Odisha Elections 2024
Posted inଖେଳ

ଟାଇଟଲରେ ଅଷ୍ଟ୍ରେଲିଆର ହ୍ୟାଟ୍ରିକ

ଆଇସିସି କ୍ରିକେଟ ବିଶ୍ୱକପର ୯ମ ସଂସ୍କରଣ ଓ୍ବେଷ୍ଟଇଣ୍ଡିଜରେ ୨୦୦୭ ମାର୍ଚ୍ଚ ୧୩ରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ପ୍ରତିଯୋଗିତାରେ ମୋଟ ୫୧ଟି ମ୍ୟାଚ ଖେଳାଯାଇଥିଲା। ଫାଇନାଲରେ ଶ୍ରୀଲଙ୍କାକୁ ହରାଇ ଅଷ୍ଟ୍ରେଲିଆ ଚାମ୍ପିୟନ ହୋଇଥିଲା। ଏହାକୁ ମିଶାଇ ଅଷ୍ଟ୍ରେଲିଆ କ୍ରମାଗତ ୩ ଥର ଚାମ୍ପିୟନ ହୋଇ ଟାଇଟଲ ବିଜୟରେ ହ୍ୟାଟ୍ରିକ କରିଥିଲା। ଓଭରଅଲ୍‌ ଏହାଥିଲା ଅଷ୍ଟ୍ରେଲିଆର ୪ର୍ଥ ଟାଇଟଲ। ୧୬ ଅଂଶଗ୍ରହଣକାରୀ ଦଳକୁ ୪ଟି ଗ୍ରୁପ୍‌ରେ ବିଭକ୍ତ କରାଯାଇଥିଲା। ପ୍ରତି ଗ୍ରୁପ୍‌ରୁ ଶ୍ରେଷ୍ଠ ୨ଟି ଲେଖାଏ ଦଳ ସୁପର-୮ ପର୍ଯ୍ୟାୟରେ ପ୍ରବେଶ କରିଥିଲେ। ଏହି ପର୍ଯ୍ୟାୟରେ ଭଲ ପ୍ରଦର୍ଶନ କରି ଅଷ୍ଟ୍ରେଲିଆ, ଶ୍ରୀଲଙ୍କା, ନ୍ୟୁଜିଲାଣ୍ଡ ଓ ଦକ୍ଷିଣ ଆଫ୍ରିକା ସେମିଫାଇନାଲରେ ପ୍ରବେଶ କରିଥିଲେ। ସେମିଫାଇନାଲରେ ନ୍ୟୁଜିଲାଣ୍ଡକୁ ୮୧ ରନରେ ହରାଇ ଶ୍ରୀଲଙ୍କା ଏବଂ ଦକ୍ଷିଣ ଆଫ୍ରିକାକୁ ୭ ଉଇକେଟରେ ପରାସ୍ତକରି ଅଷ୍ଟ୍ରେଲିଆ ଫାଇନାଲରେ ପ୍ରବେଶ କରିଥିଲା। ବର୍ଷା ବାଧାପ୍ରାପ୍ତ ଫାଇନାଲରେ ଡକ୍‌ଓ୍ବର୍ଥ ଲୁଇସ ନିୟମ ଅନୁସାରେ ଶ୍ରୀଲଙ୍କାକୁ ୫୩ ରନରେ ହରାଇ ଅଷ୍ଟ୍ରେଲିଆ ଚାମ୍ପିୟନ ହୋଇଥିଲା। ବର୍ଷା ଯୋଗୁ ଖେଳ ଆରମ୍ଭରେ ବିଳମ୍ବ ହେବାରୁ ମ୍ୟାଚକୁ ୩୮ ଓଭର ବିଶିଷ୍ଟ କରାଯାଇଥିଲା। ଏଥିରେ ଅଷ୍ଟ୍ରେଲିଆ ୪ ଉଇକେଟ ହରାଇ ୨୮୧ ରନ କରିଥିଲା। ଏହାପରେ ପୁଣି ବର୍ଷା ଯୋଗୁ ଖେଳରେ ବାଧା ପହଞ୍ଚତ୍ବାରୁ ଶ୍ରୀଲଙ୍କା ସମ୍ମୁଖରେ ୩୬ ଓଭରରେ ୨୬୯ ରନ ବିଜୟ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ମାତ୍ର ଶ୍ରୀଲଙ୍କା ୮ ଉଇକେଟ ହରାଇ ୨୧୫ ରନ କରିବାକୁ ସକ୍ଷମ ହୋଇଥିଲା। ୧୪୯ ରନର ଇନିଂସ ଖେଳିଥିବା ଅଷ୍ଟ୍ରେଲିଆର ଆଡାମ ଗିଲକ୍ରିଷ୍ଟ ପ୍ଲେୟର ଅଫ୍‌ ଦି ମ୍ୟାଚ ଓ ଏହି ଦଳର ଗ୍ଲେନ ମ୍ୟାକଗ୍ରା ପ୍ଲେୟର ଅଫ୍‌ ଦି ଟୁର୍ନାମେଣ୍ଟ ବିବେଚିତ ହୋଇଥିଲେ। ଏହି ସଂସ୍କରଣରେ ଭାରତର ପ୍ରଦର୍ଶନ ଅତି ଦୟନୀୟ ରହିଥିଲା। ଗ୍ରୁପ୍‌ ‘ବି’ରେ ଦଳ ନିଜର ପ୍ରଥମ ମ୍ୟାଚରେ ବାଂଲାଦେଶଠାରୁ ପରାସ୍ତ ହୋଇ ବିପର୍ଯ୍ୟୟକୁ ଡାକି ଆଣିଥିଲା। ପରବର୍ତ୍ତୀ ମ୍ୟାଚରେ ବର୍ମୁଡାକୁ ୨୫୭ ରନରେ ହରାଇଥିଲେ ହେଁ ତୃତୀୟ ତଥା ଅନ୍ତିମ ଗ୍ରୁପ ମ୍ୟାଚରେ ଶ୍ରୀଲଙ୍କାଠାରୁ ୬୯ ରନରେ ହାରି ବିଦାୟ ନେଇଥିଲା। ପାକିସ୍ତାନ ନକ୍‌ଆଉଟ ହେବାପରେ ଏହାର କୋଚ୍‌ ବବ୍‌ ଉଲମରଙ୍କ ସନ୍ଦେହଜନକ ମୃତ୍ୟୁ ଚର୍ଚ୍ଚାରେ ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୪୦୦ ମିଟରରେ ଦୀପ୍ତିଙ୍କ ବିଶ୍ୱରେକର୍ଡ

କୋବ୍‌ (ଜାପାନ), ୨୧ା୫ (ପି.ଟି.): ଭାରତର ଦୀପ୍ତି ଜୀବନଜୀ ଏଠାରେ ଚାଲିଥିବା ବିଶ୍ୱ ପାରା ଆଥ୍‌ଲେଟିକ୍ସ ଚାମ୍ପିୟନଶିପ୍‌ ମହିଳା ୪୦୦ମିଟର ଟି୨୦ କାଟେଗୋରିରେ ବିଶ୍ୱ ରେକର୍ଡ...

୧୫ତମ ଷ୍ଟେଜ୍‌ରେ ପୋଗାକାର ବିଜୟୀ

ରୋମ୍‌, ୨୧।୫: ଟାଡେଜ ପୋଗାକାର (ସ୍ଲୋଭାକିଆ/ ୟୁଏଇ ଟିମ୍‌ ଏମିରେଟ୍ସ) ଗିରୋ ଡି’ ଇଟାଲିଆ ସାଇକେଲ ରେସ୍‌ର ୧୫ତମ ଷ୍ଟେଜ୍‌ ଜିତିଛନ୍ତି। ସେ ୬ ଘଣ୍ଟା...

ଟିକେଟ୍‌ ବିକ୍ରି ବୃଦ୍ଧି ପାଇଁ କ୍ୟାମ୍ପେନ୍‌

ପ୍ୟାରିସ୍‌,୨୧ା୫(ପି.ଟି): ପ୍ୟାରିସ୍‌ ପାରାଲିମ୍ପିକ୍ସକୁ ଆଉ ୧୦୦ ଦିନ ବାକି ରହିଛି। ଅଗଷ୍ଟ ୨୮ରୁ ସେପ୍ଟେମ୍ବର ୮ ତାରିଖ ଯାଏ ଏହି ମେଗା ଇଭେଣ୍ଟ ଅନୁଷ୍ଠିତ ହେବ।...

ପାରାମାଉଣ୍ଟ ‘ଏ’ ଫାଇନାଲରେ

ଭୁବନେଶ୍ୱର, ୨୧ା୫ (ବିଜୟ ରଣା): ସ୍ଥାନୀୟ ପାରାମାଉଣ୍ଟ ସ୍ପୋର୍ଟିଙ୍ଗ୍ସ ଆନୁକୂଲ୍ୟରେ ଅରବିନ୍ଦମେମୋରିଆଲ ପାରାମାଉଣ୍ଟ କପ୍‌ କ୍ରିକେଟ ଟୁର୍ନାମେଣ୍ଟରେ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଛି...

ନର୍ଥଇଷ୍ଟରେ ୬ ଇନ୍‌ଡୋର କ୍ରିକେଟ ଏକାଡେମୀ

ନୂଆଦିଲ୍ଳୀ,୨୧ା୫(ପି.ଟି): ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ(ବିସିସିଆଇ) ପକ୍ଷରୁ ନର୍ଥ ଇଷ୍ଟ ରାଜ୍ୟଗୁଡିକରେ ୬ଟି ଇନ୍‌ଡୋର କ୍ରିକେଟ ଏକାଡେମୀ ନିର୍ମାଣ ପାଇଁ ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଛି। ଏହି...

ଆଇପିଏଲ ଫାଇନାଲ ମ୍ୟାଚ ପାଇଁ ଟିକେଟ୍‌ ବିକ୍ରି ଆରମ୍ଭ: ଜାଣନ୍ତୁ ସବୁଠାରୁ ଶସ୍ତା ଟିକେଟ୍‌ର ଦାମ୍‌…

ନୂଆଦିଲ୍ଲୀ,୨୦।୫: ଆଇପିଏଲ ୨୦୨୪ର ପ୍ଲେ ଅଫ ପର୍ଯ୍ୟାୟ ୨୧ ମେ’ରୁ ଆରମ୍ଭ ହେଉଛି। ସନରାଇଜର୍ସ ହାଇଦ୍ରାବାଦ(ଏସଆରଏଚ୍‌ ), କୋଲକାତା ନାଇଟ ରାଇଡର୍ସ (କେକେଆର୍‌), ରାଜସ୍ଥାନ ରୟାଲ୍ସ...

ଟି୨୦ ବିଶ୍ୱକପ୍‌: ଅଷ୍ଟ୍ରେଲିଆ ଦଳରେ ସାମିଲ ହୋଇପାରନ୍ତି ଏହି ବିସ୍ଫୋରକ ବ୍ୟାଟର, ଜାଣନ୍ତୁ ଆଇପିଏଲ୍‌ର ଏହି ଦଳରେ ଖେଳନ୍ତି…

ନୂଆଦିଲ୍ଲୀ,୨୦ା୫: ଆସନ୍ତା ଟି୨୦ କ୍ରିକେଟ ବିଶ୍ୱକପ୍‌ ପାଇଁ ବିସ୍ଫୋରକ ବ୍ୟାଟର ଜେମ୍‌ ଫ୍ରେଜର ମ୍ୟାକ୍‌ଗ୍ରୁପ୍‌ ଓ ମାଥ୍ୟୁ ଶର୍ଟ ଅଷ୍ଟ୍ରେଲିଆର ଟ୍ରାମେଲିଂ ରିଜର୍ଭ ଖେଳାଳି ହୋଇ...

କ୍ୱାଲିଫାୟର ମ୍ୟାଚ ନ ଖେଳି ଏହିଭଳି ଭାବେ ଫାଇନାଲରେ ପ୍ରବେଶ କରିବ କେକେଆର, ଜାଣନ୍ତୁ କ’ଣ କହୁଛି ନିୟମ

ନୂଆଦିଲ୍ଲୀ,୨୦।୫: ଆଇପିଏଲ ୨୦୨୪ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଲିଗ ପର୍ଯ୍ୟାୟର ସମସ୍ତ ୭୦ଟି ମ୍ୟାଚ ଖେଳାଯାଇସାରିଛି। ବର୍ତ୍ତମାନ ପ୍ଲେ ଅଫ୍‌ ମଙ୍ଗଳବାର ମେ ୨୧ରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri