Posted inଖେଳ

ସ୍ବତନ୍ତ୍ର ବିମାନରେ ଅଷ୍ଟ୍ରେଲୀୟ ଖେଳାଳି ଘରକୁ ଯିବେ

ମେଲବୋର୍ନ,୨୯।୪(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପରେ ଅଷ୍ଟ୍ରେଲୀୟ ଖେଳାଳିମାନଙ୍କୁ ସ୍ବତନ୍ତ୍ର ଅର୍ଥାତ୍‌ ଚାର୍ଟାର୍ଡ ବିମାନରେ ଘରକୁ ନିଆଯିବା ନେଇ ବିଚାରବିମର୍ଶ ଚାଲିଛି। ଏ ନେଇ ଅଷ୍ଟ୍ରେଲିଆ ପ୍ଲେୟାର୍ସ ୟୁନିୟନ ତରଫରୁ ବୁଧବାର ସୂଚନା ଦିଆଯାଇଛି। ଅବଶ୍ୟ ଏ ନେଇ ଅଷ୍ଟ୍ରେଲିଆ କ୍ରୀଡ଼ାମନ୍ତ୍ରୀ ଆନୁଷ୍ଠାନିକ ଭାବେ ଅନୁମତି ପ୍ରଦାନ କରିନାହାନ୍ତି। ଏ ନେଇ କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ମାଲିକମାନଙ୍କ ସହ କଥା ହେବ ବୋଲି ଅଷ୍ଟ୍ରେଲିଆ କ୍ରିକେଟର୍ସ ଆସୋସିଏଶନ (ଏସିଏ) ମୁଖ୍ୟ ଟୋଡ୍‌ ଗ୍ରୀନବେର୍ଗ କହିଛନ୍ତି। ତେବେ ଏହା ଏକ ସାଧାରଣ କଥା ନୁହଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ପୂର୍ବରୁ ମଧ୍ୟ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏ ନେଇ ସଫେଇ ଦେଇସାରିଛି। ବିଦେଶୀ ଖେଳାଳିମାନଙ୍କୁ ପୂରା ନିରାପତ୍ତା ବ୍ୟବସ୍ଥା ମଧ୍ୟରେ ସେମାନଙ୍କ ଦେଶକୁ ଫେରିଯିବାର ବ୍ୟବସ୍ଥା କରାଯିବ ବୋଲି ବିସିସିଆଇ କହିଛି। ତେମେ ମେ’ ୩୦ରେ ଟୁର୍ନାମେଣ୍ଟ ଶେଷ ହେବା ପରେ ଏ ନେଇ ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି। ଭାରତରେ ଏବେ କରୋନା ମହାମାରୀର ବିସ୍ଫୋରଣ ହୋଇଛି। ପ୍ରତ୍ୟେକ ଦିନ କୋଭିଡ୍‌-୧୯ର ଲକ୍ଷଲକ୍ଷ କେସ୍‌ ଦେଖିବାକୁ ମିଳୁଛି। ପ୍ରତ୍ୟେକ ବିଦେଶୀ ଖେଳାଳିଙ୍କୁ ପୂରା ସୁରକ୍ଷାର ସହ ଘରକୁ ପଠାଯିବ ବୋଲି ବିସିସିଆଇ ସିଓଓ ହେମାଙ୍ଗ ଅମିନ କହିଛନ୍ତି। ଚାର୍ଟାର୍ଡ ଫ୍ଲାଇଟ୍‌ ପାଇଁ ଅଷ୍ଟ୍ରେଲିଆ ସରକାରଙ୍କ ଅନୁମତି ଆବଶ୍ୟକ। ତେବେ ସରକାର ଏ ନେଇ କୌଣସି ନିଷ୍ପତ୍ତି ନେଇନାହାନ୍ତି। ପୂର୍ବରୁ କରୋନା ପାଇଁ ଅଷ୍ଟ୍ରେଲିଆ ଭାରତକୁ ଯିବାକୁ ଥିତ୍ବା ସବୁ ବିମାନଯାତ୍ରାକୁ ବାତିଲ କରିଛି। କରୋନା ଭୟରେ ଆଣ୍ଡ୍ର୍ୟୁ ଟାଏ, କେନ୍‌ ରିଚାର୍ଡସନ ଓ ଆଡାମ ଜାମ୍ପାଙ୍କ ଭଳି ଅଷ୍ଟ୍ରେଲୀୟ ଖେଳାଳି ଘରକୁ ପ୍ରତ୍ୟାବର୍ତ୍ତନ କରିସାରିଛନ୍ତି। ଏବେ ମଧ୍ୟ ୧୪ଜଣ ଅଷ୍ଟ୍ରେଲିଆ ଖେଳାଳି ବିଭିନ୍ନ ଦଳ ତରଫରୁ ଆଇପିଏଲରେ ଖେଳ ଜାରି ରଖିଛନ୍ତି। ସେମାନଙ୍କ ମଧ୍ୟରେ କ୍ରିସ ଲିନ୍‌, ଷ୍ଟିଭ ସ୍ମିଥ୍‌, ଡେଭିଡ ଓ୍ବାର୍ନର, ପ୍ୟାଟ୍‌ କୁମିନ୍ସଙ୍କ ଭଳି ଖେଳାଳି ସାମିଲ ରହିଛନ୍ତି। ରିକି ପଣ୍ଟିଂ ଓ ସାଇମନ କାଟିଚ କୋଚ୍‌ ଭାବେ ଦିଲ୍ଲୀ ଓ ବାଙ୍ଗାଲୋର ଦଳ ଦାୟିତ୍ୱରେ ରହିଛନ୍ତି। କମେଣ୍ଟେଟର ଭାବେ ମଧ୍ୟ କେତେକ ପୂର୍ବତନ ଅଷ୍ଟ୍ରେଲୀୟ ଖେଳାଳି କାର୍ଯ୍ୟ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

କଲମ୍ବୋ ଟେଷ୍ଟରେ ଜୁରେଲଙ୍କ ଅପରାଜିତ ଶତକ, ଦୃଢ଼ ସ୍ଥିତିରେ ଟିମ୍‌ ଇଣ୍ଡିଆ

କଲମ୍ବୋ,୨୪ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ଦୃଢ଼ ସ୍ଥିତିରେ ରହିଛି। ମ୍ୟାଚ୍‌ର ପ୍ରଥମ ଦିନ ଦେବଦତ୍ତ…

କାନିଜ୍‌ସା ଓପନ୍‌ ଚେସ୍‌ ଟାଇଟଲ ହାସଲ କଲେ ପ୍ରଣେଶ

କାନିଜ୍‌ସା(ହଙ୍ଗେରୀ),୨୪ା୮: ଜର୍ମାନୀର ଭାଦିମ ପେତ୍ରୋଭସ୍କିଙ୍କ ବିପକ୍ଷରେ ଏକ ରୋମାଞ୍ଚକ ବିଜୟ ହାସଲ କରି ଭାରତୀୟ ଗ୍ରାଣ୍ଡମାଷ୍ଟର ପ୍ରଣେଶ ଏମ୍‌ ସମ୍ମାନଜନକ କାନିଜ୍‌ସା ଓପନ ଚେସ୍‌ ଟାଇଟଲ ହାସଲ…

ଧୋନୀଙ୍କ ଐତିହାସିକ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଭାରତର ସବୁଠୁ ସଫଳ…

ନୂଆଦିଲ୍ଲୀ,୨୪।୮: ଭାରତର ଉଇକେଟକିପର-ବ୍ୟାଟସମ୍ୟାନ ରିଷଭ ପନ୍ତ ଏବେ ଚମତ୍କାର ଫର୍ମରେ ଅଛନ୍ତି। ତାଙ୍କର ଶେଷ ଚାରୋଟି ଟେଷ୍ଟ ଇନିଂସରେ ତିନୋଟି ଅର୍ଦ୍ଧଶତକ ମାରିଛନ୍ତି। ସେ କଲମ୍ବୋ ଟେଷ୍ଟରେ…

ଯଶସ୍ବୀ ଜୟସ୍ବାଲଙ୍କୁ ବଡ଼ ଝଟ୍‌କା: ICC ଦେଲା ଏମିତି ଦଣ୍ଡ

ନୂଆଦିଲ୍ଲୀ,୨୪।୮: ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ଭାରତୀୟ କ୍ରିକେଟ ଦଳର ଷ୍ଟାର ଓପନିଂ ବ୍ୟାଟ୍ସମ୍ୟାନ ଯଶସ୍ବୀ ଜୟସ୍ବାଲଙ୍କୁ ଏକ ଝଗଡ଼ା ପାଇଁ ଦଣ୍ଡିତ କରିଛି। ଶ୍ରୀଲଙ୍କା ବୋଲର…

ପଡିକଲଙ୍କ କ୍ରମାଗତ ଦ୍ୱିତୀୟ ଶତକ, ଭାରତ ୩୦୦/୫

କଲମ୍ବୋ, ୨୩ା୮- ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରବିବାରଠାରୁ ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ ଆରମ୍ଭ ହୋଇଯାଇଛି। ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ ପ୍ରଥମ ଦିନ…

ଇମ୍ରାନ୍ ଖାନଙ୍କ ପାଇଁ ଆଗକୁ ଆସିଲେ ଗାଭାସ୍କର-କପିଲ ଦେବ, ପ୍ରଧାନମନ୍ତ୍ରୀଙ୍କୁ ଲେଖିଲେ ଚିଠି

ଇସଲାମବାଦ,୨୩।୮: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ଆନ୍ତର୍ଜାତୀୟ କ୍ରିକେଟର ୨୨ ଜଣ ପୂର୍ବତନ ଅଧିନାୟକ। ଇମ୍ରାନ ଖାନଙ୍କୁ ଉନ୍ନତ ଚିକିତ୍ସା ସୁବିଧା…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri