Posted inଫୁରସତ

ପିଲାଙ୍କ ଦୋଳିକୁ କବ୍‌ଜା କରିଥିଲେ ଆଣ୍ଟି, ଘଟିଲା ଏମିତି, ଭିଡିଓ ଦେଖିଲେ…

କୁହାଯାଏ, ଯାହା ପାଇଁ ଯେଉଁ କାମ। ଯେଉଁ ଜିନିଷ ଯାହା ପାଇଁ ତିଆରି ହୋଇଛି ତାହାର ବ୍ୟବହାର ସେମାନଙ୍କ ପାଇଁ ଠିକ୍‌। ଯଦି ଏହାର ଅପବ୍ୟବହାର କରାଯାଏ ତେବେ ଫଳ ତ ଓଲଟା ମିଳିଥାଏ ନିଶ୍ଚିତ। ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି। ଯାହା ଦେଖିବା ପରେ ଆପଣ ହସିବା ବନ୍ଦ କରି ପାରିବେ ନାହିଁ। ଏହି ଭିଡିଓରେ କିଛି ବୟସ୍କ ମହିଳା ପିଲାମାନଙ୍କର ଦୋଳିକୁ କବ୍‌ଜା କରିଥିଲେ। ସେମାନେ ଏହି ଦୋଳି ଉପରେ ବସି ଖେଳିବାରେ ଲାଗିଲେ। ପରେ ଯାହା ଘଟିଲା, ଭିଡିଓ ଦେଖିଲେ ଜାଣିବେ…

https://www.instagram.com/reel/Cs-FVR1LHvL/?utm_source=ig_web_copy_link

ପାର୍କରେ ପିଲାମାନଙ୍କ ମନୋରଞ୍ଜନ ପାଇଁ କିଛି ଦୋଳି ଲାଗିଥାଏ। ବେଳେବେଳେ ଏହି ପିଲାଙ୍କ ବଦଳରେ ବୟସ୍କ ଲୋକମାନେ ଏହା ଉପରେ ବସି ଝୁଲିଥାନ୍ତି। ପାର୍କରେ ଅନେକ ପିଲା ନଜର ଆସିଥିଲେ। ସମସ୍ତ ପିଲା ପାର୍କରେ ମଜା କରୁଥିଲେ। କିନ୍ତୁ ଏକ ଦୋଳିରେ ପିଲାମାନଙ୍କ ବଦଳରେ ଜଣେ ଆଣ୍ଟିଙ୍କୁ ଦେଖିବାକୁ ମିଳିଥିଲା। ମହିଳା ଜଣଙ୍କ ପିଲାଙ୍କ ଦୋଳିରେ ବସି ଖେଳୁଥିବା ବେଳେ ଖୁବ୍‌ ଜୋର୍‌ରେ ଖସିପଡ଼ିଲେ। ତାଙ୍କ ନିକଟରେ ଠିଆ ହୋଇଥିବା ଆଉ ଜଣେ ମହିଳା ତାଙ୍କୁ ଅଟକାଇବା ପାଇଁ ଚେଷ୍ଟା କରି ମଧ୍ୟ ବିଫଳ ହୋଇଥିଲେ। ଫଳରେ ସେ ଖୁବ୍‌ ଜୋର୍‌ରେ ତଳେ ପଡ଼ିଯାଇଥିଲେ। ପାର୍କରେ ଥିବା ଆଉ ଜଣେ ବ୍ୟକ୍ତି ଏହାକୁ ରେକର୍ଡିଂ କରିଦେଇଥିଲେ। ଏବେ ଏହା ଭାଇରାଲ ହେଉଛି।

ଭିଡିଓଟି videos.nep ଇନ୍‌ଷ୍ଟାଗ୍ରାମରେ ଶେୟାର କରାଯାଇଛି। ଏହାକୁ ଲକ୍ଷାଧିକ ଥର ଦେଖାଯାଇଛି। ଭିଡିଓ ଯେତିକି ମଜାଦାର, ଏହା ଉପରେ ଅଧିକ ମଜାଦାର ମନ୍ତବ୍ୟ ଆସିଛି। ଜଣେ ୟୁଜର ଲେଖିଛନ୍ତି, ସେ ଏମିତି ପ୍ରେମରେ ପଡ଼ିଥିଲେ। ତେବେ ଅଧିକାଂଶ ୟୁଜର ମହିଳାଙ୍କ ପ୍ରତି ଚିନ୍ତା ପ୍ରକଟ କରିଥିଲେ। ଅନେକ ତାଙ୍କ ଅବସ୍ଥା ବିଷୟରେ ପଚାରିଥିଲେ। ଜଣେ ମହିଳା ଲେଖିଛନ୍ତି, ମୁଁ ଆଶା କରୁଛି ସେ ଅଧିକ ଆଘାତ ନ ପାଇଥାନ୍ତୁ। ଜଣେ ଲେଖିଛନ୍ତି, ତାଙ୍କୁ ସାହାଯ୍ୟ କରାଯିବା ଉଚିତ। ଭିଡିଓ କରି ଶେୟାର କରାଯିବା କଥା ନୁହେଁ।


Enter your email to get our daily news in your inbox.

All Right Reserved By Dharitri.Com

୩ବର୍ଷର ନାବାଳିକାଙ୍କୁ ବଳାତ୍କାର କଲେ ୬୫ ବର୍ଷୀୟ ବୃଦ୍ଧ, ପରେ ପଥରରେ ଛେଚି ମାରିଦେଲେ

ମୁମ୍ବାଇ,୨୯।୬: ପୁଣେରେ ଜଣେ ତିନି ବର୍ଷର ଶିଶୁ କନ୍ୟାକୁ ବଳାତ୍କାର ଏବଂ ହତ୍ୟା ମାମଲାରେ ଦୋଷୀକୁ ମୃତ୍ୟୁଦଣ୍ଡ ଦିଆଯାଇଛି । ପୁଣେର ଏକ ସ୍ୱତନ୍ତ୍ର ଅଦାଲତ ୬୫…

ଏଲ୍‌ ନିନୋ ଏବଂ ଉତ୍ତପ୍ତ ପାଣିପାଗ

ଇତିହାସରେ ଏଲ୍‌ ନିନୋ : ବିଗତ ୧୯୮୨-୮୩ ଏବଂ ୧୯୯୭-୯୮ ମସିହାର ଏଲ୍‌ ନିନୋଗୁଡ଼ିକ ବିଂଶ ଶତାବ୍ଦୀର ସବୁଠାରୁ ତୀବ୍ର ଘଟଣା ଥିଲା। ୧୯୮୨-୮୩ର ଘଟଣାଗୁଡ଼ିକ ସମୟରେ,…

୧ ଜୁଲାଇରୁ ଝଟ୍‌କା! ସିଧାସଳଖ ଆପଣଙ୍କ ପକେଟ୍ ଉପରେ ପଡ଼ିବ ପ୍ରଭାବ; ଆଧାର, ଆଇଟିଆର୍ ଏବଂ ବ୍ୟାଙ୍କରେ…

ନୂଆଦିଲ୍ଲୀ,୨୯।୬: ୧ ଜୁଲାଇ ୨୦୨୬ରୁ ଅନେକ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ପରିବର୍ତ୍ତନ ଲାଗୁ ହେବାକୁ ଯାଉଛି। ଏହାର ପ୍ରଭାବ ଟ୍ୟାକ୍ସପେୟର (କରଦାତା), ବ୍ୟାଙ୍କ ଗ୍ରାହକ, କ୍ରେଡିଟ୍ କାର୍ଡ ବ୍ୟବହାରକାରୀ,…

ଟିମ ଇଣ୍ଡିଆ ଆୟରଲ୍ୟାଣ୍ଡ ବିପକ୍ଷରେ ସିରିଜ ହାରିବାର ଅସଲ କାରଣ କହିଲେ ଶ୍ରେୟସ ଆୟର

ନୂଆଦିଲ୍ଲୀ,୨୯।୬: ଭାରତୀୟ ଦଳ ଆୟରଲ୍ୟାଣ୍ଡ ଗସ୍ତରେ ନିରାଶାର ସମ୍ମୁଖୀନ ହୋଇଥିଲା, ଦୁଇ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ଏକ ବଡ଼ ପରାଜୟ ବରଣ କରିଥିଲା। ବେଲଫାଷ୍ଟରେ ପ୍ରଥମ…

RBIର ନୂଆ ପ୍ଲାନ! ଅନଲାଇନରେ ଟଙ୍କା ପଠାଇବା ନିୟମରେ ହେବ ପରିବର୍ତ୍ତନ, ଲାଗିବ….

ନୂଆଦିଲ୍ଲୀ,୨୯।୬: ଡିଜିଟାଲ୍ ପେମେଣ୍ଟର ବର୍ଦ୍ଧିତ ଧାରା ମଧ୍ୟରେ, ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଅନଲାଇନ୍ ଠକେଇକୁ ରୋକିବା ପାଇଁ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି। RBI…

ଏଲପିଜି ଗ୍ରାହକ ସାବଧାନ! ଆଉ ମାତ୍ର ୪୮ ଘଣ୍ଟା, ବନ୍ଦ ହୋଇଯିବ ଏହି ଜରୁରୀ ସେବା…

ନୂଆଦିଲ୍ଲୀ,୨୯।୬: ଯଦି ଆପଣଙ୍କ ଘରେ ମଧ୍ୟ ଇଣ୍ଡେନ୍ (Indane), ଏଚପି (HP) କିମ୍ବା ଭାରତ ଗ୍ୟାସ୍ (Bharat Gas) ର ଏଲପିଜି କନେକ୍ସନ ଅଛି, ତେବେ ଏହି…

ଟ୍ରାକ୍ଟରରେ ବସି ଯାଉଥିଲେ ଶ୍ରମିକ, ଖସିପଡ଼ିବାରୁ…

ବରଗଡ଼,୨୯ା୬(ପ୍ରେମାନନ୍ଦ ଖମାରୀ): ବରଗଡ଼ ସଦର ଥାନା ଅନ୍ତର୍ଗତ ସରସରା ନିକଟରେ ଏକ ସଡ଼କ ଦୁର୍ଘଟଣା ଘଟିଛି। ଟ୍ରାକ୍ଟର (ନଂ-ଓଡି୧୫ଏଫ ୯୬୬୩) ଚାପାରେ ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି।…

ସ୍କୁଲରେ ପଶି ଉର୍ଦ୍ଦୁ ଶିକ୍ଷକଙ୍କୁ ପିଟିଲେ BJP କର୍ମୀ

ହାଇଦ୍ରାବାଦ,୨୯।୬: ତେଲଙ୍ଗାନାର ନିଜାମାବାଦରେ ଏକ ଘଟଣା ସାମ୍ନାକୁ ଆସିଛି, ଯାହା କଂଗ୍ରେସ ନେତା ଡକ୍ଟର ଶମା ମହମ୍ମଦଙ୍କୁ ତାଙ୍କ ନିଜ ସରକାରଙ୍କ ନିକଟରେ ଦୃଢ଼ ଦାବି କରିବାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri