Posted inଖେଳ

ତାଲିବାନ୍‌ ଆଗରେ ସର୍ତ୍ତ ରଖିଲା କ୍ରିକେଟ ଅଷ୍ଟ୍ରେଲିଆ

କାବୁଲ,୯।୯: ଯଦି ଆଫଗାନିସ୍ତାନରେ ମହିଳାଙ୍କୁ କ୍ରିକେଟ ଖେଳିବାକୁ ଅନୁମତି ନ ମିଳେ, ତେବେ ଆମେ ଐତିହାସିକ ଟେଷ୍ଟ ମ୍ୟାଚ୍‌କୁ ବାତିଲ କରିଦେବୁ। ଏଭଳି ସ୍ବରରେ ତାଲିବାନ୍‌ର ଅନ୍ତରୀଣ ସରକାରଙ୍କୁ ଚେତାବନୀ ଦେଇଛି କ୍ରିକେଟ ଅଷ୍ଟ୍ରେଲିଆ। ତାଲିବାନ୍‌ର କଲଚରାଲ କମିଶନର ଉପ ମୁଖ୍ୟ ଅହମଦୁଲା ଓ୍ବାସିକଙ୍କ ମହିଳା କ୍ରିକେଟ ଉପରେ ବୟାନ କାରଣରୁ ଆସନ୍ତା ନଭେମ୍ବରରେ ଅଷ୍ଟ୍ରେଲିଆ ଓ ଆଫଗାନିସ୍ତାନ ମଧ୍ୟରେ ହେବାକୁ ଥିବା ଟେଷ୍ଟ ମ୍ୟାଚ୍‌ ଉପରେ କଳା ବାଦଲ ଛାୟୀ ହୋଇଯାଇଛି।

ମୋ ମତରେ ମହିଳାଙ୍କୁ କ୍ରିକେଟ ଖେଳିବାକୁ ଅନୁମତି ମିଳିବ ନାହିଁ। ମହିଳାଙ୍କୁ କ୍ରିକେଟ ଖେଳିବାର କିଛି ଆବଶ୍ୟକତା ନାହିଁ। କ୍ରିକେଟ ଭଳି ଖେଳରେ ମହିଳାଙ୍କ ଲାଗି ସର୍ବଦା ମୁହଁ ଓ ବାଳକୁ ଲୁଚାଇ ରଖିବା ସମ୍ଭବ ନୁହେଁ। ଇସଲାମ ଧର୍ମରେ ମହିଳାଙ୍କୁ ଏଭଳି ଦେଖାଯିବାକୁ ଅନୁମତି ଦିଆଯାଇ ନାହିଁ ବୋଲି ଓ୍ବାସିକ କହିଥିଲେ।

ଆଫଗାନିସ୍ତାନକୁ କବ୍‌ଜା କରି ନେବା ପରେ ପୁରୁଷ ଖେଳାଳିଙ୍କ କାର୍ଯ୍ୟସୂଚୀରେ କୌଣସି ବାଧା ଆସିବ ନାହିଁ ବୋଲି ତାଲିବାନ୍‌ ଘୋଷଣା କରିଥିଲା। କିନ୍ତୁ କ୍ରିକେଟ ଅଷ୍ଟ୍ରେଲିଆ (ସିଏ) ଗୁରୁବାର ପକ୍ଷରୁ ଗୁରୁବାର କୁହାଯାଇଛି, ମହିଳା କ୍ରିକେଟକୁ ସମାନ ଗୁରୁତ୍ୱ ଦିଆଯିବା ଉଚିତ୍‌। କ୍ରିକେଟ ଲାଗି ଆମର ଏକମାତ୍ର ଉଦ୍ଦେଶ୍ୟ ହେଲା, ଏହା ସମସ୍ତ ପାଇଁ ଏକ ଖେଳ। ଆମେ ପ୍ରତ୍ୟେକ ସ୍ତରରେ ମହିଳା କ୍ରିକେଟକୁ ସମର୍ଥନ କରୁ। ଯଦି ଆଫଗାନିସ୍ତାନରେ ମହିଳା କ୍ରିକେଟକୁ ଅନୁମତି ନ ମିଳେ, ତେବେ କ୍ରିକେଟ ଅଷ୍ଟ୍ରେଲିଆ ପାଖରେ ପ୍ରସ୍ତାବିତ ହୋବାର୍ଟ ଟେଷ୍ଟ ମ୍ୟାଚ୍‌କୁ ବାତିଲ କରିବା ଛଡ଼ା ଆଉ ବାଟ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏହିଦିନ ଭାରତ-ପାକିସ୍ତାନ ସେମିଫାଇନାଲ ମୁକାବିଲା: କେବେ, କେଉଁଠି ଦେଖିବେ ମ୍ୟାଚ ଜାଣନ୍ତୁ…

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସରେ ଏବେ ଭାରତ ଓ ପାକିସ୍ତାନର ହକି ଟିମ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଉଭୟ ଦଳ ମଧ୍ୟରେ ଏହି ମୁକାବିଲା ସିଧାସଳଖ ଫାଇନାଲ ଟିକେଟ…

ନିର୍ବାଚନ କମିଶନଙ୍କୁ ସୁପ୍ରିମକୋର୍ଟଙ୍କ କଡ଼ା ନିର୍ଦ୍ଦେଶ: ୩ ମାସ ମଧ୍ୟରେ…

ନୂଆଦିଲ୍ଲୀ,୨୮।୯: ସୁପ୍ରିମକୋର୍ଟ ସୋମବାର ନିର୍ବାଚନ କମିଶନଙ୍କୁ ଏକ ବଡ଼ ନିର୍ଦ୍ଦେଶ ଦେଇଛନ୍ତି। ତୃଣମୂଳ କଂଗ୍ରେସ (TMC)ର ଦୁଇ ବିରୋଧୀ ଗୋଷ୍ଠୀ ମଧ୍ୟରେ ‘ଅଲ ଇଣ୍ଡିଆ ତୃଣମୂଳ କଂଗ୍ରେସ’…

ରାଜ୍ୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ କୁନି ସେଠୀ ଚାମ୍ପିୟନ: ଛୁଟୁଛି ଶୁଭେଚ୍ଛାର ସୁଅ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ରାୟଗଡ଼ାଠାରେ ଚାଲିଥିବା ରାଜ୍ୟସ୍ତରୀୟ ବ୍ୟାଡମିଣ୍ଟନ ଚାମ୍ପିୟନସିପ୍‌ରେ ୧୭ ବର୍ଷରୁ କମ ବାଳିକା ବିଭାଗରେ ଦିଗପହଣ୍ଡିର କୁନି ସେଠୀ ଚାମ୍ପିୟନ ହୋଇଛନ୍ତି। ଦିଗପହଣ୍ଡିର ନରେଶ…

ହୀରାକୁଦର ୩୦ ଗେଟ୍‌ ଖୋଲିଲା

ସମ୍ବଲପୁର,୨୮ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହଠାତ୍‌ ୬ ଲକ୍ଷ ଘନଫୁଟ୍‌ରୁ ଊର୍ଦ୍ଧ୍ୱରେ ପହଞ୍ଚିବା ପରେ ସୋମବାର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌କୁ ଖୋଲି…

ବଢୁଛି କଂସ କଳାକାରଙ୍କ ଅଡ଼ୁଆ: ପରିବର୍ତ୍ତନ ଦାବିରେ ଚାଲିଲା ଦସ୍ତଖତ ଅଭିଯାନ

ବରଗଡ଼,୨୯।୯(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ସାଢ଼େ ୩ ମାସ ବାକି ରହିଲା। ୨୦୨୭ ଜାନୁଆରୀ ୧୨ରୁ ୨୨ ତାରିଖ…

୩୬ ଘଣ୍ଟାରେ ଜ୍ଞାନେଶ କୁମାରଙ୍କୁ ୩ ବଡ଼ ଆଶ୍ୱସ୍ତି, ନୀରବ ରହି ମଜବୁତ କଲେ ନିଜ ସ୍ଥିତି

ନୂଆଦିଲ୍ଲୀ,୨୮।୯: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ଗତ କିଛି ଦିନ ହେବ ରାଜନୀତି ସରଗରମ ରହିଛି। ସେପ୍ଟେମ୍ବର ୨୩ରେ ପ୍ରକାଶିତ ଏକ ରିପୋର୍ଟରେ…

କଲେଜ ବ୍ୟାଗ୍‌ରେ ଗଞ୍ଜେଇ ଚାଲାଣ, ଧରାପଡ଼ିଲେ ଯୁବକ

ଦିଗପହଣ୍ଡି,୨୮।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୁଞ୍ଜିକଂୟା ଛକରେ ସୋମବାର ସନ୍ଦେହ ଜନକ ଭାବେ ଠିଆ ହୋଇଥିବା ଜଣେ ଯୁବକଙ୍କ କଲେଜ ବ୍ୟାଗକୁ ପୋଲିସ ଯାଞ୍ଚ…

ମହିଳା ୨୫ ମି. ପିସ୍ତଲରେ ଇଶାଙ୍କୁ ରୌପ୍ୟ, ନିରାଶ କଲେ ମନୁ

ନାଗୋୟା,୨୮ା୯: ଭାରତୀୟ ଶୁଟର ଇଶା ସିଂ ମହିଳା ୨୫ ମି. ପିସ୍ତଲ ବ୍ୟକ୍ତିଗତ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି। ଚଳିତ ଏସିଆନ ଗେମ୍ସରେ ଶୁଟିଂ ପ୍ରତିଯୋଗିତାରେ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?