Posted inଖେଳ

ଅଷ୍ଟ୍ରେଲିଆନ ଓପନ୍‌: ଜୋକୋଭିଚ୍‌ଙ୍କୁ ରେକର୍ଡ ନବମ ଟାଇଟଲ

ମେଲବୋର୍ନ,୨୨।୨: ଟପ୍‌ ସିଡ୍‌ ସର୍ବିୟ ଅଭିଜ୍ଞ ଖେଳାଳି ନୋଭାକ ଜୋକୋଭିଚ୍‌ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନ୍‌ରେ ନିଜର ଆଧିପତ୍ୟ ବଜାୟ ରଖିଛନ୍ତି। ସ୍ଥାନୀୟ ରଡ୍‌ ଲାଭେର ଏରିନାରେ ୭,୪୨୬ ଦର୍ଶକଙ୍କ ଉପସ୍ଥିତିରେ ରବିବାର ଅନୁଷ୍ଠିତ ଏହି ହାର୍ଡକୋର୍ଟ ଟୁର୍ନାମେଣ୍ଟର ପୁରୁଷ ସିଙ୍ଗଲ୍ସ ଫାଇନାଲ ମ୍ୟାଚ୍‌ରେ ଜୋକୋଭିଚ୍‌ ୭-୫, ୬-୨, ୬-୨ ସେଟ୍‌ରେ ଚତୁର୍ଥ ସିଡ୍‌ ଖେଳାଳି ରୁଷିଆର ଡାନିଲ ମେଡ୍‌ଭେଡେଭଙ୍କୁ ପରାସ୍ତ କରି ରେକର୍ଡ ନବମଥର ପାଇଁ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛନ୍ତି। ପ୍ରଥମ ସେଟ୍‌ରେ ମେଡ୍‌ଭେଡେଭଙ୍କଠାରୁ ସାମାନ୍ୟ ଚ୍ୟାଲେଞ୍ଜ ପାଇଥିଲେ ମଧ୍ୟ ବାକି ଦୁଇଟି ସେଟ୍‌କୁ ଅତି ସହଜରେ ସେ ହାତେଇ ନେଇଥିଲେ। ଟୁର୍ନାମେଣ୍ଟରେ ୯ଥର ଫାଇନାଲରେ ପ୍ରବେଶ କରିଥିବା ଜୋକୋଭିଚ୍‌ ସବୁଥର ବିଜୟୀ ହୋଇ ବାଜି ମାରିଛନ୍ତି। ଏଥିସହ ସେ ମୋଟ ଉପରେ କ୍ୟାରିୟରର ୧୮ତମ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଛନ୍ତି। ସୁଇଜରଲାଣ୍ଡର ରୋଜର ଫେଡ୍‌ରର ଓ ସ୍ପେନର ରାଫାଲ ନାଡାଲଙ୍କଠାରୁ ସେ ଆଉ ଦୁଇଟି ଗ୍ରାଣ୍ଡସ୍ଲାମ ଟାଇଟଲ ଦୂରରେ ରହିଛନ୍ତି। ଏଥିସହ ମେଲବୋର୍ନ ପାର୍କରେ ସେ କ୍ରମାଗତ ତୃତୀୟ ଟ୍ରଫି ଜିତିଛନ୍ତି।
୩୩ ବର୍ଷୀୟ ଜୋକୋଭିଚ୍‌ ଅଷ୍ଟ୍ରେଲିଆନ ଓପନ୍‌ ସେମିଫାଇନାଲ ଓ ଫାଇନାଲରେ ୧୮ଥର ଯାକ ବିଜୟୀ ହୋଇ ରେକର୍ଡକୁ ଆହୁରି ଦୃଢ କରିଛନ୍ତି। ମୋଟ ଉପରେ ଦେଖିବାକୁ ଗଲେ ଜୋକୋଭିଚ୍‌ ଗତ ୧୦ଟି ମେଜର ଟୁର୍ନାମେଣ୍ଟରୁ ୬ଟିରେ ଚାମ୍ପିୟନ ହୋଇଛନ୍ତି। ଜୋକୋଭିଚ୍‌ ଏଥିସହ ମାର୍ଚ୍ଚ ୮ ପର୍ଯ୍ୟନ୍ତ ଏଟିପି ର଼୍ୟାଙ୍କିଙ୍ଗ୍‌ରେ ତାଙ୍କର ଶୀର୍ଷ ସ୍ଥାନକୁ ନିଶ୍ଚିତ କରିଛନ୍ତି। ଏହା ହେଲେ ସେ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ୧ ନମ୍ବର ସ୍ଥାନରେ ୩୧୧ ସପ୍ତାହ ରହିବେ। ଫଳରେ ସ ଫେଡ୍‌ରରଙ୍କ ରେକର୍ଡକୁ ଭାଙ୍ଗିବେ।
ଅନ୍ୟପଟେ ମେଡ୍‌ଭେଡେଭ ତାଙ୍କର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଫାଇନାଲ ଖେଳିଥିଲେ ଓ ରନର୍ସ ଅପ୍‌ରେ ସନ୍ତୁଷ୍ଟ ହୋଇଛନ୍ତି। ଏହାପୂର୍ବରୁ ସେ ୨୦୧୯ ୟୁଏସ୍‌ ଓପନ୍‌ ଫାଇନାଲରେ ନାଡାଲଙ୍କଠାରୁ ପରାସ୍ତ ହୋଇ ରନର୍ସ ଅପ୍‌ ହୋଇଥିଲେ। ଫଳରେ ତାଙ୍କର ଗ୍ରାଣ୍ଡସ୍ଲାମ ଟାଇଟଲ ଆଶା ଅପୂରଣୀୟ ରହିଛି। ଏଥିସହିତ ମେଡ୍‌ଭେଡେଙ୍କ ବିଜୟ ରଥକୁ ଜୋକୋଭିଚ୍‌ ଅଟକାଇଛନ୍ତି। ଏହା ପୂର୍ବରୁ ମେଡ୍‌ଭେଡେଭ କ୍ରମାଗତ ୨୦ଟି ମ୍ୟାଚରେ ବିଜୟୀ ହୋଇଥିଲେ। ଏଥିରେ ଟପ୍‌ ଟେନ୍‌ରେ ସ୍ଥାନିତ ହୋଇଥିବା ଖେଳାଳିଙ୍କୁ ୧୨ଟି ମ୍ୟାଚ୍‌ରେ ପରାସ୍ତ କରିଥିଲେ। କିନ୍ତୁ ଜୋକୋଭିଚ୍‌ଙ୍କ ଫାଇନାଲ ମ୍ୟାଚ୍‌ ସମ୍ପୂର୍ଣ୍ଣ ପ୍ରକାର ଅଲଗା ରହିଥିଲା। ଅଷ୍ଟ୍ରେଲିଆନ ଓପନ୍‌ ସେମିଫାଇନାଲ କିମ୍ବା ଫାଇନାଲରେ ସେ ଫେଡ୍‌ରର, ନାଡାଲ, ଆଣ୍ଡି ମରେ, ଷ୍ଟାନିସ୍‌ଲାସ ଓ୍ବାରିଙ୍କା, ଡେମିନିକ ଥିମ୍‌ଙ୍କୁ ପୂର୍ବରୁ ହରାଇଛନ୍ତି। ଏମାନେ ସମସ୍ତେ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଛନ୍ତି।
ଏଥିସହ ଜୋକୋଭିଚ୍‌ ୫ଟି ଓ୍ବିମ୍ବେଲଡନ, ୩ ୟୁଏସ୍‌ ଓପନ୍‌, ଗୋଟିଏ ଫ୍ରେଞ୍ଚ୍‌ ଓପନ ଟାଇଟଲ ଜିତିଛନ୍ତି। ସେ ନାଡାଲଙ୍କଠାରୁ ଗୋଟିଏ ବର୍ଷ ଓ ଫେଡ୍‌ରରଙ୍କଠାରୁ ସାଢେ ୬ ବର୍ଷ ସାନ। ଅଗଷ୍ଟରେ ଫେଡ୍‌ରର ୪୦ ବର୍ଷରେ ପଦାର୍ପଣ କରିବେ। ଆଣ୍ଠୁରେ ୨ଟି ଅସ୍ତ୍ରୋପଚାର କରାଇଥିବାରୁ ଜୋକୋଭିଚ୍‌ ଟେନିସରୁ ଗୋଟିଏ ବର୍ଷରୁ ଅଧିକ ସମୟ ଦୂରେଇ ରହିଥିଲେ। ସେ କ୍ୟାରିୟରର ୨୮ତମ ମେଜର ଫାଇନାଲ ଖେଳିଥିଲେ। ତେବେ ଫେଡ୍‌ରର ୩୧ଟି ଫାଇନାଲ ଖେଳିଛନ୍ତି। ୩୦ ବର୍ଷ ପରେ ସେ ୬ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିତି ନାଡାଲଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି। ଚାମ୍ପିୟନ ହେବା ସହ ଜୋକୋଭିଚ୍‌ ୨.୭୫ ମିଲିୟନ ଆମେରିକୀୟ ଡଲାର ଅର୍ଥାତ୍‌ ପାଖାପାଖି ୨୦ କୋଟି ଟଙ୍କାର ଆର୍ଥିକ ପୁରସ୍କାର ଜିତିଛନ୍ତି। ଉଲ୍ଲେଖଥାଉ କି, ଜୋକୋଭିଚ୍‌ ଏହା ପୂର୍ବରୁ ସେମିରେ ରୁଷିଆର ଅସଲାନ କାରାଶେଭ, କ୍ୱାର୍ଟର ଫାଇନାଲରେ ଜର୍ମାନୀର ଆଲେକଜାଣ୍ଡର ଜେଭରଭ, ଚତୁର୍ଥ ରାଉଣ୍ଡରେ ୧୪ତମ ସିଡ୍‌ କାନାଡାର ମିଲୋନ ରାଓନିକଙ୍କୁ ପରାସ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ବୈଭବ ସୂର୍ଯ୍ୟବଂଶୀ ତାଙ୍କ ଜର୍ସିର ପ୍ରକୃତ ନମ୍ବର କାହିଁକି ଲୁଚାଇ ଦେଇଥିଲେ? ଯାହା ପାଲଟିଲାଣି ଆଲୋଚନାର ବିଷୟ

ନୂଆଦିଲ୍ଲୀ,୨୫।୮: ସମସ୍ତଙ୍କ ନଜର ଏବେ ଭାରତର ଯୁବ ତାରକା, 15 ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀଙ୍କ ଉପରେ। ଏହି ଯୁବ ବ୍ୟାଟସମ୍ୟାନ ତାଙ୍କର ବିସ୍ଫୋରକ ବ୍ୟାଟିଂ ଶୈଳୀ ମାଧ୍ୟମରେ…

ଚମକିଲେ ବୈଭବ ସୂର୍ଯ୍ୟବଂଶୀ; ଗୋଟିଏ ଓଭରରେ କଲେ ଏମିତି କାମ, ଚାହିଁକି ରହିଗଲେ…

ନୂଆଦିଲ୍ଲୀ,୨୫।୮: ବେଙ୍ଗାଲୁରୁସ୍ଥିତ BCCI ସେଣ୍ଟର ଅଫ୍ ଏକ୍ସିଲେନ୍ସରେ ଚାଲିଥିବା ଦୁଲୀପ ଟ୍ରଫିର କ୍ୱାର୍ଟରଫାଇନାଲ୍ ମ୍ୟାଚ୍‌ରେ ଇଷ୍ଟ ଜୋନ୍ ପକ୍ଷରୁ ଦମଦାର ବୋଲିଂ କରିଛନ୍ତି ୧୫ ବର୍ଷୀୟ ବୈଭବ…

ଧ୍ରୁବ ଜୁରେଲଙ୍କ ‘ଟାଟୁ’ ପଛରେ କ’ଣ ଅଛି ଅର୍ଥ? ଜାଣିବା ପରେ ଆପଣ ମଧ୍ୟ ତାଙ୍କୁ…

ନୂଆଦିଲ୍ଲୀ,୨୫।୮: ଶ୍ରୀଲଙ୍କା ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଧ୍ରୁବ ଜୁରେଲ ଶତକ ପୂରଣ କରିବା ମାତ୍ରେ, ତାଙ୍କର ଉତ୍ସବ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ସେ ପ୍ରଥମେ ଏକ…

ଇମ୍ରାନଙ୍କୁ ନେଇ ଏମିତି କହିଲେ କପିଲ ଦେବ, ହେଉଛି ବଡ଼ ଚର୍ଚ୍ଚା

ନୂଆଦିଲ୍ଲୀ,୨୫।୮: ପୂର୍ବତନ ଭାରତୀୟ କ୍ରିକେଟ ଦଳର ଅଧିନାୟକ କପିଲ ଦେବ ପୁଣି ଥରେ ପୂର୍ବତନ ପାକିସ୍ତାନୀ କ୍ରିକେଟର ଇମ୍ରାନ ଖାନଙ୍କ ସମର୍ଥନରେ ବାହାରିଛନ୍ତି। ସମ୍ପ୍ରତି, 21 ଜଣ…

ବିଶ୍ୱକପ୍‌ ଜିତିବା ସ୍ବପ୍ନ ଧୂଳିସାତ୍‌! ଆର୍ଜେଣ୍ଟିନାଠାରୁ ଲଜ୍ଜାଜନକ ପରାଜୟ ପରେ ବିଶ୍ୱକପ୍‌ରୁ ବାଦ୍‌ ପଡ଼ିଲା ଟିମ ଇଣ୍ଡିଆ

ନୂଆଦିଲ୍ଲୀ,୨୪।୮: ଭାରତୀୟ ଦଳ ୨୦୨୬ ହକି ବିଶ୍ୱକପ୍‌ରେ ସୋମବାର (୨୪ ଅଗଷ୍ଟ) ଆର୍ଜେଣ୍ଟିନା ବିପକ୍ଷ ମ୍ୟାଚରେ ୫-୩ ଗୋଲ୍‌ରେ ଲଜ୍ଜାଜନକ ପରାଜୟର ସାମ୍ନା କରିଛି। ଆମ୍ସଟେଲଭିନର ୱାଗନର୍‌…

କଲମ୍ବୋ ଟେଷ୍ଟରେ ଜୁରେଲଙ୍କ ଅପରାଜିତ ଶତକ, ଦୃଢ଼ ସ୍ଥିତିରେ ଟିମ୍‌ ଇଣ୍ଡିଆ

କଲମ୍ବୋ,୨୪ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ଦ୍ୱିତୀୟ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଦ୍ୱିତୀୟ ଦିନ ଶେଷ ସୁଦ୍ଧା ଭାରତ ଦୃଢ଼ ସ୍ଥିତିରେ ରହିଛି। ମ୍ୟାଚ୍‌ର ପ୍ରଥମ ଦିନ ଦେବଦତ୍ତ…

କାନିଜ୍‌ସା ଓପନ୍‌ ଚେସ୍‌ ଟାଇଟଲ ହାସଲ କଲେ ପ୍ରଣେଶ

କାନିଜ୍‌ସା(ହଙ୍ଗେରୀ),୨୪ା୮: ଜର୍ମାନୀର ଭାଦିମ ପେତ୍ରୋଭସ୍କିଙ୍କ ବିପକ୍ଷରେ ଏକ ରୋମାଞ୍ଚକ ବିଜୟ ହାସଲ କରି ଭାରତୀୟ ଗ୍ରାଣ୍ଡମାଷ୍ଟର ପ୍ରଣେଶ ଏମ୍‌ ସମ୍ମାନଜନକ କାନିଜ୍‌ସା ଓପନ ଚେସ୍‌ ଟାଇଟଲ ହାସଲ…

ଧୋନୀଙ୍କ ଐତିହାସିକ ରେକର୍ଡ ଭାଙ୍ଗିଲେ ରିଷଭ ପନ୍ତ: ଭାରତର ସବୁଠୁ ସଫଳ…

ନୂଆଦିଲ୍ଲୀ,୨୪।୮: ଭାରତର ଉଇକେଟକିପର-ବ୍ୟାଟସମ୍ୟାନ ରିଷଭ ପନ୍ତ ଏବେ ଚମତ୍କାର ଫର୍ମରେ ଅଛନ୍ତି। ତାଙ୍କର ଶେଷ ଚାରୋଟି ଟେଷ୍ଟ ଇନିଂସରେ ତିନୋଟି ଅର୍ଦ୍ଧଶତକ ମାରିଛନ୍ତି। ସେ କଲମ୍ବୋ ଟେଷ୍ଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri