Posted inଖେଳ

ଅଷ୍ଟ୍ରେଲିଆନ ଓପନ୍‌: ଜୋକୋଭିଚ୍‌ଙ୍କୁ ରେକର୍ଡ ନବମ ଟାଇଟଲ

ମେଲବୋର୍ନ,୨୨।୨: ଟପ୍‌ ସିଡ୍‌ ସର୍ବିୟ ଅଭିଜ୍ଞ ଖେଳାଳି ନୋଭାକ ଜୋକୋଭିଚ୍‌ ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନ୍‌ରେ ନିଜର ଆଧିପତ୍ୟ ବଜାୟ ରଖିଛନ୍ତି। ସ୍ଥାନୀୟ ରଡ୍‌ ଲାଭେର ଏରିନାରେ ୭,୪୨୬ ଦର୍ଶକଙ୍କ ଉପସ୍ଥିତିରେ ରବିବାର ଅନୁଷ୍ଠିତ ଏହି ହାର୍ଡକୋର୍ଟ ଟୁର୍ନାମେଣ୍ଟର ପୁରୁଷ ସିଙ୍ଗଲ୍ସ ଫାଇନାଲ ମ୍ୟାଚ୍‌ରେ ଜୋକୋଭିଚ୍‌ ୭-୫, ୬-୨, ୬-୨ ସେଟ୍‌ରେ ଚତୁର୍ଥ ସିଡ୍‌ ଖେଳାଳି ରୁଷିଆର ଡାନିଲ ମେଡ୍‌ଭେଡେଭଙ୍କୁ ପରାସ୍ତ କରି ରେକର୍ଡ ନବମଥର ପାଇଁ ଚାମ୍ପିୟନ ହେବାର ଗୌରବ ଅର୍ଜନ କରିଛନ୍ତି। ପ୍ରଥମ ସେଟ୍‌ରେ ମେଡ୍‌ଭେଡେଭଙ୍କଠାରୁ ସାମାନ୍ୟ ଚ୍ୟାଲେଞ୍ଜ ପାଇଥିଲେ ମଧ୍ୟ ବାକି ଦୁଇଟି ସେଟ୍‌କୁ ଅତି ସହଜରେ ସେ ହାତେଇ ନେଇଥିଲେ। ଟୁର୍ନାମେଣ୍ଟରେ ୯ଥର ଫାଇନାଲରେ ପ୍ରବେଶ କରିଥିବା ଜୋକୋଭିଚ୍‌ ସବୁଥର ବିଜୟୀ ହୋଇ ବାଜି ମାରିଛନ୍ତି। ଏଥିସହ ସେ ମୋଟ ଉପରେ କ୍ୟାରିୟରର ୧୮ତମ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଛନ୍ତି। ସୁଇଜରଲାଣ୍ଡର ରୋଜର ଫେଡ୍‌ରର ଓ ସ୍ପେନର ରାଫାଲ ନାଡାଲଙ୍କଠାରୁ ସେ ଆଉ ଦୁଇଟି ଗ୍ରାଣ୍ଡସ୍ଲାମ ଟାଇଟଲ ଦୂରରେ ରହିଛନ୍ତି। ଏଥିସହ ମେଲବୋର୍ନ ପାର୍କରେ ସେ କ୍ରମାଗତ ତୃତୀୟ ଟ୍ରଫି ଜିତିଛନ୍ତି।
୩୩ ବର୍ଷୀୟ ଜୋକୋଭିଚ୍‌ ଅଷ୍ଟ୍ରେଲିଆନ ଓପନ୍‌ ସେମିଫାଇନାଲ ଓ ଫାଇନାଲରେ ୧୮ଥର ଯାକ ବିଜୟୀ ହୋଇ ରେକର୍ଡକୁ ଆହୁରି ଦୃଢ କରିଛନ୍ତି। ମୋଟ ଉପରେ ଦେଖିବାକୁ ଗଲେ ଜୋକୋଭିଚ୍‌ ଗତ ୧୦ଟି ମେଜର ଟୁର୍ନାମେଣ୍ଟରୁ ୬ଟିରେ ଚାମ୍ପିୟନ ହୋଇଛନ୍ତି। ଜୋକୋଭିଚ୍‌ ଏଥିସହ ମାର୍ଚ୍ଚ ୮ ପର୍ଯ୍ୟନ୍ତ ଏଟିପି ର଼୍ୟାଙ୍କିଙ୍ଗ୍‌ରେ ତାଙ୍କର ଶୀର୍ଷ ସ୍ଥାନକୁ ନିଶ୍ଚିତ କରିଛନ୍ତି। ଏହା ହେଲେ ସେ ବିଶ୍ୱ ର଼୍ୟାଙ୍କିଙ୍ଗ୍‌ର ୧ ନମ୍ବର ସ୍ଥାନରେ ୩୧୧ ସପ୍ତାହ ରହିବେ। ଫଳରେ ସ ଫେଡ୍‌ରରଙ୍କ ରେକର୍ଡକୁ ଭାଙ୍ଗିବେ।
ଅନ୍ୟପଟେ ମେଡ୍‌ଭେଡେଭ ତାଙ୍କର ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଫାଇନାଲ ଖେଳିଥିଲେ ଓ ରନର୍ସ ଅପ୍‌ରେ ସନ୍ତୁଷ୍ଟ ହୋଇଛନ୍ତି। ଏହାପୂର୍ବରୁ ସେ ୨୦୧୯ ୟୁଏସ୍‌ ଓପନ୍‌ ଫାଇନାଲରେ ନାଡାଲଙ୍କଠାରୁ ପରାସ୍ତ ହୋଇ ରନର୍ସ ଅପ୍‌ ହୋଇଥିଲେ। ଫଳରେ ତାଙ୍କର ଗ୍ରାଣ୍ଡସ୍ଲାମ ଟାଇଟଲ ଆଶା ଅପୂରଣୀୟ ରହିଛି। ଏଥିସହିତ ମେଡ୍‌ଭେଡେଙ୍କ ବିଜୟ ରଥକୁ ଜୋକୋଭିଚ୍‌ ଅଟକାଇଛନ୍ତି। ଏହା ପୂର୍ବରୁ ମେଡ୍‌ଭେଡେଭ କ୍ରମାଗତ ୨୦ଟି ମ୍ୟାଚରେ ବିଜୟୀ ହୋଇଥିଲେ। ଏଥିରେ ଟପ୍‌ ଟେନ୍‌ରେ ସ୍ଥାନିତ ହୋଇଥିବା ଖେଳାଳିଙ୍କୁ ୧୨ଟି ମ୍ୟାଚ୍‌ରେ ପରାସ୍ତ କରିଥିଲେ। କିନ୍ତୁ ଜୋକୋଭିଚ୍‌ଙ୍କ ଫାଇନାଲ ମ୍ୟାଚ୍‌ ସମ୍ପୂର୍ଣ୍ଣ ପ୍ରକାର ଅଲଗା ରହିଥିଲା। ଅଷ୍ଟ୍ରେଲିଆନ ଓପନ୍‌ ସେମିଫାଇନାଲ କିମ୍ବା ଫାଇନାଲରେ ସେ ଫେଡ୍‌ରର, ନାଡାଲ, ଆଣ୍ଡି ମରେ, ଷ୍ଟାନିସ୍‌ଲାସ ଓ୍ବାରିଙ୍କା, ଡେମିନିକ ଥିମ୍‌ଙ୍କୁ ପୂର୍ବରୁ ହରାଇଛନ୍ତି। ଏମାନେ ସମସ୍ତେ ଗ୍ରାଣ୍ଡସ୍ଲାମ ଟାଇଟଲ ଜିତିଛନ୍ତି।
ଏଥିସହ ଜୋକୋଭିଚ୍‌ ୫ଟି ଓ୍ବିମ୍ବେଲଡନ, ୩ ୟୁଏସ୍‌ ଓପନ୍‌, ଗୋଟିଏ ଫ୍ରେଞ୍ଚ୍‌ ଓପନ ଟାଇଟଲ ଜିତିଛନ୍ତି। ସେ ନାଡାଲଙ୍କଠାରୁ ଗୋଟିଏ ବର୍ଷ ଓ ଫେଡ୍‌ରରଙ୍କଠାରୁ ସାଢେ ୬ ବର୍ଷ ସାନ। ଅଗଷ୍ଟରେ ଫେଡ୍‌ରର ୪୦ ବର୍ଷରେ ପଦାର୍ପଣ କରିବେ। ଆଣ୍ଠୁରେ ୨ଟି ଅସ୍ତ୍ରୋପଚାର କରାଇଥିବାରୁ ଜୋକୋଭିଚ୍‌ ଟେନିସରୁ ଗୋଟିଏ ବର୍ଷରୁ ଅଧିକ ସମୟ ଦୂରେଇ ରହିଥିଲେ। ସେ କ୍ୟାରିୟରର ୨୮ତମ ମେଜର ଫାଇନାଲ ଖେଳିଥିଲେ। ତେବେ ଫେଡ୍‌ରର ୩୧ଟି ଫାଇନାଲ ଖେଳିଛନ୍ତି। ୩୦ ବର୍ଷ ପରେ ସେ ୬ଟି ଗ୍ରାଣ୍ଡସ୍ଲାମ ଟାଇଟଲ ଜିତି ନାଡାଲଙ୍କ ରେକର୍ଡର ସମକକ୍ଷ ହୋଇଛନ୍ତି। ଚାମ୍ପିୟନ ହେବା ସହ ଜୋକୋଭିଚ୍‌ ୨.୭୫ ମିଲିୟନ ଆମେରିକୀୟ ଡଲାର ଅର୍ଥାତ୍‌ ପାଖାପାଖି ୨୦ କୋଟି ଟଙ୍କାର ଆର୍ଥିକ ପୁରସ୍କାର ଜିତିଛନ୍ତି। ଉଲ୍ଲେଖଥାଉ କି, ଜୋକୋଭିଚ୍‌ ଏହା ପୂର୍ବରୁ ସେମିରେ ରୁଷିଆର ଅସଲାନ କାରାଶେଭ, କ୍ୱାର୍ଟର ଫାଇନାଲରେ ଜର୍ମାନୀର ଆଲେକଜାଣ୍ଡର ଜେଭରଭ, ଚତୁର୍ଥ ରାଉଣ୍ଡରେ ୧୪ତମ ସିଡ୍‌ କାନାଡାର ମିଲୋନ ରାଓନିକଙ୍କୁ ପରାସ୍ତ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଏହି ମହଙ୍ଗା ବୋଲରଙ୍କୁ ଘାରିଛି କୋହଲି ଭୟ: ଆଇପିଏଲ ଇତିହାସରେ ପ୍ରଥମଥର ହେବ ସାମ୍ନା

ବେଙ୍ଗାଲୁରୁ,୨୯।୩: ଆଇପିଏଲ ୨୦୨୪ର ଦଶମ ମ୍ୟାଚ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ଏବଂ କୋଲକାତା ନାଇଟ ରାଇଡର୍ସ ମଧ୍ୟରେ ଖେଳାଯିବ। ଆରସିବି ଚଳିତ ସିଜନରେ ଏପର୍ଯ୍ୟନ୍ତ ଦୁଇଟି...

ରାଗିଯାଇ କାନ୍ଥରେ ବ୍ୟାଟ୍‌ ପିଟିଦେଲେ ରିଷଭ ପନ୍ତ: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୨୯।୩; ରାଜସ୍ଥାନ ରୟାଲ୍ସ ବିପକ୍ଷରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାଜୟର ସାମ୍ନା କରିବାକୁ ପଡିଥିଲା। ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପିଟାଲକୁ ୧୨ ରନରେ ପରାସ୍ତ କରିଛି। ଏହିପରି...

ଜାତୀୟ ପିକଲବଲ୍‌ରେ ଓଡ଼ିଶାର ସଫଳତା

ଭୁବନେଶ୍ୱର, ୨୮।୩(ତପନ ସ୍ବାଇଁ):ପିକଲବଲ୍‌ ଆସୋସିଏଶନ ଅଫ୍‌ ଓଡ଼ିଶା ଆନୁକୂଲ୍ୟରେ ଆୟୋଜିତ ପ୍ରଥମ ଜାତୀୟ ପିକଲବଲ୍‌ ଟୁର୍ନାମେଣ୍ଟରେ ଓଡ଼ିଶା ପ୍ରତିଯୋଗୀମାନେ ପ୍ରଦର୍ଶନର ଛାପ ଛାଡ଼ିଛନ୍ତି। ଏହି ସମ୍ମାନଜନକ...

ଲାଟିନ୍‌ ଆମେରିକା ଲିଗ୍‌ରେ ବିଜୟ ପ୍ରଥମ ଭାରତୀୟ

ଚେନ୍ନାଇ,୨୮ା୩(ପି.ଟି.):ଡିଫେଣ୍ଡର ବିଜୟ ଛେତ୍ରୀ ପ୍ରଥମ ଭାରତୀୟ ଖେଳାଳି ଭାବରେ ଏକ ଲାଟିନ୍‌ ଆମେରିକୀୟ କ୍ଲବରେ ସାମିଲ ହେବାକୁ ଯାଉଛନ୍ତି। ଉରୁଗୁଏର କ୍ଲବ କଲୋନା ଏଫ୍‌ସି ସହିତ...

ଭାରତୀୟ ହକି ଦଳକୁ ଓସ୍‌ଜାର ‘ପ୍ୟାରିସ ଅଲିମ୍ପିକ୍ସ ଶୁଭେଚ୍ଛା’

ଭୁବନେଶ୍ବର, ୨୯ା୩ (ବିଜୟ ରଣା):ଭାରତୀୟ ପୁରୁଷ ହକି ଦଳକୁ ‘ପ୍ୟାରିସ ଅଲିମ୍ପିକ୍ସ ଶୁଭେଚ୍ଛା’ ଜଣାଇଛି ଓ ଓଡ଼ିଶା ସ୍ପୋଟର୍‌ସ ଜର୍ନାଲିଷ୍ଟ ଆସୋସିଏଶନ (ଓସ୍‌ଜା)। ଗୁରୁବାର ସଂଧ୍ୟାରେ...

ଏହି କ୍ରିକେଟର୍‌ଙ୍କୁ ଚପଲରେ ପିଟିବାକୁ ଚାହୁଁଛନ୍ତି ଯୁବରାଜ: ଜାଣନ୍ତୁ କାହିଁକି

ମୁମ୍ବାଇ,୨୯।୩: ସନରାଇଜର୍ସ ହାଇଦ୍ରାବାଦ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ହୋଇଥିବା ମ୍ୟାଚରେ ବିସ୍ଫୋରକ ଇନିଂସ ଜରିଆରେ ଅଭିଷେକ ଶର୍ମା ଚର୍ଚ୍ଚାକୁ ଆସିଛନ୍ତି। ସେ ମାତ୍ର ୧୬...

୩ ଦିନ ହେବ ପେନ୍‌କିଲର ନେଉଥିବା ଖେଳାଳି ପଡିଆରେ ସାଜିଲେ ବିଜୟର ହିରୋ

ନୂଆଦିଲ୍ଲୀ,୨୯।୩: ଚଳିତ ଆଇପିଏଲ୍‌ର ଏକ ମ୍ୟାଚ୍‌ରେ ରାଜସ୍ଥାନ ରୟାଲ୍ସ ଦିଲ୍ଲୀ କ୍ୟାପଟାଲ୍ସକୁ ପରାସ୍ତ କରିଛି। ସଞ୍ଜୁ ସାମସନଙ୍କ ଦଳର ବିଜୟର ରିୟାନ ପରାଗ ଥିଲେ। ସେ...

ଆଇପିଏଲ୍‌ ଅରେଞ୍ଜ୍‌-ପର୍ପଲ କ୍ୟାପ୍‌ ରେସ୍‌ରେ ଅଛନ୍ତି ଏହି ଖେଳାଳି

ନୂଆଦିଲ୍ଲୀ,୨୯।୩: ଦିଲ୍ଲୀ କ୍ୟାପଟାଲ୍ସ ବିପକ୍ଷରେ ରିୟାନ ପରାଗ ଏକ ଚମତ୍କାର ଇନିଂସ ଖେଳିଥିଲେ। ରିୟାନ ପାରାଗ ୪୫ ବଲରେ ୮୪ ରନ ସଂଗ୍ରହ କରିଥିଲେ। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri