କ୍ୱାର୍ଟରରେ ପହଞ୍ଚିଲା ଅଷ୍ଟ୍ରେଲିଆ, ଇଂଲଣ୍ଡ

ବ୍ରିସ୍‌ବେନ୍‌,୭ା୮: ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡରେ ଅନୁଷ୍ଠିତ ମହିଳା ଫୁଟବଲ୍‌ ବିଶ୍ୱକପରେ ସୋମବାର କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ୟୁରୋ କପ୍‌ ଚାମ୍ପିୟନ୍‌ ଇଂଲଣ୍ଡ ଓ ଘରୋଇ ଅଷ୍ଟ୍ରେଲିଆ। ପ୍ରଥମ ଥର ନକ୍‌ଆଉଟରେ ପ୍ରବେଶ କରିଥିବା ନାଇଜେରିଆକୁ ୪-୨ର ପେନାଲ୍ଟି ଶୁଟଆଉଟରେ ପରାସ୍ତ କରି ଇଂଲଣ୍ଡ କ୍ୱାର୍ଟର ଯାଇଥିବା ବେଳେ ଘରୋଇ ଅଷ୍ଟ୍ରେଲିଆ ୨-୦ ଗୋଲରେ ଡେନମାର୍କକୁ ପରାସ୍ତ କରିଛି।
ନାଇଜେରିଆ ବିପକ୍ଷ ମ୍ୟାଚ୍‌ ଇଂଲଣ୍ଡ ପାଇଁ ସହଜ ହେବା ଭଳି ମନେ ହେଉଥିଲା। ତେବେ ପ୍ରଥମ ଥର ରାଉଣ୍ଡ ଅଫ୍‌ ୧୬ରେ ପ୍ରବେଶ କରିଥିବା ନାଇଜେରିଆ ଇଂଲଣ୍ଡକୁ ସହଜରେ ଛାଡି ନ ଥିଲା। ନିର୍ଦ୍ଧାରିତ ସମୟରେ ମ୍ୟାଚ୍‌ଟି ଗୋଲଶୂନ୍ୟ ରହିଥିଲା। ୮୭ ତମ ମିନିଟରେ ଇଂଲଣ୍ଡର ଲରେନ୍‌ ବେଲ୍‌ଙ୍କୁ ରେଡ୍‌ କାର୍ଡ ମିଳିଥିଲା । ପ୍ରତିପକ୍ଷ ଖେଳାଳି ମିଚେଲ୍‌ ଆଲୋଜିଙ୍କୁ ଧକା ମାରିବା କାରଣରୁ ବେଲ୍‌ଙ୍କୁ ପ୍ରଥମେ ୟେଲୋ କାର୍ଡ ମିଳିଥିଲା। ମାତ୍ର ପରେ ରେଫରୀ ଏହାକୁ ସ୍ଲୋ ମୋସନରେ ଟିଭି ସ୍କ୍ରିନରେ ଦେଖିବା ପରେ ୟେଲୋ କାର୍ଡ କ୍ୟାନସଲ କରି ରେଡ୍‌ କାର୍ଡ ପ୍ରଦାନ କରିଥିଲେ। ଫଳରେ ମ୍ୟାଚ୍‌ର ଅନ୍ତିମ ୩୩ ମିନିଟ ଇଂଲଣ୍ଡ ୧୦ ଜଣ ଖେଳାଳିଙ୍କୁ ନେଇ ଖେଳିଥିଲା।
ଅତିରିକ୍ତ ସମୟରେ ମଧ୍ୟ ଉଭୟ ଦଳ ପରସ୍ପରକୁ ଗୋଲ ଦେବାରେ ଅସମର୍ଥ ରହିଥିଲେ। ମ୍ୟାଚ୍‌ ପେନାଲ୍ଟି ଶୁଟଆଉଟକୁ ଯାଇଥିବା ବେଳେ ଇଂଲଣ୍ଡ ଗୋଲ କିପର ମେରୀ ଅର୍ପସ ଚମତ୍କାର ପ୍ରଦର୍ଶନ କରିଥିଲେ। ଇଂଲଣ୍ଡ ପକ୍ଷରୁ ଜର୍ଜିଆ ଷ୍ଟାନଓ୍ବେ ପ୍ରଥମ ଶଟ୍‌ ମାରିଥିବା ବେଳେ ଏହାକୁ ରୋକି ଦେଇଥିଲେ ନାଇଜେରିଆ ଗୋଲି। ବେଥାନି ଇଂଲଣ୍ଡ, ରାଚେଲ୍‌ ଡାଲି, ଆଲେକ୍ସ ଗ୍ରୀନ୍‌ଉଡ୍‌ ଓ କ୍ଲୋଏ କେଲି ଇଂଲଣ୍ଡ ପକ୍ଷରୁ ପରବର୍ତ୍ତୀ ୪ ଶଟ୍‌କୁ ଗୋଲରେ ପରିଣତ କରିଥିଲେ। ନାଇଜେରିଆ ପକ୍ଷରୁ ଡିଜାୟାର ଅପେରୋନୋଜି, ମିଚେଲ୍‌ ଆଲୋଜି ପ୍ରଥମ ଦୁଇ ଶଟ୍‌ କ୍ଲିୟର କରିବାରେ ବିଫଳ ହୋଇଥିଲେ। ପରବର୍ତ୍ତୀ ଦୁଇ ଶଟ୍‌ ରାଶିଡାଟ ଆବିଜାଦେ, କ୍ରିଷ୍ଟି ଉକେଇବେ  ସ୍କୋର କରିଥିବା ବେଳେ ପଞ୍ଚମ ଶଟ୍‌ ମାରିବାର ସୁଯୋଗ ମିଳି ନ ଥିଲା। ଡେନମାର୍କକୁ ୨-୦ ଗୋଲରେ ପରାସ୍ତ କରି ଆୟୋଜକ ଅଷ୍ଟ୍ରେଲିଆ କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି।

Enter your email to get our daily news in your inbox.

All Right Reserved By Dharitri.Com

ଗାଲେ ଟେଷ୍ଟରେ ପଡିକଲଙ୍କ ଦମ୍‌ଦାର ଶତକ, ଭାରତ ୪୬୦/୯

ଗାଲେ, ୧୬ା୮: ଶ୍ରୀଲଙ୍କା ବିପକ୍ଷରେ ଚାଲିଥିବା ପ୍ରଥମ ଟେଷ୍ଟ କ୍ରିକେଟ ମ୍ୟାଚ୍‌ରେ ଭାରତୀୟ ବ୍ୟାଟର ଦମ୍‌ଦାର ପ୍ରଦର୍ଶନ କରିଛନ୍ତି। ବ୍ୟାଟର ଦେବଦତ୍ତ ପଡିକଲଙ୍କ ଶତକ ବଳରେ ଭାରତ…

କେନାଲରେ ଫସି ରହିଥିଲା ବାର୍‌ହା, ଏମିତି ଉଦ୍ଧାର କଲେ ଅଗ୍ନିଶମ କର୍ମଚାରୀ

ଗଞ୍ଜାମ,୧୬।୮(ବିଦ୍ୟାଧର ସାହୁ): ଗଞ୍ଜାମ ସହର ସ୍ଥିତ ପୋତାଗଡ଼ ପାର୍ଶ୍ୱରେ ଥିବା ଋଷୁକୂଲ୍ୟା ନଦୀ ଜଳରେ ବୋଟିଙ୍ଗ ପାଇଁ ନିର୍ମାଣ ହୋଇଥିବା କ୍ଷୁଦ୍ର କେନାଲରେ ଫସି ରହିଥିବା ଏକ…

Ananya Raj Death: ୩୫ ବର୍ଷରେ ଅଭିନେତ୍ରୀ ଅନନ୍ୟା ରାଜଙ୍କ ପରଲୋକ, ମାସେ ପରେ ସାମ୍ନାକୁ ଆସିଲା ଖବର

ମୁମ୍ବାଇ,୧୬।୮: ଅଭିନେତ୍ରୀ ତଥା ସୋସିଆଲ ମିଡିଆ ଷ୍ଟାର ଅନନ୍ୟା ରାଜଙ୍କ ୩୫ ବର୍ଷ ବୟସରେ ଦେହାନ୍ତ ହୋଇଛି । ତାଙ୍କ ମୃତ୍ୟୁର ପ୍ରାୟ ଏକ ମାସ ପରେ…

ଛକରେ କଫସିରପ ବିକ୍ରି ବେଳେ ମାଡିବସିଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୬।୮(ଅଶ୍ୱିନୀ ପାତ୍ର): ବରଗଡ଼ ଜିଲା ସୋହେଲା ପୋଲିସ ଆଜି ବାଉଁସେନମୁରା ଗ୍ରାମ ପଂଚାୟତ ଅନ୍ତର୍ଗତ କେନ୍ଦବାହାଲ ରାସ୍ତାରେ ପେଟ୍ରୋଲିଂ ସମୟରେ ତିନିଜଣ କଫସିରପ ବ୍ୟବସାୟୀଙ୍କୁ ଗିରଫ କରି…

ଅନ୍ଧାରିଆ ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ; ମାଡ଼ିବସିଲା ଝରିଗାଁ ପୋଲିସ, ଜବତ କଲା…

ଝରିଗାଁ,୧୬।୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ନିକଟସ୍ଥ ହୁଣ୍ଡାରଧଡକି ଜଙ୍ଗଲ ନିକଟରେ ଜୁଆ ଖେଳ ଚାଲିଥିବା ବେଳେ ରବିବାର ସନ୍ଧ୍ୟାରେ ଝରିଗାଁ ପୋଲିସ ତରଫରୁ ଅତର୍କିତ…

ଖେମୁଣ୍ଡି ଫୁଟବଲ ଟୁର୍ନାମେଣ୍ଟ: ବ୍ରହ୍ମପୁରର ନଟରାଜ ଟିମ୍‌ ଚାମ୍ପିୟନ

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ସ୍ପୋର୍ଟିଂ କ୍ଲବ ଏବଂ ଏନଏସି କାର୍ଯ୍ୟାଳୟର ମିଳିତ ଆନୁକୁଲ୍ୟରେ ପବିତ୍ର ସ୍ବାଧୀନତା ଦିବସ ଅବସରରେ ସ୍ଥାନୀୟ…

ପ୍ରବଳ ବର୍ଷାକୁ ନେଇ ଚିନ୍ତାରେ ଚାଷୀ, ଆନନ୍ଦପୁର ଉପଜିଲାପାଳ କହିଲେ…

ହାଟଡିହୀ/ଛେନାପଦୀ,୧୬।୮(ଶୁଭକାନ୍ତ ନାୟକ/ନିରାକାର ପରିଡା): ପାଣିପାଗ ବିଭାଗ ତରଫରୁ କେନ୍ଦୁଝର ଜିଲାକୁ ରେଡ୍ ଓ୍ବାର୍ନିଂ ଜାରି କରାଯାଇଥିଲା । ଏହାପରେ ଲୋକଙ୍କ ଧନ, ଜୀବନକୁ ଦୃଷ୍ଟିରେ ରଖି ପ୍ରଶାସନ…

ସଶକ୍ତ ଶିଶୁ ସଶକ୍ତ ଭାରତ କାର୍ଯ୍ୟକ୍ରମରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, କହିଲେ ଶିଶୁଙ୍କ ବୈଷୟିକ ଜ୍ଞାନକୌଶଳ…

ଦିଗପହଣ୍ଡି,୧୬।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ଯା ପୀଠ ବିଦ୍ୟାଳୟ ପରିସରରେ ‘ସଶକ୍ତ ଶିଶୁ ସଶକ୍ତ ଭାରତ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରୋଟାରୀ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri