Posted inଫୁରସତ

ପ୍ରଥମ ଦରମାରେ ମା’ଙ୍କୁ ଶାଢ଼ି ଓ ବାପାଙ୍କୁ ପ୍ୟାଣ୍ଟ ଦେଇଥିଲି: ଶୁଭେନ୍ଦୁ ମହାନ୍ତି

ଜଗତ୍‌ସିଂହପୁରରେ ଗାଁ ହୋଇଥିଲେ ହେଁ ବାପା ଯେହେତୁ ଢେଙ୍କାନାଳରେ ଚାକିରି କରୁଥିଲେ ତେଣୁ ମୋ ଜନ୍ମ ସେଇଠାରେ ହିଁ ହୋଇଥିଲା। ବାପା ଜଣେ ଉଚ୍ଚପଦସ୍ଥ ସରକାରୀ କର୍ମଚାରୀ ହୋଇଥିବାରୁ ତାଙ୍କର ବିଭିନ୍ନ ସ୍ଥାନକୁ ବଦଳି ହେଉଥିଲା, ତେଣୁ ମୋର ପାଠପଢା ମଧ୍ୟ ବିଭିନ୍ନ ସ୍ଥାନରେ ହେଲା। ତେବେ ଏ.ଜେ.ଓ ଉଚ୍ଚ ବିଦ୍ୟାଳୟ, ଫୁଲବାଣୀରୁ ୧୯୮୦ରେ ମାଟ୍ରିକ୍‌ ପାସ୍‌ କରିବା ପରେ ବି.ଜେ.ବି. କଲେଜରେ ଆଇ.ଏସ୍‌ସି ପଢିଥିଲି। ତା’ପରେ ଆଉ ବିଜ୍ଞାନ ନ ପଢି କଳା କ୍ଷେତ୍ରରେ ଶିକ୍ଷା ଗ୍ରହଣ କରିବାକୁ ଇଚ୍ଛା କରି ଡି.ଏ.ଭି. କଲେଜ, କୋରାପୁଟରେ ଅର୍ଥନୀତି ସମ୍ମାନରେ ବି.ଏ ପଢିଲି। ବି.ଏ ପାସ୍‌ କରିବା ପରେ ଉତ୍କଳ ବିଶ୍ୱବିଦ୍ୟାଳୟରେ ବିଶ୍ଳେଷଣାତ୍ମକ ଓ ପ୍ରୟୋଗାତ୍ମକ ଅର୍ଥନୀତିରେ ପି.ଜି କଲି। ପି.ଜି ରେଜଲ୍ଟ ବାହାରିବା ପରେ ଡି.ଏ.ଭି. କଲେଜ, କୋରାପୁଟରେ ଅତିଥି ଅଧ୍ୟାପକ ଭାବେ ଚାକିରି କରିବାକୁ ଲାଗିଲି; ଯେଉଁଠାରେ ମୋତେ ମାସକୁ ହଜାରେ ଟଙ୍କା ଦରମା ମିଳିଲା। ପ୍ରଥମ ମାସ ଦରମାରେ ଖୁସିରେ ମା’ଙ୍କ ପାଇଁ ଏକ ନାଲି ଶାଢ଼ି ଆଉ ବାପାଙ୍କ ପାଇଁ ଏକ ଧଳା ପ୍ୟାଣ୍ଟ କିଣିଥିଲି। କାରଣ ନାଲି ରଙ୍ଗ ମା’ଙ୍କର ଆଉ ଧଳା ରଙ୍ଗ ବାପାଙ୍କର ପ୍ରିୟ ଥିଲା। ମାତ୍ର ୬ ମାସ ଏଠାରେ ଅଧ୍ୟାପନା କରିବା ପରେ ଆଇଏଏସ୍‌ କୋଚିଂ ପାଇଁ ଦିଲ୍ଲୀ ଚାଲିଗଲି। କିନ୍ତୁ ଦୁର୍ଭାଗ୍ୟ ଦୁଇ ଦୁଇ ଥର ପରୀକ୍ଷା ଦେଇ ଅକୃତକାର୍ଯ୍ୟ ହେବା ପରେ ପୁଣି ଓଡ଼ିଶା ଫେରିଆସି ୧୨ ସେପ୍ଟେମ୍ବର, ୧୯୯୧ରେ ନବରଙ୍ଗପୁର କଲେଜରେ ଅର୍ଥନୀତି ଅଧ୍ୟାପକ ଭାବେ ପୁଣି ଚାକିରି ଜୀବନ ଆରମ୍ଭ କଲି। ଉକ୍ତ କଲେଜରେ ପ୍ରାୟ ୧୨ ବର୍ଷ ଅଧ୍ୟାପନା କରିବା ପରେ ସରକାରୀ ସ୍କେଲ୍‌ରେ ପୂର୍ଣ୍ଣ ଦରମା ପାଇଲି। ୨୦୧୫ରେ ପି.ଏନ୍‌. ଅଟୋନୋମସ୍‌ କଲେଜ, ଖୋର୍ଦ୍ଧାକୁ ମୋର ବଦଳି ହେଲା; ଯେଉଁଠାରେ ୩ ବର୍ଷ ଅଧ୍ୟାପନା କରିବା ପରେ ମୋତେ ପ୍ରାଧ୍ୟାପକ ଭାବେ ପ୍ରମୋଶନ ମିଳିଲା। ଅଧୁନା ମୁଁ ସେହି ପି.ଏନ୍‌. କଲେଜରେ ପ୍ରାଧ୍ୟାପକ ଭାବେ କାର୍ଯ୍ୟରତ। ଅଧ୍ୟାପନା ବ୍ୟତିତ ଗପ ଓ କବିତା ଲେଖିବାରେ ମୋର ଖୁବ୍‌ ରୁଚି ରହିଛି। ୟା’ଭିତରେ ମୋର ପ୍ରାୟ ୩୦ରୁ ଊର୍ଦ୍ଧ୍ୱ କ୍ଷୁଦ୍ର କବିତା ଏବଂ ୧୦ରୁ ଊର୍ଦ୍ଧ୍ୱ କ୍ଷୁଦ୍ର ଗଳ୍ପ ବିଭିନ୍ନ ଖବରକାଗଜ ଓ ପତ୍ରପତ୍ରିକାରେ ପ୍ରକାଶିତ ହୋଇସାରିଲାଣି। ଇଂଲିଶ ଭାଷାରେ ବି ଅନେକ କବିତା ଲେଖିଛି। ଏଥିସହିତ ନବରଙ୍ଗପୁର କଲେଜ ହେଉ ଅବା ପି.ଏନ୍‌. କଲେଜର ମୁଖପତ୍ରର ସମ୍ପାଦକ ଦାୟିତ୍ୱ ତୁଲାଇବାର ସ୍ବଭାଗ୍ୟ ମଧ୍ୟ ମୁଁ ଲଭିସାରିଛି। ସେହିପରି ନବରଙ୍ଗପୁର ହେଉ ଅବା ଖୋର୍ଦ୍ଧାର ବିଭିନ୍ନ ଉତ୍ସବରେ ଆୟୋଜିତ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମରେ ମଞ୍ଚ ପରିଚାଳନା କରି ଦର୍ଶକଙ୍କର ବହୁ ପ୍ରଶଂସା ମଧ୍ୟ ପାଇଛି। ଏହାଛଡ଼ା କଲେଜ ଛାତ୍ର ସଂସଦର ଉପଦେଷ୍ଟା ଭାବେ ଦାୟିତ୍ୱ ତୁଲାଇବାର ଭିନ୍ନ ଅନୁଭୂତି ବି ମୁଁ ଲଭିଛି। କେବଳ ସେତିକି ନୁହେଁ, ‘କୁଇଜ୍‌ ମାଷ୍ଟର’ ଭାବେ ମୋର ଆଉ ଏକ ପରିଚୟ ବି ରହିଛି। ୟା’ଭିତରେ ବିଭିନ୍ନ ସ୍କୁଲ୍‌, କଲେଜ ତଥା ଅନୁଷ୍ଠାନ ତରଫରୁ ଆୟୋଜିତ ହୋଇଥିବା ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ଦଳଗତ କୁଇଜ୍‌ ଏବଂ ଖୋଲା ପ୍ରଶ୍ନମଞ୍ଚରେ କୁଇଜ୍‌ ମାଷ୍ଟର ଭାବେ ଦାୟିତ୍ୱ ତୁଲାଇ ଅନେକ ପ୍ରଶଂସା ସାଉଁଟିଛି। ଏସବୁବ୍ୟତିତ ୨୦୧୮-୧୯ରେ ରୋଟାରି କ୍ଲବ୍‌ ଅଫ୍‌ ଭୁବନେଶ୍ୱର ଏକ୍ସଲେନ୍‌ସର ସଭାପତି ଦାୟିତ୍ୱରେ ଥିଲି ଆଉ ଆଗକୁ ୨୦୨୨-୨୩ ପାଇଁ ସହକାରୀ ଗଭର୍ନରର ଦାୟିତ୍ୱ ଗ୍ରହଣ କରିବାର ଯୋଜନା ରହିଛି। ଜୀବନର ଚଲାପଥରେ ଅନେକ ଘାତ ପ୍ରତିଘାତକୁ ଶୃଙ୍ଖଳିତ ସୈନିକ ଭାବେ ମୁକାବିଲା କରି ମା’ବାପା ଓ ଗୁରୁଜନଙ୍କ ଆଶୀର୍ବାଦ ତଥା ସମସ୍ତଙ୍କ ଭଲପାଇବା ଏବଂ ଶୁଭେଚ୍ଛାକୁ ପୁଞ୍ଜିକରି ମୋ କର୍ତ୍ତବ୍ୟ ପଥରେ ଆଗେଇ ଚାଲିଛି। ସଂଘର୍ଷକୁ ପସନ୍ଦ କରିଛି ଆଉ ସାଲିସ୍‌କୁ ଘୃଣା କରିଛି। କାରଣ ମୋ ମତରେ ଜୀବନଧାରଣର ମାଧ୍ୟମ ସଂଘର୍ଷ, ସାଲିସ୍‌ ନୁହେଁ।
-ଅମ୍ବ୍ରିତା


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri