ରେଳଧାରଣାରୁ ମିଳିଲା ଅଟୋ ଡ୍ରାଇଭରଙ୍କ ମୃତଦେହ

ଝାରସୁଗୁଡା ଅଫିସ/ବେଲପାହାଡ଼,୧।୧(ଡି.ଏନ.ଏ.): ବିଳାସପୁର ରେଳ ଡିଭିଜନ ଅନ୍ତର୍ଗତ ଦିଲ୍ଲୀ-ହାୱଡା ରେଳଲାଇନର ବେଲପାହାଡ଼ ନୂଆପଡା ନିକଟସ୍ଥ ମୁଖ୍ୟ ରେଳଧାରଣାରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ରବିବାର ବ୍ରଜରାଜନଗର ରେଲୱେ ପୋଲିସ ଜବତ କରିଛି। ମୃତକ ଜଣକ ହେଲେ ନୂଆପଡା ନିବାସୀ ସତିନ୍ଦର ସିଂ(୬୧)। ରବିବାର ନୂଆପଡା ନିକଟ ମୁଖ୍ୟ ରେଳଧାରଣା ଅପ୍‌ ଲାଇନରେ କ୍ଷତବିକ୍ଷତ ଅବସ୍ଥାରେ ସତିନ୍ଦରଙ୍କ ମୃତଦେହ ପଡିଥିବା ଦେଖି ସ୍ଥାନୀୟ ଲୋକେ ରେଲୱେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ଆର୍‌ପିଏଫ୍‌ ଏଏସ୍‌ଆଇ ରାବିକାନ୍ତ ସିଂହ, ଜିଆର୍‌ପି ଏଏସ୍‌ଆଇ ଏସ୍‌. ବି. ରାଓ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚତ୍ ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଥିଲେ। ଏ ନେଇ ବ୍ରଜରାଜନଗର ଜିଆର୍‌ପି ପୋଲିସ ଏକ ମାମଲା (ନଂ.୧।୨୩) ରୁଜୁ କରି ତଦନ୍ତ ଚଳାଇଛି। ମୃତ ସତିନ୍ଦର ଅଟୋ ଡ୍ରାଇଭର କାମ କରି ପରିବାର ପ୍ରତିପୋଷଣ କରୁଥିବା ବେଳେ ପରିବାରରେ ସ୍ତ୍ରୀ ଓ ପୁଅ ଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ ଧରଣର ଡକାୟତି ଉଦ୍ୟମ ପଣ୍ଡ: ସିସିଟିଭିରେ କଏଦ ହେଲେ ଦୁର୍ବୁତ୍ତ

ଭବାନୀପାଟଣା,୧୬।୭(ସ୍ବ.ପ୍ର): କଳାହାଣ୍ଡି ଜିଲା ଜୟପାଟଣା ଥାନା ଅନ୍ତର୍ଗତ କଲମପୁର ବ୍ଳକ ଖଣ୍ଡିଡଙ୍ଗରିଗୁଡା ଗାଁରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବଡ଼ ଧରଣର ଡକାୟତି ପଣ୍ଡ ହୋଇଛି।...

ସଫଳତା ମିଳିଛି, ସ୍ଥାୟିତ୍ୱ ନାହିଁ

ଯାଜପୁର ଅଫିସ,୧ା୪:ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମ୍‌ଜିଏସ୍‌ୱାଇ)ରେ ସର୍ବଭାରତୀୟସ୍ତରରେ ଓଡ଼ିଶା ଗତ ୩ ବର୍ଷ ହେଲା ପ୍ରଥମ ସ୍ଥାନ ଅଧିକାର କରିଆସିଛି। ୨୦୧୭-୧୮ରେ ୭୧୪୦.୭୭ କି.ମି.,୨୦୧୮-୧୯ରେ...

ଗ୍ୟାରେଜରେ ଅଗ୍ନିକାଣ୍ଡ: ଜଳିଗଲା ୪ ବସ୍‌ ଓ ସ୍କୋର୍ପିଓ

ଭଦ୍ରକ ଅଫିସ,୧୦।୨: ଗ୍ୟାରେଜରେ ନିଆଁ ଲାଗି ୪ଟି ବସ୍‌ ଓ ଗୋଟିଏ ସ୍କୋର୍ପିଓ ଗାଡି। ଜଳିଯାଇଛି। ଏଥିସହ କ୍ୟାବିନ ମଧ୍ୟ ପୋଡିଯାଇଛି। ଭଦ୍ରକ ଜିଲାରେ ମଙ୍ଗଳବାର...

ପାଣିରେ ଭାସୁଛି ମହିଳାଙ୍କ ମୃତଦେହ: ହତ୍ୟା ସନ୍ଦେହ

ଖଇରା,୨୭ା୧୦(ଡି.ଏନ୍‌.ଏ.): ବାଲେଶ୍ୱର  ଜିଲା ଖଇରା ତହସିଲ ଅଧୀନ ବରପଦା ପାଇକସାହି ନିକଟସ୍ଥ ଏକ ପରିତ୍ୟକ୍ତ ମାଙ୍କଡ଼ା ଖଣି ପାଣିରେ ଜଣେ ଅଜଣା ମହିଳାଙ୍କ ମୃତଦେହ ଭାସୁଥିବାର...

ଟ୍ରାକ୍ଟର ଓଲଟି ୪ ମୃତ,୨୦ରୁ ଊର୍ଦ୍ଧ୍ୱ ଆହତ

ବାରିପଦା ଅଫିସ,୧୮।୨-ମୟୂରଭଞ୍ଜ ଜିଲା ଝାରପୋଖରିଆ ଥାନା ଅଧୀନ ମୁରୁଣିଆ ଠାରେ ଏକ ଟ୍ରାକ୍ଟର ଓଲଟି ୪ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି।...

ଭାରିଯାନ ବଢ଼ାଉଛି ପ୍ରଦୂଷଣ

ଭୁବନ, ୧୧।୬(ଡି.ଏନ୍‌.ଏ) ଢେଙ୍କାନାଳ ଜିଲା ଭୁବନ ବ୍ଲକ କାନଖାଇ ଗ୍ରାମଦେଇ ଦୈନିକ ଶତାଧିକ କ୍ରୋମାଇଟ୍‌ ବୋଝେଇ ଭାରିଯାନ ଚଳାଚଳ କରୁଛି। ଫଳରେ ପ୍ରଦୂଷଣ ଏବଂ ଦୁର୍ଘଟଣା...

ପ୍ରାର୍ଥୀ ଚୟନ ଚିନ୍ତାରେ ୩ ଦଳ

କଟକ ଅଫିସ,୩।୨: ପଞ୍ଚାୟତ ନିର୍ବାଚନ ପାଖେଇ ଆସୁଥିବାବେଳେ କଟକ ସହରର ରାଜନୈତିକ ଉଷ୍ମତା ବଢିବାରେ ଲାଗିଛି। ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସରିବା ପରେ ପୌର ନିର୍ବାଚନ...

ଟଙ୍କା ନ ଦେବାରୁ ମା’ଙ୍କୁ ଘରୁ ତଡ଼ିଦେଲେ

ବାଲେଶ୍ୱର ଅଫିସ,୨୨ା୫: ସାମାନ୍ୟ ଟଙ୍କା ପାଇଁ ଜନ୍ମଦାତ୍ରୀ ମା’ଙ୍କୁ ଦୁଇପୁଅ ଘରୁ ତଟିଦେବା ଚର୍ଚ୍ଚାର ବିଷୟ ହୋଇଛି। ବାଲେଶ୍ୱର ଜିଲା ବସ୍ତା ବ୍ଲକ ସିଂଲା ଥାନା...

Advertisement
Archives

Model This Week