Posted inଖେଳ

ବିରାଟ କୋହଲି ପିତା ହେବା କଥା ଶୁଣି କ୍ରିକେଟ ଅଷ୍ଟ୍ରେଲିଆର ନିଦ ହଜିଲା, ଜାଣନ୍ତୁ କାହିଁକି

ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲି ଖୁବ୍‌ଶୀଘ୍ର ପିତା ହେବାକୁ ଯାଉଛନ୍ତି। ଏନେଇ ସେ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କ ସହ ସୋସିଆଲ ମିଡିଆରେ ଏକ ଫଟୋ ଶେୟାର କରି କହିଛନ୍ତି ୨୦୨୧ ଜାନୁଆରୀରେ ସେ ପିତା ହେବାକୁ ଯାଉଛନ୍ତି। ବିରାଟ ଏହି ଖୁସି ଖବର ଦେବା ପରେ ତାଙ୍କୁ ଚାରିଆଡୁ ଶୁଭେଚ୍ଛାର ସୁଅ ଛୁଟିଛି। କିନ୍ତୁ ଏହି ଖବରରେ କ୍ରିକେଟ ଅଷ୍ଟ୍ରେଲିଆର ନିଦ ହଜିଯାଇଛି। ଅଷ୍ଟ୍ରେଲିଆ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ, ୨୦୨୧ ଜାନୁୟାରୀରେ ଭାରତ ଅଷ୍ଟ୍ରେଲିଆ ଗସ୍ତରେ ଆସିବ। ଏହି ସମୟରେ କୋହଲି ପିତା ହେବେ। କ୍ରିକେଟ ଅଷ୍ଟ୍ରେଲିଆକୁ ଡର ଅଛି ଯଦି କୋହଲି ଏହି ଗସ୍ତରେ ନ ଆସନ୍ତି ତେବେ ବୋର୍ଡକୁ ବହୁତ କ୍ଷତି ହେବ। କାରଣ ଅଷ୍ଟ୍ରେଲିଆରେ ବିରାଟଙ୍କ ଫ୍ୟାନ୍‌ ଫଲୋଇଙ୍ଗ୍‌ ଅଛି। ଏଠାରେ ଅଧିକ ଭାରତୀୟ ନାଗରିକ ରୁହନ୍ତି। ଯଦି ଅଷ୍ଟ୍ରେଲିଆ ବିରାଟ ନ ଆସ ତେବେ ଷ୍ଟାଡିୟମ ଖାଲି ପଡିବ। ଏହାଦ୍ୱାରା ବୋର୍ଡ ଅଧିକ କ୍ଷତି ସହିବ ବୋଲି କୁହାଯାଉଛି। ସୂଚନାଯୋଗ୍ୟ,କରୋନା ଯୋଗୁ କ୍ରିକେଟ ଅଷ୍ଟ୍ରେଲିଆ ଅନେକ କ୍ଷତି ସହିଛି। ଏପିରିକି କିଛି କିଛି କର୍ମଚାରୀଙ୍କୁ ମଧ୍ୟ କାର୍ଯ୍ୟରୁ ହଟାଇଦିଆଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇପିଏଲ୍‌ ନିଲାମୀ ପୂର୍ବରୁ ନେହେରାଙ୍କ ଭବିଷ୍ୟବାଣୀ: କହିଲେ ମାକ୍ସଓ୍ବେଲ୍‌ ନୁହନ୍ତି ଏହି ଖେଳାଳି ରହିବେ ସବୁଠାରୁ ମହଙ୍ଗା

ନୂଆଦିଲ୍ଲୀ,୧୭।୨: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ୍‌) ୨୦୨୧ ଲାଗି ଗୁରୁବାର ଚେନ୍ନାଇରେ ନିଲାମୀ ପ୍ରକ୍ରିୟା କରାଯିବ। ଏଥିପାଇଁ ୧୧୧୪ ଖେଳାଳି ନାମାଙ୍କନ କରିଥିଲେ। ହେଲେ ସେଥିରୁ ୨୯୨ଜଣ...

ଓସିଏ ଆନ୍ତଃ ଜିଲା ସିନିୟର ଟି ୨୦: କଟକ-ଏ’ ଚାମ୍ପିୟନ

ଭୁବନେଶ୍ୱର,୨୩।୧୨(ସ୍ପୋଟର୍‌ସ ବ୍ୟୁରୋ): ଭୁବନେଶ୍ୱର ଓ କଟକର ବିଭିନ୍ନ ଗ୍ରାଉଣ୍ଡରେ ଓଡ଼ିଶା କ୍ରିକେଟ ଆସୋସିଏଶନ(ଓସିଏ) ଆନୁକୂଲ୍ୟରେ ଚାଲିଥିବା ଆନ୍ତଃ ଜିଲା ସିନିୟର ପୁରୁଷ ଟି ୨୦ କ୍ରିକେଟ...

୬ ବର୍ଷ ଝିଅର ବ୍ୟାଟିଂ ଦେଖି ବଡ଼ ବଡ଼ କ୍ରିକେଟର୍‌ ହେଲେ ଆଶ୍ଚର୍ଯ୍ୟ

ଭାରତରେ କ୍ରିକେଟ୍‌ ସବୁଠୁ ଅଧିକ ଲୋକପ୍ରିୟ ଖେଳ। ଏହାକୁ ସବୁ ବର୍ଗର ଲୋକ ଦେଖିଥାନ୍ତି। ନିକଟରେ ଜଣେ ୬ ବର୍ଷୀୟ ଝିଅଙ୍କ ଏକ ଭିଡିଓ ଭାଇରାଲ...

ଦୀର୍ଘ ଦିନର ଅପେକ୍ଷାର ଅନ୍ତ! ୬୯ ବର୍ଷ ପରେ ଏହି ଭାରତୀୟ ବ୍ୟାଟ୍ସମ୍ୟାନ୍‌ କଲେ ଏଭଳି ସ୍ବତନ୍ତ୍ର ରେକର୍ଡ

ନୂଆଦିଲ୍ଲୀ,୧୩।୮: ଦୀର୍ଘ ଦିନ ଧରି ଭାରତୀୟ ଦଳ ଟେଷ୍ଟ କ୍ରିକେଟରେ ଏକ ଶକ୍ତିଶାଳୀ ଏବଂ ସ୍ଥାୟୀ ଓପନିଂ ଯୋଡ଼ି ଖୋଜୁଥିଲେ। ଅନେକ ଖେଳାଳିଙ୍କୁ ନେଇ ଏହି...

ଅନ୍ୟ ଏକ ତାରିଖରେ ଆୟୋଜିତ ହୋଇପାରେ ଅନ୍ତିମ ଟେଷ୍ଟ ! ବିସିସିଆଇ ଦେଲା ଏହି ବଡ ଅପ୍‌ଡେଟ୍‌

ନୂଆଦିଲ୍ଲୀ,୧୦।୯: କରୋନା ଯୋଗୁ ଭାରତ-ଇଂଲଣ୍ଡ ମଧ୍ୟରେ ଜାରି ଟେଷ୍ଟ ସିରିଜ୍‌ର ଅନ୍ତିମ ମ୍ୟାଚ୍‌କୁ ଏବେ ବାତିଲ କରିଦିଆଯାଇଛି। ମାଞ୍ଚେଷ୍ଟରରେ ହେବାକୁ ଥିବା ଏହି ମୁକାବିଲାକୁ ବାତିଲ...

ଆଇସିସି ଉପରେ ଖୁବ୍ଧ ସଚିନଙ୍କ ପ୍ରଶଂସକ

ନୂଆଦିଲ୍ଲୀ,୨୮।୮: ବେନ ଷ୍ଟୋକ୍ସଙ୍କ ଅପରାଜିତ ଶତକ ବଳରେ ଇଂଲଣ୍ଡ ୩ୟ ଟେଷ୍ଟକୁ ଜିତି ଆଶେସ ସିରିଜ୍‌କୁ ବରାବର ସ୍ଥିତିକୁ ଆଣିଛି। ଏଥିନେଇ ବୁଧବାର ଅନ୍ତର୍ଜାତୀୟ କ୍ରିକେଟ...

ଇତିହାସ ରଚିଲେ ବିରାଟ କୋହଲି

ଆଡିଲେଡ୍‌,୧୮।୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାରି ମ୍ୟାଚ ବିଶିଷ୍ଟ ବର୍ଡର-ଗାଭାସ୍କର ଟ୍ରଫି ଆରମ୍ଭ ହୋଇଛି। ସିରିଜର ପ୍ରଥମ ଟେଷ୍ଟ ମ୍ୟାଚ ଆଡିଲେଡରେ ଖେଳାଯାଉଛି। ଏହି...

୧୧୨ ବଲ୍‌ ଖେଳି କରିଥିଲେ ୧୯ ରନ୍‌; ସେହ୍ବାଗ କହିଲେ ‘ମୋତେ ନିଦ ଆସୁଛି, ଶୋଇବାକୁ ଦିଅ’

ନୂଆଦିଲ୍ଲୀ,୨୩।୬: ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌(ଡବ୍ଲୁଟିସି) ଫାଇନାଲ୍‌ରେ ନ୍ୟୁଜିଲାଣ୍ଡ ଅଧିନାୟକ କେନ୍‌ ଓ୍ବିଲିୟମସନଙ୍କ ଖେଳ ଦେଖି ନିଦ ଆସୁଥିବା କହିଛନ୍ତି ଭାରତୀୟ ଟିମ୍‌ର ପୂର୍ବ ଓପନର ବିରେନ୍ଦ୍ର...

Advertisement
Archives

Model This Week