Posted inଖେଳ

ରୁଟ୍‌ଙ୍କ ଉଇକେଟ ଇଂଲଣ୍ଡକୁ ପରାଜୟ ଦ୍ୱାରକୁ ଠେଲି ଦେଲା

ଆଡିଲେଡ୍‌,୧୯।୧୨: ଆଶେସ ସିରିଜ୍‌ର ଦ୍ୱିତୀୟ ତଥା ଦିବା-ରାତ୍ର ଟଷ୍ଟରେ ୪ର୍ଥ ଦିନ ସୁଦ୍ଧା ଅଷ୍ଟ୍ରେଲିଆ ତା’ର ବିଜୟ ନିଶ୍ଚିତ କରିଛି। ଅନ୍ତିମ ଦିନ ମ୍ୟାଚ୍‌ ଜିତିବା ପାଇଁ ଘରୋଇ ବୋଲରଙ୍କୁ ଇଂଲଣ୍ଡର ୬ ଉଇକେଟ ଦରକାର। ବର୍ତ୍ତମାନ ୪୬୯ ରନ୍‌ର ବିଶାଳ ଟାର୍ଗେଟ ପିଛା କରୁଥିବା ଇଂଲଣ୍ଡ ଦଳ ୪ ଉଇକେଟ ହରାଇ ୮୨ ରନ୍‌ କରିଛି। ଅଧିନାୟକ ଜୋ ରୁଟ୍‌ (୨୪)ଙ୍କ ଉଇକେଟ ପଡ଼ି ସାରିଥିବାରୁ ବଢ଼ିଯାଇଛି ଅଷ୍ଟ୍ରେଲିଆର ବିଜୟ ସମ୍ଭାବନା। ରବିବାର ମିଚେଲ ଷ୍ଟାର୍କ ଅନ୍ତିମ ବଲରେ ରୁଟ୍‌ଙ୍କୁ ଆଉଟ୍‌ କରି ଇଂଲଣ୍ଡକୁ ଠେଲି ଦେଇଛନ୍ତି ପରାଜୟ ଦ୍ୱାରକୁ।

ମ୍ୟାଚ୍‌ରେ ଇଂଲଣ୍ଡର ଭବିଷ୍ୟତ ସମ୍ପୂର୍ଣ୍ଣ ବେନ ଷ୍ଟୋକ୍ସ (୩)ଙ୍କ ଉପରେ ନିର୍ଭର କରେ। ୨ ବର୍ଷ ତଳେ ଇଂଲଣ୍ଡକୁ ଲିଡ୍ସରେ ରୋମାଞ୍ଚକ ବିଜୟ ଦେଇଥିବା ଏହି ଅଲରାଉଣ୍ଡର ଏବେ ୩ ରନ୍‌ରେ ଅପରାଜିତ ଅଛନ୍ତି। ତାଙ୍କୁ ସହଯୋଗ କରିବା ପାଇଁ ଅଛନ୍ତି ଜୋସ ବଟଲର ଓ କ୍ରିସ ଓ୍ବକ୍ସଙ୍କ ଭଳି ଦକ୍ଷ ବ୍ୟାଟର। ଏମାନେ ମ୍ୟାଚ୍‌କୁ ଡ୍ର’ ଆଡ଼କୁ ନେଇପାରନ୍ତି। ରୋରି ବର୍ନସ (୩୪), ହାସିମ ହାମିଦ (୦) ଓ ଦାଓ୍ବିଦ ମଲାନ (୨୦) ଆଉଟ୍‌ ହୋଇସାରିଛନ୍ତି।

ପୂର୍ବରୁ ପ୍ରଥମ ଇନିଂସରେ ଇଂଲଣ୍ଡକୁ ୨୩୬ ରନ୍‌ରେ ଅଲଆଉଟ୍‌ କରି ୨୩୭ ରନ୍‌ର ଅଗ୍ରଣୀ ହାସଲ କରିଥିଲା ଅଷ୍ଟ୍ରେଲିଆ (୪୩୭/୯)। ଦ୍ୱିତୀୟ ଇନିଂସରେ ଷ୍ଟିଭ ସ୍ମିଥଙ୍କ ନେତୃତ୍ୱାଧୀନ ଦଳ ୨୩୦ ରନ୍‌ରେ ୯ ଉଇକେଟ ହରାଇ ପରେ ବ୍ୟାଟିଂ ଛାଡ଼ିଥିଲା।

 


Enter your email to get our daily news in your inbox.

All Right Reserved By Dharitri.Com

ବିଦ୍ୟାର୍ଥୀଙ୍କୁ କ୍ୟାରିୟର ଚୟନ ନେଇ ମାର୍ଗଦର୍ଶନ: ଭଞ୍ଜନଗର କେଭିରେ ପ୍ରଥମଥର ପାଇଁ…

ଭଞ୍ଜନଗର, ୨୫।୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲାର ଭଞ୍ଜନଗର କେନ୍ଦ୍ରୀୟ ବିଦ୍ୟାଳୟ ପକ୍ଷରୁ ଦଶମ ଓ ଏକାଦଶ ଶ୍ରେଣୀର ବିଜ୍ଞାନ ବିଭାଗର ଛାତ୍ରୀଛାତ୍ରଙ୍କୁ ନେଇ ପ୍ରଥମଥର ପାଇଁ…

ମନ୍ତ୍ରୀଙ୍କ ବଡ଼ ଚେତାବନୀ, ସାର କଳାବଜାରୀ କଲେ ହେବ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର,୨୫।୮: ସମବାୟ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ମଙ୍ଗଳବାର ଏକ ବଡ଼ ଚେତାବନୀ ଦେଇଛନ୍ତି। ସାର କଳାବଜାରୀ କଲେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି…

ମମତାଙ୍କ ସନ୍ନ୍ୟାସ ବୟାନକୁ ନେଇ ଭାଜପାର ତୀବ୍ର ଟାର୍ଗେଟ୍‌, କହିଲା- ‘ତାଙ୍କ ବୟସ ମଧ୍ୟ…’

କୋଲକାତା,୨୫।୮: ଟିଏମସି ପ୍ରମୁଖ ମମତା ବାନାର୍ଜୀଙ୍କ ପକ୍ଷରୁ ‘ରାଜନୀତିରୁ ସନ୍ନ୍ୟାସ’ ନେବା ସମ୍ପର୍କରେ ଦିଆଯାଇଥିବା ବୟାନ ଉପରେ ଭାଜପା ପକ୍ଷରୁ ପାଲଟା ଜବାବ ଦିଆଯାଇଛି। ପଶ୍ଚିମବଙ୍ଗର ସ୍ବାସ୍ଥ୍ୟମନ୍ତ୍ରୀ…

ବଡ଼ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ୨ ପୋଲିସ କର୍ମଚାରୀ

ବୌଦ୍ଧ,୨୫।୮: ବୌଦ୍ଧ ପୋଲିସ ପକ୍ଷରୁ ମଙ୍ଗଳବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ୨ଜଣ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଠିକ୍‌…

ଭାରତରେ ଅଲଗା-ୟୁରୋପରେ ଅଲଗା କାହିଁକି? ଫାଣ୍ଟା ଠାରୁ ମ୍ୟାଗି ପର୍ଯ୍ୟନ୍ତ ପ୍ୟାକେଜ ହୋଇଥିବା ଖାଦ୍ୟ ପାଇଁ ଦ୍ୱୈତ ମାନଦଣ୍ଡ ଉପରେ ପ୍ରଶ୍ନ

ନୂଆଦିଲ୍ଲୀ,୨୫।୮: ଭାରତରେ ୟୁରୋପ ତୁଳନାରେ ପ୍ୟାକେଜ ହୋଇଥିବା ଖାଦ୍ୟ ଏବଂ ପାନୀୟର ସମାନ ବିଶ୍ୱ ବ୍ରାଣ୍ଡ ପାଇଁ ଭିନ୍ନ ରଚନା, ପୁଷ୍ଟିକର ସୂଚନା ଏବଂ ଚେତାବନୀ ଲେବଲର…

ଉତ୍ତରାଷାଢ଼ା ନକ୍ଷତ୍ର ସହ ଆୟୁଷ୍ମାନ ଯୋଗ: ଆଜିଠୁ ଏହି ୫ ରାଶିଙ୍କ ଭଲ ଦିନ ଆରମ୍ଭ, ଚାକିରିରେ ପ୍ରମୋସନ ସହ ଧନବର୍ଷା!

୨୫ ଅଗଷ୍ଟ ୨୦୨୬ ଦିନଟି ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ବେଶ ଖାସ୍‌ ରହିପାରେ। ଏହି ଦିନ ଶ୍ରାବଣ ଶୁକ୍ଳ ପକ୍ଷର ଦ୍ୱାଦଶୀ ତିଥି ଏବଂ ମଙ୍ଗଳବାର।…

କାର୍‌କୁ ୧୦୦ ମିଟର ଘୋଷାଡ଼ି ନେଲା ଟ୍ରକ, ଆଉ ତା’ପରେ…

ଭୁବନେଶ୍ୱର,୨୫।୮: ରାଜଧାନୀ ଭୁବନେଶ୍ୱର ପାହାଳ ନିକଟରେ ମଙ୍ଗଳବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଭାରସାମ୍ୟ ହରାଇ ଏକ କାର୍‌କୁ ଧକ୍କା ଦେଇ ୧୦୦ ମିଟର ପର୍ଯ୍ୟନ୍ତ…

ଚନ୍ଦନ କଳସ ଯାତ୍ରାକୁ କୋରାପୁଟରେ ଭବ୍ୟ ସ୍ବାଗତ

କୋରାପୁଟ,୨୫।୮(ଅମିତାଭ ବେହେରା): ସନ୍ଥ ଶିରୋମଣି ଗୁରୁ ରବିଦାସଜୀଙ୍କ ୬୫୦ତମ ଜୟନ୍ତୀ ଅବସରରେ ସାମାଜିକ ସମରସତା ଓ ଭାଇଚାରାର ବାର୍ତ୍ତା ନେଇ ଆୟୋଜିତ ‘ସମରସ ସଂକଳ୍ପ ଅଭିଯାନ’ର ପବିତ୍ର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri