Posted inଖେଳ

ଆଇପିଏଲ୍‌ରେ ଦର୍ଶକ ଅନୁମତି ସମ୍ଭାବନା

ନୂଆଦିଲ୍ଲୀ, ୧।୬
ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ଅବଶିଷ୍ଟାଂଶ ଆୟୋଜନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇ ଯାଇଛି। ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ଲାଗି ଏକ ବିସିସିଆଇ ଅଧିକାରୀ ଦଳ ସୋମବାର ଦୁବାଇରେ ପହଞ୍ଚତ୍ଥିବା ଜଣାଯାଇଛି। ବିଧିବଦ୍ଧଭାବେ ଘୋଷଣା କରାଯାଇ ନ ଥିଲେ ହେଁ ଆଗାମୀ ଆଇପିଏଲ୍‌ରେ ଦର୍ଶକଙ୍କୁ ଅନୁମତି ମିଳିବା ସମ୍ଭାବନା ରହିଛି। କୌଣସି ସ୍ପୋର୍ଟିଂ ଇଭେଣ୍ଟରେ ଦର୍ଶକଙ୍କୁ ଅନୁମତି ସମ୍ପର୍କିତ ୟୁଏଇ ସରକାରଙ୍କ ପଲିସି ଅନୁସାରେ ସମ୍ପୂର୍ଣ୍ଣ ଟିକା ନେଇ ସାରିଥିବା କ୍ରିକେଟପ୍ରେମୀ ଷ୍ଟାଡିୟମରେ ଆଇପିଏଲ୍‌ ଦେଖିବା ସୁଯୋଗ ପାଇପାରନ୍ତି। ୟୁଏଇ ଜନସଂଖ୍ୟାର ଅଧିକାଂଶ ଭାଗ ଟିକା ନେଇ ସାରିଛନ୍ତି। ସ୍ଥାନୀୟ ସରକାରଙ୍କ ଏପରି ନିୟମ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) କିମ୍ବା ଏମିରେଟ୍ସ କ୍ରିକେଟ ବୋର୍ଡ (ଇସିବି) ପାଇଁ ଦର୍ଶକଙ୍କୁ ନେଇ ଚିନ୍ତା କରିବାର ନାହିଁ। ଟିକା ନେଇ ସାରିଥିବା ବ୍ୟକ୍ତିଙ୍କୁ ଷ୍ଟାଡିୟମ କ୍ଷମତାର ୫୦ ପ୍ରତିଶତ ପାଇଁ ଅନୁମତି ମିଳିବ।
ୟୁଏଇ ସରକାର ଏବଂ ଇସିବି ସହିତ ଫ୍ରାଞ୍ଚାଇଜ୍‌ ସମ୍ପର୍କିତ ଆଲୋଚନା ପାଇଁ ବିସିସିଆଇ ସମ୍ପାଦକ ଜୟ ଶାହା, କୋଷାଧ୍ୟକ୍ଷ ଅରୁଣ ସିଂ ଧୁମାଲ, ଉପସଭାପତି ରାଜୀବ ଶୁକ୍ଳା ଏବଂ ଯୁଗ୍ମ ସମ୍ପାଦକ ଜୟେଶ ଜର୍ଜ ଦୁବାଇ ଯାଇଛନ୍ତି। ଭାରତୀୟଙ୍କ ପାଇଁ ୟୁଏଇ ସରକାରଙ୍କ ଭ୍ରମଣ କଟକଣା ଯୋଗୁ ବିସିସିଆଇ ପ୍ରତିନିଧି ଦଳକୁ ସ୍ବତନ୍ତ୍ର ଅନୁମତିର ଆବଶ୍ୟକତା ପଡ଼ିଥିଲା। ଇସିବି ଅଫିସିଆଲମାନେ ୟୁଏଇ ସରକାରଙ୍କ ସହ ଆଲୋଚନା କରି ଏପରି ବନ୍ଦୋବସ୍ତ କରିଥିବା ଜଣାଯାଇଛି। ସେଠାରେ ବିସିସିଆଇ ପ୍ରତିନିଧିମାନେ ଲିଗ୍‌ର ଅବଶିଷ୍ଟ ୩୧ ମ୍ୟାଚ ଆୟୋଜନକୁ ନେଇ ବିଭିନ୍ନ ଯୁକ୍ତିଯୁକ୍ତ ଏବଂ ପରିଚାଳନାଗତ ସମସ୍ୟା ସମ୍ପର୍କରେ ଆଲୋଚନା କରିବେ। ପ୍ରତିଯୋଗିତା ସେପ୍ଟେମ୍ବର ୧୯ରୁ ଅକ୍ଟୋବର ୧୦ ମଧ୍ୟରେ ଆୟୋଜନ ହେବା ଆଶା କରାଯାଉଛି। ଗତବର୍ଷ ସମ୍ପୂର୍ଣ୍ଣ ଆଇପିଏଲ୍‌ ଆୟୋଜନ ଅଭିଜ୍ଞତା ରଖିଥିବାରୁ ଇସିବି ପାଇଁ ୩୧ ମ୍ୟାଚ ଆୟୋଜନ ବିଶେଷ କଷ୍ଟକର ହେବନାହିଁ। ପାଖାପାଖି ୧୦୦ ଦିନ ବାକିଥିବାରୁ ଲିଗ୍‌ ଆୟୋଜନ ବ୍ୟବସ୍ଥା କରିବା ମଧ୍ୟ ସହଜ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ରୋହିତ ଶର୍ମାଙ୍କ ଆନ୍ତର୍ଜାତୀୟ କ୍ୟାରିୟରରେ ପଡ଼ିବ ପୂର୍ଣ୍ଣଚ୍ଛେଦ! ଇଂଲଣ୍ଡ ବିପକ୍ଷ ଅନ୍ତିମ ଦିନିକିଆ ହେବ…

ମୁମ୍ବାଇ,୧୬।୭: ଭାରତୀୟ କ୍ରିକେଟ୍ ଦଳର ପୂର୍ବତନ ଅଧିନାୟକ ତଥା ଷ୍ଟାର୍ ଓପନର ରୋହିତ ଶର୍ମାଙ୍କ ଆନ୍ତର୍ଜାତୀୟ କ୍ରିକେଟ୍ କ୍ୟାରିୟରର ଅନ୍ତ ଘଟିବାକୁ ଯାଉଛି। ଲର୍ଡସ ଠାରେ ଜୁଲାଇ…

ଦ୍ୱିତୀୟ ଏକଦିବସୀୟ ମ୍ୟାଚରେ ଇତିହାସ ରଚିଲେ ବିରାଟ-ରୋହିତ, ଗାଙ୍ଗୁଲ-ଦ୍ରାବିଡଙ୍କୁ ପଛରେ ପକାଇଲେ…

ନୂଆଦିଲ୍ଲୀ,୧୬।୭: କାର୍ଡିଫରେ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଏକଦିବସୀୟ ମ୍ୟାଚରେ ବିରାଟ କୋହଲି ଏବଂ ରୋହିତ ଶର୍ମା ଏକ ଉଲ୍ଲେଖନୀୟ ପ୍ରଦର୍ଶନ ସହିତ ଇତିହାସ ସୃଷ୍ଟି କରିଥିଲେ। ସେମାନଙ୍କର…

ଦିନିକିଆରେ ସଚିନଙ୍କୁ ପଛରେ ପକାଇ ଐତିହାସିକ ରେକର୍ଡ କଲେ ବିରାଟ କୋହଲି

ନୂଆଦିଲ୍ଲୀ,୧୬।୭: ବିରାଟ କୋହଲି ଏକଦିବସୀୟ କ୍ରିକେଟରେ ଆଉ ଏକ ବଡ଼ ରେକର୍ଡ ହାସଲ କରିଛନ୍ତି। ସେ ବର୍ମିଂହାମରେ ତାଙ୍କ ଏକଦିବସୀୟ କ୍ୟାରିୟରର 300ତମ ଇନିଂସରେ ବ୍ୟାଟିଂ କରିଥିଲେ।…

Video: ହନୁମାନଙ୍କ ଆଶୀର୍ବାଦ ପାଇବା ପରେ ଇନିଂସ ଆରମ୍ଭ କରିଥିଲେ ବୈଭବ ସୂର୍ଯ୍ୟବଂଶୀ, ହେଲିକପ୍ଟର ସଟ ମାରି ନିଜର ଶକ୍ତି ଦେଖାଇଲେ…

ନୂଆଦିଲ୍ଲୀ,୧୬।୭: ବୈଭବ ସୂର୍ଯ୍ୟବଂଶୀ ଇଂଲଣ୍ଡ ବିପକ୍ଷ ପାଞ୍ଚ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ତାଙ୍କର ଅନ୍ତର୍ଜାତୀୟ ଡେବ୍ୟୁ କରିଥିଲେ। ଏହି ସଫଳତା ସହିତ, ୧୫ବର୍ଷୀୟ…

ଯାହାଙ୍କୁ ଦିନେ କୋଳରେ ଧରିଥିଲେ ଲିଓନେଲ ମେସି, ଫାଇନାଲରେ ତାଙ୍କ ସହ କରିବେ ମୁକାବିଲା: ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ନୂଆଦିଲ୍ଲୀ,୧୬।୭: ୨୦୨୬ ଫିଫା ବିଶ୍ୱକପ ଫାଇନାଲ ପାଇଁ ଲାଇନ ଅପ ସ୍ଥିର ହୋଇଛି। ଟାଇଟଲ ମୁକାବିଲା ସ୍ପେନ ଏବଂ ଆର୍ଜେଣ୍ଟିନା ମଧ୍ୟରେ ହେବ। ପ୍ରଥମ ସେମିଫାଇନାଲ୍‌ରେ ଫ୍ରାନ୍ସକୁ…

ଇତିହାସରେ ପ୍ରଥମଥର ପାଇଁ ଆର୍ଜେଣ୍ଟିନା-ସ୍ପେନ୍‌ ମଧ୍ୟରେ ବିଶ୍ୱକପ ଫାଇନାଲ

ଆଟଲାଣ୍ଟା, ୧୬।୭: ୭ ମିନିଟ ବ୍ୟବଧାନରେ ୨ ଗୋଲ ବଳରେ ଗତଥରର ଚାମ୍ପିୟନ ଆର୍ଜେଣ୍ଟିନା ଏଥର ପୁଣି ଫିଫା ବିଶ୍ୱକପର ଫାଇନାଲରେ ପ୍ରବେଶ କରିଛି। ବୁଧବାର ଅନୁଷ୍ଠିତ…

କ୍ରିକେଟ ପ୍ରେମୀଙ୍କ ପାଇଁ ବଡ଼ ଖବର: ୨୦୨୭ ବିଶ୍ୱକପରେ ଦେଖିବାକୁ ମିଳିପାରେ ୩ଟି ହାଇଭୋଲ୍ଟେଜ ଭାରତ-ପାକିସ୍ତାନ ମ୍ୟାଚ

ନୂଆଦିଲ୍ଲୀ,୧୬।୭: ଭାରତ ଏବଂ ପାକିସ୍ତାନ ମଧ୍ୟରେ କ୍ରିକେଟ ମ୍ୟାଚ ସଦାସର୍ବଦା ଦର୍ଶକଙ୍କ ପ୍ରଥମ ପସନ୍ଦ ହୋଇ ରହିଆସିଛି । ଆଇସିସି (ICC) ଟର୍ନାମେଣ୍ଟଗୁଡ଼ିକରେ ପ୍ରଶଂସକଙ୍କୁ ଏହି ରୋମାଞ୍ଚକର…

ଇଂଲଣ୍ଡରେ ବଡ଼ ବିବାଦରେ ଛନ୍ଦି ହେଲେ ବିରାଟ କୋହଲି, ବଡିଗାର୍ଡ କଲେ ଏଭଳି କାଣ୍ଡ

ନୂଆଦିଲ୍ଲୀ,୧୫ା୭: ଇଂଲଣ୍ଡ ବିପକ୍ଷ ODI ସିରିଜ୍ ସମୟରେ ବିରାଟ କୋହଲି ଏକ ବଡ଼ ବିବାଦରେ ଫସିଯାଇଛନ୍ତି । ତାଙ୍କ ଅଙ୍ଗରକ୍ଷୀ ଇଂଲଣ୍ଡରେ ଭାରତୀୟ ସାମ୍ବାଦିକଙ୍କ ପ୍ରତି ଖୋଲାଖୋଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri