Posted inଖେଳ

ଅଷ୍ଟ୍ରେଲିଆର ନବାଗତ ପେସରଙ୍କୁ ମିଳିଲା ଆଇପିଏଲ୍‌ କଣ୍ଟ୍ରାକ୍ଟ

ମେଲବୋର୍ନ,୨୦।୮ : ଟି୨୦ ବିଶ୍ୱକପ୍‌ ଲାଗି ଘୋଷିତ ଅଷ୍ଟ୍ରେଲିଆ ଦଳରେ ରିଜର୍ଭ ଖେଳାଳି ଭାବେ ସ୍ଥାନ ପାଇଥିବା ପେସର ନାଥନ ଏଲିସଙ୍କୁ ଆଇପିଏଲ କଣ୍ଟ୍ରାକ୍ଟ ମିଳିଛି। ଏଲିସଙ୍କୁ ନେବା ପାଇଁ ଆଇପିଏଲର ୩ ଫ୍ରାଞ୍ଚାଇଜ ଇଚ୍ଛା ପ୍ରକଟ କରିଥିଲେ। କିନ୍ତୁ ତାଙ୍କ ସହ ଚୁକ୍ତି କରିଥିବା ଦଳର ନାମ ଏପର୍ଯ୍ୟନ୍ତ ସ୍ପଷ୍ଟ କରାଯାଇ ନାହିଁ।

ମାତ୍ର ୨ଟି ଟି୨୦ ମ୍ୟାଚ୍‌ ଖେଳିଥିବା ୨୬ ବର୍ଷୀୟ ଏଲିସଙ୍କ ନାମରେ ଏକ ସ୍ବତନ୍ତ୍ର ରେକର୍ଡ ରହିଛି। ପଦାର୍ପଣ ଟି୨୦ ମ୍ୟାଚ୍‌ରେ ହ୍ୟାଟ୍ରିକ ନେବାରେ ସେ ବିଶ୍ୱର ପ୍ରଥମ ଖେଳାଳି। ନିକଟରେ ବାଂଲାଦେଶ ବିପକ୍ଷ ଏକ ଟି୨୦ ମ୍ୟାଚ୍‌ରେ ଅନ୍ତିମ ଓଭରରେ ଏଲିସ ହ୍ୟାଟ୍ରିକ ଉଇକେଟ ହାସଲ କରିଥିଲେ। ଅନ୍ତର୍ଜାତୀୟ ଟି୨୦ରେ ହ୍ୟାଟ୍ରିକ ଅର୍ଜନ କରିବାରେ ଏଲିସ ହେଉଛନ୍ତି ତୃତୀୟ ଅଷ୍ଟ୍ରେଲିଆନ ଖେଳାଳି। ତାଙ୍କ ପୂର୍ବରୁ ବ୍ରେଟ ଲି ଓ ଆଷ୍ଟୋନ ଆଗର ଏହି ସଫଳତା ହାସଲ କରିଥିଲେ। ଡାହାଣହାତୀ ପେସର ଏଲିସଙ୍କ ଆଇପିଏଲ କଣ୍ଟ୍ରାକ୍ଟକୁ କ୍ରିକେଟ୍‌ ଅଷ୍ଟ୍ରେଲିଆ (ସିଏ) ମଞ୍ଜୁରୀ ଦେଇ ନାହିଁ। ଉଲ୍ଲେଖଯୋଗ୍ୟ, ଗତ ଜାନୁୟାରୀରେ ଅନୁଷ୍ଠିତ ଖେଳାଳିଙ୍କ ନିଲାମ ପ୍ରକ୍ରିୟାରେ ଏଲିସ ଅନ୍‌ସୋଲ୍ଡ ରହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୪୯ ବର୍ଷରେ ପଦାର୍ପଣ କଲେ କ୍ରିକେଟର ଭଗବାନ

ନୂଆଦିଲ୍ଲୀ,୨୪।୪: ଭାରତୀୟ କ୍ରିକେଟର ଭଗବାନ କୁହାଯାଉଥିବା ସଚିନ ତେନ୍ଦୁଲକର ଆଜି ୪୯ ବର୍ଷରେ ପଦାର୍ପଣ କରିଛନ୍ତି। କ୍ରୀଡା ଏବଂ ସିନେମାର ଅନେକ ସେଲିବ୍ରିଟି ତାଙ୍କୁ ସୋସିଆଲ...

କ୍ୱାର୍ଟରରେ ପ୍ରଣୟ-ସୌରଭ

ଫୁଲେର୍ଟନ(ଆମେରିକା),୧୨।୭(ପିଟି)- ଏଚ୍‌.ଏସ୍‌. ପ୍ରଣୟ ଓ ସୌରଭ ବର୍ମା ଏଠାରେ ଚାଲିଥିବା ୟୁଏସ୍‌ ଓପନ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟର ପୁରୁଷ ସିଙ୍ଗଲ୍ସ ବର୍ଗର କ୍ୱାର୍ଟର ଫାଇନାଲରେ ପରସ୍ପରକୁ ଭଟିବେ।...

ଅଗଷ୍ଟ ୧ରୁ ଭାରତୀୟ ଫୁଟ୍‌ବଲ ସିଜନ

ନୂଆଦିଲ୍ଲୀ, ୧୦ା୬ (ପି.ଟି.): ଭାରତୀୟ ଫୁଟ୍‌ତ୍ଲର ଘରୋଇ ସିଜନ ଅଗଷ୍ଟ ୧ରୁ ଆରମ୍ଭ ହେବ। ସେତେବେଳେ ଖେଳାଳିଙ୍କ ବଦଳି କାର୍ଯ୍ୟ ମଧ୍ୟ ହେବ। କୋଭିଡ୍‌-୧୯ ମହାମାରୀ...

ଲଜ୍ଜାଜନକ ରେକର୍ଡ ହାସଲ କଲେ ପୂଜାରା

କାନପୁର,୨୮।୧୧: ଭାରତ ଏବଂ ନ୍ୟୁଜିଲାଣ୍ଡ ମଧ୍ୟରେ ଦୁଇ ଟେଷ୍ଟ ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ କାନପୁରରେ ଖେଳାଯାଉଛି। ଏହି ସିରିଜରେ ଅନେକ ବରିଷ୍ଠ ଖେଳାଳିଙ୍କୁ ବିଶ୍ରାମ...

ଡୋପିଂ ଟେଷ୍ଟ ଲାଞ୍ଚ ମାମଲା: ଭାରୋତ୍ତୋଳକ ଚୁମାକ୍‌ ସସ୍‌ପେଣ୍ଡ

ଲାଉସାନେ, ୬ା୬(ଏପି)- ୟୁରୋପିଆନ ଓ୍ବେଟ୍‌ଲିଫ୍ଟିଂ ଚାମ୍ପିୟନ ଦିମିତ୍ରୋ ଚୁମାକ୍‌ଙ୍କୁ ସାମୟିକ ସସ୍‌ପେଣ୍ଡ କରାଯାଇଛି। ଟୋକିଓ ଅଲିମ୍ପିକ୍ସ ପୂର୍ବରୁ ହୋଇଥିବା ଡୋପ୍‌ ଟେଷ୍ଟରୁ ସେ ନିଜକୁ ଦୂରେଇ...

ଭାରତର ଏଫ୍‌ଆଇଏଚ୍‌ ପ୍ରୋ-ଲିଗ୍‌ ଅଭିଯାନ ଏପ୍ରିଲ୍‌ରେ

ଲାଉସାନେ, ୧୦ା୭ (ପି.ଟି.)-ଅନ୍ତର୍ଜାତୀୟ ହକି ମହାସଂଘ (ଏଫ୍‌ଆଇଏଚ୍‌) ଦ୍ୱାରା ସଂଶୋଧିତ କାର୍ଯ୍ୟସୂଚୀ ଗୁରୁବାର ଘୋଷଣା କରାଯାଇଛି। ଆସନ୍ତା ବର୍ଷ ଏପ୍ରିଲରେ ବିଦେଶରେ ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚ...

ଧାଓ୍ବନଙ୍କ ଧୂଆଁଧାର ବ୍ୟାଟିଂ: ମୁମ୍ବାଇ ଆଗରେ ୧୯୯ ରନ୍‌ର ବିଜୟ ଲକ୍ଷ୍ୟ

ମୁମ୍ବାଇ,୧୩ା୪: ବୁଧବାର ମୁମ୍ବାଇ ଇଣ୍ଡିଆନ୍ସ(ଏମ୍‌ଆଇ) ବିପକ୍ଷରେ ଚାଲିଥିବା ଆଇପିଏଲ୍‌ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗ୍‌ସର ଖେଳାଳିଙ୍କ ଧୂଆଁଧାର ବ୍ୟାଟିଂ ଦେଖିବାକୁ ମିଳିଛି। ପ୍ରଥମେ ଟସ୍‌ ଜିତି ବୋଲିଂ...

ୟୁଟ୍ୟୁବ୍‌ରୁ ଭିଡିଓ ଦେଖୁଦେଖୁ ପ୍ରେମରେ ପଡ଼ିଥିଲେ ଚହଲ: ଲକ୍‌ଡାଉନ୍‌ରେ ଆଗକୁ ବଢ଼ିଥିଲା କଥା

ନୂଆଦିଲ୍ଲୀ,୨୩।୧୨: ହାତକୁ ଦୁଇହାତ ହୋଇଛନ୍ତି ଭାରତୀୟ ସ୍ପିନର ୟୁଜବେନ୍ଦ୍ର ଚହଲ। ପ୍ରେମିକା ଧନଶ୍ରୀ ବର୍ମାଙ୍କୁ ବୈଦିକ ରୀତିନୀତିରେ ସେ ବିବାହ କରିଛନ୍ତି। ନିଜ ସୋସିଆଲ ମିଡିଆ...

Advertisement
Archives

Model This Week