Posted inଖେଳ

ଅଷ୍ଟ୍ରେଲିଆର ଟାଇଟଲ ଅଭିଯାନ ଶେଷ

ଭୁବନେଶ୍ୱର, ୨୮।୧(କ୍ରୀଡ଼ା ପ୍ରତିନିଧି): ବିଶ୍ୱର ନମ୍ବରୱାନ ଦଳ ଅଷ୍ଟ୍ରେଲିଆର ବିଶ୍ୱକପ୍‌ ଟାଇଟଲ ଅଭିଯାନ ସେମିଫାଇନାଲରୁ ଶେଷ ହୋଇଛି। ଶୁକ୍ରବାର କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ପ୍ରଥମ ସେମିଫାଇନାଲରେ ଜର୍ମାନୀ ୪-୩ ଗୋଲରେ ବିଜୟୀ ହୋଇ ଅଷ୍ଟ୍ରେଲିଆକୁ ବିଦାୟ ପଥ ଦେଖାଇଛି। ଫଳରେ ୧୯୮୬, ୨୦୧୦ ଓ ୨୦୧୪ରେ ଚାମ୍ପିୟନ ଅଷ୍ଟ୍ରେଲିଆର ଟାଇଟଲ ବିଜୟ ସ୍ବପ୍ନ ଧୂଳିିସାତ ହୋଇଛି। ୨୦୧୮ରେ ଅନୁଷ୍ଠିତ ସଂସ୍କରଣର ବ୍ରୋଞ୍ଜ ପଦକ ବିଜେତା ଅଷ୍ଟ୍ରେଲିଆ ଏଥର ମଧ୍ୟ ବ୍ରୋଞ୍ଜ ପଦକ ପାଇଁ ଲଢ଼ିବ। ଅନ୍ୟପକ୍ଷରେ ୨୦୦୨ ଓ ୨୦୦୬ରେ ଚାମ୍ପିୟନ ଏବଂ ୧୯୮୨ ଓ ୨୦୧୦ରେ ରନରଅପ୍‌ ଜର୍ମାନୀ ଦୀର୍ଘ ୧୩ ବର୍ଷ ବ୍ୟବଧାନରେ ଫାଇନାଲରେ ପ୍ରବେଶ କରିଛି।
ଜର୍ମାନୀର ସଫଳ ପ୍ରତ୍ୟାବର୍ତ୍ତନ
ଚଳିତ ଟୁର୍ନାମେଣ୍ଟର ନକ୍‌ଆଉଟ ପର୍ଯ୍ୟାୟରେ କ୍ରମାଗତ ଦ୍ୱିିତୀୟ ଥର ପାଇଁ ଜର୍ମାନୀ ସଫଳ ପ୍ରତ୍ୟାବର୍ତ୍ତନ କରି ବିଜୟୀ ହୋଇଛି। ଗତ ୨୫ ତାରିଖରେ ଅନୁଷ୍ଠିତ ଇଂଲଣ୍ଡ ବିପକ୍ଷ କ୍ୱାର୍ଟର ଫାଇନାଲରେ ଏହି ଦଳ ୫୭ ମିନିଟ ପର୍ଯ୍ୟନ୍ତ ୦-୨ ଗୋଲରେ ପଛୁଆ ଥିଲା। ମାତ୍ର ଶେଷ ୩ ମିନିଟରେ ୨ଟି ଗୋଲ ପରିଶୋଧ କରି ମ୍ୟାଚକୁ ୨-୨ରେ ବରାବର କରିବା ପରେ ଶୁଟ୍‌ ଆଉଟରେ ବିଜୟୀ ହୋଇଥିଲା। ଅଷ୍ଟ୍ରେଲିଆ ବିପକ୍ଷ ସେମିଫାଇନାଲରେ ମଧ୍ୟ ପ୍ରାରମ୍ଭିକ ପର୍ଯ୍ୟାୟରେ ଦଳର ପ୍ରଦର୍ଶନ ଭଲ ନ ଥିଲା। ଜର୍ମାନୀ ଲଢ଼େଇ କରିଥିଲେ ହେଁ ପ୍ରଥମାର୍ଦ୍ଧ ଶେଷସୁଦ୍ଧା ଅଷ୍ଟ୍ରେଲିଆ ୨-୦ରେ ଅଗ୍ରଣୀ ରହିଥିଲା। ତୃତୀୟ କ୍ୱାର୍ଟରରେ ଗୋଟିଏ ଗୋଲ ପରିଶୋଧ କରିଥିବା ଜର୍ମାନୀ ଚତୁର୍ଥ ତଥା ଅନ୍ତିମ କ୍ୱାର୍ଟରରେ ଚମକାଇଲା ଭଳି ଖେଳ ଦେଖାଇଥିଲା। ଏହି ପର୍ଯ୍ୟାୟରେ ଅଷ୍ଟ୍ରେଲିଆ ଗୋଟିଏ ଗୋଲ ଦେବାକୁୁ ସକ୍ଷମ ହୋଇଥିବାବେଳେ ଜର୍ମାନୀ ୩ଟି ଗୋଲ ସ୍କୋର କରି ମ୍ୟାଚ ଛଡ଼ାଇ ଆଣିଥିଲା।
ଗୋଞ୍ଜାଲୋ ପିଲାଟ ହିରୋ
ଅଷ୍ଟ୍ରେଲିଆ ବିପକ୍ଷ ସେମି ଫାଇନାଲରେ ଜର୍ମାନୀର ହିରୋ ବିବେଚିତ ହୋଇଥିଲେ ତାରକା ଡ୍ରାଗ୍‌ଫ୍ଲିକର ଗୋଞ୍ଜାଲୋ ପିଲାଟ। ଅଷ୍ଟ୍ରେଲିଆ ଏକଦା ବିଜୟୀ ସ୍ଥିତିରେ ପହଞ୍ଚତ୍ ଯାଇଥିଲେ ହେଁ ପିଲାଟଙ୍କ ହ୍ୟାଟ୍ରିକ ଗୋଲ ମ୍ୟାଚର ମୋଡ଼ ବଦଳାଇ ଦେଇଥିଲା। ସେ ୪୩, ୫୨ ଓ ୫୯ତମ ମିନିଟରେ ଡ୍ରାଗ୍‌ଫ୍ଲିକ୍‌ ଜରିଆରେ ଗୋଲ ତିନୋଟି ଦେଇଥିଲେ। ଫଳରେ ଅଷ୍ଟ୍ରେଲିଆର ଜେରେମି ହେୱାର୍ଡ (୧୨ତମ ମିନିଟ/ପେନାଲ୍ଟି କର୍ନର), ନାଥନ ଇଫରାଉମ୍ସ (୨୭ତମ ମିନିଟ/ଫିଲ୍ଡ) ଏବଂ ବ୍ଲେକ୍‌ ଗୋଭର୍ସ (୫୮ତମ ମିନିଟ/ପେନାଲ୍ଟି କର୍ନର)ଙ୍କ ଗୋଲ ଫିକା ପଡ଼ିଯାଇଥିଲା। ୫୮ତମ ମିନିଟ ପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ୩-୨ ଗୋଲରେ ଅଗ୍ରଣୀ ରହିଥିଲା। ମାତ୍ର ୫୯ତମ ମିନିଟରେ ଜର୍ମାନୀକୁ ମିଳିଥିବା ପେନାଲ୍ଟି କର୍ନରକୁ ଗୋଲରେ ପରିଣତ କରି ପିଲାଟ ହ୍ୟାଟ୍ରିକ ପୂରଣ କରିଥିବାବେଳେ ୬୦ତମ ମିନିଟରେ ନିକ୍ଲାସ ୱେଲେନ ଏକ ଫିଲ୍ଡ ଗୋଲ ଦେଇ ଜର୍ମାନୀ ବିଜୟକୁ ନିଶ୍ଚିତ କରି ଦେଇଥିଲେ। ଶେଷ ୪୦ ସେକେଣ୍ଡ ଜର୍ମାନୀ ଖେଳାଳି ନିଜ ହାଫ୍‌ରେ ପରସ୍ପରକୁ ପାସ୍‌ ଦେଇ ସମୟ ଅତିବାହିତ କରିିଥିଲେ। ମ୍ୟାଚରେ ଅଷ୍ଟ୍ରେଲିଆ ମୋଟ ୫ଟି ପେନାଲ୍ଟି କର୍ନର ପାଇଥିଲା। ଏଥିରୁ ୨ଟିକୁ ଗୋଲରେ ପରିଣତ କରିିଥିଲା। ଅନ୍ୟପକ୍ଷରେ ଜର୍ମାନୀ ପାଇଥିବା ୧୩ଟି ପେନାଲ୍ଟି କର୍ନରରୁୁ ୩ଟି ଗୋଲ ଦେଇଥିଲା। ପ୍ରକାଶଯୋଗ୍ୟ ଯେ, ୧୨ ଅଗଷ୍ଟ ୧୯୯୨ରେ ବୁଏନ୍ସ ଏୟାର୍ସରେ ଜନ୍ମିତ ପିଲାଟ ୨୦୧୮ ପର୍ଯ୍ୟନ୍ତ ଆର୍ଜେଣ୍ଟିିନା ପକ୍ଷରୁ ଖେଳିଥିଲେ। ୨୦୧୯ରେ ଆର୍ଜେଣ୍ଟିନା କୋଚ୍‌ ଜର୍ମନ ଓରୋଜ୍‌କୋଙ୍କ ସହ ମନୋମାଳିନ୍ୟ ଯୋଗୁ ସେ ଆର୍ଜେଣ୍ଟିନା ଦଳ ତ୍ୟାଗ କରିଥିଲେ। ୨୦୨୨ରେ ସେ ଜର୍ମାନୀ ନାଗରିକତ୍ୱ ଗ୍ରହଣ କରି ସେ ଦେଶ ପକ୍ଷରୁ ଖେଳି ଆସୁଛନ୍ତି। ଏଥର ଜର୍ମାନୀକୁ ଫାଇନାଲକୁ ନେବାରେ ତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ଥିବାବେଳେ ଆର୍ଜେଣ୍ଟିନା କ୍ରସ୍‌ ଓଭର ପର୍ଯ୍ୟାୟରୁ ବିଦାୟ ନେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?