Posted inଖେଳ

ଆଇପିଏଲ୍‌ରେ ଦର୍ଶକ ଅନୁମତି ସମ୍ଭାବନା

ନୂଆଦିଲ୍ଲୀ, ୧।୬
ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଅବଶିଷ୍ଟାଂଶ ଆୟୋଜନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଲାଗି ଏକ ବିସିସିଆଇ ଅଧିକାରୀ ଦଳ ସୋମବାର ଦୁବାଇରେ ପହଞ୍ଚତ୍ଥିବା ଜଣାଯାଇଛି। ବିଧିବଦ୍ଧଭାବେ ଘୋଷଣା କରାଯାଇ ନ ଥିଲେ ହେଁ ଆଗାମୀ ଆଇପିଏଲ୍‌ରେ ଦର୍ଶକଙ୍କୁ ଅନୁମତି ମିଳିବା ସମ୍ଭାବନା ରହିଛି। କୌଣସି ସ୍ପୋର୍ଟିଂ ଇଭେଣ୍ଟରେ ଦର୍ଶକଙ୍କୁ ଅନୁମତି ସମ୍ପର୍କିତ ୟୁଏଇ ସରକାରଙ୍କ ପଲିସି ଅନୁସାରେ ସମ୍ପୂର୍ଣ୍ଣ ଟିକା ନେଇ ସାରିଥିବା କ୍ରିକେଟପ୍ରେମୀ ଷ୍ଟାଡିୟମରେ ଆଇପିଏଲ୍‌ ଦେଖିବା ସୁଯୋଗ ପାଇପାରନ୍ତି। ୟୁଏଇ ଜନସଂଖ୍ୟାର ଅଧିକାଂଶ ଭାଗ ଟିକା ନେଇ ସାରିଛନ୍ତି। ସ୍ଥାନୀୟ ସରକାରଙ୍କ ଏପରି ନିୟମ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କିମ୍ବା ଏମିରେଟ୍ସ କ୍ରିକେଟ ବୋର୍ଡ (ଇସିବି) ପାଇଁ ଦର୍ଶକଙ୍କୁ ନେଇ ଚିନ୍ତା କରିବାର ନାହିଁ। ଟିକା ନେଇ ସାରିଥିବା ବ୍ୟକ୍ତିଙ୍କୁ ଷ୍ଟାଡିୟମ କ୍ଷମତାର ୫୦ ପ୍ରତିଶତ ପାଇଁ ଅନୁମତି ମିଳିବ।
ୟୁଏଇ ସରକାର ଏବଂ ଇସିବି ସହିତ ଫ୍ରାଞ୍ଚାଇଜ୍‌ ସମ୍ପର୍କିତ ଆଲୋଚନା ପାଇଁ ବିସିସିଆଇ ସମ୍ପାଦକ ଜୟ ଶାହା, କୋଷାଧ୍ୟକ୍ଷ ଅରୁଣ ସିଂ ଧୁମାଲ, ଉପସଭାପତି ରାଜୀବ ଶୁକ୍ଳା ଏବଂ ଯୁଗ୍ମ ସମ୍ପାଦକ ଜୟେଶ ଜର୍ଜ ଦୁବାଇ ଯାଇଛନ୍ତି। ଭାରତୀୟଙ୍କ ପାଇଁ ୟୁଏଇ ସରକାରଙ୍କ ଭ୍ରମଣ କଟକଣା ଯୋଗୁ ବିସିସିଆଇ ପ୍ରତିନିଧି ଦଳକୁ ସ୍ବତନ୍ତ୍ର ଅନୁମତିର ଆବଶ୍ୟକତା ପଡ଼ିଥିଲା। ଇସିବି ଅଫିସିଆଲମାନେ ୟୁଏଇ ସରକାରଙ୍କ ସହ ଆଲୋଚନା କରି ଏପରି ବନ୍ଦୋବସ୍ତ କରିଥିବା ଜଣାଯାଇଛି। ସେଠାରେ ବିସିସିଆଇ ପ୍ରତିନିଧିମାନେ ଲିଗ୍‌ର ଅବଶିଷ୍ଟ ୩୧ ମ୍ୟାଚ ଆୟୋଜନକୁ ନେଇ ବିଭିନ୍ନ ଯୁକ୍ତିଯୁକ୍ତ ଏବଂ ପରିଚାଳନାଗତ ସମସ୍ୟା ସମ୍ପର୍କରେ ଆଲୋଚନା କରିବେ। ପ୍ରତିଯୋଗିତା ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୧୦ ମଧ୍ୟରେ ଆୟୋଜନ ହେବା ଆଶା କରାଯାଉଛି। ଗତବର୍ଷ ସମ୍ପୂର୍ଣ୍ଣ ଆଇପିଏଲ୍‌ ଆୟୋଜନ ଅଭିଜ୍ଞତା ରଖିଥିବାରୁ ଇସିବି ପାଇଁ ୩୧ ମ୍ୟାଚ ଆୟୋଜନ ବିଶେଷ କଷ୍ଟକର ହେବନାହିଁ। ପାଖାପାଖି ୧୦୦ ଦିନ ବାକିଥିବାରୁ ଲିଗ୍‌ ଆୟୋଜନ ବ୍ୟବସ୍ଥା କରିବା ମଧ୍ୟ ସହଜ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କ୍ରିକେଟ୍‌ ଇତିହାସରେ ପ୍ରଥମଥର ଘଟିଲା ଏମିତି

ନଟିଂହାମ,୧୫।୬:ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟରେ ଇଂଲଣ୍ଡ ଏକ ରୋମାଞ୍ଚକର ବିଜୟ ହାସଲ କରିଛି। ଶେଷ ଦିନରେ ଇଂଲଣ୍ଡକୁ ୭୨ ଓଭରରେ ୨୯୯ ରନର ବିଜୟ ଲକ୍ଷ୍ୟ...

ଅନ୍‌ଲାଇନ୍‌ ଚେସ୍‌ ଅଲିମ୍ପିଆଡ୍‌: ଭାରତ-ରୁଷିଆ ଯୁଗ୍ମ ବିଜେତା

ଚେନ୍ନାଇ, ୩୧ା୮ (ପି.ଟି.)- ଇଣ୍ଟରନେଟ୍‌ରେ ବିଭ୍ରାଟ ଓ ସର୍ଭର ସହିତ ଯୋଗାଯୋଗ ବ୍ୟାହତ ହେବାରୁ ଭାରତ ଓ ରୁଷିଆକୁ ୨୦୨୦ ଅନ୍‌ଲାଇନ୍‌ ଚେସ୍‌ ଅଲିମ୍ପିଆଡର ଯୁଗ୍ମ...

୯୯ତମ ଟେଷ୍ଟରେ କୋହଲିଙ୍କ ଶତକ

କେପ ଟାଉନ୍‌,୧୨।୧: ଭାରତୀୟ ଟେଷ୍ଟ ଦଳର ଅଧିନାୟକ ବିରାଟ କୋହଲି କ୍ୟାରିୟରର ୯୯ତମ ଟେଷ୍ଟରେ ୧୦୦ କ୍ୟାଚ୍‌ ପୂରଣ କରିଛନ୍ତି। ୩୨ ବର୍ଷୀୟ କୋହଲିଙ୍କ ୧୦୦ତମ...

ସଚିନ୍‌ ନିଜଠାରୁ ୬ ବର୍ଷ ବଡ଼ ଅଞ୍ଜଳିଙ୍କୁ କରିଥିଲେ ବିବାହ: ପ୍ରେମ ମାନି ନ ଥିଲା ବୟସ ତାରତମ୍ୟ…

ନୂଆଦିଲ୍ଲୀ,୨୪।୪: ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକରଙ୍କୁ ଶନିବାର ୪୮ ବର୍ଷ ପୂରଣ ହୋଇଛି। ସେ ୧୯୭୩ ଏପ୍ରିଲ୍‌ ୨୪ରେ ମୁମ୍ବାଇଠାରେ ଜନ୍ମ ଗ୍ରହଣ କରିଥିଲେ। ସଚିନ୍‌...

ଟେଷ୍ଟରେ ପନ୍ତ ବିଶ୍ୱର ଶ୍ରେଷ୍ଠ ମାନ୍ୟତା ପ୍ରାପ୍ତ ଉଇକେଟକିପର

ଦୁବାଇ,୨୦।୧: ବ୍ରିସବେନଠାରେ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତୀୟ ଯୁବ ଉଇକେଟକିପର ଋଷଭ ପନ୍ତ ୮୯ ରନ୍‌ର ସିରିଜ୍‌ ବିଜୟୀ ପାଳି ଖେଳିଥିଲେ। ଏଥି ଯୋଗୁ ଆଇସିସି ଟେଷ୍ଟ...

ପୁଅକୁ କଳା କହିବାରୁ ରାଗିଲେ ଶିଖର ଧାଓ୍ବନଙ୍କ ସ୍ତ୍ରୀ, କହିଲେ ଏମିତି କଥା

ଏବେ ବିଶ୍ୱରେ ବର୍ଣ୍ଣବୈଷମ୍ୟକୁ ନେଇ ଚର୍ଚ୍ଚା ଜୋର ଧରିଛି। ଆମେରିକା ପୋଲିସ ହେପାଜତରେ ଅଶ୍ୱେତ ଜର୍ଜ ଫ୍ଲୋୟଡଙ୍କ ଯନ୍ତ୍ରଣାଦାୟକ ମୃତ୍ୟୁ ପରେ ବିଶ୍ୱର କୋଣ ଅନୁକୋଣରେ...

ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପ୍‌: ସ୍ବିଟିଙ୍କୁ ସ୍ବର୍ଣ୍ଣ ପଦକ…

ନୂଆଦିଲ୍ଲୀ,୨୫।୩ : ମହିଳା ବିଶ୍ୱ ବକ୍ସିଂ ଚାମ୍ପିୟନଶିପରେ ଭାରତୀୟ ବକ୍ସର ନୀତୁ ଘଂଘାସ ସ୍ବର୍ଣ୍ଣ ପଦକ ଜିତିବା ପରେ ଏବେ ସ୍ବିଟି ବୁରା ସ୍ବର୍ଣ୍ଣ ପଦକ...

ଉମେଶଙ୍କୁ ପରିହାସ କଲେ ଜାଡେଜା

ପୁଣେ,୧୦।୧- ଭାରତୀୟ ଟେଷ୍ଟ ଦଳର ସଦସ୍ୟ ଉମେଶ ଯାଦବଙ୍କୁ ପରିହାସ କରିଛନ୍ତି ସାଥୀ ଖେଳାଳି ରବୀନ୍ଦ୍ର ଜାଡେଜା। ୩୨ ବର୍ଷୀୟ ପେସର ନିକଟରେ ଏକ ଭିଡିଓ...

Advertisement
Archives

Model This Week