Posted inଖେଳ

ପାକିସ୍ତାନ ଗସ୍ତ କରିବ ଅଷ୍ଟ୍ରେଲିଆ

ମେଲବୋର୍ନ,୨୫।୧: ଅଷ୍ଟ୍ରେଲିଆ କ୍ରିକେଟ ଦଳ ତା’ର ନିୟମିତ ଖେଳାଳିଙ୍କ ସହ ପାକିସ୍ତାନ ଗସ୍ତ କରିବାକୁ ଯାଉଛି। ଏପର୍ଯ୍ୟନ୍ତ ଅଷ୍ଟ୍ରେଲିଆ ଦଳର କୌଣସି ଖେଳାଳି ପାକିସ୍ତାନ ଯିବା ପାଇଁ ଅନିଚ୍ଛା ପ୍ରକାଶ କରି ନାହାନ୍ତି। ସୁରକ୍ଷା ଗତ କାରଣରୁ ଏକ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ହେଲା କୌଣସି ବଡ଼ କ୍ରିକେଟିଂ ଦେଶ ପାକିସ୍ତାନକୁ ଗସ୍ତ କରିବାକୁ ଇଚ୍ଛା ପ୍ରକଟ କରୁ ନାହାନ୍ତି।

୧୯୯୬ରେ ଅନ୍ତିମ ଥର ଆଇସିସି ଇଭେଣ୍ଟ ଆୟୋଜନ କରିଥିଲା ପାକିସ୍ତାନ। ସେତେବେଳେ ଶ୍ରୀଲଙ୍କା ସହ ମିଶି ପାକିସ୍ତାନ ବିଶ୍ୱକପ୍‌ ଆୟୋଜନ କରିଥିଲା। ୨୦୦୯ରେ ଶ୍ରୀଲଙ୍କା କ୍ରିକେଟ ଦଳର ବସ ଉପରେ ଆତଙ୍କବାଦୀ ଆକ୍ରମଣ ପରଠାରୁ ୨୦୧୯ ପର୍ଯ୍ୟନ୍ତ ଦେଶରେ ଟେଷ୍ଟ କ୍ରିକେଟ ଦୂରେଇ ଯାଇଥିଲା।

ଗତ ବର୍ଷ ଟି୨୦ ବିଶ୍ୱକପ୍‌ ପୂର୍ବରୁ ନ୍ୟୁଜିଲାଣ୍ଡ ଓ ଇଂଲଣ୍ଡ ସୁରକ୍ଷା ଗତ କାରଣ ଦର୍ଶାଇ ପାକିସ୍ତାନ ଗସ୍ତରୁ ଓହରି ଯାଇଥିଲେ। କିନ୍ତୁ ଅଷ୍ଟ୍ରେଲିଆ ଦଳର ଗସ୍ତ ଏବେ ଟ୍ରାକରେ ଥିବା ଭଳି ଅନୁଭବ ହେଉଛି। ଅଷ୍ଟ୍ରେଲିଆ କ୍ରିକେଟ(ସିଏ)ର ଜାତୀୟ ଚୟନକର୍ତ୍ତା ଜର୍ଜ ବେଲି ସୁରକ୍ଷା ବ୍ୟବସ୍ଥାକୁ ପ୍ରଶଂସା କରିଛନ୍ତି।

“ସିଏ ପାକିସ୍ତାନ ଗସ୍ତ ଉପରେ ଏବେ ଛୋଟ ଛୋଟ କାମ କରୁଛି। ଏସବୁ ଶେଷ ହେଲା ପରେ ଗସ୍ତ ଲାଗି ଦଳ ଘୋଷଣା କରାଯିବ। ଏପର୍ଯ୍ୟନ୍ତ ସବୁ କିଛି ଠିକ୍‌ ଚାଲିଛି” ବୋଲି ବେଲି କହିଛନ୍ତି। ଅନ୍ତିମ ଥର ୧୯୯୮ରେ ମାର୍କ ଟେଲରଙ୍କ ନେତୃତ୍ୱରେ ଅଷ୍ଟ୍ରେଲିଆ ଦଳ ପାକିସ୍ତାନ ଗସ୍ତ କରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଆଇସିସି କ୍ରିକେଟ ବିଶ୍ୱକପ୍‌: ଓ୍ବେଷ୍ଟଇଣ୍ଡିଜର ବିଜୟ ଅଭିଯାନ

ନଟିଂହାମ,୧।୬(ପି.ଟି.)- ଆନ୍ତର୍ଜାତିକ କ୍ରିକେଟ କାଉନସିଲ (ଆଇସିସି) ବିଶ୍ୱକପ୍‌ରେ ଜାସନ ହୋଲ୍ଡରଙ୍କ ନେତୃତ୍ୱାଧୀନ ଓ୍ବେଷ୍ଟଇଣ୍ଡିଜ୍‌ ୨୧୮ଟି ବଲ ବାକିଥାଇ ୭ ଉଇକେଟରେ ପାକିସ୍ତାନକୁ ପରାସ୍ତ କରି ପୂରା...

ହିରୋ ଭଳି ଭାରତ ଫେରିଲେ ରାହାନେ: ବ୍ୟାନର୍‌ରେ ଲୋକେ ଲେଖିଲେ ‘୫,୪,୩,୨,୧,୦’; ଜାଣନ୍ତୁ କାହିଁକି..

ନୂଆଦିଲ୍ଲୀ,୨୧।୧: ଅଷ୍ଟ୍ରେଲିଆରେ ଘରୋଇ କ୍ରିକେଟ୍‌ ଟିମ୍‌କୁ ହରାଇ ବର୍ଡର-ଗାଭାସ୍କର ଟ୍ରଫି ହାତେଇବାରେ ସଫଳ ହୋଇଥିଲା ଭାରତ। ଅଧିନାୟକ ବିରାଟ କୋହଲି, ମହମ୍ମଦ ଶାମୀ, ଜସପ୍ରିତ ବୁମ୍‌ରାଙ୍କ...

ସିରିଜ୍‌ ଜିତିବା ପାଇଁ ଦରକାର ୫ ଉଇକେଟ

ମୁମ୍ବାଇ,୫।୧୨: ନ୍ୟୁଜିଲାଣ୍ଡ ବିପକ୍ଷ ଟେଷ୍ଟ ସିରିଜ୍‌ ଜିତିବା ପାଇଁ ଭାରତୀୟ ଦଳକୁ ଆଉ ୫ ଉଇକେଟ ଦରକାର। ପ୍ରଥମ ଟେଷ୍ଟ ଅମୀମାଂଶିତ ଭାବେ ଶେଷ ହୋଇଥିବା...

ପାକିସ୍ତାନ ଟିମ୍‌ ପାଖରେ ହରାଇବାକୁ କିଛି ନାହିଁ, କିନ୍ତୁ ଟିମ୍‌ ଇଣ୍ଡିଆର ସ୍ଥିତି ଖରାପ: ଶୋଏବ

ନୂଆଦିଲ୍ଲୀ,୨୨।୧୦: ପାକିସ୍ତାନ ବିପକ୍ଷରେ ଅକ୍ଟୋବର ୨୪ରେ ଟି-୨୦ ବିଶ୍ୱକପ୍‌ର ପ୍ରଥମ ମ୍ୟାଚ୍‌ ଖେଳିବ ଭାରତ। ଏହି ମୁକାବିଲାକୁ ନେଇ ଏବେଠାରୁ ଜୋରଦାର ଚର୍ଚ୍ଚା ହେବାରେ ଲାଗିଛି।...

ରୋହିତ ଶର୍ମାଙ୍କୁ ଦେଖି କାନ୍ଦିଲେ ପ୍ରଶଂସକ: ଏବେ ଦେବେ ଜୋରିମନା

ମେଲବୋର୍ନ,୭।୧୧: ସୁପର-୧୨ ରାଉଣ୍ଡର ଶେଷ ମ୍ୟାଚ ମେଲବୋର୍ନରେ ଭାରତ ଏବଂ ଜିମ୍ବାୱେ ମଧ୍ୟରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ଭାରତ ଜିମ୍ବାୱେକୁ ୭୧ ରନରେ ପରାସ୍ତ କରି...

ଫଟା ଜୋତା ପିନ୍ଧି ପଡ଼ିଆରେ ନଜର ଆସିଲେ ମହମ୍ମଦ ଶାମି, ପ୍ରଶଂସକ ହେଲେ ଆଶ୍ଚର୍ଯ୍ୟ

ଆଡିଲେଡ୍‌,୧୮ା୧୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଚାଲିଥିବା ବର୍ଡର-ଗାଭାସ୍କର ଟ୍ରଫିରେ ଭାରତୀୟ ଦଳ ପ୍ରଥମ ଇନିଂସରେ ୨୪୪ ରନ୍‌ ସଂଗ୍ରହ କରିଛି। ପିଙ୍କ୍‌ ବଲ୍‌ ସହିତ...

ମନୋଜ ତିଓ୍ବାରୀଙ୍କ ତ୍ରିଶତକ

କଲ୍ୟାଣୀ (ପଶ୍ଚିମ ବଙ୍ଗ), ୨୧ା୧ (ପି.ଟି.)- ହାଇଦ୍ରାବାଦ ବିପକ୍ଷ ଗ୍ରୁପ୍‌ ଏ’ ରଣଜୀ ଟ୍ରଫି ମ୍ୟାଚରେ ସିନିୟର ବ୍ୟାଟ୍ସମ୍ୟାନ ମନୋଜ ତିଓ୍ବାରୀଙ୍କ ତ୍ରିଶତକ ସହାୟତାରେ ବେଙ୍ଗଲ...

ୟୁରୋକପ୍‌ ଫାଇନାଲ: କଳାବଜାର : ୮୩ ହଜାର ଟଙ୍କାର ଟିକେଟ ଏବେ ୫୬ ଲକ୍ଷ

ଲଣ୍ଡନ,୧୦।୭: ଇଂଲଣ୍ଡ ଓ ଇଟାଲୀ ମଧ୍ୟରେ ରବିବାର ଆୟୋଜନ ହେବାକୁ ଥିବା ୟୁରୋକପ୍‌ ଫାଇନାଲକୁ ନେଇ ସାରା ଦେଶରେ ଜବରଦସ୍ତ ଉତ୍ସାହ ଦେଖାଦେଇଛି। ସ୍ଥାନୀୟ ଓ୍ବେମ୍ବଲି...

Advertisement
Archives

Model This Week