Posted inUncategorized

ବ୍ରୋଞ୍ଜ ପାଇଁ ଲଢ଼ିବେ ଅଷ୍ଟ୍ରେଲିଆ-ନେଦରଲାଣ୍ଡ୍ସ

ଭୁବନେଶ୍ୱର, ୨୯।୧: ହକି ବିଶ୍ୱକପର ବ୍ରୋଞ୍ଜ ପଦକ ପାଇଁ ରବିବାର ଅଷ୍ଟ୍ରେଲିଆ ଓ ନେଦରଲାଣ୍ଡ୍ସ ମଧ୍ୟରେ ଲଢ଼େଇ ହେବ। କଳିଙ୍ଗ ଷ୍ଟାଡିୟମରେ ଅପରାହ୍ନ ୪ଟା ୩୦ରେ ଏହି ମ୍ୟାଚ ଆରମ୍ଭ ହେବ। ପ୍ରଥମ ସେମିଫାଇନାଲରେ ଅଷ୍ଟ୍ରେଲିଆ ୩-୪ ଗୋଲରେ ଜର୍ମାନୀ ନିକଟରୁ ହାରି ଯାଇଥିବାବେଳେ ବେଲଜିୟମ ବିପକ୍ଷ ମ୍ୟାଚରେ ଶୁଟ୍‌ଆଉଟ ହୋଇ ଯାଇଥିଲା ନେଦରଲାଣ୍ଡ୍ସ । ନିର୍ଦ୍ଧାରିତ ସମୟ ଖେଳକୁ ନେଦରଲାଣ୍ଡ୍ସ ୨-୨ ଗୋଲରେ ଡ୍ର ରଖି ଫାଇନାଲ ଆଶା ଉଜ୍ଜୀବିତ ରଖିଥିଲା। ମାତ୍ର ଶୁଟ୍‌ ଆଉଟ ପର୍ଯ୍ୟାୟରେ ଦିଗହରା ପ୍ରଦର୍ଶନ ଦଳକୁ ପରାଜୟ ସ୍ବାଦ ଚଖାଇଲା। ଦଳର କେବଳ ୨ ଜଣ ଖେଳାଳି ଶୁଟ୍‌ଆଉଟରେ ଗୋଲ ଦେବାରେ ସକ୍ଷମ ହୋଇଥିଲେ। ୧୯୮୬, ୨୦୧୦ ଓ ୨୦୧୪ରେ ଚାମ୍ପିୟନ ଅଷ୍ଟ୍ରେଲିଆ ୨୦୦୨ ଓ ୨୦୦୬ରେ ରନରଅପ୍‌ ହୋଇଥିଲା। ଏହା ବ୍ୟତୀତ ୧୯୭୮, ୧୯୮୨, ୧୯୯୦, ୧୯୯୪ ଓ ୨୦୧୮ରେ ଦଳ ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ପଦକ ପାଇଥିଲା। ୧୯୯୮ରେ ଦଳକୁ ଚତୁର୍ଥସ୍ଥାନ ମିଳିଥିଲା। ଗତ ସଂସ୍କରଣରେ ବ୍ରୋଞ୍ଜ ପଦକ ଜିତିଥିବାରୁ ଦଳ ଏଥର ତାହା ବଜାୟ ରଖିବା ସମ୍ଭାବନା ରହିଛି। ଅନ୍ୟପକ୍ଷରେ ୧୯୭୩, ୧୯୯୦, ୧୯୯୮ରେ ଚାମ୍ପିୟନ ଏବଂ ୧୯୭୮, ୧୯୯୪, ୨୦୧୪ ଓ ୨୦୧୮ରେ ରନରଅପ୍‌ ନେଦରଲାଣ୍ଡ୍ସ ୨୦୦୨ ଓ ୨୦୧୦ରେ ତୃତୀୟ ସ୍ଥାନରେ ରହି ବ୍ରୋଞ୍ଜ ପଦକ ପାଇଥିଲା। ୧୯୮୨ରେ ଦଳକୁ ଚତୁର୍ଥ ସ୍ଥାନରେ ସନ୍ତୁଷ୍ଟ ହେବାକୁ ପଡ଼ିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସ୍ୱାମୀଙ୍କୁ ନଜଣାଇ ଟ୍ରଙ୍କରେ ରଖିଥିଲେ ୧୨ ଲକ୍ଷ, ସବୁ ଖାଇଦେଲା ମୂଷା! ତାପରେ….

ଲକ୍ଷ୍ନୌ,୨୩।୮: ତ୍ତତ୍ତରପ୍ରଦେଶର ଗୋଣ୍ଡାରୁ ଏପରି ଏକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ନେଇ ସୋସିଆଲ ମିଡିଆରେ ବେଶ୍ ଚର୍ଚ୍ଚା ହେଉଛି । ଜଣେ ମହିଳା ପ୍ରାୟ ୮…

SIM କାର୍ଡ ନିୟମରେ ବଡ଼ ପରିବର୍ତ୍ତନ! କାଲିଠୁ ଏମାନଙ୍କର କଟିଯିବ କନେକ୍ସନ…

ଯଦି ଆପଣଙ୍କ ନାମରେ ଏକାଧିକ ମୋବାଇଲ୍ ସିମ୍ କାର୍ଡ ଅଛି, ତେବେ ଏହି ଖବର ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ। ସରକାର ଏବେ ନିର୍ଦ୍ଧାରିତ ସୀମାଠାରୁ ଅଧିକ ମୋବାଇଲ୍…

କ୍ୟାରିଅର ଶେଷ! ଭାରତୀୟ କ୍ରିକେଟରଙ୍କ ଅବସର ଘୋଷଣା, ଟେଷ୍ଟ, ODI,T20 ଫର୍ମାଟରେ ଟିମ ଇଣ୍ଡିଆ ପାଇଁ କରିଛନ୍ତି ଚମତ୍କାର ପ୍ରଦର୍ଶନ

ନୂଆଦିଲ୍ଲୀ,୨୩।୮: ଗୋଟିଏ ଟେଷ୍ଟ, ଦୁଇଟି ଦିନିକିଆ ଏବଂ ଗୋଟିଏ ଟି-୨୦ରେ ଭାରତର ପ୍ରତିନିଧିତ୍ୱ କରିଥିବା ଲେଗ-ସ୍ପିନର କର୍ଣ୍ଣ ଶର୍ମା ଅନ୍ତର୍ଜାତୀୟ ଏବଂ ଭାରତୀୟ ଘରୋଇ କ୍ରିକେଟରୁ ଅବସର…

ଜନ୍ତର-ମନ୍ତର ଭଳି ପୁଣି ଆନ୍ଦୋଳନର ଚେତାବନୀ ଦେଲା CJP, ଏହିଦିନ ଯୁବବର୍ଗ….

ନୂଆଦିଲ୍ଲୀ,୨୩।୮: ଜନ୍ତର ମନ୍ତରରେ ଚାଲିଥିବା ବିରୋଧ ପ୍ରଦର୍ଶନ ସମୟରେ କେନ୍ଦ୍ର ସରକାର ଦେଇଥିବା ପ୍ରତିଶ୍ରୁତି ପୂରଣ କରିବାକୁ ଦାବି କରିଛି କକ୍ରୋଚ ଜନତା ପାର୍ଟି (CJP) ।…

ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗ: ଜଣେ ଅଭିଯୁକ୍ତଙ୍କୁ ଗିରଫ କଲା ପୋଲିସ

ବଞ୍ଚୋ,୨୩ା୮(ପ୍ରଦୋଷ ବିଶ୍ୱାଳ): ଜଣେ ନାବାଳିକାଙ୍କୁ ବଳାତ୍କାର କରି ଗର୍ଭବତୀ କରିଥିବା ଅଭିଯୋଗରେ ରାମଚନ୍ଦ୍ରପୁର ପୋଲିସ ଜଣେ ଅଭିଯୁକ୍ତଙ୍କୁ ଗିରଫ କରି ପୋକ୍ସୋ କୋର୍ଟକୁ ପଠାଇଛି। ଏନେଇ ରାମଚନ୍ଦ୍ରପୁର…

କେନ୍ଦ୍ରୀୟ କର୍ମଚାରୀଙ୍କ ବଢିବ ଦରମା, ରାକ୍ଷୀରେ ଆସିବ DA!

ନୂଆଦିଲ୍ଲୀ,୨୩।୮: ଦେଶବ୍ୟାପୀ ଲକ୍ଷ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଏବଂ ପେନଶନଭୋଗୀ ଅଷ୍ଟମ ବେତନ ଆୟୋଗ (8th Pay Commission) ଗଠନକୁ ଅପେକ୍ଷା କରିଥିବା ବେଳେ, ବର୍ତ୍ତମାନ ସେମାନଙ୍କ…

ସାଇବର ଠକେଇର ଶିକାରଙ୍କୁ ୪୫ ଲକ୍ଷ ଟଙ୍କା ଫେରାଇଲା ସମ୍ବଲପୁର ପୋଲିସ

ସମ୍ବଲପୁର, ୨୩।୮ (ପ୍ରମୋଦ ବହିଦାର): ସମ୍ବଲପୁର ଜିଲାରେ ବଢ଼ୁଥିବା ସାଇବର ଅପରାଧ ଓ ଆର୍ଥିକ ଠକେଇ ବିରୋଧରେ ସମ୍ବଲପୁର ପୋଲିସକୁ ବଡ଼ ସଫଳତା ମିଳିଛି। ସାଇବର ଥାନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri