Posted inଖେଳ

ଅଷ୍ଟ୍ରେଲିଆକୁ ଲାଗିଲା ବଡ଼ ଝଟ୍‌କା

ବ୍ରିସ୍‌ବେନ୍‌,୧୩।୧: ଭାରତୀୟ ଦଳ ଆହତ ଖେଳାଳିଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଏବେ ଅଷ୍ଟ୍ରେଲିଆ ମଧ୍ୟ ଏକ ଅସୁବିଧାର ସମ୍ମୁଖୀନ ହୋଇଛି। ସିଡନୀ ଟେଷ୍ଟରେ ଡେବ୍ୟୁ କରିଥିବା ୱିଲ ପୁକୋସ୍କି ଶେଷ ଟେଷ୍ଟରୁ ବାଦ୍‌ ପଡିବାର ସମ୍ଭାବନା ସୃଷ୍ଟି ହୋଇଛି। କୋଚ ଜଷ୍ଟିନ ଲାଙ୍ଗର ବୁଧବାର ଏହି ସୂଚନା ଦେଇଛନ୍ତି। ଜାନୁଆରୀ ୧୫ରେ ବ୍ରିସବେନରୁ ଆରମ୍ଭ ହେବାକୁ ଥିବା ଟେଷ୍ଟରେ ଅଷ୍ଟ୍ରେଲିଆର ଏକ ନୂତନ ଓପନିଂ ଯୋଡି ସହିତ ଦେଖିବାକୁ ମିଳିବ। ସିଡନୀ ଟେଷ୍ଟର ପ୍ରଥମ ଇନିଂସରେ ସେ ଅର୍ଦ୍ଧଶତକ (୬୨) ହାସଲ କରି ପୁକୋସ୍କି ତାଙ୍କ ଅନ୍ତର୍ଜାତୀୟ କ୍ୟାରିୟରରେ ଦମ୍‌ଦାର୍‌ୁ ଆରମ୍ଭ କରିଥିଲେ। ତେବେ ଦ୍ୱିତୀୟ ଇନିଂସରେ ସେ ସହଜରେ ଆଉଟ୍‌ ହୋଇଥିଲେ ଏବଂ ମ୍ୟାଚ୍‌ର ପଞ୍ଚମ ଦିନରେ ତାଙ୍କ ଡାହାଣ କାନ୍ଧରେ ଆଘାତ ଲାଗିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ସାମ୍ନାକୁ ଆସିଲା ବିରାଟ-ଅନୁଷ୍କାଙ୍କ ଝିଅର ପ୍ରଥମ ଫଟୋ

ଭାରତୀୟ କ୍ରିକେଟ୍‌ ଦଳର ଅଧିନାୟକ ବିରାଟ କୋହଲି ପିତା ହେବାର ସୌଭାଗ୍ୟ ଅର୍ଜନ କରିଛନ୍ତି। ତାଙ୍କ ସ୍ତ୍ରୀ ତଥା ଅଭିନେତ୍ରୀ ଅନୁଷ୍କା ଶର୍ମା କନ୍ୟା ସନ୍ତାନ...

ରାହୁଲଙ୍କ ଶତକ: ପଞ୍ଜାବର ବୃହତ୍‌ ବିଜୟ

ଦୁବାଇ, ୨୫।୯- ଇଣ୍ଡିଆନ ପ୍ରିମିୟର ଲିଗ୍‌ର ଅନ୍ୟତମ ଟାଇଟଲ ଫେଭରାଇଟ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର(ଆରସିବି) ଗୁରୁବାର ଅନୁଷ୍ଠିତ ମ୍ୟାଚରେ ଲଜ୍ଜାଜନକ ପରାଜୟ ବରଣ...

ଆଜିର ଦିନରେ ପାକିସ୍ତାନ ବିପକ୍ଷରେ ଡେବ୍ୟୁ ମ୍ୟାଚ୍‌ ଖେଳିଥିଲେ ମାଷ୍ଟର ବ୍ଲାଷ୍ଟର; ହେଲେ ଏହି ଘଟଣା ଯୋଗୁ…

ନୂଆଦିଲ୍ଲୀ,୧୫।୧୧: ୩୧ ବର୍ଷ ପୂର୍ବେ ଆଜିର ଦିନରେ କରାଚିରେ ନିଜର ଅନ୍ତର୍ଜାତୀୟ କ୍ରିକେଟ କ୍ୟାରିୟର ଆରମ୍ଭ କରିଥିଲେ ସଚିନ ତେନ୍ଦୁଲକର। ମାତ୍ର ୧୬ ବର୍ଷ ବୟସରେ...

ରାଜସ୍ଥାନ ବିପକ୍ଷ ମ୍ୟାଚ୍‌ ପୂର୍ବରୁ ସନ୍‌ରାଇଜର୍ସକୁ ଝଟ୍‌କା; ଖେଳିବେନି ଏହି ଷ୍ଟାର ଖେଳାଳି

ଦୁବାଇ, ୨୨।୧୦: ଚଳିତ ଆଇପିଏଲ୍‌ର ୪୦ତମ ମୁକାବିଲାରେ ଗୁରୁବାର ରାଜସ୍ଥାନ ରୟାଲ୍ସର ମୁକାବିଲା ସନ୍‌ରାଇଜର୍ସ ହାଇଦ୍ରାବାଦ୍‌ ସହ ହେବ। ତେବେ ଏହି ମ୍ୟାଚ୍‌ ପୂର୍ବରୁ ଡେଭିଡ୍‌...

ଇଞ୍ଜିନିୟରଙ୍କ ଅଭିଯୋଗକୁ ଅନୁଷ୍କାଙ୍କ ଖଣ୍ଡନ

ନୂଆଦିଲ୍ଲୀ,୧।୧୧(ପି.ଟି.)- ଇଂଲଣ୍ଡରେ ଅନୁଷ୍ଠିତ ବିଶ୍ୱକପ୍‌ବେଳେ ଭାରତୀୟ ଦଳର ଅଧିନାୟକ ବିରାଟ କୋହଲିଙ୍କ ସ୍ତ୍ରୀ ଅନୁଷ୍କା ଶର୍ମାଙ୍କୁ ଚୟନକର୍ତ୍ତା ଚା’ ପରଷି ଥିବା ଭଳି ଗୁରୁତର ଅଭିଯୋଗ...

ତୃତୀୟ ଟେଷ୍ଟ: ପ୍ରଥମ ମହିଳା ମ୍ୟାଚ ଅଫିସିଆଲ କ୍ଲେୟାର ପୋଲୋସାକ

ସିଡ୍‌ନୀ, ୭।୧(ପି.ଟି.): ଗୁରୁବାରଠାରୁ ଏଠାରେ ଆରମ୍ଭ ହେବାକୁ ଯାଉଥିବା ତୃତୀୟ ଟେଷ୍ଟ ମ୍ୟାଚରେ ଏକ ନୂଆ କଥା ଦେଖିବାକୁ ମିଳିବ। ପ୍ରଥମଥର ପାଇଁ ଏକ ପୁରୁଷ...

ଡଚ୍‌ ଓପନ୍‌ ବ୍ୟାଡମିଣ୍ଟନ: ଲକ୍ଷ୍ୟଙ୍କୁ ଟାଇଟଲ

ଅଲମେର,୧୩।୧୦(ପି.ଟି.)- ଉଦୀୟମାନ ବ୍ୟାଡମିଣ୍ଟନ ତାରକା ଭାରତର ଲକ୍ଷ୍ୟ ସେନ ଆଉ ଏକ ବିଶ୍ୱସ୍ତରୀୟ ସଫଳତା ଅର୍ଜନ କରିଛନ୍ତି। ନେଦରଲାଣ୍ଡ୍ସର ଅଲମେରଠାରେ ଖେଳାଯାଇଥିବା ଡଚ୍‌ ଓପନ୍‌ ବ୍ୟାଡମିଣ୍ଟନ...

ସିନ୍‌ସିନାଟି ମାଷ୍ଟର୍ସ ଟେନିସ : ସେମିରେ ହାରିଲେ ଜୋକୋଭିଚ୍‌, ମେଡଭେଡେଭ- ଗଫିନ୍‌ ଫାଇନାଲ

ସିନସିନାଟି, ୧୮।୮(ଏଏଫ୍‌ପି): ଏଠାରେ ଚାଲିଥିବା ସିନସିନାଟି ମାଷ୍ଟର୍ସ ଟେନିସ ଟୁର୍ନାମେଣ୍ଟରେ ବିଶ୍ୱର ୧ ନମ୍ବର ଖେଳାଳି ସର୍ବିୟାର ନୋଭାକ ଜୋକୋଭିଚ୍‌ ସେମିଫାଇନାଲରେ ପରାସ୍ତ ହୋଇ ବିଦାୟ...

Play 250+ Trending Games
Archives

Model This Week

Why Dharitri