ରିଲିଜ ହେଲା ପୃଥ୍ୱିରାଜର ଟିଜର

ମୁମ୍ବାଇ: ବଲିଉଡ୍ ନାୟକ ଅକ୍ଷୟ କୁମାରଙ୍କ ମୋଷ୍ଟ ଆୱେଟେଡ ମୁଭି ‘ପୃଥ୍ୱିରାଜ’ର ଟିଜର ରିଲିଜ୍ ହୋଇଛି । ଏହି ମୁଭିକୁ ନେଇ ବହୁ ଦିନ ହେବ ଚର୍ଚ୍ଚା ଲାଗି ରହିଥିବା ବେଳେ ଅକ୍ଷୟ କୁମାରଙ୍କ ଏହି ଫିଲ୍ମର ପ୍ରଥମ ଝଲକକୁ ଦର୍ଶକେ ଅପେକ୍ଷା କରି ରହିଥିଲେ । ଏବେ ୧ ମିନିଟ ୨୨ ସେକେଣ୍ଡର ଏହି ଟିଜର ଦର୍ଶକଙ୍କ ମନକୁ ପାଇଥିବା କୁହାଯାଉଛି । ଏଥିରେ ଅକ୍ଷୟ କୁମାର ପୃଥ୍ୱିରାଜ ଭୂମିକାରେ ଥିବା ବେଳେ ତାଙ୍କ ଲୁକ୍ସ ସମସ୍ତଙ୍କୁ ସରପ୍ରାଇଜ୍ ଦେବ ବୋଲି କୁହାଯାଉଛି । ଏହି ଟିଜରକୁ ୟଶରାଜ ଫିଲ୍ମସର ୟୁଟ୍ୟୁବ ଚ୍ୟାନେଲରେ ରିଲିଜ୍ କରାଯାଇଛି । ଏହାର ଆରମ୍ଭ ପୃଥ୍ୱିରାଜଙ୍କ ଚରିତ୍ର ଓ ମହାନତାକୁ ଦର୍ଶାଉଥିବା ଭଏସଓଭରରୁ ଆରମ୍ଭ କରାଯାଇଛି । ଏହାପରେ ଏକ ସୁନ୍ଦର ୱାର ସିନ୍ ନଜର ଆସୁଛି । ଏଥିରେ ସଞ୍ଜୟ ଦତ୍ତ ଅକ୍ଷୟ କୁମାରଙ୍କ ଭଳି ଆକ୍ସନ କରୁଥିବା ନଜର ଆସିଛି । ସୋନୁ ସୁଦ ଏଥିରେ ସମ୍ପୂର୍ଣ୍ଣ ଭିନ୍ନ ଅନ୍ଦାଜରେ ନଜର ଆସିଛନ୍ତି । ମାନୁସି ଚିଲ୍ଲରଙ୍କ ଏହା ଡେବ୍ୟୁ ମୁଭି ହୋଇଥିବା ବେଳେ ଏହା ୨୦୨୨ ଜାନୁୟାରୀରେ ପରଦାକୁ ଆସିବ । ୨୦୨୨ର ଆୱେଟେଡ ଡେବ୍ୟୁ ମୁଭି ମଧ୍ୟରୁ ପୃଥ୍ୱିରାଜ ଗୋଟିଏ ବୋଲି କୁହାଯାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ଇରଫାନଙ୍କ ସହ ବ୍ରେକଅପ ପରେ ମୁଁ ଅସୁସ୍ଥ ହୋଇଗଲି, ଶାମିଙ୍କୁ କରିସାରିଛନ୍ତି ପ୍ରପୋଜ

ନୂଆଦିଲ୍ଲୀ,୧।୧୨: ବଲିଉଡ ଅଭିନେତ୍ରୀ ପାୟଲ ଘୋଷ ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର ଇରଫାନ ପଠାନଙ୍କ ବିଷୟରେ ଏକ ବଡ଼ ଦାବି କରିଛନ୍ତି। ଅଭିନେତ୍ରୀ ଏକ...

ଛୁଟି କାଟୁଛନ୍ତି ଦୀପିକା

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ ଏବେ ଖୁବ ଚର୍ଚ୍ଚାରେ। ଗୁରୁବାର ତାଙ୍କୁ ସ୍ପଟ କରାଯାଇଥିଲା। ବର୍ତ୍ତମାନ ସେ ଲଣ୍ଡନରେ ଛୁଟି କାଟୁଥିବା କୁହାଯାଉଛି। ବର୍ତ୍ତମାନ...

ନିର୍ବାଚନ ଲଢିବାକୁ ନେଇ ମୁୁହଁ ଖୋଲିଲେ କଙ୍ଗନା

ବଲିଉଡ ଅଭିନେତ୍ରୀ କଙ୍ଗନା ରାନାୱତ ପ୍ରାୟତଃ ଚର୍ଚ୍ଚାରେ ଥାନ୍ତି। ନିକଟରେ ତାଙ୍କର ଅଭିନୀତ ‘ତେଜସ’ ରିଲିଜ ହୋଇଥିଲା। ଫିଲ୍ମଟି ବକ୍ସ ଅଫିସରେ ସୁପରଫ୍ଲପ ସାବ୍ୟସ୍ତ ହୋଇଥିଲା।...

ଇତିହାସ ରଚିଲା ରଣବୀରଙ୍କ ଫିଲ୍ମ ଆନିମଲ, ଉତ୍ତର ଆମେରିକାରେ ଏକ ମିଲିୟନ ଡଲାର ମାର୍କ କଲା ପାର୍‌

ମୁମ୍ବାଇ: ବଲିଉଡ ସୁପରଷ୍ଟାର ରଣବୀର କପୁର ଆଜିକାଲି ତାଙ୍କ ଚଳଚ୍ଚିତ୍ର ଆନିମଲ ପାଇଁ ଚର୍ଚ୍ଚାରେ ରହିଛନ୍ତି। ଏହି ଚଳଚ୍ଚିତ୍ରଟି ଆଜି ଡିସେମ୍ବର ୧ ରେ ପ୍ରେକ୍ଷାଳୟରେ...

ଧୈର୍ଯ୍ୟର ସହ ଅପେକ୍ଷା ରଖିଲେ ଶାହାରୁଖ

ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିର ସବୁଠାରୁ ବଡ ତାରକାମାନଙ୍କ ମଧ୍ୟରୁ ଶାହାରୁଖ ଖାନ ଅନ୍ୟତମ। ଅଭିନୟ ବ୍ୟତୀତ ଅଭିନେତା ନିଜର ନମ୍ର ସ୍ବଭାବ ପାଇଁ ମଧ୍ୟ ଜଣାଶୁଣା।...

ରାଗିଲେ କପିଲ

ମୁମ୍ବାଇ: କମେଡି କିଙ୍ଗ କପିଲ ଶର୍ମାଙ୍କ ବିମାନ ବୁଧବାର ବିଳମ୍ବ ହୋଇଥିଲା, ଯାହା ପରେ ସେ ଇଣ୍ଡିଗୋ ଏୟାରଲାଇନ୍ସ ଉପରେ ରାଗିଥିବା ଦେଖାଯାଇଛି। ଏହି ରାଗକୁ...

ତେଲଙ୍ଗାନା ବିଧାନସଭ ନିର୍ବାଚନ: ଧାଡ଼ିରେ ଆସି ଭୋଟ ଦେଲେ ଅଭିନେତା ଅଲୁ ଅର୍ଜୁନ, ଜୁନିଅର ଏନଟିଆର, ଚିରଞ୍ଜୀବୀ

ତେଲଙ୍ଗାନା,୩୦।୧୧: ତେଲଙ୍ଗାନାରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଜାରି ରହିଛି। ନିର୍ବାଚନରେ ଭୋଟ୍ ଦେବାର ଅଧିକାରକୁ ସାବ୍ୟସ୍ତ କରିବା ପାଇଁ ପରିବାର ସହିତ ଅଲୁ ଅର୍ଜୁନ...

୩ଥର ଆତ୍ମହତ୍ୟା ଉଦ୍ୟମ, ସ୍ବାମୀଙ୍କଠାରୁ ଛାଡ଼ପତ୍ର: ଏମିତି କିଛି ଥିଲା ମହାଭାରତର ‘ଦ୍ରୌପଦୀ’ଙ୍କ ବ୍ୟକ୍ତିଗତ ଜୀବନ

ମହାଭାରତରେ ଦ୍ରୌପଦୀଙ୍କ ଭୂମିକାରେ ଅଭିନୟ କରି ଘରେ ଘରେ ପରିଚିତ ହାସଲ କରିଥିଲେ ରୂପା ଗାଙ୍ଗୁଲି। ଅଦୃଢ ଅଭିନୟ ସହିତ ଦର୍ଶକଙ୍କ ହୃଦୟରେ ଏକ ସ୍ବତନ୍ତ୍ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri