Posted inଫୁରସତ

ଆକର୍ଷଣୀୟ ହୋଲି ଲୁକ୍‌

ରଙ୍ଗର ପର୍ବ ହୋଲିରେ କିପରି ସଜେଇ ହେଲେ ପରଫେକ୍ଟ ହୋଲି ଲୁକ୍‌ ପାଇହେବ, ସେ ନେଇ ଅନେକଙ୍କର ଚିନ୍ତା ଥାଏ। କାରଣ ଏବେ ଟ୍ରେଣ୍ଡ ବଦଳିଲାଣି। ଆଉ କେହି ପୁରୁଣା ପୋଷାକରେ ହୋଲି ଖେଳିବାକୁ ପସନ୍ଦ କରୁ ନାହାନ୍ତି। ବରଂ ଏହିଦିନ ସେମାନେ ସଜବାଜ ହୋଇ ଭଲ ପୋଷାକ ପିନ୍ଧି ପରିବାର ତଥା ସାଙ୍ଗସାଥୀଙ୍କ ସହ ହୋଲି ଖେଳି ମଜା ମଉଜରେ ଦିନ କାଟିବାକୁ ପସନ୍ଦ କରୁଛନ୍ତି। ତେଣୁ ଏହି ଖାସ୍‌ ଦିନରେ କିପରି ଆକର୍ଷଣୀୟ ଲୁକ୍‌ ପାଇହେବ ଆସନ୍ତୁ ଜାଣିବା ସେ ସମ୍ପର୍କରେ…

*ଆଉଟ୍‌ଫିଟ୍‌ : ଶାଢି ହେଉ ଅବା ଜିନ୍ସ-କୁର୍ତ୍ତି କିମ୍ବା ଫ୍ରକ୍‌ ଅଥବା ସାଲଓ୍ବାର୍‌ ସୁଟ୍‌, ଯେ କୌଣସି ଆଉଟ୍‌ଫିଟ୍‌ ପିନ୍ଧି ପରଫେକ୍ଟ ହୋଲି ଲୁକ୍‌ ପାଇହେବ। ତେବେ ଆଜିକାଲି ଦେଖିବାକୁ ମିଳୁଛି ଅନେକେ ହୋଲିରେ ଧଳା ରଙ୍ଗର ପୋଷାକ ପିନ୍ଧିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ଯେଉଁଠି ରଙ୍ଗର ଏତେ ସବୁ ଭେରାଇଟି ରହିଛି, ସେଠି କେବଳ ଧଳା ରଙ୍ଗ କାହିଁକି! ଆପଣ ଚାହିଁଲେ ଏହିଦିନ ମଲ୍ଟି କଲର୍‌ ଆଉଟ୍‌ଫିଟ୍‌ କିମ୍ବା ମଲ୍ଟି କଲର୍‌ ଚୁନି ବି ଟ୍ରାଏ କରି ଟ୍ରେଣ୍ଡି ଲୁକ୍‌ ପାଇପାରିବେ। ଏପରିକି ଫ୍ଲୋରାଲ୍‌ ଡ୍ରେସ୍‌ ମଧ୍ୟ ହୋଲିରେ ଆକର୍ଷଣୀୟ ଲୁକ୍‌ ଦେଇଥାଏ।

*ମେକ୍‌ଅପ୍‌ : ହୋଲି ଖେଳ ପାଇଁ ବି ହାଲ୍‌କା ମେକ୍‌ଅପ୍‌ ନେବା ଜରୁରୀ। ଓ୍ବାଟର୍‌ପ୍ରୁଫ୍‌ ମେକ୍‌ଅପ୍‌ ହେଲେ ତ ଆହୁରି ଭଲ। କାରଣ ଏବେ ମାର୍କେଟ୍‌ରେ ଏମିତି ବି କିଛି ରଙ୍ଗ ମିଳୁଛି, ଯେଉଁଥିରେ କ୍ଷତିକାରକ କେମିକାଲ୍ସ ରହୁଛି। ତେଣୁ ମେକ୍‌ଅପ୍‌ ନେଇ ଖେଳିଲେ ରଙ୍ଗରେ ଥିବା କ୍ଷତିକାରକ କେମିକାଲ୍ସର ପ୍ରଭାବ ସ୍କିନ୍‌ ଉପରେ ସେତେ ବେଶି ପଡି ନ ଥାଏ। ସେହିପରି ହୋଲି ଖେଳିବାକୁ ଯିବା ପୂର୍ବରୁ ଦେହସାରା ସନ୍‌ସ୍କ୍ରିନ୍‌ ଲୋଶନ ଲଗାଇବା ମଧ୍ୟ ଆବଶ୍ୟକ। ତା’ଛଡ଼ା ରଙ୍ଗର ପ୍ରଭାବରୁ ନଖକୁ ସୁରକ୍ଷା ଦେବାକୁ ଚାହୁଁଥିଲେ ନେଲ୍‌ଆର୍ଟ ବି କରିପାରିବେ।

*ଜୁଏଲେରୀ: ହୋଲିରେ ଚାହିଁଲେ ହାଲ୍‌କା ଆର୍ଟିଫିସିଆଲ୍‌ ଜୁଏଲେରୀ ପିନ୍ଧିପାରିବେ। ଯଦି ଏହି ଦିନ ଆପଣ ଟ୍ରାଡିଶନାଲ୍‌ ଡ୍ରେସ୍‌ ପିନ୍ଧୁଥାନ୍ତି, ତା’ହେଲେ ତାକୁ ମ୍ୟାଚ୍‌ କରି ଝୁମ୍‌କା କିମ୍ବା ମଲ୍ଟି କଲର୍‌ ଚୁଡି ଟ୍ରାଏ କରିପାରିବେ; ଯଦ୍ଦ୍ବାରା ଆକର୍ଷଣୀୟ ଲୁକ୍‌ ମିଳିବ। ଅନ୍ୟପକ୍ଷେ ଓ୍ବେଷ୍ଟର୍ନ ଟଚ୍‌ ଚାହୁଁଥିଲେ, ଜିନ୍ସ, କୁର୍ତ୍ତି ହେଉ ଅବା ନି’ ଲେନ୍ଥ ଫ୍ରକ୍‌ ସହ ବ୍ରେସ୍‌ଲେଟ୍‌, ଇୟର୍‌ କଫ୍ସ କିମ୍ବା ଷ୍ଟାଇଲିଶ୍‌ ମୁଦି ବି ପିନ୍ଧିପାରିବେ।

* ହେୟାର୍‌ ଷ୍ଟାଇଲ୍‌ : ହୋଲିଦିନ ଯେମିତି ବି ହେୟାର୍‌ ଷ୍ଟାଇଲ୍‌ କରନ୍ତୁ ନା କାହିଁକି ହୋଲିର ରଙ୍ଗ ଯେମିତି କେଶର କିଛି କ୍ଷତି ନ କରିବ ସେଥିପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ। ତେବେ ପୋନିଟେଲ୍‌ ହେଉଛି ହୋଲି ପାଇଁ ସବୁଠୁ ଭଲ ହେୟାର୍‌ ଷ୍ଟାଇଲ୍‌। ତା’ଛଡ଼ା ଆପଣ ଚାହିଁେଲେ ମୁଣ୍ଡରେ ସ୍କାର୍ଫ ବାନ୍ଧି ମଧ୍ୟ ହୋଲି ଖେଳିପାରିବେ, ଯଦ୍ଦ୍ବାରା କେଶରେ ବେଶୀ ରଙ୍ଗ ଲାଗିବ ନାହିଁ।

*ଫୁଟ୍‌ଓ୍ବେର୍‌ : ହୋଲି ଅବସରରେ ରବର ସୁ’ ପିନ୍ଧିବା ଏକ ଭଲ ଅପ୍ସନ। କିନ୍ତୁ ଧ୍ୟାନ ଦେବେ ରବର ସୁ’ଏପରି ହୋଇଥିବା ଦରକାର, ଯାହା ପିନ୍ଧିବାକୁ କମ୍ଫର୍ଟେବଲ୍‌ ଲାଗିବା ସହ ପାଣିରେ ସ୍ଲିପ୍‌ କରୁ ନ ଥିବ। ଆପଣ ଚାହିଁଲେ ଏହି ଦିନ ଫ୍ଲିପ୍‌ ଫ୍ଲପ୍‌ ବି ଟ୍ରାଏ କରିପାରିବେ। କେହି କେହି ଏହିଦିନ ସ୍ନିକର୍ସ, ଫ୍ଲୋଟର୍ସ, ଲୋଫର୍ସ ବି ପିନ୍ଧୁଥିବା ଦେଖିବାକୁ ମିଳେ।

* ସନ୍‌ଗ୍ଲାସ୍‌: ହୋଲିରେ ସନ୍‌ଗ୍ଲାସ୍‌ ପିନ୍ଧିଲେ ଟ୍ରେଣ୍ଡି ଲୁକ୍‌ ମିଳିବା ସହ ରଙ୍ଗ ଖେଳରୁ ଆଖିକୁ ସୁରକ୍ଷା ମଧ୍ୟ ମିଳିଥାଏ। ଆଜିକାଲି କଲର୍‌ଫୁଲ୍‌ ସନ୍‌ଗ୍ଲାସ୍‌ ବି ମିଳିଲାଣି, ଯାହାକୁ ପିନ୍ଧିଲେ ହୋଲିରେ ଲୁକ୍‌ ଆହୁରି ଆକର୍ଷଣୀୟ ଦେଖାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri