Posted inଖେଳ

କୋହଲିଙ୍କୁ ଅଧିକ ଗୁରୁତ୍ୱ ନ ଦେବାକୁ ଅଷ୍ଟ୍ରେଲୀୟ ପ୍ରଶଂସକ ଚାହାନ୍ତି: ପେନ୍‌

ସିଡ୍‌ନୀ,୧୬।୧୧(ପି.ଟି.): ଆଗାମୀ ସିରିଜରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ଅଧିକ ଗୁରୁତ୍ୱ ଦେବାକୁ ଅଷ୍ଟ୍ରେଲିଆ ପ୍ରଶଂସକ ଚାହାନ୍ତି ନାହିଁ। ଏକଥା କହିଛନ୍ତି ଅଷ୍ଟ୍ରେଲିଆ ଅଧିନାୟକ ଟିମ୍‌ ପେନ୍‌। ଜଣେ ପ୍ରତିଦ୍ୱନ୍ଦ୍ୱୀ ଭାବେ କୋହଲିଙ୍କୁ ଅଷ୍ଟ୍ରେଲୀୟମାନେ ନାପସନ୍ଦ କରିବାକୁ ଭଲ ପାଆନ୍ତି। ତେବେ ପ୍ରଶଂସକ ଭାବେ କୋହଲିଙ୍କ ବ୍ୟାଟିଂକୁ ଅଷ୍ଟ୍ରେଲୀୟମାନେ ବେଶ୍‌ ଉପଭୋଗ କରିଥାନ୍ତି ବୋଲି ପେନ୍‌ କହିଛନ୍ତି।
ଭାରତ ଓ ଘରୋଇ ଅଷ୍ଟ୍ରେଲିଆ ମଧ୍ୟରେ ୪ ମ୍ୟାଚବିଶିଷ୍ଟ ଟେଷ୍ଟ ଖେଳାଯିବ। ଡିସେମ୍ବର ୧୭ରୁ ଆଡିଲେଡ୍‌ରେ ଦିବାରାତ୍ର ଟେଷ୍ଟ ସହ ଏହି ହାଇପ୍ରୋଫାଇଲ ସିରିଜ ଆରମ୍ଭ ହେବ। କୋହଲିଙ୍କ ବିଷୟରେ ମୋତେ ବହୁତ ପ୍ରଶ୍ନ ପଚାରାଯାଉଛି। ଅନ୍ୟମାନଙ୍କ ଭଳି ସେ ମୋ ପାଇଁ ଜଣେ ଖେଳାଳି। ତାଙ୍କ ସହିତ ମୋର କୌଣସି ଖାସ୍‌ ସମ୍ପର୍କ ମଧ୍ୟ ନାହିଁ। ଟସ୍‌ ପଡିବା ବେଳେ ତାଙ୍କୁ ଦେଖେ ଓ ତାଙ୍କ ବିକ୍ଷରେ ଖେଳିଥାଏ। କୋହଲିଙ୍କ ଖେଳ ଦେଖିବାକୁ ପସନ୍ଦ କରିଥାଉ। କିନ୍ତୁ ସେ ଅଧିକ ରନ୍‌ ସଂଗ୍ରହ କରିବା ଆମେ ଚାହୁନା ବୋଲି ପେନ୍‌ କହିଛନ୍ତି।
ଗତଥର ଉଭୟ ଅଧିନାୟକଙ୍କ ମଧ୍ୟରେ ଜବରଦସ୍ତ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥିଲା। ଅଷ୍ଟ୍ରେଲିଆ ଓ ଭାରତ ମଧ୍ୟରେ ସବୁବେଳେ କଡ଼ା ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିଥାଏ। କୋହଲି ଓ ମୁଁ ଉଭୟେ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଭଲ ପାଇଥାଉ। ଆମ ମଧ୍ୟ ଏକାଧିକବାର କଥା କଟାକଟି ହୋଇଛି। ତେବେ ଏହା ନୂଆ କିଛି ନୁହେଁ। ଶ୍ରେଷ୍ଠ ଖେଳାଳିମାନଙ୍କ ମଧ୍ୟ ସବୁବେଳେ ଏଭଳି ଅଭାବନୀୟ ଘଟଣା ଘଟିଥାଏ। ଖେଳାଳି ଭଲ ହେଲେ ଏଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ। ଇଂଲଣ୍ଡ ଜୋ ରୁଟ୍‌ ଓ ବେନ୍‌ ଷ୍ଟୋକ୍ସଙ୍କ ସହିତ ମଧ୍ୟ ଏଭଳି ମୁକାବିଲାମୂଳକ ସ୍ଥିତି ସୃଷ୍ଟି ହୋଇଥାଏ ବୋଲି ସେ କହିଛନ୍ତି। ଗତ ବର୍ଷ ଭାରତ ୨-୧ରେ ଘରୋଇ ଅଷ୍ଟ୍ରେଲିଆକୁ ଟେଷ୍ଟ ସିରିଜରେ ପରାସ୍ତ କରିଥିଲା। ଏଥିସହ ଭାରତ ଅଷ୍ଟ୍ରେଲିଆ ମାଟିରେ ପ୍ରଥମଥର ପାଇଁ ଟେଷ୍ଟ ସିରିଜ ଜିତି ଇତିହାସ ସୃଷ୍ଟି କରିଥିଲା। ଏହା ଏକ ବଡ଼ ସିରିଜ। ତେଣୁ ଏଥିରେ ଉଭୟ ଦଳ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବେ। ଫଳରେ ଏଥର ସିରିଜ ନିଶ୍ଚିତ ଭାବେ ସଂଘର୍ଷପୂର୍ଣ୍ଣ ହେବ ବୋଲି ପେନ୍‌ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ମେରି କମ୍‌ଙ୍କୁ ମିଳିଲା ଗୁରୁଦାୟିତ୍ୱ

ନୂଆଦିଲ୍ଲୀ,୧୮।୧୧: ୬ ଥର ବିଶ୍ୱ ମହିଳା ବକ୍ସିଂ ଚାମ୍ପିୟନ ତଥା ଅଲିମ୍ପିକ ବିଜେତା ଏମ୍‌ସି ମେରି କମ୍‌ ଭାରତୀୟ ଅଲିମ୍ପିକ ସଂଘ (ଆଇଓଏ)ର ଆଥେଲେଟ୍ସ କମିଶନର...

ଟିମ୍‌ ଇଣ୍ଡିଆକୁ ଅନୁପଯୁକ୍ତ ଖାଦ୍ୟ, ଆୟୋଜକଙ୍କ ଉପରେ ଅସନ୍ତୋଷ ବଢ଼ିଲା…

ମେଲବୋର୍ନ,୨୬।୧୦ : ମେଲବୋର୍ନରେ ପାକିସ୍ତାନ ବିପକ୍ଷରେ ଐତିହାସିକ ବିଜୟ ପରେ ଟିମ ଇଣ୍ଡିଆ ସିଡନୀରେ ଅଛି। ନେଦରଲାଣ୍ଡ ବିପକ୍ଷ ଦ୍ୱିତୀୟ ସୁପର -୧୨ ମ୍ୟାଚରେ ଟିମ୍‌...

କିଟ୍‌କୁ ଫିକି ଇଣ୍ଡିଆ କ୍ରୀଡ଼ା ପୁରସ୍କାର

ଭୁବନେଶ୍ୱର,୨୮ା୧୧: କ୍ରୀଡ଼ାକ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ କଳିଙ୍ଗ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ଇଣ୍ଡଷ୍ଟ୍ରିଆଲ୍‌ ଟେକ୍ନୋଲୋଜି(କିଟ୍‌)କୁ ଭାରତୀୟ ବାଣିଜ୍ୟ ଓ ଶିଳ୍ପ ମହାସଂଘ (ଫିକି) ପକ୍ଷରୁ ଚଳିତ ବର୍ଷର...

ଡୋପିଂ ମାମଲାରେ ବିଶ୍ୱ ଚାମ୍ପିୟନ : ନାସେର ସସ୍‌ପେଣ୍ଡ

ମୋନାକୋ, ୬ା୬ (ଏପି)- ଡୋପ୍‌ ଟେଷ୍ଟ ପାଇଁ ଉପସ୍ଥିତ ନ ରହିିବାରୁ ମହିଳା ୪୦୦ ମିଟର ବିଶ୍ୱ ଚାମ୍ପିୟନ ସାଲଓ୍ବା ଇଦ୍‌ ନାସେରଙ୍କୁ ଶୁକ୍ରବାର ସାମୟିକ...

ହକି ଇଣ୍ଡିଆର ଦୁଇ କର୍ମଚାରୀ କରୋନା ପଜିଟିଭ୍‌

ନୂଆଦିଲ୍ଲୀ, ୩୧ା୫ (ପି.ଟି.)-ହକି ଇଣ୍ଡିଆର ୨ କର୍ମଚାରୀ କରୋନା ପଜିଟିଭ୍‌ ଜଣାପଡ଼ିବା ପରେ ଜାତୀୟ ଅଲିମ୍ପିକ କମିଟି (ଏନ୍‌ଓସି) ଓ ଜାତୀୟ କ୍ରୀଡ଼ା ମହାସଂଘ (ଏନ୍‌ଏସ୍‌ଏଫ୍‌)ଗୁଡ଼ିକର...

ପୁଣି ପାଣ୍ଡିଆ ବାହିନୀ ଫାଇନାଲରେ

ଅହମ୍ମଦାବାଦ,୨୬।୫: ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଶୁକ୍ରବାର ଆଇପିଏଲ ୨୦୨୩ର ଦ୍ୱିତୀୟ କ୍ବାଲିଫାୟର ମ୍ୟାଚ ଗୁଜୁରାଟ ଟାଇଟନ୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳା ଯାଇଥିଲା...

କୋଭିଡ୍‌-୧୯: ବ୍ୟାଟ୍‌ ନିଲାମ କରିବେ ମୁଶଫିକର

ଢାକା,୨୦।୪ (ପି.ଟି.): କୋଭିଡ୍‌-୧୯ ମହାମାରୀ ପାଇଁ ପାଣ୍ଠି ସଂଗ୍ରହ ଉଦ୍ଦେଶ୍ୟରେ ବାହାରକୁ ବାହାରିଛନ୍ତି ବାଂଲାଦେଶ ଉଇକେଟକିପର ବ୍ୟାଟ୍ସମ୍ୟାନ ମୁଶଫିକର ରହିମ। ସେ ତାଙ୍କ ବ୍ୟାଟକୁ ନିଲାମ...

ଆଇପିଏଲର ୧୦୦୦ ତମ ମ୍ୟାଚରେ ଏମଆଇ-ଆରଆର ଭେଟ…

ମୁମ୍ବାଇ,୩୦।୪ : ଆଇପିଏଲର ୧୦୦୦ ତମ ମ୍ୟାଚ ତଥା ଚଳିତ ସିଜିନର ୪୨ ତମ ମ୍ୟାଚରେ ରବିବାର ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ମୁମ୍ବାଇ ଇଣ୍ଡିଆନ୍ସ(ଏମଆଇ) ଏବଂ...

Advertisement
Archives

Model This Week