Posted inଖେଳ

ଅଷ୍ଟ୍ରେଲିଆନ୍‌ ଓପନ୍‌: ତୃତୀୟ ରାଉଣ୍ଡରେ ଜୋକୋଭିଚ୍‌, ଥିମ୍‌, ରାଓନିକ୍‌

ମେଲବୋର୍ନ,୧୧।୨: ବର୍ଷର ପ୍ରଥମ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟ ଅଷ୍ଟ୍ରେଲିଆନ ଓପନ୍‌ ବୁଧବାର ତୃତୀୟ ଦିବସରେ ପହଞ୍ଚିଛି। ପୁରୁଷ ଓ ମହିଳା ସିଙ୍ଗଲ୍ସରେ ସିଡେଡ ଖେଳାଳିମାନେ ଅଗ୍ରଗତି କରିଛନ୍ତି। ପୁରୁଷ ସିଙ୍ଗଲ୍ସରେ ଟପ୍‌ ସିଡ୍‌ ନୋଭାକ ଜୋକୋଭିଚ୍‌ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଦ୍ୱିତୀୟ ରାଉଣ୍ଡ ମୁକାବିଲାରେ ସେ ଆମେରିକାର ୨୩ ବର୍ଷୀୟ ଖେଳାଳି ଫ୍ରାନ୍‌ସେସ୍‌ ଟିଆଫୋଏଙ୍କୁ ମାରିଥନ ୬-୩, ୬-୭, ୭-୬, ୬-୩ ସେଟ୍‌ରେ ପରାସ୍ତ କରି ଅଗ୍ରଗତି କରିଛନ୍ତି। ଜୋକୋଭିଚ୍‌ କଡ଼ା ଚ୍ୟାଲେଞ୍ଜର ସମ୍ମୁଖୀନ ହୋଇଥିଲେ ଓ ବିଜୟୀ ହେବା ପାଇଁ ସାଢେ ୩ ଘଣ୍ଟା ସମୟ ନେଇଥିଲେ। ପୂର୍ବରୁ ୨୦୧୭ରେ ଜୋକୋଭିଚ୍‌ ଏହି ଟୁର୍ନାମେଣ୍ଟରେ ଡେନିସ ଇଷ୍ଟୋମିନଙ୍କଠାରୁ ପରାସ୍ତ ହୋଇଥିଲେ। ତୃତୀୟ ରାଉଣ୍ଡରେ ଜୋକୋଭିଚ୍‌ ୨୭ତମ ସିଡ୍‌ ଆମେରିକାର ୨୭ତମ ସିଡ୍‌ ଖେଳାଳି ଟେଲର ଫ୍ରିଜ୍‌ଙ୍କୁ ଭେଟିବେ। ସେହିପରି ସୁଇଜରଲାଣ୍ଡର ୧୭ତମ ସିଡ୍‌ ଖେଳାଳି ଷ୍ଟାନିସ୍‌ଲାସ ଓ୍ବାରିଙ୍କା ଦ୍ୱିତୀୟ ରାଉଣ୍ଡରେ ହଙ୍ଗେରୀର ମାର୍ଟୋନ ଫୁକୋସୋଭିକ୍ସଙ୍କଠାରୁ ୫-୭, ୧-୬, ୬-୪, ୬-୨, ୬-୭ ମାରାଥନ ସେଟ୍‌ରେ ପରାସ୍ତ ହୋଇ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛନ୍ତି। ୧୪ତମ ସିଡ୍‌ କାନାଡ଼ାର ମିଲୋସ ରାଓନିକ ୬-୭, ୬-୧, ୬-୧, ୬-୪ ସେଟ୍‌ରେ ଫ୍ରାନ୍ସର କୋରେଣ୍ଟିନ ମୋଟେଟଙ୍କୁ ପରାସ୍ତ କରି ତୃତୀୟ ରାଉଣ୍ଡକୁ ଉଠିଛନ୍ତି। ଷଷ୍ଠ ସିଡ୍‌ ଜର୍ମାନୀ ଆଲେକଜାଣ୍ଡର ଜେଭେରେଭ ୭-୫, ୬-୪, ୬-୩ ସେଟ୍‌ରେ ଆମେରିକୀୟ କ୍ୱାଲିଫାୟର ମାକ୍ସିମ କ୍ରେସିଙ୍କୁ ହରାଇ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ତୃତୀୟ ରାଉଣ୍ଡରେ ଅଷ୍ଟ୍ରିଆର ଡୋମିନିକ ଥିମ ଓ ଅଷ୍ଟ୍ରେଲିଆର ନିକ କିର୍ଗିଅସ୍‌ ପରସ୍ପରକୁ ଭେଟିବେ। ଦ୍ୱିତୀୟ ରାଉଣ୍ଡରେ ଥିମ୍‌ ୬-୪,୬-୦, ୬-୨ ସେଟ୍‌ରେ ଜର୍ମାନୀ ଡୋମିନିକ କୋଏପ୍‌ଫେରଙ୍କୁ ଓ କିର୍ଗିୟସ ୫-୭, ୬-୪, ୩-୬, ୭-୬, ୬-୪ ସେଟ୍‌ରେ ଫ୍ରାନ୍ସର ଉଗୋ ହମ୍‌ବର୍ଟଙ୍କୁ ହରାଇ ଅଗ୍ରଗତି କରିଛନ୍ତି।
ମହିଳା ସିଙ୍ଗଲ୍ସ: ହାଲେପ, ସେରେନାଙ୍କ ଅଗ୍ରଗତି
ମହିଳା ସିଙ୍ଗଲ୍ସ ଇଭେଣ୍ଟରେ ୧୦ ସିଡ୍‌ ଆମେରିକୀୟ ଅଭିଜ୍ଞ ଖେଳାଳି ସେରେନା ଓ୍ବିଲିୟମ୍ସ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେରେନା ଦ୍ୱିତୀୟ ରାଉଣ୍ଡ ମୁକାବିଲାରେ ସର୍ବିୟାର ନିନା ଷ୍ଟୋଜାନୋଭିକଙ୍କୁ ୬-୩, ୬-୦ ସେଟ୍‌ରେ ପରାସ୍ତ କରି ଅଗ୍ରଗତି କରିଛନ୍ତି। ତୃତୀୟ ରାଉଣ୍ଡରେ ସେ ରୁଷିଆର ଆନାଷ୍ଟାସିଆ ପୋଟାପୋଭାଙ୍କୁ ଭେଟିବେ। ପୋଟାଭୋଭା ୬-୨, ୬-୪ ସେଟ୍‌ରେ ହଙ୍ଗେରୀର ଟିମିଆ ବାବୋସଙ୍କୁ ହରାଇ ଅଗ୍ରଗତି କରିଛନ୍ତି। ସେହିପରି ରୋମାନିଆର ଦ୍ୱିତୀୟ ସିଡ୍‌ ଖେଳାଳି ସିମୋନା ହାଲେପ ୪-୬, ୬-୪, ୭-୫ ସେଟ୍‌ରେ ଅଷ୍ଟ୍ରେଲିଆର ଟୋମଲଜାନୋଭିକଙ୍କୁ ହରାଇ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଦୁଲୀପ ଟ୍ରଫି ସେମିଫାଇନାଲରେ କାହିଁକି ବୈଭବ ସୂର୍ଯ୍ୟବଂଶୀଙ୍କୁ ଦିଆଗଲା ଅଧିନାୟକ ଦାୟିତ୍ୱ? ହେଲାଣି ଖୁବ୍‌…

ନୂଆଦିଲ୍ଲୀ,୩୦।୮: ଦୁଲୀପ ଟ୍ରଫିର ପ୍ରଥମ ସେମିଫାଇନାଲ ମ୍ୟାଚ ବର୍ତ୍ତମାନ ସେଣ୍ଟ୍ରାଲ ଜୋନ ଏବଂ ପୂର୍ବ ଜୋନ ମଧ୍ୟରେ ଚାଲିଛି। ବିସିସିଆଇ ସେଣ୍ଟର ଅଫ ଏକ୍ସଲେନ୍ସ ଗ୍ରାଉଣ୍ଡରେ ଖେଳାଯାଉଥିବା…

ମେସିଙ୍କ ଇଭେଣ୍ଟକୁ ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ, କହିଲେ ମିଳିବ କ୍ଷତିପୂରଣ

କୋଲକାତା,୩୦।୮: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ଲିଓନେଲ ମେସିଙ୍କ ଗସ୍ତକୁ ନେଇ ସୃଷ୍ଟି ହୋଇଥିବା ବିଶୃଙ୍ଖଳା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବୟାନ ଦେଇଛନ୍ତି। ସେ ଘୋଷଣା କରିଛନ୍ତି…

ବିରାଟଙ୍କ ନୂଆ ଲୁକ: ଟାଟୁ କଳାକାରଙ୍କ ସହ ନଜର ଆସିଲେ…

ନୂଆଦିଲ୍ଲୀ,୩୦।୮: ଭାରତୀୟ କ୍ରିକେଟର ବିରାଟ କୋହଲିଙ୍କ ଟାଟୁ ପ୍ରତି ପ୍ରେମ କାହାକୁ ଅଛପା ନୁହେଁ; ବର୍ଷ ବର୍ଷ ଧରି ବିଭିନ୍ନ ଡିଜାଇନ ତାଙ୍କ ଶୈଳୀର ଏକ ଅବିଚ୍ଛେଦ୍ୟ…

ପାକିସ୍ତାନ ସହିତ ହାତ ମିଳାଇବା ପ୍ରଶ୍ନର ଉତ୍ତରରେ ଭାରତୀୟ ମୁଖ୍ୟ ପ୍ରଶିକ୍ଷକ ଦେଲେ ଏମିତି ବିବୃତ୍ତି…

ନୂଆଦିଲ୍ଲୀ,୩୦।୮: ମହିଳା ଏସିଆ କପ ୨୦୨୬ ଚାଲିଛି। UAE ଦ୍ୱାରା ଆୟୋଜିତ, ସମ୍ପୂର୍ଣ୍ଣ ଟୁର୍ଣ୍ଣାମେଣ୍ଟ ଦୁବାଇରେ ଖେଳାଯାଉଛି। ଭାରତୀୟ ଦଳ ଅଗଷ୍ଟ ୩୦ରେ ଦୁବାଇ ଆନ୍ତର୍ଜାତୀୟ କ୍ରିକେଟ…

ସଞ୍ଜୁ ସାମସନଙ୍କୁ ନେଇ ବଡ଼ କଥା କହିଲେ ସୂର୍ଯ୍ୟକୁମାର, ଟିମ୍‌ରୁ ବାଦ ପଡ଼ିବା ପରେ…

ନୂଆଦିଲ୍ଲୀ,୩୦ା୮: ଭାରତୀୟ ଟି-୨୦ ଦଳର ପୂର୍ବତନ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ସଞ୍ଜୁ ସାମସନଙ୍କୁ ନେଇ ଏକ ବଡ଼ କଥା କହିଛନ୍ତି । ଦଳରୁ ବାଦ ପଡ଼ିବା ପରେ…

ଏସିଆନ ଗେମ୍ସରୁ ଓହରିଗଲେ ନୀରଜ ଚୋପ୍ରା, କାହିଁକି ଜାଣନ୍ତୁ…

ନୂଆଦିଲ୍ଲୀ,୨୯ା୮: ଭାରତର ଷ୍ଟାର ଜାଭେଲିନ୍‌ ଥ୍ରୋୟର ନୀରଜ ଚୋପ୍ରାଙ୍କ ଗୋଡ଼ ଲିଗାମେଣ୍ଟ ଛିଣ୍ଡିଯିବା କାରଣରୁ ସେ ୨୦୨୬ ସିଜନ ଅବଶିଷ୍ଟାଂଶରୁ ଓହରିଯାଇଛନ୍ତି। ଫଳରେ ସେ ଜାପାନରେ ହେବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri