Posted inଜାତୀୟ

ଔରଙ୍ଗାବାଦରେ ବଣ୍ଟାଗଲା ଶସ୍ତା ପେଟ୍ରୋଲ: ଲିଟର ପିଛା ୫୪ଟଙ୍କା

ଔରଙ୍ଗାବାଦ,୧୫।୬: ମହାରାଷ୍ଟ୍ର ନବନିର୍ମାଣ ସେନା(ଏମ୍‌ଏନ୍‌ଏସ୍‌) ମୁଖ୍ୟ ରାଜ ଠାକରେଙ୍କ ମଙ୍ଗଳବାର ଜନ୍ମଦିନ ପାଳନ କରାଯାଇଛି। ଏହି ସମୟରେ ଦଳର ନେତାମାନେ ରାଜ ଠାକରେଙ୍କ ଜନ୍ମଦିନକୁ ନିଆରା ଢ଼ଙ୍ଗରେ ପାଳନ କରିଛନ୍ତି। ଏହିକ୍ରମରେ ଜନ୍ମଦିନର ବିଶେଷ ଅବସରରେ ଔରଙ୍ଗାବାଦ ଜିଲାରେ ସାଧାରଣ ଜନତାଙ୍କୁ ଏମ୍‌ଏନ୍‌ଏସ୍‌ ପକ୍ଷରୁ ଏକ ଲିଟର ପ୍ରତି ୫୪ଟଙ୍କାରେ ପେଟ୍ରୋଲ ଶସ୍ତାରେ ଦିଆଯାଇଛି। ଆଉ ଯେଉଁ ବଳକା ରାଶି ରହିଲା ତା’କୁ ଏମ୍‌ଏନ୍‌ଏସ୍‌ ପକ୍ଷରୁ ସ୍ଥାନୀୟ ପମ୍ପ ମାଲିକଙ୍କୁ ଭୋଗତାନ କରାଯାଇଛି। ଅନ୍ୟପଟେ ସହରରେ ଶସ୍ତା ପେଟ୍ରୋଲ ମିଳୁଥିବା ଖବର ମିଳିବା ପରେ ଦେଖୁ ଦେଖୁ କ୍ରାନ୍ତି ଛକ ପେଟ୍ରୋଲ ପମ୍ପ ନିକଟରେ ପ୍ରାୟ ଏକ କିଲୋମିଟର ପର୍ଯ୍ୟନ୍ତ ଲମ୍ବା ଲାଇନ ଲାଗିଯାଇଥିଲା। ତେବେ ଦଳ ପକ୍ଷରୁ କେବଳ ସକାଳ ୮ଟାରୁ ୯ଟା ପର୍ଯ୍ୟନ୍ତ ପେଟ୍ରୋଲ ଯୋଗାଇଦିଆଯାଇଥିଲା। ଭିଡ଼ ନ ହେବା ପାଇଁ ନାଗରିକମାନଙ୍କୁ କୁପନ ହସ୍ତାନ୍ତର କରାଯାଇଥିଲା। ତେବେ ୧ହଜାରରୁ ଊର୍ଦ୍ଧ୍ୱ ଲୋକ ଏହାର ସୁବିଧା ଉଠାଇଛନ୍ତି ବୋଲି ଏମ୍‌ଏନ୍‌ଏସ୍‌ ଔରଙ୍ଗାବାଦର ଅଧ୍ୟକ୍ଷ ସୁମିତ ଖମ୍ବେକର କହିଛନ୍ତି। ତେବେ ଲିଟର ପିଛା ୫୪ ଟଙ୍କା ପେଟ୍ରୋଲ ଦେବାର ଦୁଇଟି ଉଦ୍ଦେଶ୍ୟ ରହିଛି। ପ୍ରଥମ ଦଳର ମୁଖ୍ୟଙ୍କ ଜନ୍ମଦିନ ଅବସରରେ ଔରଙ୍ଗାବାଦର ବାସିନ୍ଦାଙ୍କୁ ଏକ ଛୋଟ ଉପହାର ଦେବା ଏବଂ ଦ୍ୱିତୀୟଟି ହେଉଛି ଇନ୍ଧନର ମୂଲ୍ୟ ଆକାଶଛୁଆଁ ହେବା ପ୍ରସଙ୍ଗକୁ ସାମ୍ନାକୁ ଆଣିବା। ଯଦିଓ କେନ୍ଦ୍ର ପେଟ୍ରୋଲ ଏବଂ ଡିଜେଲ ଉପରେ ଟିକସ ହ୍ରାସ କରିଛି, ତଥାପି ରାଜ୍ୟ ସରକାର ଏହାକୁ ଅନୁସରଣ କରିନାହାନ୍ତି ବୋଲି ଦଳ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କକ୍ରୋଚ୍ ଜନତା ପାର୍ଟିର ପ୍ରତିଷ୍ଠାତାଙ୍କୁ ଆକ୍ରମଣ, ଚାପୁଡ଼ା ମାରି….

ଜୟପୁର,୧୫।୬: ରାଜସ୍ଥାନର ଜୟପୁରରେ କକ୍ରୋଚ୍ ଜନତା ପାର୍ଟିର ଅଭିଜିତ୍ ଦୀପକେଙ୍କୁ ଚାପୁଡ଼ା ମାଡ଼ ହୋଇଛି । ରିପୋର୍ଟ ଅନୁଯାୟୀ, ଜଣେ ଅଜଣା ଯୁବକ ଏକ ପ୍ରତିବାଦ ସମୟରେ…

ବଡ଼ ଭଉଣୀ ସାମ୍ନାରେ ସାନ ଭଉଣୀଙ୍କୁ ଗଣବଳାତ୍କାର, ଶୌଚ ପାଇଁ ଯାଇଥିବା ବେଳେ ଟେକିନେଇ…

ବାରିପଦା,୧୫।୬(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ରାଇରଙ୍ଗପୁର ଟାଉନ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବଳାତ୍କାର ହୋଇଥିବା ନେଇ ଅଭିଯୋଗ ହୋଇଛି । ବଡ ଭଉଣୀ ସହ ଶୌଚ…

୨ ଚୋରି ମାମଲାର ପର୍ଦ୍ଦାଫାଶ, ୪ ଅଭିଯୁକ୍ତ ଗିରଫ, ଚୋରି ସାମଗ୍ରୀ ଜବତ

ଖଜୁରୀପଡ଼ା,୧୫।୬(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରୀପଡ଼ା ଥାନା ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଅଞ୍ଚଳରେ ଘଟିଥିବା ଦୁଇଟି ପୃଥକ ଚୋରି ମାମଲାର ତଦନ୍ତ କରି ପୋଲିସ…

ଚକରାଘାଟି ବୁଲିଯିବା ବେଳେ ଦୁର୍ଘଟଣାରେ ଚନ୍ଦନଙ୍କ ମୃତ୍ୟୁ, ସମବେଦନା ଜଣାଇଲେ ଭଞ୍ଜନଗର ବିଧାୟକ

ଭଞ୍ଜନଗର,୧୫।୬(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୁଲାଡ ମୁଖ୍ୟ ରାସ୍ତାର ତୁଳସିପଲ୍ଲୀ ଛକ ନିକଟରେ ସୋମବାର ଅପରାହ୍ନରେ ଏକ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ବାଇକ୍ ଓ ସାଇକେଲ…

୧୧ କେଭି ତାର ନେଲା ୭ ମଇଁସିଙ୍କ ଜୀବନ: ଉତ୍ତେଜନା ରାସ୍ତାରୋକୋ

ଖଣ୍ଡପଡ଼ା/ନୟାଗଡ଼(ଅଜୟ କୁମାର ମହାରଣା/ଲୋକନାଥ ମିଶ୍ର): ନୟାଗଡ଼ ଜିଲା ଖଣ୍ଡପଡ଼ା ବ୍ଲକ ଅଧୀନ ବଡ଼ ବାଣପୁର ପଞ୍ଚାୟତ ଘଣାଶାଳିଆ ଗ୍ରାମରେ ସୋମବାର ଏକ ଦୁଖଃଦ ଘଟଣା ସାମ୍ନାକୁ ଆସିଛି।…

ନାଳରୁ ୧୬ଫୁଟର କୁମ୍ଭୀର ଉଦ୍ଧାର, ଜାଲ ପକାଇ ଧରିଲେ….

ରାଜନଗର,୧୫।୬(ଭାସ୍କର ରାଉତରାୟ): ରାଜନଗର ବ୍ଲକ ଜରିମୂଳ ବଜାରର ମାଟିଆ ମଙ୍ଗଳା ଛକ ନିକଟରେ ଥିବା ପାଣି ନାଳରୁ କୁମ୍ଭୀର ଉଦ୍ଧାର କରାଯାଇଛି । ବନବିଭାଗ ଟିମ ୧୬ଫୁଟର…

ପାଟଣାଗଡ଼ ଅଞ୍ଚଳରେ ଚାଞ୍ଚଲ୍ୟ: ଘରୁ ଡ଼ାକି ନେଇ ଯୁବତୀଙ୍କୁ ବଳାତ୍କାର, ତାପରେ….

ପାଟଣାଗଡ଼ ୧୫।୬ (ସଚ୍ଚିଦାନନ୍ଦ ମହାକୁର): ବଲାଙ୍ଗୀର ଜିଲା ପାଟଣାଗଡ଼ ଥାନ ଅଞ୍ଚଳରେ ଏକ ଲଜ୍ଜାଜନକ ଘଟଣା ଘଟିଛି । ଜଣେ ଯୁବତୀଙ୍କୁ ବଳାତ୍କାର ଅଭିଯୋଗରେ ୪ ଜଣ…

ସରକାରଙ୍କ ବଡ଼ ପ୍ରସ୍ତୁତି, ଖୁବଶୀଘ୍ର ଶସ୍ତା ହେବ ପେଟ୍ରୋଲ୍-ଡିଜେଲ୍‌! ଏତିକି ଟଙ୍କା କମିବ

ନୂଆଦିଲ୍ଲୀ,୧୫।୬: ଆମେରିକା-ଇରାନ ଚୁକ୍ତିନାମା ଘୋଷଣା ପରେ ଅଶୋଧିତ ତୈଳ ଦର ହ୍ରାସ ପାଇଛି । ସୋମବାର ପ୍ରାରମ୍ଭିକ ବାଣିଜ୍ୟ ସମୟରେ, ଅନ୍ତର୍ଜାତୀୟ ଅଶୋଧିତ ତୈଳ ଦର ୪% ରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri