Posted inଖେଳ

ସ୍ବତନ୍ତ୍ର ବିମାନରେ ଅଷ୍ଟ୍ରେଲୀୟ ଖେଳାଳି ଘରକୁ ଯିବେ

ମେଲବୋର୍ନ,୨୯।୪(ପି.ଟି.): ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ପରେ ଅଷ୍ଟ୍ରେଲୀୟ ଖେଳାଳିମାନଙ୍କୁ ସ୍ବତନ୍ତ୍ର ଅର୍ଥାତ୍‌ ଚାର୍ଟାର୍ଡ ବିମାନରେ ଘରକୁ ନିଆଯିବା ନେଇ ବିଚାରବିମର୍ଶ ଚାଲିଛି। ଏ ନେଇ ଅଷ୍ଟ୍ରେଲିଆ ପ୍ଲେୟାର୍ସ ୟୁନିୟନ ତରଫରୁ ବୁଧବାର ସୂଚନା ଦିଆଯାଇଛି। ଅବଶ୍ୟ ଏ ନେଇ ଅଷ୍ଟ୍ରେଲିଆ କ୍ରୀଡ଼ାମନ୍ତ୍ରୀ ଆନୁଷ୍ଠାନିକ ଭାବେ ଅନୁମତି ପ୍ରଦାନ କରିନାହାନ୍ତି। ଏ ନେଇ କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ଆଇପିଏଲ୍‌ ଫ୍ରାଞ୍ଚାଇଜ୍‌ ମାଲିକମାନଙ୍କ ସହ କଥା ହେବ ବୋଲି ଅଷ୍ଟ୍ରେଲିଆ କ୍ରିକେଟର୍ସ ଆସୋସିଏଶନ (ଏସିଏ) ମୁଖ୍ୟ ଟୋଡ୍‌ ଗ୍ରୀନବେର୍ଗ କହିଛନ୍ତି। ତେବେ ଏହା ଏକ ସାଧାରଣ କଥା ନୁହଁ ବୋଲି ସେ ସ୍ପଷ୍ଟ କରିଛନ୍ତି।
ପୂର୍ବରୁ ମଧ୍ୟ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ଏ ନେଇ ସଫେଇ ଦେଇସାରିଛି। ବିଦେଶୀ ଖେଳାଳିମାନଙ୍କୁ ପୂରା ନିରାପତ୍ତା ବ୍ୟବସ୍ଥା ମଧ୍ୟରେ ସେମାନଙ୍କ ଦେଶକୁ ଫେରିଯିବାର ବ୍ୟବସ୍ଥା କରାଯିବ ବୋଲି ବିସିସିଆଇ କହିଛି। ତେମେ ମେ’ ୩୦ରେ ଟୁର୍ନାମେଣ୍ଟ ଶେଷ ହେବା ପରେ ଏ ନେଇ ବ୍ୟବସ୍ଥା କରାଯିବ ବୋଲି କୁହାଯାଇଛି। ଭାରତରେ ଏବେ କରୋନା ମହାମାରୀର ବିସ୍ଫୋରଣ ହୋଇଛି। ପ୍ରତ୍ୟେକ ଦିନ କୋଭିଡ୍‌-୧୯ର ଲକ୍ଷଲକ୍ଷ କେସ୍‌ ଦେଖିବାକୁ ମିଳୁଛି। ପ୍ରତ୍ୟେକ ବିଦେଶୀ ଖେଳାଳିଙ୍କୁ ପୂରା ସୁରକ୍ଷାର ସହ ଘରକୁ ପଠାଯିବ ବୋଲି ବିସିସିଆଇ ସିଓଓ ହେମାଙ୍ଗ ଅମିନ କହିଛନ୍ତି। ଚାର୍ଟାର୍ଡ ଫ୍ଲାଇଟ୍‌ ପାଇଁ ଅଷ୍ଟ୍ରେଲିଆ ସରକାରଙ୍କ ଅନୁମତି ଆବଶ୍ୟକ। ତେବେ ସରକାର ଏ ନେଇ କୌଣସି ନିଷ୍ପତ୍ତି ନେଇନାହାନ୍ତି। ପୂର୍ବରୁ କରୋନା ପାଇଁ ଅଷ୍ଟ୍ରେଲିଆ ଭାରତକୁ ଯିବାକୁ ଥିତ୍ବା ସବୁ ବିମାନଯାତ୍ରାକୁ ବାତିଲ କରିଛି। କରୋନା ଭୟରେ ଆଣ୍ଡ୍ର୍ୟୁ ଟାଏ, କେନ୍‌ ରିଚାର୍ଡସନ ଓ ଆଡାମ ଜାମ୍ପାଙ୍କ ଭଳି ଅଷ୍ଟ୍ରେଲୀୟ ଖେଳାଳି ଘରକୁ ପ୍ରତ୍ୟାବର୍ତ୍ତନ କରିସାରିଛନ୍ତି। ଏବେ ମଧ୍ୟ ୧୪ଜଣ ଅଷ୍ଟ୍ରେଲିଆ ଖେଳାଳି ବିଭିନ୍ନ ଦଳ ତରଫରୁ ଆଇପିଏଲରେ ଖେଳ ଜାରି ରଖିଛନ୍ତି। ସେମାନଙ୍କ ମଧ୍ୟରେ କ୍ରିସ ଲିନ୍‌, ଷ୍ଟିଭ ସ୍ମିଥ୍‌, ଡେଭିଡ ଓ୍ବାର୍ନର, ପ୍ୟାଟ୍‌ କୁମିନ୍ସଙ୍କ ଭଳି ଖେଳାଳି ସାମିଲ ରହିଛନ୍ତି। ରିକି ପଣ୍ଟିଂ ଓ ସାଇମନ କାଟିଚ କୋଚ୍‌ ଭାବେ ଦିଲ୍ଲୀ ଓ ବାଙ୍ଗାଲୋର ଦଳ ଦାୟିତ୍ୱରେ ରହିଛନ୍ତି। କମେଣ୍ଟେଟର ଭାବେ ମଧ୍ୟ କେତେକ ପୂର୍ବତନ ଅଷ୍ଟ୍ରେଲୀୟ ଖେଳାଳି କାର୍ଯ୍ୟ ଜାରି ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଟସ୍‌ ଜିତିଲା ଭାରତ

ସେଞ୍ଚୁରିଆନ୍‌,୨୬।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ସେଞ୍ଚୁରିଅନ ଗ୍ରାଉଣ୍ଡରେ ଖେଳାଯାଉଛି। ଭାରତ ଅଧିନାୟକ ବିରାଟ କୋହଲି ଟସ...

ପାକିସ୍ତାନକୁ ୯ ଉଇକେଟରେ ହରାଇଲା ନ୍ୟୁଜିଲାଣ୍ଡ

ହାମିଲ୍‌ଟନ, ୨୧ା୧୨ (ଏପି)-ସ୍ଥାନୀୟ ସେଡନ ପାର୍କଠାରେ ରବିବାର ଅନୁଷ୍ଠିତ ପାକିସ୍ତାନ ବିପକ୍ଷ ଦ୍ୱିତୀୟ ଅନ୍ତର୍ଜାତୀୟ ଟି୨୦ରେ ନ୍ୟୁଜିଲାଣ୍ଡ ୯ ଉଇକେଟରେ ବିଜୟ ଲାଭ କରିଛି। ଓପନର...

ଭାରତର ପାଳି ଘୋଷଣା

ଲଣ୍ଡନ,୧୬।୮: ଲଡର୍‌ସ ଟେଷ୍ଟରେ ଭାରତୀୟ ଦଳ ପ୍ରଥମ ଇନିଂସରେ ୨୭ ରନ୍‌ରେ ପଛୁଆ ଥିବା ଟିମ୍‌ ଇଣ୍ଡିଆ ଦ୍ୱିତୀୟ ଇନିଂସରେ ୨୮୯ ରନ୍‌ କରି ପାଳି...

ଖାଲି ଷ୍ଟାଡିୟମରେ ଖେଳାଯାଇପାରେ ଲକ୍ଷ୍ନୌ, କୋଲକାତା ଦିନିକିଆ ମ୍ୟାଚ୍‌

ନୂଆଦିଲ୍ଲୀ,୧୨।୩(ପି.ଟି.)- ଭାରତ ଓ ଦକ୍ଷିଣ ଦିନିକଆ ସିରିଜ୍‌ର ପ୍ରଥମ ମ୍ୟାଚ୍‌ ବର୍ଷା ଯୋଗୁ ବାତିଲ ହୋଇସାରିଥିବାବେଳେ ଦ୍ୱିତୀୟ ଓ ତୃତୀୟ ମ୍ୟାଚ୍‌ ଖାଲି ଷ୍ଟାଡିୟମରେ ଖେଳାଯାଇପାରେ।...

‘ଅଧା ବାଟରେ ଛାଡ଼ିବୁନି ହାତ ମୋର’

ଭୁବନେଶ୍ୱର,୧୧।୨: ଭ୍ୟାଲେଣ୍ଟାଇନ୍‌ ସପ୍ତାହର ଆଜି ପଞ୍ଚମ ଦିନ ଅର୍ଥାତ ପ୍ରୋମିସ୍‌ ଡେ(ପ୍ରତିଶ୍ରୁତି ଦିବସ)। ପ୍ରେମୀଯୁଗଳ ମାନେ ନିଜ ନିଜ ସାଥୀଙ୍କୁ ଏହି ଦିନରେ ପ୍ରତିଶ୍ରୁତି ଦେଉଛନ୍ତି।...

ମ୍ୟାକ୍‌କୁଲମ କେକେଆର ସହାୟକ କୋଚ୍‌

ନୂଆଦିଲ୍ଲୀ,୯।୮(ପିଟି): ପୂର୍ବତନ ନ୍ୟୁଜିଲାଣ୍ଡ ଅଧିନାୟକ ବ୍ରେଣ୍ଡନ ମ୍ୟାକ୍‌କୁଲମ ଆଇପିଏଲ ଫ୍ରାଞ୍ଚାଇଜ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର) ଦଳକୁ ଫେରିବାକୁ ଯାଉଛନ୍ତି। କିନ୍ତୁ ଜଣେ ଖେଳାଳି ଭାବେ...

ଶରୀରରେ ୭ ଷ୍ଟିଚ୍‌ ପଡିବା ସତ୍ତ୍ୱେ ରିଙ୍ଗ୍‌ରେ ସିଂହ ପରି ଲଢିଲେ ଏହି ଖେଳାଳି

ଟୋକିଓ,୧।୮: ଟୋକିଓ ଅଲିମ୍ପିକ୍ସର ବକ୍ସିଂରେ ଭାରତକୁ ଏକ ବଡ଼ ଝଟ୍‌କା ଲାଗିଛି। ୯୧ କିଲୋଗ୍ରାମ ବର୍ଗରେ ବକ୍ସର ସତୀଶ କୁମାର ଉଜବେକିସ୍ତାନର ବାଖୋଦିର ଜାଲୋଲୋଭଙ୍କଠାରୁ ପରାସ୍ତ...

ମୋହାଲିରେ ଆଇପିଏଲର ୨୭ତମ ମ୍ୟାଚ: ପିବିକେଏସ-ଆରସିବି ଲଢ଼େଇ…

ମୋହାଲି,୨୦।୪ : ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ)ର ୨୭ତମ ମ୍ୟାଚ ଗୁରୁବାର ଅପରାହ୍ନ ସାଢ଼େ ୩ଟାରେ ରେ ପଞ୍ଜାବ କିଙ୍ଗ୍ସ (ପିବିକେଏସ) ଏବଯ ରୟାଲ ଚ୍ୟାଲେଞ୍ଜର୍ସ...

Advertisement
Archives

Model This Week