ସବୁ ଜିଲାରେ ନିର୍ମାଣ ହେବ ଅଡିଟୋରିୟମ, କଲ୍ୟାଣମଣ୍ଡପ

ଭୁବନେଶ୍ୱର,୨୬ା୫(ବ୍ୟୁରୋ): ପ୍ରତ୍ୟେକ ଜିଲାରେ ଅଡିଟୋରିୟମ୍‌ ଏବଂ କଲ୍ୟାଣ ମଣ୍ଡପ ନିର୍ମାଣ ହେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ବାରା ବିଭାଗର କାର୍ଯ୍ୟ ସମୀକ୍ଷା ପରେ ଗୁରୁବାର ଖବରଦତା ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଯୋଜନା ଓ ସଂଯୋଜନା ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ।
ମନ୍ତ୍ରୀ କହିଛନ୍ତି ଯେ, ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବଜେଟ୍‌ ୩୨୫ କୋଟିକୁ ବୃଦ୍ଧି ହୋଇଥିଲା । ବିଜୁ କେବିକେ ଯୋଜନାରେ ୮ ଜିଲାର ଭିତ୍ତିଭୂମି ବିକାଶ ପାଇଁ ୧୯୪୦ କୋଟି ଟଙ୍କା ଆବଣ୍ଟନ ହୋଇଛି । ସ୍ବାଭିମାନ ଅଞ୍ଚଳର ବିକାଶ ପାଇଁ ସେତୁ ଯୋଜନାରେ ୨୩୦ କୋଟି ଖର୍ଚ୍ଚ ହୋଇଛି। ରାଜ୍ୟର ଖଣି ପ୍ରଭାବିତ ଅଞ୍ଚଳର ବିକାଶ ପାଇଁ ଜିଲା ଖଣିଜ ପାଣ୍ଠିରୁ ୧୨ ହଜାର ୭୯୨ କୋଟି ଖର୍ଚ୍ଚ ହୋଇଛି ।
ମୁଖ୍ୟମନ୍ତ୍ରୀ ସ୍ବତନ୍ତ୍ର ସହାୟତା ଯୋଜନାରେ ବିଭିନ୍ନ ଜିଲାରେ ଇ-ଲାଇବ୍ରେରୀ, ଆଇଟି ଲ୍ୟାବ୍‌, ବିଜ୍ଞାନ ଲ୍ୟାବ୍‌ ଓ ସ୍ମାର୍ଟ କ୍ଲାସରୁମ୍‌ ଭଳି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି।
୫-ଟି ଶାସନ ପଦ୍ଧତିରେ ଓଡ଼ିଶା ସରକାର ଏକ ନୂତନ ଓଡ଼ିଶା,ସଶକ୍ତ ଓଡ଼ିଶାଗଠନ ନିମନ୍ତେ ପ୍ରତିବଦ୍ଧ। ଓଡ଼ିଶାର ବିଭିନ୍ନ ଅଞ୍ଚଳର ବିକାଶମୂଳକ ଆବଶ୍ୟକତାକୁ ଉପଲବ୍ଧି କରି ସରକାର ଅଞ୍ଚଳ ଉନ୍ନୟନଭିତ୍ତିକ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି; ଯେଉଁଥିରେ ବିଭିନ୍ନ ପ୍ରକଳ୍ପକୁ ରୂପାୟନ କରିବା ପାଇଁ ବିହିତ ପଦକ୍ଷେପ ନିଆଯାଇଛି।
ରାଜ୍ୟର ମୁଣ୍ଡପିଛା ଆୟ ଏବଂ ଜାତୀୟ ମୁଣ୍ଡପିଛା ଆୟ ମଧ୍ୟରେ ବ୍ୟବଧାନରେ ଯଥେଷ୍ଟ ହ୍ରାସ ଘଟୁଛି। ପଶ୍ଚିମ ଓଡ଼ିଶାର ବିକାଶ ପାଇଁ ରାଜ୍ୟ ସରକାର ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ବାର୍ଷିକ ବଜେଟ୍‌କୁ ୨୦୦୮-୦୯ ଆର୍ଥିକ ବର୍ଷରେ ୧୦୦ କୋଟିରୁ ୨୦୨୧-୨୨ ଆର୍ଥିକ ବର୍ଷରେ ୨୦୦ କୋଟି ଟଙ୍କାକୁ ବୃଦ୍ଧି କରିଥିବାବେଳେ ବର୍ତ୍ତମାନ ୨୦୨୩-୨୪ ଆର୍ଥିକ ବର୍ଷରେ ୩୨୫ କୋଟି ଟଙ୍କାକୁ ବୃଦ୍ଧି କରିଛନ୍ତି । ପରିଷଦର ପାଣ୍ଠି ହସ୍ତତନ୍ତ ମଲ୍‌, ମିଲେଟ ପ୍ରକ୍ରିୟାକରଣ ୟୁନିଟ୍‌ ଏବଂ କମ୍ୟୁନିଟି ସେଣ୍ଟର-ତଥା-କଲ୍ୟାଣ ମଣ୍ଡପ ଭଳି ଅତ୍ୟାବଶ୍ୟକ ଗୋଷ୍ଠୀ ଭିତ୍ତିଭୂମି ନିର୍ମାଣରେ ଉପଯୋଗ କରାଯାଉଛି। ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠି ମାଧ୍ୟମରେ ମୁଖ୍ୟମନ୍ତ୍ରୀ ସଭାଘର ଅଧୀନରେ ୧୬୦୦ଟି କମ୍ୟୁନିଟି ସେଣ୍ଟର ତଥା କଲ୍ୟାଣ ମଣ୍ଡପ ନିର୍ମାଣ କରାଯାଇ, ବିଜୁ କେବିକେ ଯୋଜନାରେ ୨୦୦୭-୦୮ ମସିହାରୁ ବାର୍ଷିକ ୧୨୦ କୋଟି ଟଙ୍କା ପ୍ରଦାନ କରାଯାଉଅଛି । ୮ଟିି କେବିକେ ଜିଲାର ଭିତ୍ତିଭୂମିର ବିକାଶ ନିମନ୍ତେ ୨୦୨୨-୨୩ ଆର୍ଥିକ ବର୍ଷ ସୁଦ୍ଧା ମୋଟ ୧୯୪୦ କୋଟି ଟଙ୍କା ଆବଣ୍ଟନ କରାଯାଇଥିବା ଢୋଲକିଆ କହିଛନ୍ତି। ରାଜ୍ୟ ସରକାର ବିଜୁ କନ୍ଧମାଳ ଓ ଗଜପତି ଯୋଜନା ମାଧ୍ୟମରେ ୨୦୨୨-୨୩ ଆର୍ଥିକବର୍ଷ ପର୍ଯ୍ୟନ୍ତ ୪୦୦ କୋଟି ଟଙ୍କା ଆବଣ୍ଟନ କରିଛନ୍ତି। ସରକାର ଏକ ସଶକ୍ତ ଓଡ଼ିଶା ଗଠନ ଦିଗରେ ଆଗେଇ ଚାଲିଥିବା ବେଳେ କେହି ବି ଯେମିତି ପଛରେ ନ ରୁହନ୍ତି ସେଥିପାଇଁ ଯତ୍ନବାନ ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?