Posted inଖେଳ

ଓ୍ବାଲର୍‌ଡ କପ ପାଇଁ ୧୮ ଜଣିଆ ସମ୍ଭାବ୍ୟ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ…

ମେଲବୋର୍ନ,୭।୮ : ଓ୍ବାଲର୍‌ଡ କପ ପାଇଁ ସମୟ ପାଖେଇ ଆସୁଛି। ଅକ୍ଟୋବର ୫ ରୁ ଭାରତରେ ମ୍ୟାଚ ଖେଳାଯିବ । ଓ୍ବାଲର୍‌ଡ କପ ପୂର୍ବରୁ ଅଷ୍ଟ୍ରେଲିଆ ଦଳକୁ ଦକ୍ଷିଣ ଆଫ୍ରିକା ଗସ୍ତରେ ୩ ଟି-୨୦ ଏବଂ ୫ ଟି ଏକଦିବସୀୟ ଖେଳିବାକୁ ପଡିବ। ଏହି ସମୟରେ କ୍ରିକେଟ ଅଷ୍ଟ୍ରେଲିଆ ଓ୍ବାଲର୍‌ଡ କପ ପାଇଁ ୧୮ ଜଣିଆ ସମ୍ଭାବ୍ୟ ଦଳ ଘୋଷଣା କରିଛି। ଏହି ଦଳ ଦକ୍ଷିଣ ଆଫ୍ରିକା ଏବଂ ଭାରତ ବିପକ୍ଷରେ ଏକଦିବସୀୟ ସିରିଜ ଖେଳିବ। ଭେଟେରାନ ବ୍ୟାଟ୍ସମ୍ୟାନ ମାର୍ନସ ଲାବୁଶେନ ଏଥିରେ ଅନ୍ତର୍ଭୁକ୍ତ ହୋଇନାହାଁନ୍ତି। ଅର୍ଥାତ ସେ ଓ୍ବାଲର୍‌ଡ କପ ଦଳରୁ ବାହାରେ ଅଛନ୍ତି। ଟିମର ଦକ୍ଷିଣ ଆଫ୍ରିକା ଗସ୍ତ ୩୦ ଅଗଷ୍ଟରୁ ଆରମ୍ଭ ହେଉଛି। ଦକ୍ଷିଣ ଆଫ୍ରିକା ଗସ୍ତ ପରେ ଅଷ୍ଟ୍ରେଲିଆକୁ ଓ୍ବାଲର୍‌ଡ କପ ପୂର୍ବରୁ ଭାରତ ବିପକ୍ଷରେ ୩ ଟି ଏକଦିବସୀୟ ଖେଳିବ। ହାତ ଫାଟିଯିବା କାରଣରୁ ପ୍ୟାଟ କମିନ୍ସ ୬ ସପ୍ତାହ ଦଳରୁ ବାହାରେ ଅଛନ୍ତି।

ମିଚେଲ ମାର୍ଶଙ୍କୁ ଅଷ୍ଟ୍ରେଲିଆ ଟି-୨୦ ଦଳର ନୂତନ ଅଧିନାୟକ କରାଯାଇଛି। ଏହା ବ୍ୟତୀତ ଦ୍ରୁତ ବୋଲର ସଚିନ ଆବଟ୍ଟ ଏବଂ ଆରୋନ ହାର୍ଡି ମଧ୍ୟ ବିଶ୍ୱକପ ପାଇଁ ଘୋଷିତ ସମ୍ଭାବ୍ୟ ଦଳରେ ସ୍ଥାନ ପାଇଛନ୍ତି। ଲେଗ ସ୍ପିନର ତନଭୀର ସଙ୍ଗା ମଧ୍ୟ ସ୍ଥାନ ପାଇବାରେ ସଫଳ ହୋଇଛନ୍ତି। ସେ କିଛି ଦିନ ଧରି ପିଠିରେ ଆଘାତ ସହ ସଂଗ୍ରାମ କରୁଥିଲେ। ନିକଟରେ ନ୍ୟୁଜିଲାଣ୍ଡ ବିପକ୍ଷ ଟି-୨୦ ସିରିଜ ପାଇଁ ୨୧ ବର୍ଷୀୟ ବୋଲର ଦଳରେ ସ୍ଥାନ ପାଇଥିଲେ। ଯଦିଓ ସେ ଡେବ୍ୟୁ କରିବାର ସୁଯୋଗ ପାଇଲେ ନାହିଁ।

ତେବେ ଦକ୍ଷିଣ ଆଫ୍ରିକା ଗସ୍ତରେ ଗ୍ଲେନ ମ୍ୟାକ୍ସୱେଲ ଉପଲବ୍ଧ ହେବେ ନାହିଁ। ଏଥିସହିତ ଅଧିନାୟକ ପାଟ କମିନ୍ସ ମଧ୍ୟ ଆହତ କାରଣରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳିବେ ନାହିଁ।

ଓ୍ବାଲର୍‌ଡ କପ ପାଇଁ ସମ୍ଭାବ୍ୟ ୧୮ ଜଣିଆ ଦଳରେ ଡେଭିଡ ୱାର୍ନର, ଟ୍ରାଭିସ ହେଡ, ଷ୍ଟିଭ ସ୍ମିଥ, ଗ୍ଲେନ ମ୍ୟାକ୍ସୱେଲ, ଜୋସ ଇଂଗ୍ଲିସ, ଆଲେକ୍ସ କେରେ, ମାର୍କସ ଷ୍ଟୋଇନିସ, ମିଚେଲ ମାର୍ଶ, କ୍ୟାମେରନ ଗ୍ରୀନ, ଆରୋନ ହାର୍ଡି, ସଚନ ଆବଟ୍ଟ, ଆଷ୍ଟନ ଅଗର, ଆଦାମ ଜାମ୍ପା, ତାନଭୀର ସଙ୍ଗା, ପ୍ୟାଟ କମିନ୍ସ (୍‌ଅଧିନାୟକ), ମିଚେଲ ଷ୍ଟାର୍କ , ଜୋସ ହାଜଲେଉଡ ଏବଂ ନାଥାନ ଏଲିସ ପ୍ରମୁଖ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୪ ତାରିଖ ଯାଏଁ ଓଡ଼ିଶାରେ ପ୍ରବଳବର୍ଷା

ଭୁବନେଶ୍ୱର,୨୨।୮ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଓ ସଂଲଗ୍ନ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଓଡ଼ିଶାରେ ପୁଣି ବଢ଼ିବ ବର୍ଷାର ପରିମାଣ। ଭାରତୀୟ ପାଣିପାଗ ବିଭାଗର…

ପାରାଦୀପରୁ ବାହାରିଥିଲା, ଚୀନରେ ପହଞ୍ଚିବା ପୂର୍ବରୁ ନିଖୋଜ; ମଝି ସମୁଦ୍ରରେ ବୁଡିଗଲା ଜାହାଜ

ଭୁବନେଶ୍ୱର,୨୩ା୮: ଗଭୀର ସମୁଦ୍ରରେ ବିଦେଶୀ ଜାହାଜ ନିଖୋଜ। ପାରାଦୀପରୁ ଲୁହାପଥର ନେଇ ଚୀନ ଅଭିମୁଖେ ଯାଉଥିବା ଏକ ବିଦେଶୀ ମାଲବାହୀ ଜାହାଜ ଗଭୀର ସମୁଦ୍ରରେ ନିଖୋଜ ହୋଇଯାଇଛି।…

ଶକ୍ତିଶାଳୀ ଭୂକମ୍ପ ଝଟକାରେ ଥରିଲା ଜାପାନ: ୨୩ ଆହତ, ଟୋକିଓରେ ବିଦ୍ୟୁତ୍ କାଟ୍, ଟ୍ରେନ୍ ଚଳାଚଳ ବ୍ୟାହତ

ଟୋକିଓ,୨୩ା୮: ପୂର୍ବ ଜାପାନର ବିଭିନ୍ନ ଅଞ୍ଚଳ ସମେତ ରାଜଧାନୀ ଟୋକିଓରେ ରବିବାର ସକାଳେ ଏକ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି। ରିକ୍ଟର ସ୍କେଲରେ ଏହାର ପ୍ରାରମ୍ଭିକ ତୀବ୍ରତା…

ଗୋବରୀ ନଦୀ ପାଇଁ ଜମ୍ବୁବାସୀଙ୍କ ଚିନ୍ତା: ଫାଇଲରେ ରହିଗଲା ଯୋଜନା, ବିପଦସଙ୍କୁଳ ଅବସ୍ଥାରେ ନଦୀ ପାର୍‌ ହେଉଛନ୍ତି ଛାତ୍ରୀଛାତ୍ର

ମହାକାଳପଡ଼ା,୨୩।୮(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ନଦୀ, ନାଳ ଘେରା ଜମ୍ବୁ ପଞ୍ଚାୟତକୁ ଦୀର୍ଘ ବର୍ଷଧରି ଡଙ୍ଗାରେ ଲୋକମାନେ ଯାତାୟାତ କରୁଥିବା…

ମଙ୍ଗଳଙ୍କ ଗୋଚରରେ ରାଜଯୋଗ; ବଢିବ ୫ରାଶିର ଇନକମ୍‌, ହୁ ହୁ ହୋଇ ବଢିବ ଧନ!

ଦ୍ରିକ୍ ପଞ୍ଚାଙ୍ଗ ଅନୁସାରେ, ୧୮ ସେପ୍ଟେମ୍ବର ୨୦୨୬ ତାରିଖ ଜ୍ୟୋତିଷ ଶାସ୍ତ୍ର ଦୃଷ୍ଟିରୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ. ଏହି ଦିନ ମଙ୍ଗଳ ଗ୍ରହ ନିଜର ନୀଚ ରାଶି କର୍କଟରେ…

ପୁଣି ଡରାଇଲାଣି ଲଘୁଚାପ, ଏସବୁ ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷିବ! ଆଲର୍ଟ ଜାରି

ଭୁବନେଶ୍ୱର,୨୩ା୮(ବନ୍ଦନା ସେଠୀ): ବଙ୍ଗୋପସାଗରରେ ପୁଣି ଲଘୁଚାପ ସୃଷ୍ଟି ହେବ। ଶୁକ୍ରବାର ମ୍ୟାନ୍‌ମାର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଥିବା ଘୂର୍ଣ୍ଣିବଳୟ ଶନିବାର ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ପଶ୍ଚିମବଙ୍ଗ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ନିମ୍ନମାନର କାମ ଧୋଇନେଲା ବନ୍ଧ ହିଡ଼: ୧.୭୫ ଲକ୍ଷ ଟଙ୍କାର କାମକୁ ନେଇ ଉଠିଲା ପ୍ରଶ୍ନ

ଅମରପାଲି, ୨୩।୮ (ପୀତାମ୍ବର ସାହୁ): ବର୍ଷା ଆସିବାର କିଛି ଦିନ ମଧ୍ୟରେ ଧୋଇଗଲା ବନ୍ଧ ହିଡ଼। ନିମ୍ନମାନର କାମ ଯୋଗୁ ବନ୍ଧ ଭାଙ୍ଗି ପୋଖରୀର ପାଣି ଗାଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri