ପୌରପାଳିକାକୁ ଚିଠି ଲେଖିଲେ କର୍ତ୍ତୃପକ୍ଷ

ଅନୁଗୋଳ ଅଫିସ,୧୯।୫: ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟର ମୁଖ୍ୟ ଫାଟକ ଛାତରୁ ଗତ ରବିବାର ବଡ଼ ଆକାରର ପଲସ୍ତରା ଖସିପଡ଼ିଥିଲା। ଏହି ଘଟଣା ପରେ ଦୁର୍ବଳ ହୋଇଯାଇଥିବା ଉକ୍ତ ଫାଟକରେ ତାଲା ପକାଇ ଦିଆଯାଇଛି। ଏଥିସହ ଘଟଣାର ଅନୁଧ୍ୟାନ କରି ଗେଟ୍‌ ଉପରୁ ଘର ଉଚ୍ଛେଦ ପାଇଁ ମେଡିକାଲ କର୍ତ୍ତୃପକ୍ଷ ପୌର କର୍ତ୍ତୃପକ୍ଷଙ୍କ ନିକଟକୁ ଏକ ଚିଠି ଲେଖିଛନ୍ତି। ରୋଗୀଙ୍କ ସହ ସେମାନଙ୍କ ସମ୍ପର୍କୀୟ ଓ ଡାକ୍ତରଖାନା କର୍ମଚାରୀଙ୍କ ପାଇଁ ଏହି ଗେଟ୍‌ ଛାତ ବିପଦ ସୃଷ୍ଟି କରୁଛି ବୋଲି ଉକ୍ତ ଚିଠିରେ ଉଲ୍ଲେଖ କରାଯାଇଛି। ଏଥିସହ କାଜୁଆଲଟିକୁ ଆସୁଥିବା ରୋଗୀମାନେ ମଧ୍ୟ ପଛପାଶର୍‌ବ ଫାଟକ ଦେଇ ଆସୁଥିବାରୁ ସମସ୍ୟା ହେଉଛି ବୋଲି ଚିଠିରେ ଲେଖାଯାଇଥିବା ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଅନୁଗୋଳ ପୌରନିର୍ବାହୀ ଅଧିକାରୀ ଗିରିଜା ଶଙ୍କର ମଲ୍ଲିକ ଏହି ଚିଠି ପାଇଥିବା କହିଛନ୍ତି। ଗୁରୁବାର ପୌର ନିର୍ବାହୀ ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍‌ ଘଟଣାସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିବ। ଏହାପରେ ତୁରନ୍ତ ପଦକ୍ଷେପ ଗ୍ରହଣ କରାଯିବ ବୋଲି ନିର୍ବାହୀ ଅଧିକାରୀ ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫିଲ୍ମ ଷ୍ଟାଇଲ୍‌ ଲୁଟ୍‌ ପରେ ପୋଲିସର ଏନ୍‌କାଉଣ୍ଟର, ୨ ସୁନା ଲୁଟେରା ଗୁରୁତର

ଅନୁଗୋଳ,୧୮।୬( ଜ୍ୟୋତି ରଞ୍ଜନ ସାହୁ ): ତାଳଚେରରେ ଏକ ସୁନା ରିଫାଇନେରୀ ଦୋକାନରେ ଫିଲ୍ମ ଷ୍ଟାଇଲରେ ଲୁଟ୍‌ ଘଟଣା ପରେ ଅନୁଗୋଳ ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ…

ସୁବର୍ଣ୍ଣପୁର ପରେ ଏହି ଜିଲାରେ ସ୍କୁଲ ଛୁଟି, ୨୨ରେ ଖୋଲିବ ସ୍କୁଲ

ଭୁବନେଶ୍ୱର,୧୭।୬: ପ୍ରବଳ ଖରା ଏବଂ ଅସହ୍ୟ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଇଛି। ଓଡ଼ିଶାର ଅନେକ ଜିଲାରେ ପାରଦ ୪୦ରୁ ୪୫ ଡିଗ୍ରୀ ଉପରେ ରହୁଥିବା ବେଳେ ଉଚ୍ଚ…

ଭିଜିଲାନ୍ସ ଜାଲରେ ମହିଳା ASI, ଲାଞ୍ଚ ନେଉଥିବା ବେଳେ ପଡ଼ିଲେ ଧରା

ଅନୁଗୋଳ, ୧୩।୬: ଅନୁଗୋଳ ଜିଲାର ଜରପଡ଼ା ଥାନାରେ କାର୍ଯ୍ୟରତ ମହିଳା ASI ସୀତା ନାୟକ ୮,୦୦୦ ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସୂଚନା…

ବ୍ରାହ୍ମଣୀରେ ଭାସିଗଲେ ୩ ସାଙ୍ଗ

ତାଳଚେର,୮।୬; ଅନୁଗୋଳ ଜିଲା ତାଳଚେର ବ୍ରାହ୍ମଣୀ ନଦୀରେ ସୋମବାର ଏକ ଅଘଟଣ ଘଟିଛି। ୩ଜଣ ସାଙ୍ଗ ଗାଧୋଇବା ବେଳେ ଭାସିଯାଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣଙ୍କୁ ମୃତ ଅବସ୍ଥାରେ…

ବିଲକୁ ଯାଇଥିଲେ ୨ ଭାଇ, ହଠାତ୍‌ ମାରିଲା ଘଡ଼ଘଡ଼ି: ଆଉ ତା’ପରେ…

ବଇଣ୍ଡା, ୨।୬(ପରୀକ୍ଷିତ ସାହୁ): ଅନୁଗୋଳ ଜିଲା କିଶୋର ନଗର ବ୍ଲକ ହଣ୍ଡପା ଥାନା ପାପସରା ଗ୍ରାମର ଜଟିଆ ରୁଗୁଡ଼ି ନିକଟରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ…

ବିଳମ୍ବିତ ରାତିରେ ବାଇକ ସହ ଜିଅନ୍ତା ଜଳିଗଲେ ଯୁବକ, କାରଣ ଜାଣିଲେ….

ପାଲଲହଡ଼ା,୨୯।୫(ଦିବ୍ୟଜ୍ୟୋତି ଦାଶ): ସକାଳୁ ସକାଳୁ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ।  ବାଇକ ଦୁର୍ଘଟଣାରେ ଚାଳକ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ସେହିପରି ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ ଖମାର…

ନାତୁଣୀକୁ ବଞ୍ଚାଇବାକୁ ଯାଇ ଚାଲିଗଲା ଜେଜେଙ୍କ ଜୀବନ

ଅନୁଗୋଳ,୧୨।୫: ଅନୁଗୋଳ ଜିଲା ଆଠମଲ୍ଳିକ ବ୍ଲକ ପାଇକ ସାହିରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ନାତୁଣୀଙ୍କୁ ବଞ୍ଚାଇବାକୁ ଯାଇ ବିଦ୍ୟୁତ୍‌ ଆଘାତରେ ଜେଜେଙ୍କ ମୃତ୍ୟୁ ଘଟିଛି।…

ତାଳଚେର ଉପନଗରପାଳଙ୍କ ବିରୋଧରେ ଅନାସ୍ଥା

ତାଳଚେର,୮ା୫(ମନୋଜ ନନ୍ଦ): ତାଳଚେର ଉପନଗରପାଳ ଶୁଭଶ୍ରୀ ଶୁଭସ୍ମିତା ପ୍ରଧାନଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆସିଛି। ପୌରପାଳିକାର ୧୬ କାଉନସିଲର ତାଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି। ଶୁକ୍ରବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri