Posted inଖେଳ

୧୬ ଛକା, ୨୨ ଚୌକା ସହ ୨୫୪ ରନ୍‌ର ବିସ୍ଫୋରକ ଇନିଂସ ଖେଳି ସମସ୍ତଙ୍କୁ ଚମ୍‌କାଇ ଦେଇଥିଲେ ୨୦ ବର୍ଷୀୟ ବ୍ୟାଟ୍ସମ୍ୟାନ୍‌

ଅଷ୍ଟ୍ରେଲିଆର ପୂର୍ବତନ ଅଲରାଉଣ୍ଡର ଆଣ୍ଡ୍ର୍ୟୁ ସାଇମଣ୍ଡସ ଜଣେ ଜଣାଶୁଣା ଅଲରାଉଣ୍ଡର ଥିେଲେ। ଖେଳର ପ୍ରତ୍ୟେକ ବିଭାଗରେ ବ୍ୟାଟିଂ, ବୋଲିଂ କିମ୍ବା ଫିଲ୍ଡିଂରେ ସେ ନିଜର ପରିଚୟ ଛାଡି ପାରିଥିଲେ। ତେବେ ବିବାଦ ସହ ତାଙ୍କର ମଧ୍ୟ ଗଭୀର ସମ୍ପର୍କ ଥିଲା। ଏହି କାରଣରୁ, ସାଇମଣ୍ଡସ୍ଙ୍କ ଆନ୍ତର୍ଜାତୀୟ କ୍ୟାରିଅର୍‌ ଅଧିକ ସମୟ ରହିଲା ନାହିଁ। କିନ୍ତୁ ସେ କିଛି ବର୍ଷ ଖେଳି ବିପକ୍ଷ ଶିବିରରେ ଭୟ ସୃଷ୍ଟି କରିଥିଲେ।
୧୯୯୫ରେ ଆଜିର ଦିନରେ ସେ ପ୍ରଥମ ଶ୍ରେଣୀ କ୍ରିକେଟରେ ଏପରି ଇନିଂସ ଖେଳିଥିଲେ ଯାହା ଦେଖି ବିଶ୍ୱ ଆଶ୍ଚର୍ଯ୍ୟ ହୋଇଯାଇଥିଲା। ସାଇମଣ୍ଡସ ମାତ୍ର ୨୦ ବର୍ଷ ବୟସରେ ଗ୍ଲୁକେଷ୍ଟେଶେୟାର୍‌ ପାଇଁ ଖେଳୁଥିବାବେଳେ ସେ ୧୬ ଛକା ସହାୟତାରେ ଅପରାଜିତ ୨୫୪ ରନ ସ୍କୋର କରିଥିଲେ। ଏହା ସେତେବେଳେ ଏକ ରେକର୍ଡ ଥିଲା। ୧୯୯୫ରେ, ଗ୍ଲୁକେଷ୍ଟେଶେୟାର୍‌ ଏବଂ ଗ୍ଲାମରଗାନର ଦଳ କାଉଣ୍ଟି ଚାମ୍ପିଅନସିପ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ । ସାଇମଣ୍ଡସ ଗ୍ଲୁକେଷ୍ଟେଶେୟାର୍‌ ପାଇଁ ଖେଳୁଥିଲେ। ଦ୍ୱିତୀୟ ଦିନର ଖେଳ ସମାପ୍ତ ହେଲାବେଳକୁ ସାଇମଣ୍ଡସ ୧୯୭ ରନ୍‌ରେ ଅପରାଜିତ ରହିଲେ। ମ୍ୟାଚ୍‌ର ତୃତୀୟ ଦିନରେ ସାଇମଣ୍ଡସ ତାଙ୍କର ଦ୍ୱିଶତକ ପୂରଣ କରିଥିଲେ। ସାଇମଣ୍ଡସ ୨୦୬ ବଲରୁ ୨୫୪ ରନ୍‌ରେ ଅପରାଜିତ ରହିଥିଲେ। ସେ ୧୬ ଛକା ଓ ୨୨ ଚୌକା ମାରିଥିଲେ। ତାହା ହେଉଛି, କେବଳ ଚୌକାରେ ସେ ୧୮୪ ରନ ହାସଲ କରିଥିଲେ। ସେ ୪ ଘଣ୍ଟାରୁ ଅଧିକ ବ୍ୟାଟିଂ କରି ଷ୍ଟ୍ରାଇକ ହାରରେ ୧୨୩ରୁ ଅଧିକ ସ୍କୋର କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆସୁଛି ଲଘୁଚାପ; ଏଥର ବର୍ଷାରେ ଭିଜିପାରେ ଦଶହରା, ଏହି ଜିଲାରେ…

ଭୁବନେଶ୍ୱର,୨।୧୦: ଆସୁଛି ଆଉ ଏକ ଲଘୁଚାପ । ଦଶହରା ସମୟରେ ବଡ଼ ବର୍ଷା ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଆସନ୍ତା ୧୨ ତାରିଖରେ…

ଚୌକା-ଛକା ବର୍ଷା କଲେ ବୈଭବ ସୂର୍ଯ୍ୟବଂଶୀ: ଧୂଆଁଧାର ବ୍ୟାଟିଂ କରୁ କରୁ…

ନୂଆଦିଲ୍ଲୀ,୨।୧୦: ଏସିଆନ ଗେମ୍ସ ୨୦୨୬ର ଦ୍ୱିତୀୟ ସେମିଫାଇନାଲରେ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ରୋମାଞ୍ଚକର ମୁକାବିଲା ଜାରି ରହିଛି। ମ୍ୟାଚ୍ରେ ଭାରତ ପାଇଁ ପାଳି ଆରମ୍ଭ କରିଥିବା…

ବାଲେଶ୍ବରରେ ଲଗାତାର ଅଗ୍ନିକାଣ୍ଡ, ରାତିଅଧରେ ଜଳିଗଲା ଜଳିଗଲା ବ୍ୟାନର ଦୋକାନ

ବାଲେଶ୍ୱର,୨।୧୦( ବାଞ୍ଛାନିଧି ଦେ): ବାଲେଶ୍ୱର ଚର୍ଚ୍ଚ ଲାଇନ୍‌ ଗଳିରେ ଗୁରୁବାର ବିଳମ୍ବିତ ରାତିରେ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି । ବିଦ୍ୟୁତ୍‌ ସର୍ଟ ସର୍କିଟ୍‌ରୁ ଜଳିଗଲା ଏକ ବ୍ୟାନର୍‌…

ଅକ୍ଟୋବର ୪ରୁ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର, ଲିଟର ପିଛା….

ଭୁବନେଶ୍ୱର,୨।୧: ଅକ୍ଟୋବର ୪ରୁ ରାଜ୍ୟରେ ବଢ଼ିବ ଓମ୍‌ଫେଡ୍ କ୍ଷୀର ଦର । ଓଡ଼ିଶା ଷ୍ଟେଟ୍ କୋ-ଅପରେଟିଭ୍ ମିଲ୍କ ପ୍ରଡ୍ୟୁସର୍ସ ଫେଡେରେସନ୍ (ଓମ୍‌ଫେଡ୍) ପକ୍ଷରୁ ବିଭିନ୍ନ ପ୍ରକାର କ୍ଷୀରର…

କ୍ୟାନସରକୁ ହରାଇ ୧୦ ବର୍ଷ ପରେ ଦଳକୁ ଫେରିଲେ ଏହି କ୍ରିକେଟର୍‌: ଅଚାନକ ମିଳିଲା..

ସିଡନୀ,୨।୧୦: ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ପାଇଁ ଅଷ୍ଟ୍ରେଲିଆ କ୍ରିକେଟ ଦଳରେ ବଡ଼ ପରିବର୍ତ୍ତନ ହୋଇଛି। ଟେଷ୍ଟିକୁଲାର କ୍ୟାନସର ଭଳି ଗୁରୁତର ରୋଗକୁ ପରାସ୍ତ କରି…

ଟିଏମ୍‌ସିର ଜବତ ବ୍ୟାଙ୍କ ଆକାଉଣ୍ଟ ମାମଲା, ହସ୍ତକ୍ଷେପ କରିବାକୁ ମନାକଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨।୧୦: ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମ୍‌ସି ଗୋଷ୍ଠୀର ପ୍ରାୟ ୮୦୪ କୋଟି ଟଙ୍କା ଥିବା ୪ଟି ଜବତ (ଡେବିଟ୍‌-ଫ୍ରିଜ) ବ୍ୟାଙ୍କ ଆକାଉଣ୍ଟକୁ ପରିଚାଳନା କରିବାକୁ ଅନୁମତି ଦେବା…

କାର୍ଯ୍ୟକାରୀ ହେଲା ଜନ୍ମ, ମୃତ୍ୟୁ ସଂଶୋଧନ ଆଇନ

ନୂଆଦିଲ୍ଲୀ,୨।୧୦: ଜନ୍ମ ଓ ମୃତ୍ୟୁ ପଞ୍ଜୀକରଣ (ସଂଶୋଧନ) ଆଇନ, ୨୦୨୬ ଗୁରୁବାରଠାରୁ ଦେଶରେ ଲାଗୁ ହୋଇଛି । ଏଥିରେ ନିର୍ଦ୍ଧାରିତ ସମୟସୀମା ପରେ ଜଣାଯାଇଥିବା ଜନ୍ମ ଓ…

ହାଇଭୋଲଟେଜ୍‌ ଡ୍ରାମା କଲେ ରିଷଭ ପନ୍ତ: ଅମ୍ପାୟରଙ୍କ ସହ ଯୁକ୍ତିତର୍କ ପରେ ଘଟିଲା…

ନୂଆଦିଲ୍ଲୀ,୨।୧୦:ଭାରତୀୟ କ୍ରିକେଟ ଦଳର ଉଇକେଟକିପର-ବ୍ୟାଟର ଋଷଭ ପନ୍ତଙ୍କ ପାଇଁ ଇରାନୀ କପ୍‌ର ପ୍ରଥମ ଦିନ ମଇଦାନରେ ହାଇଭୋଲଟେଜ୍‌ ଡ୍ରାମା କରିଛନ୍ତି। ରେଷ୍ଟ ଅଫ ଇଣ୍ଡିଆର ଅଧିନାୟକ ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?