଇଥିବା ଡାଇଭର୍ସନ ରୋଡକୁ ଉଚ୍ଚ କରିବାକୁ ସାଧାରଣରେ ଦାବି ହେଉଛି।
ସୂଚନାଯୋଗ୍ୟ, ଗତ ଦୁଇ ବର୍ଷ ଧରି ଗଞ୍ଜାମ ଜିଲା ନାରାୟଣପୁର-ହରିପୁର ରାସ୍ତାରେ ନିର୍ମିତ ବ୍ରିଜ କାର୍ଯ୍ୟ ଅଧାପନ୍ତରିଆ ଭାବେ ପଡିରହିଛି। ଲଗାଣ ବର୍ଷା ହେଲେ ଉକ୍ତ ରାସ୍ତାରେ ପାଣି ପ୍ରବାହିତ ଯୋଗୁ ରାସ୍ତାରେ ଯାଆସ ବିପଦସଙ୍କୁଳ ପାଲଟିଛି। ଏହି କ୍ରମରେ ଗତ ଦୁଇ ଦିନ ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁ ଉକ୍ତ ରାସ୍ତା ଦୁଇଫୁଟ ଉଚ୍ଚର ପାଣି ପ୍ରବାହିତ ହେବା ଯୋଗୁ ଆଖପାଖ ଅଞ୍ଚଳର ପ୍ରାୟ ୯ଟି ଗାଁର ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବ୍ରାହ୍ମଣୀନଦୀରୁ ଚାଲିଛି ବେଆଇନ ବାଲି ଉଠାଣ

କେନ୍ଦ୍ରାପଡ଼ା ଅଫିସ,୨୨ା୨: କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଅଞ୍ଚଳରେ ବାଲି ଚୋରା ଚାଲାଣ କରୁଥିବା ମାଫିଆ ଓ ତାଙ୍କୁ ସହଯୋଗ କରୁଥିବା ଅଧିକାରୀମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ...

୨୦୦ ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍‌ପିଟାଲ ଆରମ୍ଭ

ନୂଆପଡା ଅଫିସ,୨୭।୪-ସ୍ଥାନୀୟ ସିଲଦାସ୍ଥିତ ଅନ୍ବେଷା ହଷ୍ଟେଲରେ ୨୦୦ଶଯ୍ୟା ବିଶିଷ୍ଟ କୋଭିଡ୍‌ ହସ୍‌ପିଟାଲ ଉଦ୍‌ଘାଟିତ ହୋଇଛି । ଏହାକୁ ଜିଲାପାଳ ମଧୁସ୍ମିତା ସାହୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ...

ଯାଜପୁରରୁ ଆସି ନିଶ୍ଚିନ୍ତକୋଇଲିରେ ଉପଦ୍ରବ କଲା ହାତୀ, ୧୦୦ ହେକ୍ଟରରୁ ଅଧିକ ଧାନଜମି ନଷ୍ଟ

ନିଶ୍ଚିନ୍ତକୋଇଲି,୨୩ା୧୦(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ବ୍ଲକ ଫଗୋଳ, ଜିଗ୍ନିପୁର,ଜୟରାମପୁର ଓ ରାମକୃଷ୍ଣପୁର ପଞ୍ଚାୟତ ସଂଲଗ୍ନ ଥିବା ହାଡ଼ଖାଇ ପାଟ ଧାନ କ୍ଷେତରେ ଶନିବାର ସକାଳୁ ଏକ...

ରାଜ୍ୟରେ ନକଲି ଔଷଧ କାରବାର ଘଟଣା: ସିବିଆଇ ତଦନ୍ତ ଦାବିରେ ହାଇକୋର୍ଟରେ ଜନସ୍ବାର୍ଥ ମାମଲା

କଟକ ଅଫିସ,୨।୭: ରାଜ୍ୟରେ ନକଲି ଔଷଧ କାରବାର ଘଟଣାର ସିବିଆଇ ତଦନ୍ତ ଦାବିକରି ଆମ୍‌ ଜନତା ଅଧିକାର ଟ୍ରଷ୍ଟର ଆବାହକ ବାସୁଦେବ ଭଟ୍ଟ ଗୁରୁବାର ହାଇକୋର୍ଟରେ...

ଆବର୍ଜନାରୁ ପ୍ରସ୍ତୁତ ହେଲା ଜୈବିକ ଖତ

ଅନୁଗୋଳ ଅଫିସ, ୩୦ା୯ – ଅନୁଗୋଳ ସହରରେ ପ୍ରତିଷ୍ଠା କରାଯାଇଥିବା ୩ଟି ମାଇକ୍ରୋ କମ୍ପୋଷ୍ଟିଂ ସେଣ୍ଟର(ଏମ୍‌ସିସି) ମଧ୍ୟରୁ ଗୋଟିଏରୁ ଉତ୍ପାଦନ ଆରମ୍ଭ ହୋଇଛି। ସହରରୁ ସଂଗୃହୀତ...

ନଳକୂପରୁ ବାହାରୁଛି ଲୌହ ଅଂଶ, ଚୁଆପାଣି ଭରସା

ମାଲକାନଗିରି, ୧୫।୫ (ଡି.ଏନ.ଏ.): ମାଲକାନଗିରି ଜିଲା ସଦର ମହାକୁମାରେ ଏବେ ମଧ୍ୟ ଲୋକେ ଚୁଆପାଣି ପିଉଥିବା ଦେଖିବାକୁ ମିଳିଛି। ତାରିଣୀ ମନ୍ଦିର ସାହିରେ ପାନୀୟ ଜଳ ପାଇଁ...

ବେଆଇନ ଟ୍ରକ ପାର୍କିଂବେଳେ ଦୁର୍ଘଟଣା: ବୃଦ୍ଧାଙ୍କ ମୃତ୍ୟୁ, ଘଟଣାସ୍ଥଳରେ ଚାପା ଉତ୍ତେଜନା

ବଡ଼ବିଲ,୧୧।୭(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଟଣ୍ଟସ୍ଥିତ ଏୟାରଷ୍ଟ୍ରିପ ନିକଟରେ ଟ୍ରକ ଧକ୍କାରେ ଜଣେ ବୃଦ୍ଧାଙ୍କ ମୃତ୍ୟୁ ଘଟିଛି। ସେ ହେଲେ ସୁକାମତି ସାହୁ(୭୦)।...

ବରଗଡ଼ ଜିଲାରେ ୨୧ରୁ ଖୋଲିବ ଧାନମଣ୍ଡି

ବରଗଡ଼ ଅଫିସ୍‌,୧୪।୧୧: ବରଗଡ଼ ଜିଲାରେ ଆସନ୍ତା ୨୧ତାରିଖରୁ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବା ସହିତ ମଣ୍ଡି ଖୋଲିବ। ରାଜ୍ୟ ସରକାରଙ୍କ ଖାଦ୍ୟ ଯୋଗାଣ...

Advertisement
Archives

Model This Week