Posted inଫୁରସତ

ଆକର୍ଷଣୀୟ ହୋଲି ଲୁକ୍‌

ରଙ୍ଗର ପର୍ବ ହୋଲିରେ କିପରି ସଜେଇ ହେଲେ ପରଫେକ୍ଟ ହୋଲି ଲୁକ୍‌ ପାଇହେବ, ସେ ନେଇ ଅନେକଙ୍କର ଚିନ୍ତା ଥାଏ। କାରଣ ଏବେ ଟ୍ରେଣ୍ଡ ବଦଳିଲାଣି। ଆଉ କେହି ପୁରୁଣା ପୋଷାକରେ ହୋଲି ଖେଳିବାକୁ ପସନ୍ଦ କରୁ ନାହାନ୍ତି। ବରଂ ଏହିଦିନ ସେମାନେ ସଜବାଜ ହୋଇ ଭଲ ପୋଷାକ ପିନ୍ଧି ପରିବାର ତଥା ସାଙ୍ଗସାଥୀଙ୍କ ସହ ହୋଲି ଖେଳି ମଜା ମଉଜରେ ଦିନ କାଟିବାକୁ ପସନ୍ଦ କରୁଛନ୍ତି। ତେଣୁ ଏହି ଖାସ୍‌ ଦିନରେ କିପରି ଆକର୍ଷଣୀୟ ଲୁକ୍‌ ପାଇହେବ ଆସନ୍ତୁ ଜାଣିବା ସେ ସମ୍ପର୍କରେ…

*ଆଉଟ୍‌ଫିଟ୍‌ : ଶାଢି ହେଉ ଅବା ଜିନ୍ସ-କୁର୍ତ୍ତି କିମ୍ବା ଫ୍ରକ୍‌ ଅଥବା ସାଲଓ୍ବାର୍‌ ସୁଟ୍‌, ଯେ କୌଣସି ଆଉଟ୍‌ଫିଟ୍‌ ପିନ୍ଧି ପରଫେକ୍ଟ ହୋଲି ଲୁକ୍‌ ପାଇହେବ। ତେବେ ଆଜିକାଲି ଦେଖିବାକୁ ମିଳୁଛି ଅନେକେ ହୋଲିରେ ଧଳା ରଙ୍ଗର ପୋଷାକ ପିନ୍ଧିବାକୁ ପସନ୍ଦ କରୁଛନ୍ତି। କିନ୍ତୁ ଯେଉଁଠି ରଙ୍ଗର ଏତେ ସବୁ ଭେରାଇଟି ରହିଛି, ସେଠି କେବଳ ଧଳା ରଙ୍ଗ କାହିଁକି! ଆପଣ ଚାହିଁଲେ ଏହିଦିନ ମଲ୍ଟି କଲର୍‌ ଆଉଟ୍‌ଫିଟ୍‌ କିମ୍ବା ମଲ୍ଟି କଲର୍‌ ଚୁନି ବି ଟ୍ରାଏ କରି ଟ୍ରେଣ୍ଡି ଲୁକ୍‌ ପାଇପାରିବେ। ଏପରିକି ଫ୍ଲୋରାଲ୍‌ ଡ୍ରେସ୍‌ ମଧ୍ୟ ହୋଲିରେ ଆକର୍ଷଣୀୟ ଲୁକ୍‌ ଦେଇଥାଏ।

*ମେକ୍‌ଅପ୍‌ : ହୋଲି ଖେଳ ପାଇଁ ବି ହାଲ୍‌କା ମେକ୍‌ଅପ୍‌ ନେବା ଜରୁରୀ। ଓ୍ବାଟର୍‌ପ୍ରୁଫ୍‌ ମେକ୍‌ଅପ୍‌ ହେଲେ ତ ଆହୁରି ଭଲ। କାରଣ ଏବେ ମାର୍କେଟ୍‌ରେ ଏମିତି ବି କିଛି ରଙ୍ଗ ମିଳୁଛି, ଯେଉଁଥିରେ କ୍ଷତିକାରକ କେମିକାଲ୍ସ ରହୁଛି। ତେଣୁ ମେକ୍‌ଅପ୍‌ ନେଇ ଖେଳିଲେ ରଙ୍ଗରେ ଥିବା କ୍ଷତିକାରକ କେମିକାଲ୍ସର ପ୍ରଭାବ ସ୍କିନ୍‌ ଉପରେ ସେତେ ବେଶି ପଡି ନ ଥାଏ। ସେହିପରି ହୋଲି ଖେଳିବାକୁ ଯିବା ପୂର୍ବରୁ ଦେହସାରା ସନ୍‌ସ୍କ୍ରିନ୍‌ ଲୋଶନ ଲଗାଇବା ମଧ୍ୟ ଆବଶ୍ୟକ। ତା’ଛଡ଼ା ରଙ୍ଗର ପ୍ରଭାବରୁ ନଖକୁ ସୁରକ୍ଷା ଦେବାକୁ ଚାହୁଁଥିଲେ ନେଲ୍‌ଆର୍ଟ ବି କରିପାରିବେ।

*ଜୁଏଲେରୀ: ହୋଲିରେ ଚାହିଁଲେ ହାଲ୍‌କା ଆର୍ଟିଫିସିଆଲ୍‌ ଜୁଏଲେରୀ ପିନ୍ଧିପାରିବେ। ଯଦି ଏହି ଦିନ ଆପଣ ଟ୍ରାଡିଶନାଲ୍‌ ଡ୍ରେସ୍‌ ପିନ୍ଧୁଥାନ୍ତି, ତା’ହେଲେ ତାକୁ ମ୍ୟାଚ୍‌ କରି ଝୁମ୍‌କା କିମ୍ବା ମଲ୍ଟି କଲର୍‌ ଚୁଡି ଟ୍ରାଏ କରିପାରିବେ; ଯଦ୍ଦ୍ବାରା ଆକର୍ଷଣୀୟ ଲୁକ୍‌ ମିଳିବ। ଅନ୍ୟପକ୍ଷେ ଓ୍ବେଷ୍ଟର୍ନ ଟଚ୍‌ ଚାହୁଁଥିଲେ, ଜିନ୍ସ, କୁର୍ତ୍ତି ହେଉ ଅବା ନି’ ଲେନ୍ଥ ଫ୍ରକ୍‌ ସହ ବ୍ରେସ୍‌ଲେଟ୍‌, ଇୟର୍‌ କଫ୍ସ କିମ୍ବା ଷ୍ଟାଇଲିଶ୍‌ ମୁଦି ବି ପିନ୍ଧିପାରିବେ।

* ହେୟାର୍‌ ଷ୍ଟାଇଲ୍‌ : ହୋଲିଦିନ ଯେମିତି ବି ହେୟାର୍‌ ଷ୍ଟାଇଲ୍‌ କରନ୍ତୁ ନା କାହିଁକି ହୋଲିର ରଙ୍ଗ ଯେମିତି କେଶର କିଛି କ୍ଷତି ନ କରିବ ସେଥିପ୍ରତି ଧ୍ୟାନ ଦେବା ନିହାତି ଆବଶ୍ୟକ। ତେବେ ପୋନିଟେଲ୍‌ ହେଉଛି ହୋଲି ପାଇଁ ସବୁଠୁ ଭଲ ହେୟାର୍‌ ଷ୍ଟାଇଲ୍‌। ତା’ଛଡ଼ା ଆପଣ ଚାହିଁେଲେ ମୁଣ୍ଡରେ ସ୍କାର୍ଫ ବାନ୍ଧି ମଧ୍ୟ ହୋଲି ଖେଳିପାରିବେ, ଯଦ୍ଦ୍ବାରା କେଶରେ ବେଶୀ ରଙ୍ଗ ଲାଗିବ ନାହିଁ।

*ଫୁଟ୍‌ଓ୍ବେର୍‌ : ହୋଲି ଅବସରରେ ରବର ସୁ’ ପିନ୍ଧିବା ଏକ ଭଲ ଅପ୍ସନ। କିନ୍ତୁ ଧ୍ୟାନ ଦେବେ ରବର ସୁ’ଏପରି ହୋଇଥିବା ଦରକାର, ଯାହା ପିନ୍ଧିବାକୁ କମ୍ଫର୍ଟେବଲ୍‌ ଲାଗିବା ସହ ପାଣିରେ ସ୍ଲିପ୍‌ କରୁ ନ ଥିବ। ଆପଣ ଚାହିଁଲେ ଏହି ଦିନ ଫ୍ଲିପ୍‌ ଫ୍ଲପ୍‌ ବି ଟ୍ରାଏ କରିପାରିବେ। କେହି କେହି ଏହିଦିନ ସ୍ନିକର୍ସ, ଫ୍ଲୋଟର୍ସ, ଲୋଫର୍ସ ବି ପିନ୍ଧୁଥିବା ଦେଖିବାକୁ ମିଳେ।

* ସନ୍‌ଗ୍ଲାସ୍‌: ହୋଲିରେ ସନ୍‌ଗ୍ଲାସ୍‌ ପିନ୍ଧିଲେ ଟ୍ରେଣ୍ଡି ଲୁକ୍‌ ମିଳିବା ସହ ରଙ୍ଗ ଖେଳରୁ ଆଖିକୁ ସୁରକ୍ଷା ମଧ୍ୟ ମିଳିଥାଏ। ଆଜିକାଲି କଲର୍‌ଫୁଲ୍‌ ସନ୍‌ଗ୍ଲାସ୍‌ ବି ମିଳିଲାଣି, ଯାହାକୁ ପିନ୍ଧିଲେ ହୋଲିରେ ଲୁକ୍‌ ଆହୁରି ଆକର୍ଷଣୀୟ ଦେଖାଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଡିଜେ ଶବ୍ଦରେ ଖସିଲା ଘର ପ୍ଲାଷ୍ଟର, ଗାଁରେ ଉତ୍ତେଜନା

ହିଞ୍ଜିଳିକାଟୁ, ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଅନ୍ତର୍ଗତ ଗିରିଆ ଗ୍ରାମରେ ରବିବାର ରାତିରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଡିଜେର ଉଚ୍ଚ ଶବ୍ଦକୁ ନେଇ…

ମନିପର୍ସ ଖୋଜିବା ବାହାନାରେ ଦୋକାନରୁ ୩୦ ହଜାର ଲୁଟ୍‌ , ସିସିଟିଭିରେ…

ହାଟଡିହୀ,୪।୧୦(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡରେ ଲୁଟେରାଙ୍କ ଦୌରାତ୍ମ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଲୋକଙ୍କ ଘର ଝରକା, କବାଟ ତାଡି ଲୁଟ୍‌ ହେଉଛି। ପୋଲିସ…

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଡ୍ରାଇଭରଙ୍କୁ ମାରଣାନ୍ତକ ଆକ୍ରମଣ ପରେ ଟ୍ରକରେ ଲଗାଇ ଦେଲେ ନିଆଁ

ହିଞ୍ଜିଳିକାଟୁ ୪।୧୦(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ତହଁର ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ରବିବାର ରାତିରେ ଏକ ଟ୍ରକ ବାଇକ୍‌ ଆରୋହୀଙ୍କୁ ଧକ୍କା ଦେଇଥିଲା। ଏହାକୁ…

୬,୬,୬,୬,୬… WCLରେ ଡିଭିଲିୟର୍ସଙ୍କ ଛକା-ଚୌକା ବର୍ଷା, ୩୯ ବଲ୍‌ରେ….

ନୂଆଦିଲ୍ଲୀ,୪।୧୦: ଦକ୍ଷିଣ ଆଫ୍ରିକାର ମହାନ ବ୍ୟାଟର୍‌ ଏବି ଡିଭିଲିୟର୍ସଙ୍କ ବ୍ୟାଟ୍‌ରୁ ପୁଣି ଦେଖିବାକୁ ମିଳିଛି ଧମାକାଦାର ଇନିଂସ୍‌ । ୱାର୍ଲ୍ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ ୨୦୨୬ରେ ଦକ୍ଷିଣ…

ତେଜିଲା ମଦ ବିରୋଧୀ ଆନ୍ଦୋଳନ, ଅଣ୍ଟା ଭିଡ଼ିଲେ ମହିଳା

ଝରିଗାଁ,୪।୧୦(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲା ଝରିଗାଁ ବ୍ଲକରେ ତେଜିଲା ମଦ ବିରୋଧୀ ଆନ୍ଦୋଳନ। ଗୋଟିଏ ପରେ ଗୋଟିଏ ପଞ୍ଚାୟତରେ ଦେଖିବାକୁ ମିଳୁଛି ମହିଳାଙ୍କ ମଦ ବିରୋଧୀ…

ଭାଜପା ଏମପିଙ୍କ ଘରୁ ଚୋରି, ମୂଲ୍ୟବାନ ସାମଗ୍ରୀ ସହ ନେଇଗଲେ…

ନୂଆଦିଲ୍ଲୀ,୪।୧୦: ଦିଲ୍ଲୀରେ ସାଧାରଣ ଲୋକ ନୁହେଁ, ଏବେ ନେତାଙ୍କ ଘର ବି ସୁରକ୍ଷିତ ନଥିବା ଭଳି ଘଟଣା ସାମ୍ନାକୁ ଆସିଛି । ଭାଜପା ରାଜ୍ୟ ସଭା ଏମପି…

ଦୀପ ଜାଳି କ୍ୟାପ୍‌ଟେନଙ୍କ ଆରୋଗ୍ୟ କାମନା କଲେ ଛାତ୍ରୀଛାତ୍ର

ନିରାକାରପୁର,୪।୧୦ (ମାନସ ଚନ୍ଦ୍ର ପଟ୍ଟନାୟକ ): ଭାରତୀୟ ପାଇଲଟ୍‌ କ୍ୟାପ୍‌ଟେନ ସ୍ମିତ ମଚ୍ଛରଙ୍କ ଆରୋଗ୍ୟ କାମନା କରି କାଶୀପୁର ସରକାରୀ ପ୍ରାଥମିକ ବିଦ୍ୟାଳୟ ପରିସରରେ ଏକ କାର୍ଯ୍ୟକ୍ରମ…

ଘରେ ନ ଥିବା ବେଳେ କଳାକନା ବୁଲାଇଲେ ଟାଇଲ୍‌ ମିସ୍ତ୍ରୀ

ବଞ୍ଚୋ,୪।୧୦(ପ୍ରଦୋଷ ବିଶ୍ୱାଳ): ଘରେ କେହି ନ ଥିବାର ସୁଯୋଗ ନେଇ ତାଲା ଭାଙ୍ଗି ନଗଦ ଟଙ୍କା ସହ ସୁନା ଏବଂ ରୁପା ଅଳଙ୍କାର ଚୋରି ଘଟଣାରେ ଘସିପୁରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?